BREAKING

ସେପ୍ଟେମ୍ବର ୧୫ ପରେ ‘ଆଶୀର୍ବାଦ’ ଦ୍ୱାର ବନ୍ଦ


ଭୁବନେଶ୍ବର : ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାଙ୍କୁ ଆଉ ‘ଆଶୀର୍ବାଦ’ ଯୋଜନାରେ ସାମିଲ କରାଯିବ ନାହିଁ। ୧୫ ପରେ ଅଭିଭା‌ବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ପୁରୁଣା ଆଇନରେ ସାମିଲ ହେବେ। ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ଆଶୀର୍ବାଦରେ ସାମିଲ ହୋଇଛନ୍ତି, ସେମାନେ ୧୮ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ସବୁ ସୁବିଧା ପାଇବେ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ କୋଭିଡ୍‌ର ଭୟାବହତା ସମ୍ପୂର୍ଣ୍ଣ କମି ନ ଥିଲା ବେଳେ ତରବରିଆ ଭାବେ ଏହି ଯୋଜନାକୁ ସ୍ଥଗିତ ରଖାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନ୍‌ସିପିସିଆର୍‌ରେ ଦାଖଲ ସତ୍ୟପାଠ ଅନୁସାରେ, ଅଗଷ୍ଟ ୨୩ ତାରିଖ ସୁଦ୍ଧା ଦେଶର ୧ ଲକ୍ଷରୁ ଊର୍ଧ୍ବ ଶିଶୁ ନିଜର ଉଭୟ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଛନ୍ତି। ଏଥିରେ ମହାରାଷ୍ଟ୍ର ପ୍ରଥମ, ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଛି। ୨୦୨୦ ମସିହା ଏପ୍ରିଲ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୩୧ ହଜାର ଶିଶୁ ଉଭୟ ମା, ବାପା କିମ୍ବା ପରିବାରରେ ଅର୍ଥ ଉପାର୍ଜନ କରୁଥିବା ଜଣେ ଅଭିଭାବକଙ୍କୁ ହରାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୨୫ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିଲେ। ମାତ୍ର ୧୩ ଦିନରେ ଆହୁରି ୬ ହଜାର ଶିଶୁ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ତେଣୁ ଅଭିଭାବକ ହରାଉଥିବା ପିଲାଙ୍କ ସଂଖ୍ୟା କେଉଁ ହାରରେ ବୃଦ୍ଧି ପାଉଛି ଏହା ସ୍ପଷ୍ଟ ଜଣାପଡ଼ୁଛି। ଏଥିରୁ ଆଜି ପର୍ଯ୍ୟନ୍ତ କେବଳ ୧୦ ହଜାର ଶିଶୁଙ୍କୁ ହିଁ ଆଶୀର୍ବାଦ ଅନ୍ତର୍ଗତରେ ସହାୟତା ମିଳିଛି। ୨୦ ହଜାରରୁ ଅଧିକ ପିଲାଙ୍କୁ ସହାୟତା ମିଳିବାକୁ ବାକି ରହିଛି। ବିଭାଗର ସୂଚନା ଅନୁସାରେ ମୃତ୍ୟୁ ପ୍ରମାଣପତ୍ର ଅଭାବରୁ ଏହି ୨୦ ହଜାର ପିଲାଙ୍କୁ ଏହି ଯୋଜନାରେ ସାମିଲ କରିବାରେ ବିଳମ୍ବିତ ହେଉଛି। ଯେଉଁ ଦିନ ସେମାନେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ଦେବେ ସେମାନଙ୍କୁ ଆଶୀର୍ବାଦରେ ସହାୟତା ଦିଆଯିବ। କିନ୍ତୁ ସେପ୍ଟେମ୍ବର ମାସ ୧୫ ତାରିଖ ପରେ ଉଭୟ କୋଭିଡ କିମ୍ବା ଅଣକୋଭିଡରେ ଅଭିଭାବକଙ୍କ ମୃତ୍ୟୁ ହେଲେ ‘ଆଶୀର୍ବାଦ’ ଯୋଜନାରେ କୌଣସି ପ୍ରକାର ସହାୟତା ରାଶି ମିଳି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଗତ ଜୁନ୍ ମାସରେ ସରକାର ‘ଆଶୀର୍ବାଦ’ ଯୋଜନା ଘୋଷଣା କରିଥିଲେ। ବାପା-ମା ଉଭୟଙ୍କୁ ହରାଇଥିବା କିମ୍ବା ଉପାର୍ଜନକ୍ଷମ ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ସାମିଲ କରାଯାଇଥିଲା। ଉଭୟ ‌କୋଭିଡ୍‌ କିମ୍ବା ଅଣକୋଭିଡ୍‌ ମୃତକଙ୍କ ପାଇଁ ଏହା ଲାଗୁ ହେଉଥିଲା। ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫ ଶହ, ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୫ ଶହ ଦେବାର ବ୍ୟବସ୍ଥା ରହିଛି। ଏଥି ସହିତ ଶିକ୍ଷା, ସ୍ବାସ୍ଥ୍ୟର ଯତ୍ନ ମଧ୍ୟ ସରକାର ନେବେ। ଏପରି ଏକ ଅଭିନବ ଯୋଜନା ପ୍ରଣୟନ କରି ରାଜ୍ୟ ସରକାର ବେଶ୍‌ ପ୍ରଶଂସା ସାଉଁଟିଥିଲେ।

