BREAKING

ଐତିହାସିକ ଖଲ୍ଲିକୋଟ କଲେଜକୁ ନେଇ ରାଜନୀତି

ଗଂଜାମ ଜିଲ୍ଲା ବ୍ରହ୍ମପୁର ର ସର୍ବପୁରାତନ ଖଲ୍ଲିକୋଟ କଲେଜ ର ଇତିହାସ କୁ ନେଇ ରାଜନୀତି ନକରିବାକୁ ଦାବୀ..


ବ୍ରହ୍ମପୁର=(13/09) : ୧୪୩ବର୍ଷର ସର୍ବପୁରାତନ ଖଲ୍ଲିକୋଟ କଲେଜ ଇତିହାସକୁ ବିକୃତ କରିବାକୁ ଯେଉଁ ଷଡଯନ୍ତ୍ର ଚାଲଛି ତାକୁ ବନ୍ଦ କରିବାକୁ ଦାବୀ କରିଛନ୍ତି ଅଧିବକ୍ତା ତଥା କଂଗ୍ରେସ ନେତା ପୀତବାସ ପଣ୍ଡା।ଏ ନେଇ ଏକ ଦୁଇ ଦଫା ସମ୍ବଳିତ ଦାବିପତ୍ର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଭିସିଙ୍କୁ ଦିଆଯାଇଛି।
ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଏବଂ ଅଗ୍ରଣୀ ଅନୁଷ୍ଠାନ l ଏହି ଶିକ୍ଷା ଅନୁଷ୍ଠାନ ସହ ଓଡିଶାର ବହୁ ବରପୁତ୍ରଙ୍କ ଭାଗ୍ୟ ଜଡିତ l ଓଡିଶାକୁ ଶିକ୍ଷାର ଆଲୋକ ପ୍ରଦାନ କରିଥିବା ଏହି 'ମାଁ' ଙ୍କ ଇତିହାସକୁ ନଷ୍ଟ ଓ କଦର୍ଯ୍ୟ କରିବାକୁ ଏକ ହୀନ ଚକ୍ରାନ୍ତ ଆରମ୍ଭ ହୋଇଛି l ଦୁର୍ଭାଗ୍ୟ,ଏହା ଜାଣି ମଧ୍ୟ ସରକାର ଓ କଲେଜ କତୃପକ୍ଷ ଅଜଣା l ବର୍ତ୍ତମାନର ଖଲିକୋଟ ବିଶ୍ବବିଦ୍ୟାଳୟ ତଥା ପୁରୁଣା ଖଲିକୋଟ କଲେଜର ପ୍ରବେଶ ଦ୍ଵାର ରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ - ଖଲିକୋଟ କଲେଜ ସ୍ଥାପିତ 1878 ବୋଲି ଉଲ୍ଲେଖ ଥିଲା, ସେ ନାମ ତୋରଣ ଉଠାଇ ଦେଇ ଖଲିକୋଟ ବିଶ୍ବବିଦ୍ୟାଳୟ 2021 ଲେଖିଛନ୍ତି ସରକାର l ଏହି ପରିପ୍ରେକ୍ଷୀରେ ଖଲିକୋଟ କଲେଜର 143 ବର୍ଷର ଐତିହାସିକତା ହଜାଇବାକୁ ଚେଷ୍ଟା ଚାଲିଛି l ପୁରୁଣା ନାମ ତୋରଣ ଉର୍ଦ୍ଧ୍ବରେ ନୂତନ ତୋରଣ ନିର୍ମାଣ କରି ବିଶ୍ବବିଦ୍ୟାଳୟ ନାମ ଲେଖା ଯାଇ ପାରିଥାନ୍ତା।