BREAKING

ତିନି ଅସହାୟ ଙ୍କୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ ସଂଗଠନ

ତିନି ଅସହାୟ ଙ୍କୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ ସଂଗଠନ..


ଭୁବନ-(12/09) : ମା ଆର ପାରିକୁ ଚାଲିଗଲେ । ମା କୁ ଝୁରି ଝୁରି ବାପା କେଉଁଆଡେ ଚାଲି ଗଲେ । ହେଲେ ବେସାହାରା ହୋଇଗଲେ ତିନି ଭାଇ ଭଉଣୀ । ନା ଦୁଇ ମୁଠା ଖାଇବାକୁ ପାଇଲେ ନା ପିନ୍ଧିବାକୁ କପଡା ପାଇଲେ । ଏମାନଙ୍କର ପାଠ ପଢ଼ାରେ ଡୋରି ପଡ଼ିଗଲା । ଯେଉ ବୟସରେ ହସଖୁସିରେ ଖେଳ କୁଦ କରିବା କଥା ଆଜି ସେହି ବୟସରେ ପେଟ ପୋଷିବା ପାଇଁ କରୁଛନ୍ତି ଚିନ୍ତା । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥା ପୁର ପଞ୍ଚାୟତର ନୂଆ ସାହିରେ ।
ସୂଚନା ଅନୁସାରେ ମା ତିନି ବର୍ଷ ତଳେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆର ପରିକୁ ଚାଲି ଗଲେ ।ସ୍ତ୍ରୀ କୁ ଝୁରି ଝୁରି ବାପା ବଳରାମ ସେଠି ତିନି ଚାରି ମାସ ହେଲା କେଉଁଆଡେ ଚାଲି ଯାଇଛନ୍ତି ଯେ ତାଙ୍କର ଖୋଜ ଖବର ନାହିଁ । ହେଲେ ଏ ଭଙ୍ଗା କୁଡିଆ ଭିତରେ ପଡି ରହିଛନ୍ତି ଏ ତିନି ଅସହାୟ ପିଲା । ଏହି ଅସହାୟ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କେତୋଟି ସ୍ୱଛାସେବି ଅନୁଷ୍ଠାନ । ତୃପ୍ତି ପାଠାଗାର ,ତକ୍ଷ ଶିଳା ଓ ଐରା ସ୍ୱଚାସେଵୀ ଅନୁଷ୍ଠାନ ।ଏ ଅନୁଷ୍ଠାନ ମାସକ ପାଇଁ ଡାଲି ଚାଉଳ ଓ ପନିପରିବା ସହ ପୋଷାକ ମଧ୍ୟ ଦେଇଥିଲେ । ଏ ବିଷୟରେ ଆମ ପ୍ରତିନିଧି ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶ୍ରୀବାଦ ପରିଡ଼ା ଙ୍କ ସହ ଯୋଗାଯୋଗ କରିଥିଲେ । ସେ କହିଥିଲେ କି ଏମାନଙ୍କୁ ଅଶ୍ରିବାଦ ଯୋଜନାରେ ଥଇଥାନ କରିବା ସହିତ ସରକାରୀ ସ୍ତରରେ ଯାହା ସାହାଯ୍ୟ କରିବା କଥା ତାହା ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ : ଚୈତନ୍ୟ ସାହୁ, ଭୁବନ.

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସିଡିଏମଓ ମାରିଲେ ମୁଣ୍ଡିଆ

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି ବିଦା କରିଦେଲେ । ମାନସିକ ନିର୍ଯାତନା ସହିନପାରି କାନ୍ଦି କାନ୍ଦି ଅନଶନରେ ବସିଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚ୍ଚିକାନ୍ତ ଲେଙ୍କା । ତଥାପି ପଦୁଟିଏ ହେଲେ ଆଶ୍ୱାସନା ମିଳିଲାନି । ଧାରଣା ଜାରି ରହିଲା ଦୀର୍ଘ ୩ ଘଣ୍ଟା ପରେ ମୁଣ୍ଡ ନୁଆଁଇଲେ ସିଡିଏମ୍‌ଓ । ଡାକ୍ତରଙ୍କ ଆଗରେ ହାତ ଯୋଡିଲେ, ମୁଣ୍ଡିଆ ମାରିଲେ । ପରିସ୍ଥିତି ଏମିତି ହେଲା ଯେ ଡାକ୍ତର ଜଣଙ୍କ ମଧ୍ୟ ଅନଶନରୁ ଉଠି ସିଡିଏଓଙ୍କୁ ମୁଣ୍ଡିଆ ମାରିଲେ । ଓଡ଼ିଶାରେ ପ୍ରଥମଥର ପାଇଁ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ...

Prime Odisha September 21, 2021, 8:56 am     436 Views

ଅସାବଧନତାର ଶିକାର ହେଲେ ସାଥି ଶିକାରୀ, ଜଣେ ସାଥି ଗୁରୁତର

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ କୁଟୁଣୁକୁମ୍ପା ଗ୍ରାମରେ । ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଗୁରୁତର ଜଣକ ହେଉଛନ୍ତି ଶିବରାମ ନାୟକ । ଗୁରୁତର ଶିବରାମଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରିପୋର୍ଟ:ନିକୁଞ୍ଜ ବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିୟୁଜ. ...

