BREAKING

ବିଜୁ ଜନତା ଦଳ ର ସମ୍ବର୍ଦ୍ଧନା ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ

ନବୀନ ପଟ୍ଟନାୟକଙ୍କ ଶାସନରେ ଲୋକେ ଆସ୍ଥା ପ୍ରକଟ କରି ବିଜେଡି କୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ବିଜେଡି କର୍ମୀ ମାନେ...


ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଂଚାୟତ ରେ ଆଜି ବିଜୁ ଜନତା ଦଳ ତରଫରୁ ଆଜି ଏକ ସମ୍ବର୍ଦ୍ଧନା ସଭା ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଆଜି ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ରମେଶ ମାଝୀ, ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ବିଜେଡି ଉପରେ ଆସ୍ଥା ପ୍ରକଟ କରି ବିଜେଡି ଯୋଗ ଦେଉଥିବା ଯୁବନେତା ରତିକାନ୍ତ ପଣ୍ଡା ଙ୍କ ସହ ତାଙ୍କ ସମର୍ଥକ ଏବଂ ଅନ୍ୟ ଲୋକେ ଯେଉଁମାନେ ବିଜେଡି କୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରି ବିଜେଡିର ଯୋଗଦେଲେ ସେମାନଙ୍କୁ ସ୍ୱଗତ କରିଥିଲେ ।20 ବର୍ଷର ନବୀନ ପଟ୍ଟନାୟକ ଙ୍କ ଶାସନରେ ଲୋକେ ଆସ୍ଥା ପ୍ରକଟ କରି ବିଜେଡି କୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ବିଜେଡି କର୍ମୀ ମାନେ ।ଉପସ୍ଥିତ ନେତା ବୃଦ ସ୍ବର୍ଗତ ସୁବାସ ଦାସ ଙ୍କୁ ସ୍ମରଣ କରିବା ସହ ତାଙ୍କ ଅନୁପସ୍ଥିତ ଙ୍କୁ ଉପଲବ୍ଧି କରିଥିଲେ ।ବିଜେପି ଏବଂ କଂଗ୍ରେସ ରୁ ଅସନ୍ତୁଷ୍ଟ କର୍ମୀ ଧୀରେ ଧୀରେ ବିଜେଡି ରେ ଯୋଗଦେଉଥିବାରୁ ଆଗାମୀ ନିର୍ବାଚନ ରେ ଏହାର ଏକ ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।ଆଜି ଏହି ମିଶ୍ରଣ ପର୍ବ ରେ ରତିକାନ୍ତ ପଣ୍ଡା ଏବଂ ଶତାଧିକ ଅସନ୍ତୁଷ୍ଟ କର୍ମୀ ବିଜେଡି ସହ ଜଡିତ ହୋଇଛନ୍ତି ।ଏହି ସଭାରେ ସାଂସଦ ଶ୍ରୀ ରମେଶ ମାଝୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ଆଲୋଚନା କରିବା ସହ ସମସ୍ଥଙ୍କୁ ଏହି କାର୍ଡ ବଣ୍ଟନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଦିଗି ପଞ୍ଚାୟତ ଅନ୍ତର୍ଗତ ସଲପା ଗ୍ରାମରେ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ ଓ ଲଛମନ ମାଝୀ ଙ୍କ ତତ୍ୱାଦନ ରେ ବିଜୁ ଜନତା ଦଳର ଏହି ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ , ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ବିଜେଡି ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ ତ୍ରିପାଠୀ, ବରିଷ୍ଟ ବିଜେଡି ନେତା ନାରାୟଣ ପାତ୍ର, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ , ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନୟ ସାଗର ନାୟକ , ନବରଙ୍ଗପୁର ଜିଲା ମହିଳା ବିଜେଡି ସଭାପତି ମଞ୍ଜୁଳା ମାଝୀ, ଜିଲ୍ଲା ସମ୍ପାଦକ ସୁଧୀର ଖୁରା, ପୂର୍ବତନ ବ୍ଲକ ସଭାପତି ମୃତ୍ୟୁଞ୍ଜୟ ସିଂ, ଅଞ୍ଚଳଗୁମା ସରପଞ୍ଚ ସୂର୍ଯ୍ୟ ରନ୍ଧାରି,ନନ୍ଦାହାଣ୍ଡି ବ୍ଲକ ସଭାପତି ଦୟାନିଧି ବିଷୋୟୀ,ନନ୍ଦା ହାଣ୍ଡି ବ୍ଲକ ଯୁବ ସଭାପତି ପୁରନ୍ଦର ଭତରା, ଯୁବ ବିଜେଡି ନେତା ପଙ୍କଜ ସାହୁ , ଯୁବ ନେତା ବାବୁନି ନାୟକ, ସୁରେଶ ନାୟକ, ସୁରେନ୍ଦ୍ର ଗନ୍ତାୟତ, ଦେବେନ୍ଦ୍ର ଦାସ, ଜିତୁ ଦାସ, କୁନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଉପସ୍ଥିତ ବରିଷ୍ଠ ନେତା ନାରାୟଣ ପାତ୍ର ଅଂଚଳର ତମାମ ସମସ୍ୟା ଉପସ୍ଥିତ ନେତା ଙ୍କ ସମ୍ମୁଖରେ ଉପସ୍ଥାପନା କରିବା ସହ ଉପଯୁକ୍ତ ପଦକ୍ଷ୍ୟପ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ ।

ରିପୋର୍ଟ:ମହେଶ୍ୱର ମହାନ୍ତି, ତେନ୍ତୁଳିଖୁଣ୍ଟି.

ହରିଶ୍ଚନ୍ଦ୍ର ଯୋଜନା ଶୁଭାରମ୍ଭ୍ କଲେ ସରପଞ୍ଚ

ନବରଙ୍ଗପ୍ନର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ, ବତୀ ଜାନୀ ସରପଞ୍ଚ ଦାଇତ୍ୱ ନେବା ପରେ ସେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।ସେ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି। ପଞ୍ଚାୟତ ରେ କୌଣସି ବୃଦ୍ଧ, ବୃଦ୍ଧା ବିଧବା, ବିକଳାଙ୍ଗ ସରକାରଙ୍କ ଯୋଜନାରେ ମାସିକଭତ୍ତା ପାଇବାରେ ବଞ୍ଚିତ ନ ହେବେ।ପଞ୍ଚାୟତ ର ପ୍ରତ୍ୟେକ ଜନ ଗହଳି ସ୍ଥାନ ରେ ଆଲୋକ ବ୍ୟବସ୍ତା କରଛନ୍ତି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାର କାର୍ଯ୍ୟ କାରୀ କରିଥିବା ବେଳେ ଏହି ପଞ୍ଚାୟତ ରେ ହିତାଧିକାରୀ ବଞ୍ଚିତ ହେଉଥିଲେ।ଏହାକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ। ଗତ...

Prime Odisha May 25, 2022, 8:04 am     209 Views

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     808 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     159 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     689 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     352 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     908 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ୫ଟି ସଚିବଙ୍କ ଉପସ୍ଥିତିରେ ବୋଲିଉ...

ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ବିଜେଡି ନେତାଙ୍କ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଚକମା ଦେଇ ଚାଲିଯାଉଥିବା ଭ...

ଭୁବନେଶ୍ବର(ପ୍ରାଇମ ଓଡିଶା ବ୍ୟୁରୋ):ଏକ ସୌଜନ୍ୟ ମୂଳକ ସାକ୍ଷାତ ଭାବରେ ଆଜି ବୋଲିଉଡ଼ ଅଭିନେତା ସୋନୁ ସୁଦ ମୁଖ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us