BREAKING

ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ବାର ଜଣ ନୂତନ ସାମ୍ବାଦିକଙ୍କୁ ସଂଘରେ ସାମିଲ କାରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ..


ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଝରୀଗାଁ ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସଂଘ ସଭାପତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ |
ପରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହ ସ୍ବର୍ଗତ ଅରିନ୍ଦମ ଦାସ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରି ତାଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ, ଝରୀଗାଁ ପ୍ରେସ କ୍ଲବ ତରଫରୁ ଅତିଥି ପରିଚୟ ସହ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ | ଏହି କାର୍ଯ୍ୟକ୍ରମ ରେ ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନେ ଉପାନ୍ତ ଅଂଚଳର ସମସ୍ୟା ସହ ଲୋକଙ୍କ ବିଭିନ୍ନ ସମସ୍ୟା କୁ ଖବର ମାଧ୍ୟମରେ ଉପସ୍ଥାପନା କରି ସରକାର ଓ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାରେ ମୁଖ୍ୟ ଭୂମିକା ଅର୍ଜନ କରିଥାନ୍ତି ବୋଲି କହିବା ସହ ସାମ୍ବାଦିକ ଙ୍କ ପାଇଁ ନବରଙ୍ଗପୁର ଠାରେ ହେବାକୁ ଥିବା ସାମ୍ବାଦିକ ଭବନ ପାଇଁ ତାଙ୍କ ଅର୍ଥରୁ ପାଣ୍ଠି ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତୀ୍ୟାନନ୍ଦ ଗଣ୍ଡ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ଝରୀଗାଁ ବିଡ଼ିଓ ସତ୍ୟନାରାୟଣ ମେହେର ପ୍ରମୁଖ ଯୋଗଦେଇ ସାମ୍ବାଦିକ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିବା ସହ ସାମ୍ବାଦିକ ମାନଙ୍କ ଯୋଗୁଁ ଉପାନ୍ତ ଅଂଚଳର ବିଭିନ୍ନ ସମସ୍ୟା କୁ ଲୋକଲୋଚନ କୁ ଆଣିବାସହ ପ୍ରଶାସନ ର ଦୃଷ୍ଟି କୁ ଆଣିବାରେ ସହାୟକ ହୋଇଥାନ୍ତି ବୋଲି ମତ ରଖିଥିଲେ | ନବରଙ୍ଗପୁର ଜିଲ୍ଲାରେ ଏକ ଶୃଙ୍ଖଳିତ ସଂଘ ଭାବେ ନବରଙ୍ଗପୁର ଓୟୁଜେ କାର୍ଯ୍ୟ କରିବା ସହ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବାରେ ସହାୟକ ହୋଇପାରିଛ ବୋଲି ସଂଘ ସଭାପତି ଶ୍ରୀ ବେହେରା କହିବା ସହ ନବରଙ୍ଗପୁର ଜିଲ୍ଲାରେ ନକଲି ସାମ୍ବାଦିକ ଙ୍କ ପ୍ରାଦୁର୍ଭାବ କୁ ରୋକିବା ପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ନେବାପାଇଁ ଏସପି ଙ୍କ ନିକଟରେ ସଂଘ ପକ୍ଷରୁ ଦାବି ରଖଆଯାଇଥିବା କହିଥିଲେ | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଅଂଚଳର ୧୨ଜଣ ସାମ୍ବାଦିକ ଆଜି ଓୟୁଜେ ରେ ସାମିଲ ହୋଇଥିଲେ ସେମାନଂକୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଓୟୁଜେ ସଂଘ ଅଧକ୍ଷ ପ୍ରଶାନ୍ତ ସାହୁ,ସମ୍ପାଦକ ବାରିଜ ପଟନାୟକ, କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ମିଶ୍ର,ଝରୀଗାଁ ପ୍ରେସ କ୍ଲବ ସଭାପତି ତ୍ରିନାଥ ଧାରୁଆ ପ୍ରମୁଖ ମଂଚାସୀନ ଥିବାବେଳେ କୃଷ୍ଣ ଚନ୍ଦ୍ର ପଟନାୟକ ଏବଂ ସଂଘ ଆଇନ ପରାମର୍ଶଦାତା କିରଣ ପଟନାୟକ ମଞ୍ଚ ପରିଚାଳନା କରିଥିଲେ | ଶେଷରେ ସାମ୍ବାଦିକ ସଞ୍ଜୟ ନାୟକ ସଭାସାଙ୍ଗ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପି, ପ୍ରକାଶ, ଭବାନୀ, ଦିଲୀପ ଦାସ, ମନୋଜ ପାଣ୍ଡୀ,ଝରୀଗାଁ ପ୍ରେସ କ୍ଲବ ତରଫରୁ ଗିରିଧର ମାଝୀ, କାଁହୁ ନନ୍ଦିଆ, ଜୟଶ୍ରୀ ଦାସ,ସମ୍ବିତ ଦାସ ପ୍ରମୁଖ ଉପସ୍ଥିତ ରହି ଥିଲେ।

