BREAKING

ସମ୍ଭାବ୍ୟ ବାତ୍ୟା"ଗୁଲାବ"କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ

ରେଡ ଆଲର୍ଟ ପରେ 'ଗୁଲାବ'କୁ ନେଇ ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ


ନବରଙ୍ଗପୁର : ଆସୁଛି ବାତ୍ୟା 'ଗୁଲାବ'! ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ
ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁରକୁ ରେଡ୍ ଆର୍ଲ ଜାରି ପରେ ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ ।
ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଆସୁଛି ବାତ୍ୟା 'ଗୁଲାବ', ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳଏଥିପାଇଁ ବ୍ଲକଗୁଡିକରେ ବାତ୍ୟା ନେଇ ସତର୍କ ରହିବା ପାଇଁ ଲୋକଙ୍କୁ ମାଇକ ଯୋଗେ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ ଯାଏଁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇନାହିଁ । କେବଳ ଚତୁର୍ଦିଗରେ କଳା ମେଘ ଢାଙ୍କି ରହିଛି । ଯଦି ଆବଶ୍ୟକ ହୁଏ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରାଯିବ ବୋଲି ସୂଚନା ମିଳିଛି । ସେପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ଟିକିଏ ଆଶ୍ବସ୍ତି ଆଣିଦେଇଛି । ଜିଲ୍ଲାର ଏହି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୪୩ ମିଟର ରହିଛି । ୧ ଅକ୍ଟୋବର ସୁଦ୍ଧା ଜଳଭଣ୍ଡାରରେ ୬୪୧.୫ ମିଟର ରହିବା କଥା କିନ୍ତୁ ଆଜି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୨.୭୭ ମିଟର ରହିଛି ।ତେଣୁ ବାତ୍ୟା ଦ୍ୱାରା ନବରଙ୍ଗପୁର ପ୍ରଭାବିତ ହେବାକୁ ଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ନିଷ୍କାସନ କରାଯିବ ନାହିଁ ବୋଲି ଜଣାପଡିଛି । ତେବେ ନଦୀରେ ବିପଦ ସଙ୍କେତ ନଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ଜଳ ନିଷ୍କାସନର ସମ୍ଭାବନା କମ ଥିବାରୁ ବର୍ଷାର ପ୍ରଭାବ ଦେଖି ଜଳ ନିଷ୍କାସନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଜଳ ନିଷ୍କାସନ କରାଗଲେ ତଳିଆ ଅଞ୍ଚଳରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ, ନନ୍ଦାହାଣ୍ଡି ବ୍ଲକ ଓ କୋଶାଗୁମୁଡା ବ୍ଲକ ଦେଇ ପ୍ରବାହିତ ହେଉଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲାରେ ୨ଟି ଓଡ୍ରାଫ୍ ଟିମ ପହଞ୍ଚିବା ସହ ସତର୍କତା ଜାରି କରାଯାଉଛି ବୋଲି କହିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ।

ରିପୋର୍ଟ : ଉମାସଙ୍କର ସାହୁ,ନବରଙ୍ଗପୁର.

ସଡକ ଦୁର୍ଘଟଣାରେ ଦୁଇ ଗୁରୁତର

ନବରଙ୍ଗପ୍ନଉ:ରାଇଘର ବ୍ଲକ ଅନ୍ତର୍ଗତ ଲାଲ ମାଟି ଓ ସାନ୍ତନଗର ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବାରୁ ଦୁଇ ବାଇକ୍ ଚାଲକ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ବରେ ପଡିଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଘଟଣା ସ୍ଥଳରେ ରାଇଘର ଥାନା asi - pk soy ପହଞ୍ଚି ବାଇକ୍ ଚାଲକ କୁ ଆମ୍ବୁଲାନ୍ସ ଯୋଗେ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।କିଛି ସମୟ ପରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ରାଇଘର ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ବାଇକ୍ ଚାଲକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେଠାରୁ ତୁରନ୍ତ ରାଇଘର ପୁଲିସ ଘଟଣା ସ୍ଥଳରୁ ଦୁଇ ବାଇକ୍ ଜବତ କରି ଥାନାରେ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ଜଣାପଡିଛି। ରିପୋର୍ଟ:ରବିନାରାୟ...

Prime Odisha October 26, 2021, 11:30 am     749 Views

"ପରବ" ପାଇବାକୁ ଯାଉଛି ଜାତୀୟ ମାନ୍ୟତା

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରୀୟମ ଠାରେ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତରଙ୍କ ଅଧକ୍ଷତାରେ ଏକ ସାଧରଣ ପରିଷଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପରବର ୨୫ ବର୍ଷ ପୂର୍ତି ପାଳନ କରାଯିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , କୋ...