କିନ୍ତୁ ଏହି ଯୋଜନା ହଠାତ ବନ୍ଦ ହେବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କୋଭିଡ୍‌ ଦୈନିକ ସଂକ୍ରମଣ କମିଛି ସତ। କିନ୍ତୁ କୋଭିଡ୍‌ ପରବର୍ତ୍ତୀ ଜଟିଳତା ଯୋଗୁ ଅନେକ ବ୍ୟକ୍ତି ଏବେ ବି ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପୁଣି ତୃତୀୟ ଲହରର ଆଶଙ୍କା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ପ୍ରଶ୍ନ ଉଠୁଛି, ଯଦି ଆଗକୁ କୌଣସି ପିଲା କୋଭିଡ୍‌ରେ ତା’ ବାପା-ମା’ଙ୍କୁ ହରାଇବେ, ସେମାନେ କାହିଁକି ଆଶୀର୍ବାଦ ଯୋଜନାରେ ସାମିଲ ହେବେନି ? ସେହି କୋମଳମତୀ ପିଲାଙ୍କ ଦୋଷ କ’ଣ?

ସୂଚନା ଅନୁଯାୟୀ, ରାଜ୍ୟରେ ମାତ୍ର ୨୩୮ଟି ବିଭିନ୍ନ ପ୍ରକାର ଶିଶୁ ଯତ୍ନ ଅନୁଷ୍ଠାନ ରହିଛି। ବାଳାଶ୍ରମରେ ସମୁଦାୟ ପ୍ରାୟ ୮୫୦୦ ଜଣ ଅନ୍ତେବାସୀ ରହୁଛନ୍ତି। ପୂର୍ବରୁ ଦାରିଦ୍ର୍ୟ କିମ୍ବା ବିଭିନ୍ନ କାରଣରୁ ଜଣେ ଅଭିଭାବକ କିମ୍ବା ଅଭିଭାବକ ଗରିବ ଥିଲେ ମଧ୍ୟ ବାଳାଶ୍ରମମାନଙ୍କରେ ରଖାଯାଉ ଥିଲା। ୫ ବର୍ଷ ହେଲା ସେହି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ସ୍ପନସରସିପ ଏବଂ ପୋଷ୍ଟ୍‌ କେୟାର ଆଡପ୍‌ସନ୍‌କୁ ଗୁରୁତ୍ବ ଦିଆଯାଉଛି। ଅର୍ଥାତ ପିଲାଙ୍କୁ ବାଳାଶ୍ରମରେ ରଖାନଯାଇ ସମ୍ପର୍କୀୟଙ୍କ ଘରେ ରହିବେ କିମ୍ବା ସେମାନଙ୍କୁ ପୋଷ୍ଟର କେୟାର ଆଡପ୍‌ସନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି। ପୋଷ୍ଟ୍‌ କେୟାର ଆଡପ୍‌ସନର ପ୍ରଚାର-ପ୍ରସାର ପ୍ରତି ବିଶେଷ ଗୁରୁତ୍ବ ନାହିଁ। ଲୋକଙ୍କ ମାନସିକତା ଏବଂ ଆର୍ଥିକ ସ୍ଥିତି ଅନୁସାରେ ଅନେକ ଏହାକୁ ଗ୍ରହଣ କରିପାରନ୍ତି ନାହିଁ। କେବଳ ୩୦ ଜଣ ହିଁ ଏଥିରେ ସାମିଲ ହୋଇଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ଘାସିରାମ ପଣ୍ଡାଙ୍କ କହିବା ଅନୁସାରେ, ସ୍ପନ୍‌ସର୍‌ସିପରେ ମାସକୁ ୧୫୦୦ ଟଙ୍କା ଦିଆଯାଏ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାକୁ ଅନୁମୋଦିତ ଟଙ୍କା ଏତେ କମ ଥାଏ ଯେ ଆବେଦନ ପରେ ବି ଶିଶୁଙ୍କୁ ମିଳେ ନାହିଁ। ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୩୦ ହଜାର ଶିଶୁ ଆବେଦନ କରିଥିଲେ ବି ତାଙ୍କୁ ଏହାର ଲାଭ ମିଳି ନାହିଁ। ଆଗାମୀ ଦିନରେ ସ୍ଥିତି ଏହିଭଳି ରହିପାରେ। ଏଥି ସହିତ ଅନେକ ପିଲାଙ୍କ ସମ୍ପର୍କୀୟଙ୍କ ଆର୍ଥିକ ସ୍ଥିତି, ସେମାନଙ୍କ ନିଜସ୍ବ ସନ୍ତାନଙ୍କ ସଂଖ୍ୟା ଏତେ ଥାଏ ଯେ ସେମାନେ ସମ୍ପର୍କୀୟ ସନ୍ତାନଙ୍କୁ ରଖିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଆଶୀର୍ବାଦ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର ୬୩୦ ଫୁଟର ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର ତୁଳନାରେ ୬୨୮.୧୦ ଫୁଟ ଥିବାବେଳେ ବନ୍ୟା ଜଳର ପ୍ରବାହ ଯଥାକ୍ରମେ ୨,୬୮,୦୮୧ କ୍ୟୁସେକ୍ ଏବଂ ୧,୨୬ ୫୫୧ କ୍ୟୁସେକ୍ ଅଟେ। ବନ୍ୟା ଜଳ ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ଗେଟ୍‌ ଖୋଲାଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଇଓସି) ଅନୁଯାୟୀ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହାସହିତ ନିକଟରେ...

Prime Odisha September 15, 2021, 5:50 am     904 Views

ବର୍ଷା ବିତ୍ପାତ ମୁକାବିଲା: ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲଗାଣ ବର୍ଷା ଓଡ଼ିଶାରେ ବିଭୀଷିକା ରଚିଛି । ଆହୁରି ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରୁ ସତର୍ତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ । ଜନବସତି ପ୍ରଭାବିତ ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ କୋଡ୍ ଅନୁଯାୟୀ ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଯୋଗାଯୋଗ ସଡ଼କଗୁଡ଼ିକର ଯେପରି କୌଣସି କ୍ଷତି ନ ହୁଏ କିମ୍ବା ପ୍ରଭାବିତ ହେଲେ ତକ୍ଷଣାତ୍ ଯୋଗାଯୋଗକୁ ପୁନଃ ମରାମତି ତକରାଯିବାକୁ କୁହାଯା...

