![]() ବୋରିଗୁମ୍ମା:- ସମଗ୍ର ଦେଶରେ ବ୍ୟାଙ୍କିଙ୍ଗ ବ୍ୟବସ୍ତାରେ ବର୍ଷ ବର୍ଷ ଧରି ଅହରହ ଉତ୍ତମ ସେବା ଯୋଗାଇ ଆସୁଛି ଭାରତୀୟ ଷ୍ଟେଟବ୍ୟାଙ୍କ।ଉତ୍ତମ ସେବା ଯୋଗାଇବା କାରଣ ରୁ ଏହି ବ୍ୟାଙ୍କ ରେ ଅନ୍ୟ ବ୍ୟାଙ୍କ ତୁଳନାରେ ଜମାକାରୀ ଙ୍କ ସଂଖ୍ୟା ସର୍ବାଧିକ !ଦୈନିକ ଅର୍ଥ କାରବାର ବି ସର୍ବାଧିକ ରହିଛି। କିନ୍ତୁ କୋରାପୁଟ ଜିଲାର କିଛି ସ୍ଥାନରେ ଏହାର ସୁଯୋଗ ନେଇ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମାନେ ଅନେକ ଜମାକାରୀ ଙ୍କୁ ହଇରାଣ କରାଇବା ବେଳେ ସମସ୍ୟା କୁ ନେଇ ବ୍ୟାଙ୍କ କର୍ମଚାରୀ ଙ୍କ ସହ ଆଲୋଚନା କରିବା ବେଳେ ଜମାକାରୀ ଙ୍କ ସମସ୍ୟା ର ସମାଧାନ କରିବେ ଓଲଟା ଯାଇଥିବା ଲୋକପ୍ରତିନିଧି ଙ୍କୁ ମଧ୍ୟ ଦୁର୍ବ୍ୟବହାର ଦେଉଛନ୍ତି ବ୍ୟାଙ୍କ କର୍ମଚାରୀ।ଏଭଳି କିଛି ଅଭିଯୋଗ ଆସିଛି ବୋରିଗୁମ୍ମା ସ୍ଥିତି ଭାରତୀୟ ଷ୍ଟେଟ ବ୍ୟାଙ୍କ ବିରୁଦ୍ଧରେ।ଅଭିଯୋଗ ଆଣିଛନ୍ତି ବୋରିଗୁମ୍ମା ଯୋନର ଜିଲ୍ଲାପରିଷଡ଼ ସଭ୍ୟ ଏଲ.ନାରାୟଣ ରାଓ।ଅଭିଯୋଗ ଅନୁଯାଇ ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କର ୩ଜଣ ଜମାକାରୀ ଲକ୍ଷ୍ମୀ ଜାନୀ,ପାର୍ବତୀ ଜାନୀ ଏବଂ ହରିମଣି ଜାନୀ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସଂଯୋଗ କରିବାକୁ ବୋରିଗୁମ୍ମା ଷ୍ଟେଟବ୍ୟାଙ୍କକୁ ଗତ ୨୭ତାରିଖ ସମବାର ଦିନ ଆସିଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ମାନେତାଙ୍କୁ ତିନି ଦିନ ଧରି କ୍ରମାଗତ ଭାବେ ବ୍ୟାଙ୍କକୁ ଆସୁଥିଲେବି ସେମାନଙ୍କର ଜମାଖାତାକୁ ଆଧାର ସଂଯୋଗ ହୋଇପାରି ନଥିଲା।ଆଧାର ସଂଯୋଗ ନହେବା କାରଣରୁ ସେମାନେ ନିଜ ଜମା ଟଙ୍କା ଉଠେଇ ପାରୁନାହାନ୍ତି। ସେପ୍ଟେମ୍ବର ମାସ ୩୦ ତାରଖ ଗୁରୁବାର ଦିନ ଏହି ଜମାକାରୀ ଙ୍କୁ ଧରି ଏହାର ସମାଧାନ ପାଇଁ ବୋରିଗୁମ୍ମା ଯୋନ ଜିଲାପରିଷଦ ସଭ୍ୟ ଏଲ.ନାରାୟଣ ରାଓ ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କକୁ ଯାଇ କର୍ମଚାରୀଙ୍କ ସହ ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲେ।ବ୍ୟାଙ୍କ କର୍ମଚାରୀ ମାନେ ଏହାର ସମାଧାନ କରିବା ପରିବର୍ତ୍ତେ ଲୋକପ୍ରତିନିଧି ଶ୍ରୀ ରାଓ ଙ୍କୁ ଆପଣ କିଏ ଆପଣଙ୍କ ବ୍ୟାଙ୍କରେ ଆକାଉଣ୍ଟ ଅଛିକି ଆପଣ ବ୍ୟାଙ୍କ ରୁ ବାହାରକୁ ଯାଆନ୍ତୁ ବୋଲି ଦୁର୍ବ୍ୟବହାର କରିଥିଲେ ଏମିତି କି ତାଙ୍କୁ ସେହି ପରିସର ରୁ ଘଉଡେଇ ଥିଲେ ! ଘଟଣା କୁ ନେଇ ଶ୍ରୀ ରାଓ ବ୍ୟାଙ୍କର ଜଣେ ପଣ୍ଡା ବାବୁ ତାଙ୍କ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ।ଅଭିଯୋଗ କୁ ଶୁଣିବେ କଣ ଓଲଟା ଶ୍ରୀ ରାଓ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ତୁରନ୍ତ ବନ୍ଦ କରିଦେବାକୁ ସଖାପରିଚାଳକ ସଞ୍ଜୀବ କୁମାର ସିନା ତାଙ୍କ କର୍ମଚାରୀ ଙ୍କୁ କହିଲେ। ପରେ ଶ୍ରୀ ରାଓ ବ୍ୟାଙ୍କରୁ ଘରକୁ ଫେରିଥିଲେ।ଘଟଣାର ପରଦିନ ଶ୍ରୀ ରାଓ ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କରେ ନିଜ ଯମା ଖାତା କୁ ବନ୍ଦ କରାଇବା ପାଇଁ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୀବ କୁମାର ସିନାଙ୍କ ନିକଟକୁ ଗଲେ, ବ୍ୟାଙ୍କର ପରିଚାଳକ ସଞ୍ଜୀବ କୁମାର ସିନାଙ୍କ କହିବା କାରଣ ରୁ ନିଜ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ କହିଲେ ଶ୍ରୀ ରାଓ।ତାଙ୍କୁ ଦୁର୍ବ୍ୟବହର ଦେଇଥିବା କର୍ମଚାରୀ ଏବଂ ସଖାପରିଚାଳକ ମାନେ ଦୀର୍ଘ ଏକ ଘଣ୍ଠା ଧରି ବ୍ୟାଙ୍କ ଆକାଉଣ୍ଟ ବନ୍ଦ ନକରିବା ନେଇ ଶ୍ରୀ ରାଓଙ୍କୁ ବୁଝେଇ ଥିଲେ।ବ୍ୟାଙ୍କ କର୍ମଚାରୀ ପକ୍ଷରୁ ଆଗକୁ ଏମିତି ଭୁଲ ହେବନି ବୋଲି କହିଥିଲେ ବ୍ୟାଙ୍କ ପରିଚାଳକ। ଆଜି ପର୍ଯ୍ୟନ୍ତ ସେହି ତିନି ଜମାକାରୀଙ୍କ ଏକାଉଣ୍ଟ କୁ ଆଧାର ସଂଯୋଗ ହୋଇପାରିନି।ବୋରିଗୁମ୍ମା ବ୍ଲକ ରେ ଷ୍ଟେଟ ବ୍ୟାଙ୍କର ଗୋଟିଏ ଶାଖା ଥିବା ବେଳେ ଏହି ଶାଖା ଉପରେ ବ୍ଲକର ୩୧ଟି ପଞ୍ଚାୟତର ପ୍ରାୟ ଏକ ଦେଢ଼ ଲକ୍ଷ ଜମା କାରୀ ଜଡିତ ଅଛନ୍ତି।ଦୈନିକ ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳ ରୁ ସୁଦୂର ୪୦/୪୫ କିଲୋମିଟରରୁ ଜମାକାରୀ ଆସିଥାନ୍ତି।ନିଜ ଜମାଖାତାରୁ ଟଙ୍କା ଉଠେଇବା ପାଇଁ।ଟଙ୍କା ଉଠେଇବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଇନ ରେ ରହିଲେ ମିଳେ ଟଙ୍କା।