BREAKING

ବର୍ଷା ନେଲା ତିନି ଜୀବନ


ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବିତ୍ପାତ ରଚିଛି। ଗତ ୨୪ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ରେକର୍ଡ ୫୩୦ମିମି ବର୍ଷା ହୋଇଥିବା ବେଳେ କାକଟପୁରରେ ୫୨୫ମିମି ବର୍ଷା ହୋଇଛି। ସେହିପରି ୨୮ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ ଦୁଇ ଜଣଙ୍କର କାନ୍ଥ ପଡ଼ି ଏବଂ ଖୋର୍ଦ୍ଧାରେ ଜଣଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏହିଭଳି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ୨୪ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ, ଯାଜପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା ଓ ଅନୁଗୁଳ ଭଳି ୧୧ଟି ଜିଲ୍ଲାର ୫୩ଟି ବ୍ଲକ୍ ପ୍ରଭାବିତ ହୋଇଛି। ଏହି ୧୧ଟି ଜିଲ୍ଲାର ୨୭୮୯ଟି ଗାଁ, ୧୪ଟି ସହରାଞ୍ଚଳର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨୬୫ଟି ଘର ଭାଙ୍ଗିଥିବା ବେଳେ ୩୮୧୯ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ଷାରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ଟି ବ୍ଲକର ୧୮ଟି ଗ୍ରାମପଞ୍ଚାୟତର ୩୨ଟି ଗାଁ, ୨ଟି ସହରାଞ୍ଚଳର ୪୧ଟି ୱାର୍ଡର ମୋଟ୍‌ ୧୨୫୭ଜଣ ପ୍ରଭାବିତ ହୋଇଛନ୍ତି। ୯୮ଟି ଘର ଭାଙ୍ଗିଛି। ଟାଙ୍ଗି ବ୍ଲକର ନୂଆଗଡ଼ ଗ୍ରାମପଞ୍ଚାୟତର ୨୯ବର୍ଷୀୟ ଯୁବକ ଖମ୍ବେଶ୍ବର ପାଟ୍ଟଶାଣୀଙ୍କର କେନାଲରେ ଭାସିଯିବା ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ଜଗତସିଂପୁର ଜିଲ୍ଲାରେ ୮ଟି ବ୍ଲକର ୧୯୮ଟି ଗ୍ରାମପଞ୍ଚାୟତର ୧୩୨୧ଟି ଗାଁ, ୨ଟି ସହରାଞ୍ଚଳର ୧୧,୩୬,୯୭୧ ଜଣ ପ୍ରଭାବିତ ହୋଇଛନ୍ତି। ୫୩୦୪୨.୯ ହେକ୍ଟର ଜମିର ଶସ୍ୟ ପ୍ରଭାବିତ ହୋଇଛି। ୭୫ଟି ଘର ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ଚୁଡ଼ା, ଗୁଡ଼, ବିସ୍କୁଟ ରିଲିଫ ବଣ୍ଟାଯାଇଛି। ବାସହରାଙ୍କୁ ପଲିଥିନ୍ ଦିଆଯାଇଛି। ବର୍ଷା ଜଳ ନିଷ୍କାସନ ପାଇଁ ୭ଟି ସ୍ଥାନରେ ରାସ୍ତା କଟାଯାଇଛି।

କେନ୍ଦ୍ରାପଡ଼ାରେ ୫ଟି ବ୍ଲକର ୮୧୧ଟି ଗାଁ, ୨ଟି ସହରାଞ୍ଚଳର ୭,୭୯,୨୪୧ଜଣ ପ୍ରଭାବିତ ହୋଇଛନ୍ତି। ଡେରାବିଶ ବ୍ଲକର ବଡ଼ବେତାର ଗ୍ରାମର ୬୨ବର୍ଷୀୟ ବୃଦ୍ଧା ନର୍ମଦା ସାହୁ ଏବଂ ଗରଦପୁର ବ୍ଲକର ବଡ଼ବେତାର ଗ୍ରାମର ୬୮ବର୍ଷୀୟ ବୃଦ୍ଧ ଅଭୟ ମହାପାତ୍ରଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକର ୩ଟି ଗାଁର ୪୪ଜଣ ପ୍ରଭାବିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାର ତିନିଟି ବ୍ଲକର ୨୦ଟି ଗାଁ, ଗୋଟିଏ ସହରାଞ୍ଚଳର ୫ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ୫ଟି ବ୍ଲକର ୨୦ଟି ଗାଁର ୧୨୫ଜଣ ପ୍ରଭାବିତ ହୋଇଛନ୍ତି।

