BREAKING

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା

ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ---ବିଜେପି..


ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଠାରେ ଜଣେ ମହିଳା ଙ୍କୁ ଦୋକାନରେ ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଦାବୀ ହୋଇଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେହି ଚାରି ଜଣଙ୍କୁ କାହିଁକି ଜଳଖିଆ ପଇସା ଦେଉ ନାହଁ ବୋଲି ପଚାରିବାରୁ ସେହି ଚାରି ଜଣ ମିଶି ରିତେଶ ବିଶୋଇ ଙ୍କ ସହ ଯୁକ୍ତିତର୍କ ହେବା ସହ ଜଳଖିଆ ଦୋକାନ ରେ ପଶି ପଦ୍ମିନୀ ବିଶୋଇଙ୍କୁ ନରେନ୍ଦ୍ର ବିଶୋଇ ନିଜ ଓଡ଼ଣି କୁ ଟଣାଟଣି କରିଥିବା ପଦ୍ମିନୀ ନିଜ ଏତଲା ରେ ଦର୍ଶାଇଛନ୍ତି।ମାମଲା ଥାନାରେ ପହଂଚିବା ପରେ କେସ ନମ୍ବର ୧୪୨ /୨୦୨୧ ରେ ଦଫା ୨୯୪,୪୨୭,୩୩୬,୩୨୩,୩୫୪,୫୦୬,୩୮୯ ଓ ୩୪ ରୁଜୁ କରାଯାଇଛି। ତେବେ ପଦ୍ମିନୀ ବିଶୋଇ ଙ୍କ ପରିବାର ବିଜେପି କର୍ମୀ ଅଟନ୍ତି। ଏହାକୁ ରାଜନୀତି ସରଗରମ ହୋଇଛି। ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ବୋରିଗୁମ୍ମା ଥାନାକୁ ଆସି ଘଟଣାର ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।ଚାରି ଅଭିଯୁକ୍ତ ମଧ୍ୟରୁ ନରେନ୍ଦ୍ର ବିଶୋଇ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି। ଏଣୁ ପୋଲିସ ଜାଣିଶୁଣି ଅଭିଯୁକ୍ତ ମାନଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ଆସିଥିବା ବେଳେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି ଗୌତମ ସାମନ୍ତରାୟ। ଅନ୍ୟପଟେ ବିଜେଡି ର ଏକ ସାମ୍ବାଦିକ ସୋମିଳନୀରେ ବୋରିଗୁମ୍ମା ବିଜେଡି ବ୍ଲକ ସୋଭାପତି ବିବେକାନନ୍ଦ ପଟ୍ଟନାୟକ କହିଛନ୍ତି ଯେ ଗତ 22 ତାରିଖ ଦିନ ସାଂସଦ ରମେଶ ଚନ୍ଦ୍ର ମାଝୀ କୋନାଗାଁ ଗ୍ରସ୍ତ କରିଥିଲେ l ସେହି ସମୟରେ ଜଣେ ବିଜେପି କର୍ମୀ ଶୋଭା ସ୍ତଳକୁ ଆସି ପାଟି ତୁଣ୍ଡ କରିଥିଲେ l ସେମାନଙ୍କ ଘରେଇ ଗଣ୍ଡ ଗୋଳ ହେଉ କିମ୍ବା ଅନ୍ୟ କିଛି, ମହିଳା ଦେଇଥିବା ଏତଲା ଅନୁସାରେ ପୋଲିସ ତଦନ୍ତ କରୁଛି l ବିଜେପି ଅନାବଶ୍ୟକ ରାଜନୀତି କରୁଛି l ଏଣୁ ଘଟଣା ର ସତ୍ୟତା ନାହିଁ ବୋଲି କିହିଛନ୍ତି ବିଜେଡି ବ୍ଲକ ସଭାପତି ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ତେବେ ଘଟଣାର ତଦନ୍ତ ପରେ ପୋଲିସ କ'ଣ ସତ୍ୟାସତ୍ୟ ଲୋକଲୋଚନକୁ ଆଣୁଛି ତାହା ଦେଖିବାକୁ ବାକି ରହିଲା l

ରିପୋର୍ଟ : ବିଘ୍ନେଶ୍ୱର ଷଡ଼ଙ୍ଗୀ,ବୋରିଗୁମ୍ମା.