କିନ୍ତୁ ବଡ ବଡ଼ିଆ ଲୋକ ମାନେ ଏହି ବ୍ୟାଙ୍କକୁ ଟଙ୍କା ଉଠାଇବା ହେଉ ଅବା ଟଙ୍କା ଜମା କରିବା ପାଇଁ ହେଉ ସେମାନେ ଆସିଲେ ତୁରନ୍ତ ସେବା ଯୋଗେଇଦିଏ ଏହି ଶାଖା।ଏମିତି କି ବ୍ୟାଙ୍କର ସମୟ ସୀମା ଅପରାହ୍ନ ୩.୩୦ ମିଟିନ ପରେ ସାଧାରଣ ଲୋକଙ୍କ ପାଇଁ ମୁଖ ଫାଟକ ବନ୍ଦ କିନ୍ତୁ ସେହି ସମୟ ରେ କୌଣସି ବଡ ବଡିଆ ବାବୁ ଆସିଲେ ବ୍ୟାଙ୍କ ପଛପଟୁ ଗେଟ ଖୋଲା କରି ସେମାନଙ୍କୁ ତୁରନ୍ତ ସେବା ଯୋଗାଇ ଦେଉଛି ଏହି ସଖା ଯାହାର କି ନଜରକୁ ଆସିଛି।ବୋରିଗୁମା ବ୍ଲକ ରେ ୩୦ ହଜାର ପଞ୍ଜିକୃତ ଶ୍ରମିକ ରହିଛନ୍ତି।ସେଥି ମଧ୍ୟରୁ ୨୦ହଜାର ଶ୍ରମିକ ନିରନ୍ତର ଭାବେ ନାରେଗା ଯୋଜନା ର ଶ୍ରମିକ କାର୍ଯ୍ୟ କରୁଛନ୍ତି।୨୦ହଜାର ଶ୍ରମି ଙ୍କ ମଧ୍ୟରୁ ୧୦ହଜାର ଶ୍ରମିକଙ୍କ ଜମା ଖାତା ଷ୍ଟେଟ ବ୍ୟାଙ୍କରେ ରହିଛି।ଏମାନଙ୍କ ମଧ୍ୟ ରୁ ଅନେକ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ହୋଇନି।ଯଦ୍ୱାରା ଅନେକ ଶ୍ରମିକ ନିଜର ଶ୍ରମ କରିଥିବା ପାଉଣା ବି ପାଇବାରେ ବିଲମ୍ଭ ହେଉଛି।ଶ୍ରମିକଙ୍କ ସାମସ୍ୟା ବିଷୟ ରେ ବ୍ଲକ ପ୍ରଶାସନ ଧ୍ୟାନ ଦେଉନାହାନ୍ତି କି ଏହି କର୍ତ୍ତୃପକ୍ଷ ମଧ୍ୟ ଗୁରୁତର ଭାବେ ନେଉନାହାନ୍ତି।ଯଦ୍ୱାରା ଶହ ଶହ ଗରିବ ଜମା କରି ଠିକ ସମୟ ରେ ନିଜର ଟଙ୍କା ଉଠେଇ ପାରୁ ନାହାନ୍ତି।ତେବେ ବ୍ୟାଙ୍କ ଭଳି ଗୋଟେ ଗୁରୁତ୍ୱ ପୂର୍ଣ ବ୍ୟବସ୍ତା ର ଦାଇତ୍ୱ ରେ ରହି ଜମାକାରୀ ଙ୍କୁ ଦୁର୍ବ୍ୟବହର ଦେବା ନେଇ ଏବେ ବ୍ୟାଙ୍କର ପରିଚାଳନା ଉପରେ ଉଠିଛି ବଡ ପ୍ରଶ୍ନ ବାଚି।ସେପଟେ ବୋରିଗୁମ୍ମା ଷ୍ଟେଟବ୍ୟାଙ୍କ ତରଫରୁ ଜମାକାରୀ ଙ୍କୁ ହୋଇଥିବା ଦୁର୍ବ୍ୟବହାର ପ୍ରସଙ୍ଗ କୁ ବୋରିଗୁମ୍ମାର ବରିଷ୍ଟ ନାଗରିକ ବିବେକାନନ୍ଦ ପଟନାୟକ,କେ କେଶବ ରାଓ, ରମେଶ ନାୟକ ,ପରିଖିତ ପଟନାୟକ ପ୍ରମୁଖ ନିନ୍ଦା କରିଛନ୍ତି। ସେପଟେ ଏଭଳି ଘଟଣା ଉପରେ ଷ୍ଟେଟ ବେଙ୍କ ର ମୁଖ୍ୟପରି ଚାଳକ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବା ନେଇ ସାଧାରଣ ରେ ଦାବି ହେଉଛି।ତେବେ ଏସବୁ ଘଟଣା କୁ ନେଇ ଗଣମାଧ୍ୟମ ପ୍ରତିନିଧି କୁ କୌଣସି ପ୍ରତିକ୍ରିୟା ଦେବାକୁ ସଫା ସଫା ମାନ କରିଛନ୍ତି ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୀବ କୁମାର ସିନା। ରିପୋର୍ଟ:ବିଘ୍ନେଶ୍ୱର ଷଡ଼ଙ୍ଗୀ,ବୋରିଗୁମ୍ମା. |