Prime Odisha September 14, 2021, 10:09 am     606 Views

ରାସ୍ତା ଉପରେ ଚାଲୁଛି ୪ ଫୁଟ୍ ପାଣି, ଯାତାୟତ ଠପ୍

କଟକ: ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ୍ । ଚାରିଆଡେ ଖାଲି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି। ଆଠଗଡ଼ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ-ଦହିସରା-ମାଧପୁରଠାରେ ରାସ୍ତା ଉପରେ ଲହଡି ମାରୁଛି ୪ ଫୁଟର ପାଣି । ଫଳରେ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପୀନାଥପୁରରେ ପଶିଛି । ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ତଳ ଅଞ୍ଚଳରେ ଥିବା କିଛି ଗାଁରେ ପଶିଛି ବର୍ଷା ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।...

Prime Odisha September 14, 2021, 10:08 am     653 Views

ସ୍ମାର୍ଟସିଟିର ସ୍ୱରେଜ ବ୍ୟବସ୍ଥା: ଆଗଉନି ୩୪୦ କୋଟିର ପ୍ରକଳ୍ପ, ବେହାଲ ସହରର ରାସ୍ତାଘାଟ

ଉପାନ୍ତ ଗାଁ ଗହଳି ରାସ୍ତାଠାରୁ ଆହୁରି ଦୟନୀୟ ହୋଇ ପଡିଛି ସ୍ମାର୍ଟସିଟି ରାସ୍ତା। କଲୋନି, ବସ୍ତିଠାରୁ ଆରମ୍ଭ କରି ସହରର ପ୍ରମୁଖ ରାସ୍ତା ସବୁଠି ସମାନସ୍ଥିତି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ସାଢ଼େ ୩ ବର୍ଷ ଧରି ଏଭଳି ଶୋଚନୀୟ ଅବସ୍ଥା। ସହର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପ୍‌ ହେଉ ଅବା ବାସନ୍ତି କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ପାନପୋଷ ବସ୍ତି, ପାନପୋଷ ଡାକ୍ତରଖାନା ରାସ୍ତା ସବୁଠି ରାସ୍ତା ବେହାଲ। ଅସରାଏ ବର୍ଷା ହେଲେ ଅବସ୍ଥା ଆହୁରି ସଙ୍ଗୀନ। କାରଣ ହେଉଛି ସହରର ବିପର୍ଯ୍ୟସ୍ତ ସ୍ବରେଜ ବ୍ୟବସ୍ଥା। କଚ୍ଛପ ଗତିରେ ଚାଲିଥିବା ୩୪୦ କୋଟିର ପ୍ରକଳ୍ପ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କିନ୍ତୁ ବିଭାଗୀୟ ଅଧିକ...

Prime Odisha September 14, 2021, 8:11 am     423 Views

ପାର୍ବଣ ପରବର୍ତ୍ତୀ ସମ୍ଭାବ୍ୟ କରୋନା ବୃଦ୍ଧି ମୁକାବିଲା: ଦେଶରେ ୨ ଲକ୍ଷ ଆଇସିୟୁ ଶଯ୍ୟା ରହିବ

ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ଏଥିରେ ଭେଣ୍ଟିଲେଟର ଥିବା ଆଇସିୟୁ ସଂଖ୍ୟାରେ ଅତିରିକ୍ତ ୪୦ ହଜାର ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଥିବା ମୁଖ୍ୟ ଡାକ୍ତ...

Prime Odisha September 14, 2021, 8:06 am     600 Views

ବର୍ଷା ନେଲା ତିନି ଜୀବନ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବିତ୍ପାତ ରଚିଛି। ଗତ ୨୪ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ରେକର୍ଡ ୫୩୦ମିମି ବର୍ଷା ହୋଇଥିବା ବେଳେ କାକଟପୁରରେ ୫୨୫ମିମି ବର୍ଷା ହୋଇଛି। ସେହିପରି ୨୮ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ ଦୁଇ ଜଣଙ୍କର କାନ୍ଥ ପଡ଼ି ଏବଂ ଖୋର୍ଦ୍ଧାରେ ଜଣଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏହିଭଳି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ୨୪ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ କଳାହାଣ୍ଡି, କନ୍ଧ...

Prime Odisha September 14, 2021, 8:05 am     764 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us