BREAKING

ଆସନ୍ତା 19/09 ରେ ଜୟପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆସନ୍ତା 19/09 ରେ ଜୟପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ..


ଜୟପୁର-(13/09) : ଭାରତୀୟ କାନୁନ ବ୍ୟବସ୍ଥାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହଉଛି ଲୋକ ଅଦାଲତ ଏହା ଦ୍ୱାରା ଦୀର୍ଘ ଦିନରୁ ଚାଲି ଆସୁଥିବା କେଶ ଗୁଡାକୁ ଅତି ସରଳ ଓ ସହଜ ଉପାୟରେ ତୁରନ୍ତ ଫଇସଲା କରାଯାଏ. ଏଠାରେ ବିଚାର ପତିଙ୍କ ଏକ ଗୋଷ୍ଠୀ ନିରପେକ୍ଷ ସମସ୍ତ ପରିସ୍ଥିକୁ ଅନୁଧ୍ୟାନ କରି ଶୁଣାଣି କରନ୍ତି ଏବଂ ଏହି ନିଷ୍ପତ୍ତି ସବୁଠାରେ ଗ୍ରହଣୀୟ, ଏହି ଲୋକ ଅଦାଲତ ଦ୍ୱାରା ପର୍ଯ୍ୟନ୍ତ ଭାରତର ହଜାର ହଜାର କେଶ ସମାଧାନ କରା ଯାଇସାରିଛି, ଏହି ପାରି ପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଜୟପୁର କୋର୍ଟ ଦ୍ୱାରା ବି ଆସନ୍ତା 19/09/21 ରେ ସ୍ଥାନୀୟ କୋର୍ଟ ପରିସରରେ ଏକ ଲୋକ ଅଦାଲତର ଆୟୋଜନ କରାଯାଇଛି ଏବଂ ଜନ ସାଧାରଙ୍କୁ ଏହାର ସୁଯୋଗ ନେବା ପାଇଁ ଅପିଲ କରାଯାଇଛି. ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧକ୍ଷ ମାନ୍ୟବର ଜିଲ୍ଲା ଜର୍ଜ ଏହାର ପୌରହିତ କରିବେ.

ଏଥି ନେଇ ଏକ ବିଜ୍ଞପ୍ତି ଜିଲ୍ଲା ଜର୍ଜଙ୍କ ତରଫରୁ ଜରି କରାଯାଇଛି, ଜାରି କରା ଯାଇଥିବା ବିଜ୍ଞପ୍ତି ଟି ହେଲା... କୌଣସି କଚେରୀରେ ଆପଣଙ୍କର କୌଣସି ମକଦ୍ଦମା ବିଚାର ଧିନ ରହିଛି କି, ବା ଅପଣଙ୍କର କାହା ସହିତ କୌଣସି ବିବାଦ ରହିଛି କି ? ୨/ ତେବେ ଆପଣ ସେ ମକଦ୍ଦମା/ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତଙ୍କ ସହାୟତା ନିଅନ୍ତୁ । ୩/ ତା ୧୯/୦୯/୨୧ ରିଖ ରେ ଉଚ୍ଚ ନ୍ୟାୟଳୟ ପରିସରରେ ଏବଂ ପ୍ରତେକ ଜିଲ୍ଲାସ୍ତରୀଅ ଏବଂ ତାଲୁକ ସ୍ତରୀଅ ବିଚାର ବିଭାଗିୟ କୋର୍ଟ ପରିସରରେ ଏକ ରାଷ୍ଟ୍ର-ସ୍ତରୀଅ ଲୋକ ଅଦାଲତ ଅନୁଷ୍ଟିତ ହେଉଛି । ୪/ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ଵିଚାରଧୀନ ମକଦ୍ଦମା ଯଥା ଦେଓଆନି,ଫୋଜଦାରି (ସାଲିସ ଯୋଗ୍ୟ),ମୋଟର ଦୁର୍ଘଟଣା ଜଡ଼ିତ କ୍ଷତିପୂରଣ, ବ୍ୟଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ,ଚେକ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ। ୫/ କେବଳ ବିଚାରଧୀନ ମକଦ୍ଦମା ନୁହେଁ,ପ୍ରାକ-ମକଦ୍ଦମା ସ୍ତରୀଅ (କଚେରୀରେ ଦାୟର ହୋଇନଥିବା) ବେଙ୍କ ଋଣ ବିବାଦ, ଶ୍ରମବିବାଦ,ପାରିବାରିକ ବିବାଦ ଇତିଆଦିମଧ୍ୟରେ ସମାଧାନ ଏହି ରାଷ୍ଟୀୟ ଲୋକଆଦାଲତରେ ହୋଇପାରିବ
6/ଲୋକ ଲୋକଆଦଲତ ମକଦମା /ବିବାଦ ସମାଧାନ ପାଈଁ କୋଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଆଦାଳତରେ ରାୟ ଵଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ
7/ଯଦି କୋଣସି ବିଚାରଧିନ ମକଦମାର ସମାଧାନ ଲୋକ ସଦାଲତରେ ହୁଏ, ଆଗରୁ ପଇଠ ହୋଇଥିବାରୁ କୋର୍ଟ ଫି ଫେରସ୍ତ ହୋଇପାରିବ!
8/ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦମା ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଈଁ ଏ ସୁଯୋଗ ର ସଦଉପଯୋଗ କରନ୍ତୁ
9/ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାଯ୍ୟରତ ଥିବା ଜିଲ୍ଲା ବା ତାଲୁକ ଆଇନ ସେବା କାର୍ଯ୍ୟଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ଅଧ୍ୟକ୍ଷ - ତଥା -ଜିଲ୍ଲା ଜ୍ୱର୍ଜ,ଜିଲ୍ଲା ଆଇନି ସେବା ପ୍ରାଧିକରଣ, କୋରାପୁଟ -ଜୟପୁର, ଯୋଗାଯୋଗ := (06854)251002-151089