ରିପୋର୍ଟ :ପ୍ରାଇମ ଓଡିଶା ନିୟୁଜ,ଝରୀଗାଁ.

ସଡକ ଦୁର୍ଘଟଣାରେ ଦୁଇ ଗୁରୁତର

ନବରଙ୍ଗପୁର:ରାଇଘର ବ୍ଲକ ଅନ୍ତର୍ଗତ ଲାଲ ମାଟି ଓ ସାନ୍ତନଗର ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବାରୁ ଦୁଇ ବାଇକ୍ ଚାଲକ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ବରେ ପଡିଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଘଟଣା ସ୍ଥଳରେ ରାଇଘର ଥାନା asi - pk soy ପହଞ୍ଚି ବାଇକ୍ ଚାଲକ କୁ ଆମ୍ବୁଲାନ୍ସ ଯୋଗେ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।କିଛି ସମୟ ପରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ରାଇଘର ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ବାଇକ୍ ଚାଲକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେଠାରୁ ତୁରନ୍ତ ରାଇଘର ପୁଲିସ ଘଟଣା ସ୍ଥଳରୁ ଦୁଇ ବାଇକ୍ ଜବତ କରି ଥାନାରେ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ଜଣାପଡିଛି। ରିପୋର୍ଟ:ରବିନାରାୟଣ...

Prime Odisha October 26, 2021, 11:44 am     147 Views

"ପରବ" ପାଇବାକୁ ଯାଉଛି ଜାତୀୟ ମାନ୍ୟତା

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରୀୟମ ଠାରେ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତରଙ୍କ ଅଧକ୍ଷତାରେ ଏକ ସାଧରଣ ପରିଷଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପରବର ୨୫ ବର୍ଷ ପୂର୍ତି ପାଳନ କରାଯିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , କୋ...

Prime Odisha October 26, 2021, 8:32 am     367 Views

ଖୋଲିଲା ବିଦ୍ୟାଳୟ,,ଖୁସି ପ୍ରକାଶ କଲେ ଅଷ୍ଟମ ଛାତ୍ରଛାତ୍ରୀ

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅନୁମତି ପତ୍ର ସହ ଖୋଲିଛି ଅଷ୍ଟମ ଶ୍ରେଣୀ ପାଠ ପଢା ।ଦୀର୍ଘଦିନ ରୁ ବିଦ୍ୟାଳୟ ବନ୍ଦ ଥିବାରୁ ପିଲେ ଉତ୍କଣ୍ଠା ର ସହ ବିଦ୍ୟାଳୟ ଖୋଳିବା ନିଷ୍ପତି କୁ ଅପେକ୍ଷା କରି ରହିଥିଲେ ।ପିଲାଙ୍କ ଅପେକ୍ଷାର ଅନ୍ତ ଘଟିଛି ।ଶେଷରେ ହୋଇଛି ବିଦ୍ୟାଳୟ ।କିନ୍ତୁ ବିଦ୍ୟାଳୟ ଆସିବାକୁ ହେଲେ ରହିଛି କିଛି କଟକଣା।ଯେଉଁ ପିଲା ବିଦ୍ୟାଳୟ ଆସିବେ ସେମାନେ ତାଙ୍କ ମାତା ପିତା ଅନୁମତି ପତ୍ର ଲିଖିତ ଆକାରରେ ଦେବା ନିମନ୍ତେ କହିଥିଲେ ଶିକ୍ଷ୍ୟକ ।ଯେଉଁ ପିଲା ବିଦ୍ୟାଳୟ ଆସିବେନି ସେମାନେ ଅନ୍ଲାଇନ ଯୋଗେ ପାଠ ପଢିପାରିବେ ବୋଲି କୁହାହାଇଛି । ଆଜି ତେନ୍ତୁଳିଖୁଣ୍ଟି ବ୍ଲ...