ସଡକ ଦୁର୍ଘଟଣାରେ ଦୁଇ ଗୁରୁତର

ନବରଙ୍ଗପ୍ନଉ:ରାଇଘର ବ୍ଲକ ଅନ୍ତର୍ଗତ ଲାଲ ମାଟି ଓ ସାନ୍ତନଗର ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବାରୁ ଦୁଇ ବାଇକ୍ ଚାଲକ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ବରେ ପଡିଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଘଟଣା ସ୍ଥଳରେ ରାଇଘର ଥାନା asi - pk soy ପହଞ୍ଚି ବାଇକ୍ ଚାଲକ କୁ ଆମ୍ବୁଲାନ୍ସ ଯୋଗେ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।କିଛି ସମୟ ପରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ରାଇଘର ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ବାଇକ୍ ଚାଲକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେଠାରୁ ତୁରନ୍ତ ରାଇଘର ପୁଲିସ ଘଟଣା ସ୍ଥଳରୁ ଦୁଇ ବାଇକ୍ ଜବତ କରି ଥାନାରେ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ଜଣାପଡିଛି। ରିପୋର୍ଟ:ରବିନାରାୟ...

Prime Odisha October 26, 2021, 11:30 am     510 Views

"ପରବ" ପାଇବାକୁ ଯାଉଛି ଜାତୀୟ ମାନ୍ୟତା

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରୀୟମ ଠାରେ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତରଙ୍କ ଅଧକ୍ଷତାରେ ଏକ ସାଧରଣ ପରିଷଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପରବର ୨୫ ବର୍ଷ ପୂର୍ତି ପାଳନ କରାଯିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , କୋ...

Prime Odisha October 26, 2021, 8:32 am     257 Views

ଖୋଲିଲା ବିଦ୍ୟାଳୟ,,ଖୁସି ପ୍ରକାଶ କଲେ ଅଷ୍ଟମ ଛାତ୍ରଛାତ୍ରୀ

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅନୁମତି ପତ୍ର ସହ ଖୋଲିଛି ଅଷ୍ଟମ ଶ୍ରେଣୀ ପାଠ ପଢା ।ଦୀର୍ଘଦିନ ରୁ ବିଦ୍ୟାଳୟ ବନ୍ଦ ଥିବାରୁ ପିଲେ ଉତ୍କଣ୍ଠା ର ସହ ବିଦ୍ୟାଳୟ ଖୋଳିବା ନିଷ୍ପତି କୁ ଅପେକ୍ଷା କରି ରହିଥିଲେ ।ପିଲାଙ୍କ ଅପେକ୍ଷାର ଅନ୍ତ ଘଟିଛି ।ଶେଷରେ ହୋଇଛି ବିଦ୍ୟାଳୟ ।କିନ୍ତୁ ବିଦ୍ୟାଳୟ ଆସିବାକୁ ହେଲେ ରହିଛି କିଛି କଟକଣା।ଯେଉଁ ପିଲା ବିଦ୍ୟାଳୟ ଆସିବେ ସେମାନେ ତାଙ୍କ ମାତା ପିତା ଅନୁମତି ପତ୍ର ଲିଖିତ ଆକାରରେ ଦେବା ନିମନ୍ତେ କହିଥିଲେ ଶିକ୍ଷ୍ୟକ ।ଯେଉଁ ପିଲା ବିଦ୍ୟାଳୟ ଆସିବେନି ସେମାନେ ଅନ୍ଲାଇନ ଯୋଗେ ପାଠ ପଢିପାରିବେ ବୋଲି କୁହାହାଇଛି । ଆଜି ତେନ୍ତୁଳିଖୁଣ୍ଟି ବ୍ଲ...