କିମ୍ବା କଲେଜ ମଧ୍ୟରେ ଥିବା ଅନ୍ୟ ତିନି ଗୋଟି ପ୍ରବେଶ ପଥ ମଧ୍ୟରୁ ଗୋଟିକରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ 2021 ବୋଲି ଲେଖା ଯାଇପାରନ୍ତା l ଏହା ସହ ସେହିପରି ଖଲିକୋଟ କଲେଜ ପରିସରରେ -"ଧରାକୋଟ ବିଜ୍ଞାନାଗାର "ନାମରେ ଏକ ପୁରାତନ କୋଠା ଥିଲା, ନବନିର୍ମାଣ ନାମରେ ସେହି କୋଠା ଟିକୁ ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି ସରକାର ,ଏଥି ସଂଲଗ୍ନ 1909 ମସିହାର ଫଳକ କୁ ମଧ୍ୟ ଭାଙ୍ଗି ନଷ୍ଟ କରାଯାଇଛି l ସୂଚନା ଯୋଗ୍ୟ ଯେ ଖଲ୍ଲିକୋଟ ରଜା ହରିହର ମର୍ଦ୍ଧରାଜଙ୍କ ଅକାଳ ଵିୟୋଗ ପରେ ତାଙ୍କ ଭିଣୋଇ ଧରାକୋଟ ରାଜା ମଦନ ମୋହନ ସିଂହ ଦେଓ କଲେଜ ପରିଚାଳନା ଦାୟିତ୍ୱ ନେଲେ ଓ ସେ 1909 ମସିହା ଫେବୃଆରୀ 4ତାରିଖରେ ଏହି କୋଠା ନିର୍ମାଣ କରିଥିଲେ, ଏବଂ ତତ୍କାଳୀନ ମାନ୍ଦ୍ରାଜ ଗଭର୍ଣ୍ଣର ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହା ବାବଦରେ ସେହି ସମୟରେ ଧରାକୋଟ ରାଜା କୋଟିଏ ରୁ ଉର୍ଦ୍ଧ ଟଙ୍କା ବ୍ୟୟ କରିଥିଲେ l ଏହି କଥା ସରକାର ଓ କଲେଜ କତୃପକ୍ଷ ଅବଗତ ଥାଇ ମଧ୍ୟ ଐତିହାସିକ ଫଳକ ଟିକୁ ସୁରକ୍ଷା ଦେଲେ ନାହିଁ। ଏହି ବିଜ୍ଞାନାଗର କୋଠାରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ପାଠପଢି ଦେଶବିଦେଶରେ ସୁନାମ ଅର୍ଜନ କରିଛନ୍ତି, ଯଥା- ବିଶ୍ବପ୍ରସିଦ୍ଧ ଅନ୍ତରୀକ୍ଷ ବିଜ୍ଞାନୀ କୋଟା ହରିନାରାୟଣା।
ଅତଏବ ଆମ୍ଭେ ଖଲିକୋଟ କଲେଜର ପୂର୍ବତନ ଛାତ୍ର,ତଥା ଗଞ୍ଜାମ ଜିଲ୍ଲାର ଐତିହ୍ୟ ପ୍ରେମୀ ଦାବୀ କରୁଛୁ ଯେ ପୁରୁଣା ବିଜ୍ଞାନାଗର ସଂଲଗ୍ନ 1909 ମସିହାର ଫଳକଟି ପୁନର୍ବାର ସ୍ଥାପନ କରିବା ସହ, ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ଖଲିକୋଟ କଲେଜ 1878 ସୂଚନା ତୁରନ୍ତ ରଖିବା ହେଉ ।ଏହି କଥା ଆମ୍ଭ ଐତିହ୍ୟ, ଭାବାବେଗ, ପରମ୍ପରା ସହ ଜଡ଼ିତ l
ଏଣୁ ଆସନ୍ତା 15 ଦିନ ମଧ୍ୟରେ ଏ ଦୁଇଟି ଦାବୀ ପୂରଣ ନହେଲେ ଆମ୍ଭେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା, ଆନ୍ଦୋଳନ, ଅନଶନ କରିବାକୁ ବାଧ୍ୟ ହେବୁ l