Prime Odisha October 25, 2021, 8:14 am     369 Views

ଚନ୍ଦାହାଣ୍ଡି ଚାରି ଛକଠାରେ ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନବରଙ୍ଗପୁର:ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ୍ ସଦରମହକୁମା ଚାରି ଛକ ନିକଟରେ ଚନ୍ଦାହାଣ୍ଡି ବ୍ଳକ କଂଗ୍ରେସ କର୍ମୀ ଙ୍କ ଦ୍ୱାରା ସ୍ଥାପିତ ହୋଇଯାଇଛି l ପ୍ରକାଶ ଥାଉକି ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ଉଣେଇଶି ଶହ ଚଉରାଅଶୀ ମସିହାରେ ନିଧନ ହୋଇଯାଇଥିଲା, ତେବେ ଏହାର ସ୍ମୃତିରେ ତତ୍କାଳୀନ କଂଗ୍ରେସ କର୍ମୀ ମୁକୁନ୍ଦ ପାଣ୍ଡେ ଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଚନ୍ଦାହାଣ୍ଡି ଠାରେ ସ୍ଥିତ ଚାରି ଛକ ଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଶୁଭ ଦେଇଥିଲେ l ତେବେ ଆଜି ଅନେକ ଦିନପରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ କ୍ଷେମରାଜ ବାଘ ଙ୍...

Prime Odisha October 24, 2021, 10:32 am     935 Views

ସର୍ପ ଦଂଶନରେ ବୃଦ୍ଧ ଆହତ

ନବରଙ୍ଗପୁର:ନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ମଦନ ହରିଜନ(୫୦)ମକା ବାଡ଼ି ରେ ମକା ଦେଖିବାକୁ ଯାଇଥିଲେ। ମକା ଦେଖି ଫେରି ଆସିବା ବେଳେ ବାଡ଼ ହିଡରେ ଏକ ବିଷାକ୍ତ ସର୍ପ ଡ଼ାହାଣ ଗୋଡ଼ ର ପାଦ ରେ ଚୋଟ ଉପରେ ଚୋଟ ମାରିଥିଲା।ଯାହା ଫଳରେ ସେ ସେଠାରୁ ଚିତ୍କାର କରିବାରୁ ଗ୍ରାମ ବାସୀ ଆସି ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ କରି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ସର୍ପ ଦଂଶନ ଔଷଧ ଉପଲବ୍ଧ ନ ହେବାରୁ ତୁରନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ...

Prime Odisha October 24, 2021, 8:40 am     643 Views

ଆଜି ଫାଇନାଲ୍ ରେ କୁମ୍ଭା ବନାମ ନାରାୟନପୁର

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବି ଗୃପ ର ସେମିଫାଇନାଲ ଛତିଶଗଡ଼ ର ନାରାୟଣପୁର ବନାମ ଵୋଚଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ମଧ୍ୟାନ୍ତର ସୁଦ୍ଧା ନାରାୟଣପୁର୧.୦ରେ ଆଗୁଆ ଥିବା ବେଳେ ଵୋଚଳି ପଛୁଆ ରହିଥିଲା।ମଧ୍ୟାନ୍ତର ପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା ଵୋଚଳି।ଖେଳ ଶେଷ ହେବା ପୂର୍ବରୁ ଆଉ ଗୋଟେ ଗୋଲ ଦେଇ ନାରାୟନପୁର ୨.୦ ରେ ଆଗୁଆ ଥିବା ବେଳେ ଖେଳ ଶେଷ ବେଳକୁ ଵୋଚଳି ୧ଗୋଲ ମାରିଥିଲା ୨. ୧ ବିଜୟୀ ହୋଇଛି ନାରାୟନପୁର।ଆଜିର ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ମହିଳା ସଭାପତି ମଞ୍ଜୁଳା ମାଝୀ ଯୋଗ ଦେଇ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କ୍ରୀଡା ପ୍ରେମିଙ୍କୁ ଉତ୍ସାହିତ ...

Prime Odisha October 24, 2021, 8:34 am     240 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ରାଇଘର ବ୍ଲକ ଅନ୍ତର୍ଗତ ଲାଲ ମାଟି ଓ ସାନ୍ତନଗର ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋ...

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହ...

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us