Prime Odisha September 21, 2021, 8:21 am     327 Views

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁକୂଲ୍ୟ ରେ ଅଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପି.ଚିରଞ୍ଜୀବ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଥିବା ବେକେ ଅନେକ ମହାପୁରୁଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଏଣୁ ସ୍ୱାଧୀନତା କୁ ଉପଭୋଗ କରିବା ପରିବର୍ତ୍ତେ ଅନୁଭବ କରିବା ନେଇ ପରାମର୍ଶ ଦେଇଥିଲେ।ଅନ୍ୟ ମା...

Prime Odisha September 21, 2021, 8:10 am     937 Views

ବେଲଗାଁ ପଞ୍ଚାୟତ ରେ ଦିଗହରା ହୋଇଛି ଆବାସ ଯୋଜନା

ଝରିଗାଁ : ଜନସାଧାରଣ ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଚାଲିଅଛନ୍ତି। ପ୍ରତ୍ୟେକ ଅସହାୟ ଏବଂ ଗରିବ ପରିବାରଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠୁଛି।ଆର୍ଥିକ ସ୍ବଚ୍ଛଳନଥିବା ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଆବାସ ଯୋଜନାରେ ଘରଖଣ୍ଡିଏ ର ସାହାଯ୍ୟ ଦେଉଛନ୍ତି ସରକାର।ତେବେ ଅନେକ ଅସହାୟ ଙ୍କ ନାମ ତାଲିକାରେ ସାମିଲ ହୋଇନଥିବାରୁ ଏଯାବତ ମୁଣ୍ଡ ଗୁଞ୍ଜିବାପାଇଁ ଅନେକଙ୍କୁ ଭଙ୍ଗା ଝାଟିମାଟି ଘର ଛିଣ୍ଡା ପଲିଥିନ ହିଁ ଭରଷା ତେବେ ଦୀର୍ଘ ବର୍ଷ ପରେ ଏବେ ପୁଣି ଆବାସଗୃହ ପାଇଁ ନ...

Prime Odisha September 21, 2021, 6:27 am     596 Views

ମୌଳିକ ସୁବିଧାରୁ ବଞ୍ଚିତ କୁସୁମବାହାଲ ଗ୍ରାମ:ପ୍ରଶାସନ ର ଦୃଷ୍ଟି ପଡୁ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଏଯାବତ ଅନେକ ଉପାନ୍ତ ଗ୍ରାମ ଅଛି ଯେଉଁଠି ପ୍ରଶାସନ ତରଫରୁ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ଫଳରେ ଏଠାକାର ଲୋକ ଏକ ପ୍ରକାର ଜଙ୍ଗଲୀ ଜୀବନ କାଟିବାକୁ ବାଧ୍ୟହେଉଛନ୍ତି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ଦେଖିବାକୁ ମିଳିବ।ଗ୍ରାମବାସୀଙ୍କ କହିବା ପ୍ରକାରେ କୁସୁମବାହାଲ ଗ୍ରାମ ସ୍ଥାପନ ହୋଇ ଦୀର୍ଘ ୪୦ ବର୍ଷ ହେବ।ଏଠାରେ ଗୌଡ଼,ଜାନି,ଭତ୍ରା ଭଳି ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ଏଠାକାର ଅଧିବାସୀ କୃଷି ଉପରେ ନିର୍ଭର କରୁଛନ୍ତି।ଧାନ,ମକା,ବିରି,କାନ୍ଦୁଲ ଓ କୋଳଥ ଇତ୍ୟାଦି ଏଠାକାର ଲୋକଙ୍କ ପ୍ରଧାନ ଚାଷ ଆଉ ଏଥିରୁ ପେଟକୁ ଦାନା ଯୋଗାଡ଼ କ...

Prime Odisha September 21, 2021, 6:19 am     189 Views

ଝରିଗାଁ ରେ ବିଜେଡ଼ିର ମିଶ୍ରଣ ପର୍ବ ଦଳରେ ସାମିଲ ହେଲେ ୩୦୦ ନୂତନ କର୍ମୀ।

ଝରିଗାଁ :ଆଗକୁ ପଞ୍ଚାୟତ ନିର୍ବାଚନ ଆଉ ଏଥିପାଇଁ ଶାସକ ବିଜେଡ଼ି ଦଳ ଆରମ୍ଭ କରିଦେଲେଣି ଅଙ୍କକଷା।ବିଜେଡି ନେତୃବୃନ୍ଦ ମାନେ ତୃଣମୂଳରୁ ବ୍ଲକସ୍ତରରେ କର୍ମୀମାନଙ୍କୁ ନେଇ କଷରତ ଆରମ୍ଭ କରିଦେଲାଣି।ଝରିଗାଁ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ଗୁଡିକରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଖୋଦ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଆଉ ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଞ୍ଚାୟତ ର ବରାଗୁଡା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।ବ...

Prime Odisha September 21, 2021, 6:10 am     765 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us