BREAKING

"ପରବ" ପାଇବାକୁ ଯାଉଛି ଜାତୀୟ ମାନ୍ୟତା

କୋରାପୁଟରେ ରାଜ୍ୟ ସ୍ତରୀୟ ଆଦିବାସୀ ଲୋକ ଉତ୍ସବ"ପରବ"୨୦୨୧ ' ପାଳନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରୀୟମ ଠାରେ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତରଙ୍କ ଅଧକ୍ଷତାରେ ଏକ ସାଧରଣ ପରିଷଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପରବର ୨୫ ବର୍ଷ ପୂର୍ତି ପାଳନ କରାଯିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , କୋଟପାଡ଼ ବିଧାୟକ ତଥା ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ପଙ୍କଜ ପାତ୍ର , ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧୂ ବୈକୁଣ୍ଠ ମଣ୍ଡଳ , ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ସରକାରୀ କଲେଜ ପଡିଆରେ ଆସନ୍ତା ଡିସେମ୍ବର ମାସ ୧୭ , ୧୮ ଓ ୧୯ ତାରିଖ ୩ଦିନ ବ୍ୟାପି ପରବର ମୁଖ୍ୟ ଉତ୍ସବ ପାଳନ କରାଯିବା ସହ ଏହାର ପ୍ରଚାର ପ୍ରସାର ଦୂରଦର୍ଶନ ମାଧ୍ୟମରେ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହି ଉତ୍ସବରେ ଅବିଭିକ୍ତ କୋରାପୁଟ ଜିଲ୍ଲା , ଓଡିଶା ତଥା ଦେଶର ଆଦିବାସୀ ଓ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି। ଏହି ଉତ୍ସଵକୁ କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସାରୁ ଶୁଭାରମ୍ଭ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ନଭେମ୍ବର ମାସ ୨୦ ତାରିଖରେ ପରବ ମସାଲର ଶୁଭାରମ୍ଭ କରାଯିବା ନେଇ ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପ୍ରତିବର୍ଷ ଭଳି ପଞ୍ଚାୟତ ଓ ବ୍ଲକ ସ୍ତରରେ ପରବ ପାଳନ ପୂର୍ବକ ମୁଖ୍ୟ ଉତ୍ସବକୁ ଜିଲ୍ଲାର ସଦର ମହକୁମାରେ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି। ଚଳିତ ବର୍ଷ ପରବ ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପରବ ପାଳନ ପାଇଁ ସ୍ୱତନ୍ତ୍ର ପଡିଆ ନଥିବାରୁ ଜୟପୁର ବିଧାୟକ ତାରାପ୍ରସାଦ ବାହୀନପତି ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱତନ୍ତ୍ର ପରବ ପଡିଆ ପାଇଁ ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ। ପରବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ , କ୍ରୀଡା ଓ ଫୁଟବଲ ପ୍ରତିଯୋଗିତା ମଧ୍ୟ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ମାଧବ ପାଙ୍ଗୀ ଯୋଗଦେଇ ବୈଠକକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ପରବ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏବଂ ଜିଲ୍ଲାର ସମସ୍ତ ତହସିଲଦାର , ବିଡିଓଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


ରିପୋର୍ଟ:ମଦନ ମୋହନ ସାହୁ, କୋରାପୁଟ.

ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ବାତ୍ୟା ଜୱାଦର ମୁକାବିଲା ପାଇଁ,କୋରାପୁଟ

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି ।ବାତ୍ୟାର ପ୍ରଭାବ ଜିଲ୍ଲାରେ ନ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି । ବାତ୍ୟା ଗୁଲାବର ପ୍ରଭାବ ଯେଉଁ ସ୍ଥାନ ମାନଙ୍କରେ ରହିଥିଲା ଉକ୍ତ ସ୍ଥାନ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳା ,ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟସ୍ଥଳକୁ ନେବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଭୂସଂଖଳନ ଆଶଙ୍କା ଥିବା ସ୍ଥାନରେ ମେସିନ ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି ।ଉତ୍ପାଦିତ ଶସ୍...

Prime Odisha December 3, 2021, 11:29 am     822 Views

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ମିଳିତ ଭାବେ କୋଷଗୁମୁଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ କୁ ନେଇ ଏକ ଆଇନ ସଚେତନା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତି ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ମଞ୍ଚାସିନ ହୋଇ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ଵାରା ଦିବ୍ୟାଙ୍ଗ ମାନେ କିପରି ଉପକୃତ ହେବେ ସେ ନେଇ ବୁଝେଇଥ...

Prime Odisha December 3, 2021, 10:52 am     648 Views

ସକ୍ଷମ ଭାରତ ସମର୍ଥ ଭାରତ ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ,କୋରାପୁଟ

କୋରାପୁଟ:ସ୍ଥାନୀୟ ପ୍ରେସ କ୍ଲବ,କୋରାପୁଟ ପରିସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଷ୍ଟ୍ରୀୟ ସେବା ଭାରତୀ ଅନ୍ତର୍ଗତ ସକ୍ଷମ ସଂସ୍ଥା ତରଫରୁ ଏକ ଜିଲ୍ଲା ସ୍ତରୀୟ ଅଧିବେସନର ଆୟଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଇଆରବି ପ୍ରଥମ ବାଟାଲିୟନର ଦୁର୍ଗପତି ପ୍ରଭାତ କିଶୋର ଦାଶ ଓ ମୁଖ୍ୟ ବକ୍ତା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶରତ କୁମାର ପଲିତା ଯୋଗ ଦେଇଥିଲେ । ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ କିପରି ସମସ୍ତ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇପାରିବ ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପା...