ରିପୋର୍ଟ : ନିକୁଞ୍ଜ ବିହାରୀ ପଟନାୟକ,ପ୍ରାଇମ ଓଡିଶା ନିୟୁଜ.

ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଝରୀଗାଁ ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସଂଘ ସଭାପତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ପରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଙ୍କ ଉପସ୍ଥିତ...

Prime Odisha September 26, 2021, 7:42 am     178 Views

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆମ୍ବ ଗଛରେ ଜଣେ ଯୁବକ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ରବିବାର ସକାଳୁ ଦେଖିବାକୁ ମିଳିଛି | ସୂଚନା ଯୋଗ୍ୟ ହାଟପଦା ଗ୍ରାମରେ ରହୁଥିବା ଅଶୋକ ମହାନ୍ତି (୪୦) ଗତକାଲି ରାତିରେ ଘରୁ ବାହାରକୁ ଯାଇଥିଲେ ।କିନ୍ତୁଆଜି ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ପରେ ଖବର ମିଳିଥିଲା ଯେ ଅଶୋକ ଗ୍ରାମ ନିକଟ ଜମି ହୁଡାରେ ଥିବା ଆମ୍ବ ଗଛରେ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକର ସ୍ତ୍ରୀ ରୁକ୍ମଣୀ ଜାନୀ ଆଜି ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଅରୁଣ କୁମାର ...

Prime Odisha September 26, 2021, 7:00 am     201 Views

ମାଁ ଦୂର୍ଗା ପୂଜା ପାଇଁ ପ୍ରଥମ ଦିନର ଶୁଭ କାର୍ଯ୍ୟ ଆରମ୍ଭ

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ମଣ୍ଡପରେ ଦଶହରା ପାଇଁ ପ୍ରଥମ ଦିନର ଶୁଭାରମ୍ଭ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ମଣ୍ଡପରେ କରୋନା କଟକଣା ଭିତରେ ସରକାରଙ୍କ ନିୟମ ଅନୁଯାୟୀ ଦଶହରା ପାଳନ କରାଯିବ। ଏହାକୁ ଉମରକୋଟ ସହରର ବରିଷ୍ଟ ପୂଜାୟତ ଶ୍ରୀ ତ୍ରିନାଥ ମିଶ୍ର ମାଙ୍କ ମଣ୍ଡପ ଶୁଭ ମୁହୂର୍ତ୍ତ ବାହାରକରି ଶୁଭ ପକାଇଥିଲେ , ଚଳିତ ବର୍ଷ କର୍ତ୍ତା ଭାବରେ ଶ୍ରୀ ରମେଶ ଦାସ ପୂଜା ମଣ୍ଡପରେ ଉପସ୍ଥିତ ରହିବେ ! ସନ୍ତୋଷୀ ନଗର ପୂଜା କମିଟି ପକ୍ଷରୁ ଉପସ୍ଥିତ ରହିଥିଲେ ।ଦିନବନ୍ଧୁ ଦାସ,ପେଣ୍ଡ୍ରା ରାଓ, ଲଳିତ ସେଠି, ଭି ଜଗଦୀଶ, ଶାନ୍ତୁନୁ ବାହିନୀପତି , ଭି. ବି...

Prime Odisha September 26, 2021, 4:18 am     287 Views

ଗଞ୍ଜାମ ଜିଲ୍ଲା ପାଳ ଭୂମିହୀନ ଓ ବାସହୀନଙ୍କ ପ୍ରତି ଦେଲେ ବିଶେଷ ଦୃଷ୍ଟି

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ ବୈଠକରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଗୁରୁତ୍ୱ ଦେବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରି ଆବାସହିନ ପରିବାରଙ୍କୁ ଘର ଏବଂ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଦିଗରେ ଉଭୟେ ବିଡିଓ ଓ ତହସିଲଦାର ମାନେ ମିଳିତ ଭାବେ ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ କରି ସେମା...

Prime Odisha September 26, 2021, 4:02 am     482 Views

ସମ୍ଭାବ୍ୟ ବାତ୍ୟା"ଗୁଲାବ"କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ

ନବରଙ୍ଗପୁର : ଆସୁଛି ବାତ୍ୟା 'ଗୁଲାବ'! ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁରକୁ ରେଡ୍ ଆର୍ଲ ଜାରି ପରେ ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସୁଛି ବାତ୍ୟା 'ଗୁଲାବ', ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ...

Prime Odisha September 26, 2021, 3:44 am     296 Views

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା

ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଠାରେ ଜଣେ ମହିଳା ଙ୍କୁ ଦୋକାନରେ ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଦାବୀ ହୋଇଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେ...

Prime Odisha September 26, 2021, 10:53 am     186 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us