![]() ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ କୋଙ୍ଗରା ଗ୍ରାମ ପଞ୍ଚାୟତର ସଦର ମହକୁମା ଅନ୍ତର୍ଗତ ପରଜା ସାହିରୁ ଖବର ଅନୁଯାୟୀ,ଦିନକୁ ଦିନ ସମୟ ଯେମିତି ପରିବର୍ତ୍ତନ ହେଉଛି, ଜାତି ପ୍ରଥା ସେତିକି ଓଲଟ ପାଲଟ ହେବାରେ ଲାଗିଛି।କିଛିଦିନ ତଳେ ସାହିର ସାରଥୀ ଜାନୀଙ୍କ ପୁଅ ଜଗବନ୍ଧୁ ଜାନୀ ଆନ୍ଦ୍ରପ୍ରଦେଶ ରେ ଦାଦନ ଭାବେ କାମ କରିବାକୁ ଯାଇ,ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ନିଜ ଗ୍ରାମକୁ ଫେରି ଆସିଥିଲେ।ତାଙ୍କ ଘରେ ପୁରୁଷ ପିଲା ନ ଥିବା ଯୋଗୁ ,ସାହି ପୋଡ଼ାଶୀ କୁ ଟିକେ ନବରଂଗପୁର ଚିକିତ୍ସାଳୟ ନେବାକୁ ଡାକିଥିଲେ।ସାହି ପୋଡ଼ାଶୀ ପରିବାରଙ୍କ କଥାକୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ମନେ କଲେନାହିଁ।ଏପରି କି ଚିକିତ୍ସାଳୟ ଯିବାକୁ ଆମ୍ବୁଲାନ୍ସକୁ ଟିକେ ଫୋନ କରିଦେବାକୁ ବି ରୋକଠୋକ ମନା କରି ଦେଇଥିଲେ। ଏହି କଥା ପବନ ବେଗରେ ଖବର ଗ୍ରାମର ଚାରିଆଡ଼େ ପହଞ୍ଚିଗଲା। ଗ୍ରାମର ଖ୍ରୀଷ୍ଟିୟାନ ସାହିର ୩ ଜଣ ଯୁବକ ସରୋଜ ହିଆଲ,ମୋନନ୍ତ ହିଆଲ,ପରଦେଶୀ ସଗରିଆ ଲୋକ ସେବା ହି ଇଶ୍ଵର ସେବା ଭାବି ସାହାଯ୍ୟ କରିବା କୁ ଆଗେଇ ଆସିଥିଲେ।ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ନବରଂଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଇଥିଲେ।ଚିକିତ୍ସା ଅବସ୍ଥାରେ ଚଳିତ ମାସ ତା୧୭ରିଖ ସନ୍ଧ୍ୟାରେ ଜଗବନ୍ଧୁଙ୍କ ପ୍ରାଣବାୟୁ ଚାଲିଯାଇଥିଲା।ଏହି ସମୟରେବି ସମାଜର ଲୋକେ ଫୋନ ମାଧ୍ୟମରେ ଶୁଣିବି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ।ପୁଣି ୩ ଯୁବକ ଜଗବନ୍ଧୁଙ୍କ ଶବ କିଭଳି ଗ୍ରାମ ରେ ପହଞ୍ଚିବ ବୋଲି ଚେଷ୍ଟା କରି ଶବକୁ ମହା ପ୍ରୟାଣ ଗାଡିରେ ତୁରନ୍ତ ଗ୍ରାମରେ ପହଞ୍ଚିବା ବ୍ୟବସ୍ତା କରିଥିଲେ।ଏ ସମ୍ପର୍କରେ ୩ ଯୁବକଙ୍କୁ ପଚାରିବାରୁ ମାନବ ସେଵା ହି ମାଧବ ସେବା ବୋଲି କହିଛନ୍ତି।ପରଜା ସମ୍ପ୍ରଦାୟର ବୋଲି ସେମିତି କିଛି ନାହିଁ ଯେ କୌଣସି ଲୋକଙ୍କ ଅସୁବିଧା ହେଲେ ସାହାଯ୍ୟ କରିବାକୁ ଆଗେଇ ଆସିବା ଆମ ଧର୍ମ ବୋଲି କହିଛନ୍ତି।