କଟକ ଜିଲ୍ଲାରେ ୨ଟି ବ୍ଲକର ୨ଟି ଗାଁ, ୨ଟି ସହରାଞ୍ଚଳର ୨୫୫୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ନିଆଳି ଓ କଟକ ସଦସର ବ୍ଲକରେ ରିଲିଫ ଦିଆଯାଉଛି। ଯାଜପୁର ବ୍ଲକରେ ୮ଟି ବ୍ଲକର ୫୧୫ଟି ଗାଁର ୮ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୩୭୮୧୩ହେକ୍ଟର କୃଷି ଜମି ଜଳମଗ୍ନ ହୋଇଛି। ୧୨ଟି ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ପୁରୀରେ ୪ଟି ବ୍ଲକରେ ୫୨ଟି ଗାଁ, ୪ଟି ସହରାଞ୍ଚଳର ୧୫୪୩୪ଜଣ ପ୍ରଭାବିତ ହୋଇଛନ୍ତି। ଢେଙ୍କାନାଳରେ ୩ଟି ବ୍ଲକର ୯ଟି ଗାଁ, ଗୋଟିଏ ସହରାଞ୍ଚଳ ପ୍ରଭାବିତ ହୋଇଛି। ୧୧ଟି ପ୍ରାଣୀଧନଙ୍କର ମୃତ୍ୟୁ ହୋଇଛି।ଅନୁଗୁଳରେ ୩ଟି ବ୍ଲକର ୪ଟି ଗାଁର ୧୯ଜଣ ପ୍ରଭାବିତ ହୋଇଛନ୍ତି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ବୌଦ୍ଧ, ଯାଜପୁର, ସୋନପୁର ଜିଲ୍ଲାରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି। ଏଥିରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ୫୦୦ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ପୁରୀ, ଗୋପ, ସତ୍ୟବାଦୀ ଓ ନିମାପଡ଼ା ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି। ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ମିମି ବର୍ଷା ହୋଇଛି। କଟକର କଣ୍ଟାପଡ଼ା, ନିଆଳିରେ ୩୦୦ମିମିରୁ ଅଧିକ ବର୍ଷା ହୋଇଛି। ଏହାବାଦ୍ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଓ ସୋନପୁରର ବିଭିନ୍ନ ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି।



ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଏବେ ବର୍ଷା ସମ୍ଭାବନା ନାହିଁ। ରବିବାରର ଅବପାତ ସୋମବାର ସକାଳେ ଗଭୀର ଅବପାତର ରୂପ ନେଇଥିଲା। ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ‌ରେ ଏହାର କେନ୍ଦ୍ର ରହିଥିବା ବେଳେ ଏହା ଆଜି ଚାନ୍ଦବାଲିଠାରୁ ଉତ୍ତର-ପଶ୍ଚିମ ଦିନରେ ୭୦ କିମି ଦୂରରେ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ କେନ୍ଦୁଝରଠାରୁ ୯୦ କିମି ଦୂରରେ ରହିଛି। ଏହି ଗଭୀର ଅବପାତ ଯୋଗୁଁ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଏହା ପ୍ରଭାବରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ସୋମବାର ଅତିରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଏଥିସହ ଉପକୂଳରେ ରବିବାର ଭଳି ସୋମବାର ବି ବର୍ଷା ବିଭୀଷିକା ଜାରି ରହିଥିଲା। ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, କେନ୍ଦୁଝର, ବୌଦ୍ଧ, ସୁନ୍ଦରଗଡ଼ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ବର୍ଷା ଧୀରେଧୀରେ କମିଯିବ ଓ ପଶ୍ଚିମ ଓଡ଼ିଶାର କିଛି କିଛି ଜିଲ୍ଲା ଯଥା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ୧୫ ତାରିଖ ଆଡ଼କୁ ଏହି ଅବପାତ ମଧ୍ୟପ୍ରଦେଶରେ ଥିବା ବେଳେ ଏହା ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ଓ ୧୫ ତାରିଖ ଆଡ଼କୁ ରାଜ୍ୟରେ ବର୍ଷା ହେବ। ୧୮ ତାରିଖରେ ବଙ୍ଗୋ‌ପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ୧୮ରୁ ୨୧ ତାରିଖ ଯାଏ ରାଜ୍ୟରେ ପୁଣି ବର୍ଷା ହେବ।

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର ୬୩୦ ଫୁଟର ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର ତୁଳନାରେ ୬୨୮.୧୦ ଫୁଟ ଥିବାବେଳେ ବନ୍ୟା ଜଳର ପ୍ରବାହ ଯଥାକ୍ରମେ ୨,୬୮,୦୮୧ କ୍ୟୁସେକ୍ ଏବଂ ୧,୨୬ ୫୫୧ କ୍ୟୁସେକ୍ ଅଟେ। ବନ୍ୟା ଜଳ ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ଗେଟ୍‌ ଖୋଲାଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଇଓସି) ଅନୁଯାୟୀ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହାସହିତ ନିକଟରେ...