Prime Odisha December 3, 2021, 10:34 am     824 Views

ଡାବୁଗାଁ ଜୋନ୨ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଡାବୁଗାଁରେ ବିରୋଧ

ନବରଙ୍ଗପୁର:ଆଗକୁ ଅଛି ପଞ୍ଚାୟତିରାଜ ନିର୍ବାଚନ । ନିବେଦିତା ମହାନ୍ତି ବର୍ତ୍ତମାନର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା । ତାଙ୍କ ନିଜ ଘର ଝରିଗାଁ ବ୍ଲକରେ । ତେବେ ଗତ ନିର୍ବାଚନରେ ବିଜେଡିରୁ ଟିକଟ ପାଇ ଡାବୁଗାଁ ଜୋନ -୨ ଜିଲାପରିଷଦରୁ ନିର୍ବାଚିତ ହୋଇଥିଲେ । ଏବେ ନିବେଦିତାଙ୍କୁ ଡାବୁଗା ବ୍ଲକରେ ବିରୋଧ ଆରମ୍ଭ ହୋଇଛି । ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଆରମ୍ଭ ହୋଇଛି । ଏହା ପଛରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ରହିଥିବା ଏକ ପ୍ରକାର ଅନୁମାନ କରାଯାଉଛି । ଡାବୁଗାଁ ଜୋନ-୨ ର ଡାବୁଗାଁ ଗ୍ରାମରେ, ବସଷ୍ଟାଣ୍ଡ ର ବିଭିନ୍ନ ଦୋକାନ କାନ୍ଥରେ ପୋଷ୍ଟର ଲାଗିଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଛି | ଏନେଇ ଉପାଧ୍ୟକ୍ଷା ନିବେଦିତାଙ୍କୁ ପଚାରିବାରୁ ମୁଁ ଏ ବିଷୟ...

Prime Odisha December 3, 2021, 10:26 am     139 Views

ଲୋକାର୍ପିତ ହେଲା ୧୦୦ଫୁଟ୍ ଉଚ୍ଚତା ସମ୍ପନ୍ନ ଜାତୀୟ ପତାକା

ନବରଙ୍ଗପୁର:ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ତୁରି ନଦୀ ପାଖ ରକ୍ତ ତୀର୍ଥ ସହିଦ ସ୍ତମ୍ଭ ପରିସର ରେ ସାଂସଦ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇ ଥିବା ୧୦୦ ଫୁଟ ଉଚ୍ଚତା ସମ୍ପନ୍ନ ଜାତୀୟ ପତାକା କୁ ଆଜି ଲୋକାର୍ପିତ ହୋଇ ଯାଇଛି।ଲୋକାର୍ପିତ ଫଳକ ରେ ମୁଖ୍ୟ ଅତିଥି ନବରଙ୍ଗପୁର ଲୋକ ପ୍ରିୟ ସାଂସଦ ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରି,ଜିଲ୍ଲା ପରିଷଦ ଅଧକ୍ଷା ଭଗବତୀ ଭତ୍ରା,ନବରଙ୍ଗପୁର ଲୋକ ପ୍ରିୟ ଜିଲ୍ଲାପାଳ ଡା କମଳ ଲୋଚନ ମିଶ୍ର ପ୍ରମୁଖସହ୍ ଅନ୍ୟ ଅତିଥି ମାନେ ରହି କାର୍ଯ୍ୟ କ୍ରମ ସମ୍ପାଦନ କରାଯାଇ ଏକ ସଭା ର ଆୟୋଜନ ହୋଇ ଥିଲା।ଏହି ଅବସରରେ ରକ୍ତ ତୀର୍ଥ ସ୍ମୃତି କମିଟି ସଭାପତି ବରିଷ୍ଠ ନେତା ସୋମ...

Prime Odisha December 3, 2021, 8:01 am     551 Views

ଡାବୁଗାଁ ବ୍ଲକ କୃଷକ ମହାସଙ୍ଘ ର ବୈଠକ

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଠାରେ ଡାବୁଗାଁ କୃଷକ ମହାସଙ୍ଘ ତରଫରୁ ଏକ ବୈଠକ ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ଯା ଉପରେ ଆଲୋଚନା ହୋଇଥିଲା | ପରେ ଏକ ୧୧ ଦଫା ଦାବିପତ୍ର ନବରଙ୍ଗପୁର ଜିଲାପାଳ ଡାଃ କମଳ ଲୋଚନ ମିଶ୍ର ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବି ପତ୍ରରେ ଧାନ ମଣ୍ଡିରେ କୃଷକ ମହାସଂଘ ର ୫ ଜଣ ସଦସ୍ୟ ଙ୍କୁ ମଣ୍ଡି ସ୍ଥାନରେ ବସିବା ପାଇଁ ଅନୁମତି ପ୍ରଦାନ, ମଣ୍ଡିରେ କୁଇଣ୍ଟାଲ ପ୍ରତି ୫-୬ କିଲୋ ଧାନ କାଟିବା ବନ୍ଦ କରାଯାଉ, ମଣ୍ଡିରେ ଧାନ ବିକ୍ରି ନିମନ୍ତେ ୭ ଦିନ ପୂର୍ବରୁ ...

Prime Odisha December 3, 2021, 7:52 am     725 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : info@primeodisha.news

More News

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କର...

ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ର...

କୋରାପୁଟ:ସ୍ଥାନୀୟ ପ୍ରେସ କ୍ଲବ,କୋରାପୁଟ ପରିସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟର ମିଳିତ ଆ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us