Prime Odisha October 25, 2021, 8:14 am     221 Views

ଚନ୍ଦାହାଣ୍ଡି ଚାରି ଛକଠାରେ ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନବରଙ୍ଗପୁର:ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ୍ ସଦରମହକୁମା ଚାରି ଛକ ନିକଟରେ ଚନ୍ଦାହାଣ୍ଡି ବ୍ଳକ କଂଗ୍ରେସ କର୍ମୀ ଙ୍କ ଦ୍ୱାରା ସ୍ଥାପିତ ହୋଇଯାଇଛି l ପ୍ରକାଶ ଥାଉକି ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ଉଣେଇଶି ଶହ ଚଉରାଅଶୀ ମସିହାରେ ନିଧନ ହୋଇଯାଇଥିଲା, ତେବେ ଏହାର ସ୍ମୃତିରେ ତତ୍କାଳୀନ କଂଗ୍ରେସ କର୍ମୀ ମୁକୁନ୍ଦ ପାଣ୍ଡେ ଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଚନ୍ଦାହାଣ୍ଡି ଠାରେ ସ୍ଥିତ ଚାରି ଛକ ଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଶୁଭ ଦେଇଥିଲେ l ତେବେ ଆଜି ଅନେକ ଦିନପରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ କ୍ଷେମରାଜ ବାଘ ଙ୍...

Prime Odisha October 24, 2021, 10:32 am     397 Views

ସର୍ପ ଦଂଶନରେ ବୃଦ୍ଧ ଆହତ

ନବରଙ୍ଗପୁର:ନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ମଦନ ହରିଜନ(୫୦)ମକା ବାଡ଼ି ରେ ମକା ଦେଖିବାକୁ ଯାଇଥିଲେ। ମକା ଦେଖି ଫେରି ଆସିବା ବେଳେ ବାଡ଼ ହିଡରେ ଏକ ବିଷାକ୍ତ ସର୍ପ ଡ଼ାହାଣ ଗୋଡ଼ ର ପାଦ ରେ ଚୋଟ ଉପରେ ଚୋଟ ମାରିଥିଲା।ଯାହା ଫଳରେ ସେ ସେଠାରୁ ଚିତ୍କାର କରିବାରୁ ଗ୍ରାମ ବାସୀ ଆସି ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ କରି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ସର୍ପ ଦଂଶନ ଔଷଧ ଉପଲବ୍ଧ ନ ହେବାରୁ ତୁରନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ...

Prime Odisha October 24, 2021, 8:40 am     321 Views

ଆଜି ଫାଇନାଲ୍ ରେ କୁମ୍ଭା ବନାମ ନାରାୟନପୁର

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବି ଗୃପ ର ସେମିଫାଇନାଲ ଛତିଶଗଡ଼ ର ନାରାୟଣପୁର ବନାମ ଵୋଚଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ମଧ୍ୟାନ୍ତର ସୁଦ୍ଧା ନାରାୟଣପୁର୧.୦ରେ ଆଗୁଆ ଥିବା ବେଳେ ଵୋଚଳି ପଛୁଆ ରହିଥିଲା।ମଧ୍ୟାନ୍ତର ପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା ଵୋଚଳି।ଖେଳ ଶେଷ ହେବା ପୂର୍ବରୁ ଆଉ ଗୋଟେ ଗୋଲ ଦେଇ ନାରାୟନପୁର ୨.୦ ରେ ଆଗୁଆ ଥିବା ବେଳେ ଖେଳ ଶେଷ ବେଳକୁ ଵୋଚଳି ୧ଗୋଲ ମାରିଥିଲା ୨. ୧ ବିଜୟୀ ହୋଇଛି ନାରାୟନପୁର।ଆଜିର ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ମହିଳା ସଭାପତି ମଞ୍ଜୁଳା ମାଝୀ ଯୋଗ ଦେଇ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କ୍ରୀଡା ପ୍ରେମିଙ୍କୁ ଉତ୍ସାହିତ ...

Prime Odisha October 24, 2021, 8:34 am     679 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପ୍ନଉ:ରାଇଘର ବ୍ଲକ ଅନ୍ତର୍ଗତ ଲାଲ ମାଟି ଓ ସାନ୍ତନଗର ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହ...

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହ...

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us