ଘଟଣାର ୩ ଦିନ ଅତିକ୍ରମ କରି ଯାଇଛି ସତ ହେଲେ ବି ପରିବାରର ଦୁଃଖ କମିବା ପରିବର୍ତ୍ତେ ଅଧିକ ବଢିବାରେ ଲାଗିଛି।ଅପରପକ୍ଷରେ ପରଜା ପ୍ରଥା ଅନୁସାରେ କେଉଁ କାଳରୁ ଜାତିର ଝିଅକୁ ଅନ୍ୟ ଜାତିର ପୁଅ ବିବାହ କଲେ,ଜାତିରେ ମିଶିବାକୁ ମଦ ଓ ଟଙ୍କା ଦରକାର। ସେହିଭଳି ଶବ କୁ ଅନ୍ୟ ଜାତିର ବ୍ୟକ୍ତି ଛୁଇଁଲେ ମଦ ଟଙ୍କା ଦରକାର ବୋଲି କହିଛନ୍ତି।ଦୁଃଖରେ ରହିଥିବା ପରିବାର ୧୦ହଜାର ଓ ମଦ କେଉଁଠାରୁ ଯୋଗାଡ କରିବେ, ସେ ଚିନ୍ତାରେ ରେ ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହୁଛନ୍ତି।ପ୍ରଥମ ସ୍ତ୍ରୀ ଜାନକୀ ଜାନୀ ର୩ ଟି କୁନି କୁନି ପୁଅ ରୋହିତ ଜାନୀ, ଆୟସ ଜାନୀ,ରୁଦ୍ର ଜାନୀ,ରହିଥିବା ବେଳେ,ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବା ୬ ମାସ ହୋଇ ଥିବା ବେଳେ, ସ୍ୱାମୀ ରୋଜଗାର କରିବା ପାଇଁ ଆନ୍ଦ୍ର ପ୍ରଵେଶ ରେ କୁଲିକାମ କରିବାକୁ ଯାଇଥିଲେ ବୋଲି କହିଛନ୍ତି।ଜଗବନ୍ଧୁ ର ପିତା ସାରଥୀ ଜାନୀ କହିଛନ୍ତି କି ମୁ ଗ୍ରାମରେ ଗାଈ ଗୋରୁ ଚରାଇ ମୁଠାଏ ଦେଲେ ସ୍ଵାମୀ ସ୍ତ୍ରୀ ଚଳୁଛ।ବର୍ତ୍ତମାନ କେଉଁଠାରୁ ଟଙ୍କା ଆଣି ଦେବି ବୋଲି କହିଛନ୍ତି।କାଲି ୩ଦିନିଆ ଥିଲା ସାହି ଲୋକ କେହି ଆସିଲେ ନାହିଁ।ଯେ ତାଙ୍କ ଘରକୁ ଯିବ ତାକୁ ଜାତିରୁ ବିଦା କରାଯିବ ବୋଲି ଗ୍ରାମର ମୁଖିଆ କହିବାରୁ କେହି ଆସିଲେ ନାହି।ଆମେ ନିଜେ ସୁଧୀ କରଣ ହେଲୁ।ଏବେ ସାହି ବାସୀନ୍ଦା କହୁଛନ୍ତି ଭାତ ନାୟକ ଆସିବେ ଶୁଦ୍ଧି କଲେ ହେବ ନ ହେଲେ ନାହଁ ବୋଲି ଚରମ ବାଣୀ ଶୁଣି ପରିବାର ମୁଣ୍ଡ ଵ୍ୟଥା ୨ ଗୁଣ ବଢିବାରେ ଲାଗିଛି।ଏ ସଂପର୍କରେ କଂଗରା ଗ୍ରାମ ପଞ୍ଚାୟତ ପିଇଓ ମୋହନ ଗୌଡ଼ ଙ୍କୁ ପଚାରିବାରୁ ତୁରନ୍ତ ବିଧବା ଭତ୍ତା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ତୁରନ୍ତ କରାଯିବ ବୋଲି କହିଛନ୍ତି।ଅପରପକ୍ଷରେ ବେଳ ଥାଉ ଥାଉ ତେନ୍ତୁଳିଖୁଣ୍ଟି ପୋଲିସ ଏହାର ସୁବ୍ୟବସ୍ତା ନ କଲେ ଆଗାମୀ ଦିନରେ ବଡ଼ ଧରଣ ର ଜାତି ପ୍ରଥାକୁ ସୁରକ୍ଷା ଦେବା ରେ ବଡ଼ ମୁଣ୍ଡ ଟେକି ଉଠିବ ବୋଲି ବହୁ ବୃଦ୍ଧି ଜୀବୀ ଯୁବ ସମାଜ ଦାବି କରିଛନ୍ତି। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ। |