Prime Odisha September 15, 2021, 5:50 am     336 Views

ବର୍ଷା ବିତ୍ପାତ ମୁକାବିଲା: ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲଗାଣ ବର୍ଷା ଓଡ଼ିଶାରେ ବିଭୀଷିକା ରଚିଛି । ଆହୁରି ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରୁ ସତର୍ତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ । ଜନବସତି ପ୍ରଭାବିତ ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ କୋଡ୍ ଅନୁଯାୟୀ ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଯୋଗାଯୋଗ ସଡ଼କଗୁଡ଼ିକର ଯେପରି କୌଣସି କ୍ଷତି ନ ହୁଏ କିମ୍ବା ପ୍ରଭାବିତ ହେଲେ ତକ୍ଷଣାତ୍ ଯୋଗାଯୋଗକୁ ପୁନଃ ମରାମତି ତକରାଯିବାକୁ କୁହାଯା...

Prime Odisha September 14, 2021, 10:09 am     440 Views

ରାସ୍ତା ଉପରେ ଚାଲୁଛି ୪ ଫୁଟ୍ ପାଣି, ଯାତାୟତ ଠପ୍

କଟକ: ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ୍ । ଚାରିଆଡେ ଖାଲି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି। ଆଠଗଡ଼ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ-ଦହିସରା-ମାଧପୁରଠାରେ ରାସ୍ତା ଉପରେ ଲହଡି ମାରୁଛି ୪ ଫୁଟର ପାଣି । ଫଳରେ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପୀନାଥପୁରରେ ପଶିଛି । ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ତଳ ଅଞ୍ଚଳରେ ଥିବା କିଛି ଗାଁରେ ପଶିଛି ବର୍ଷା ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।...

Prime Odisha September 14, 2021, 10:08 am     615 Views

ସ୍ମାର୍ଟସିଟିର ସ୍ୱରେଜ ବ୍ୟବସ୍ଥା: ଆଗଉନି ୩୪୦ କୋଟିର ପ୍ରକଳ୍ପ, ବେହାଲ ସହରର ରାସ୍ତାଘାଟ

ଉପାନ୍ତ ଗାଁ ଗହଳି ରାସ୍ତାଠାରୁ ଆହୁରି ଦୟନୀୟ ହୋଇ ପଡିଛି ସ୍ମାର୍ଟସିଟି ରାସ୍ତା। କଲୋନି, ବସ୍ତିଠାରୁ ଆରମ୍ଭ କରି ସହରର ପ୍ରମୁଖ ରାସ୍ତା ସବୁଠି ସମାନସ୍ଥିତି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ସାଢ଼େ ୩ ବର୍ଷ ଧରି ଏଭଳି ଶୋଚନୀୟ ଅବସ୍ଥା। ସହର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପ୍‌ ହେଉ ଅବା ବାସନ୍ତି କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ପାନପୋଷ ବସ୍ତି, ପାନପୋଷ ଡାକ୍ତରଖାନା ରାସ୍ତା ସବୁଠି ରାସ୍ତା ବେହାଲ। ଅସରାଏ ବର୍ଷା ହେଲେ ଅବସ୍ଥା ଆହୁରି ସଙ୍ଗୀନ। କାରଣ ହେଉଛି ସହରର ବିପର୍ଯ୍ୟସ୍ତ ସ୍ବରେଜ ବ୍ୟବସ୍ଥା। କଚ୍ଛପ ଗତିରେ ଚାଲିଥିବା ୩୪୦ କୋଟିର ପ୍ରକଳ୍ପ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କିନ୍ତୁ ବିଭାଗୀୟ ଅଧିକ...

Prime Odisha September 14, 2021, 8:11 am     526 Views

ପାର୍ବଣ ପରବର୍ତ୍ତୀ ସମ୍ଭାବ୍ୟ କରୋନା ବୃଦ୍ଧି ମୁକାବିଲା: ଦେଶରେ ୨ ଲକ୍ଷ ଆଇସିୟୁ ଶଯ୍ୟା ରହିବ

ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ଏଥିରେ ଭେଣ୍ଟିଲେଟର ଥିବା ଆଇସିୟୁ ସଂଖ୍ୟାରେ ଅତିରିକ୍ତ ୪୦ ହଜାର ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଥିବା ମୁଖ୍ୟ ଡାକ୍ତ...

Prime Odisha September 14, 2021, 8:06 am     473 Views

ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଦୁଇ ଦିନ ହେଲା ଉପକୂଳ ଓ ଆ‌ଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମଙ୍ଗଳବାର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦୁଇ ଦିନ‌ର ବର୍ଷାରେ ରାଜ୍ୟର ପ୍ରାୟ ସବୁ ବଡ଼ ନଦୀ ଏବେ ଫୁଲୁଥିବାରୁ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୧୭ତାରିଖ ପାଖାପାଖି ଉତ୍ତର ବଙ୍...

Prime Odisha September 14, 2021, 8:04 am     992 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us