Prime Odisha October 26, 2021, 8:32 am     891 Views

ଖୋଲିଲା ବିଦ୍ୟାଳୟ,,ଖୁସି ପ୍ରକାଶ କଲେ ଅଷ୍ଟମ ଛାତ୍ରଛାତ୍ରୀ

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅନୁମତି ପତ୍ର ସହ ଖୋଲିଛି ଅଷ୍ଟମ ଶ୍ରେଣୀ ପାଠ ପଢା ।ଦୀର୍ଘଦିନ ରୁ ବିଦ୍ୟାଳୟ ବନ୍ଦ ଥିବାରୁ ପିଲେ ଉତ୍କଣ୍ଠା ର ସହ ବିଦ୍ୟାଳୟ ଖୋଳିବା ନିଷ୍ପତି କୁ ଅପେକ୍ଷା କରି ରହିଥିଲେ ।ପିଲାଙ୍କ ଅପେକ୍ଷାର ଅନ୍ତ ଘଟିଛି ।ଶେଷରେ ହୋଇଛି ବିଦ୍ୟାଳୟ ।କିନ୍ତୁ ବିଦ୍ୟାଳୟ ଆସିବାକୁ ହେଲେ ରହିଛି କିଛି କଟକଣା।ଯେଉଁ ପିଲା ବିଦ୍ୟାଳୟ ଆସିବେ ସେମାନେ ତାଙ୍କ ମାତା ପିତା ଅନୁମତି ପତ୍ର ଲିଖିତ ଆକାରରେ ଦେବା ନିମନ୍ତେ କହିଥିଲେ ଶିକ୍ଷ୍ୟକ ।ଯେଉଁ ପିଲା ବିଦ୍ୟାଳୟ ଆସିବେନି ସେମାନେ ଅନ୍ଲାଇନ ଯୋଗେ ପାଠ ପଢିପାରିବେ ବୋଲି କୁହାହାଇଛି । ଆଜି ତେନ୍ତୁଳିଖୁଣ୍ଟି ବ୍ଲ...

Prime Odisha October 25, 2021, 8:14 am     316 Views

ଚନ୍ଦାହାଣ୍ଡି ଚାରି ଛକଠାରେ ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନବରଙ୍ଗପୁର:ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ୍ ସଦରମହକୁମା ଚାରି ଛକ ନିକଟରେ ଚନ୍ଦାହାଣ୍ଡି ବ୍ଳକ କଂଗ୍ରେସ କର୍ମୀ ଙ୍କ ଦ୍ୱାରା ସ୍ଥାପିତ ହୋଇଯାଇଛି l ପ୍ରକାଶ ଥାଉକି ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ଉଣେଇଶି ଶହ ଚଉରାଅଶୀ ମସିହାରେ ନିଧନ ହୋଇଯାଇଥିଲା, ତେବେ ଏହାର ସ୍ମୃତିରେ ତତ୍କାଳୀନ କଂଗ୍ରେସ କର୍ମୀ ମୁକୁନ୍ଦ ପାଣ୍ଡେ ଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଚନ୍ଦାହାଣ୍ଡି ଠାରେ ସ୍ଥିତ ଚାରି ଛକ ଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଶୁଭ ଦେଇଥିଲେ l ତେବେ ଆଜି ଅନେକ ଦିନପରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ କ୍ଷେମରାଜ ବାଘ ଙ୍...

Prime Odisha October 24, 2021, 10:32 am     618 Views

ସର୍ପ ଦଂଶନରେ ବୃଦ୍ଧ ଆହତ

ନବରଙ୍ଗପୁର:ନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ମଦନ ହରିଜନ(୫୦)ମକା ବାଡ଼ି ରେ ମକା ଦେଖିବାକୁ ଯାଇଥିଲେ। ମକା ଦେଖି ଫେରି ଆସିବା ବେଳେ ବାଡ଼ ହିଡରେ ଏକ ବିଷାକ୍ତ ସର୍ପ ଡ଼ାହାଣ ଗୋଡ଼ ର ପାଦ ରେ ଚୋଟ ଉପରେ ଚୋଟ ମାରିଥିଲା।ଯାହା ଫଳରେ ସେ ସେଠାରୁ ଚିତ୍କାର କରିବାରୁ ଗ୍ରାମ ବାସୀ ଆସି ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ କରି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ସର୍ପ ଦଂଶନ ଔଷଧ ଉପଲବ୍ଧ ନ ହେବାରୁ ତୁରନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ...

Prime Odisha October 24, 2021, 8:40 am     575 Views

ଆଜି ଫାଇନାଲ୍ ରେ କୁମ୍ଭା ବନାମ ନାରାୟନପୁର

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବି ଗୃପ ର ସେମିଫାଇନାଲ ଛତିଶଗଡ଼ ର ନାରାୟଣପୁର ବନାମ ଵୋଚଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ମଧ୍ୟାନ୍ତର ସୁଦ୍ଧା ନାରାୟଣପୁର୧.୦ରେ ଆଗୁଆ ଥିବା ବେଳେ ଵୋଚଳି ପଛୁଆ ରହିଥିଲା।ମଧ୍ୟାନ୍ତର ପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା ଵୋଚଳି।ଖେଳ ଶେଷ ହେବା ପୂର୍ବରୁ ଆଉ ଗୋଟେ ଗୋଲ ଦେଇ ନାରାୟନପୁର ୨.୦ ରେ ଆଗୁଆ ଥିବା ବେଳେ ଖେଳ ଶେଷ ବେଳକୁ ଵୋଚଳି ୧ଗୋଲ ମାରିଥିଲା ୨. ୧ ବିଜୟୀ ହୋଇଛି ନାରାୟନପୁର।ଆଜିର ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ମହିଳା ସଭାପତି ମଞ୍ଜୁଳା ମାଝୀ ଯୋଗ ଦେଇ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କ୍ରୀଡା ପ୍ରେମିଙ୍କୁ ଉତ୍ସାହିତ ...

Prime Odisha October 24, 2021, 8:34 am     406 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପ୍ନଉ:ରାଇଘର ବ୍ଲକ ଅନ୍ତର୍ଗତ ଲାଲ ମାଟି ଓ ସାନ୍ତନଗର ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହ...

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହ...

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us