ରିପୋର୍ଟ : ଦେବୀ ପ୍ରସାଦ ପଣ୍ଡାଙ୍କ ସହ ଦେବଦତ୍ତ ପାଣି, ଜୟପୁର.

ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଝରୀଗାଁ ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସଂଘ ସଭାପତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ପରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଙ୍କ ଉପସ୍ଥିତ...

Prime Odisha September 26, 2021, 7:42 am     457 Views

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆମ୍ବ ଗଛରେ ଜଣେ ଯୁବକ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ରବିବାର ସକାଳୁ ଦେଖିବାକୁ ମିଳିଛି | ସୂଚନା ଯୋଗ୍ୟ ହାଟପଦା ଗ୍ରାମରେ ରହୁଥିବା ଅଶୋକ ମହାନ୍ତି (୪୦) ଗତକାଲି ରାତିରେ ଘରୁ ବାହାରକୁ ଯାଇଥିଲେ ।କିନ୍ତୁଆଜି ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ପରେ ଖବର ମିଳିଥିଲା ଯେ ଅଶୋକ ଗ୍ରାମ ନିକଟ ଜମି ହୁଡାରେ ଥିବା ଆମ୍ବ ଗଛରେ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକର ସ୍ତ୍ରୀ ରୁକ୍ମଣୀ ଜାନୀ ଆଜି ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଅରୁଣ କୁମାର ...

Prime Odisha September 26, 2021, 7:00 am     165 Views

ମାଁ ଦୂର୍ଗା ପୂଜା ପାଇଁ ପ୍ରଥମ ଦିନର ଶୁଭ କାର୍ଯ୍ୟ ଆରମ୍ଭ

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ମଣ୍ଡପରେ ଦଶହରା ପାଇଁ ପ୍ରଥମ ଦିନର ଶୁଭାରମ୍ଭ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ମଣ୍ଡପରେ କରୋନା କଟକଣା ଭିତରେ ସରକାରଙ୍କ ନିୟମ ଅନୁଯାୟୀ ଦଶହରା ପାଳନ କରାଯିବ। ଏହାକୁ ଉମରକୋଟ ସହରର ବରିଷ୍ଟ ପୂଜାୟତ ଶ୍ରୀ ତ୍ରିନାଥ ମିଶ୍ର ମାଙ୍କ ମଣ୍ଡପ ଶୁଭ ମୁହୂର୍ତ୍ତ ବାହାରକରି ଶୁଭ ପକାଇଥିଲେ , ଚଳିତ ବର୍ଷ କର୍ତ୍ତା ଭାବରେ ଶ୍ରୀ ରମେଶ ଦାସ ପୂଜା ମଣ୍ଡପରେ ଉପସ୍ଥିତ ରହିବେ ! ସନ୍ତୋଷୀ ନଗର ପୂଜା କମିଟି ପକ୍ଷରୁ ଉପସ୍ଥିତ ରହିଥିଲେ ।ଦିନବନ୍ଧୁ ଦାସ,ପେଣ୍ଡ୍ରା ରାଓ, ଲଳିତ ସେଠି, ଭି ଜଗଦୀଶ, ଶାନ୍ତୁନୁ ବାହିନୀପତି , ଭି. ବି...

Prime Odisha September 26, 2021, 4:18 am     635 Views

ଗଞ୍ଜାମ ଜିଲ୍ଲା ପାଳ ଭୂମିହୀନ ଓ ବାସହୀନଙ୍କ ପ୍ରତି ଦେଲେ ବିଶେଷ ଦୃଷ୍ଟି

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ ବୈଠକରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଗୁରୁତ୍ୱ ଦେବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରି ଆବାସହିନ ପରିବାରଙ୍କୁ ଘର ଏବଂ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଦିଗରେ ଉଭୟେ ବିଡିଓ ଓ ତହସିଲଦାର ମାନେ ମିଳିତ ଭାବେ ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ କରି ସେମା...

Prime Odisha September 26, 2021, 4:02 am     430 Views

ସମ୍ଭାବ୍ୟ ବାତ୍ୟା"ଗୁଲାବ"କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ

ନବରଙ୍ଗପୁର : ଆସୁଛି ବାତ୍ୟା 'ଗୁଲାବ'! ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁରକୁ ରେଡ୍ ଆର୍ଲ ଜାରି ପରେ ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସୁଛି ବାତ୍ୟା 'ଗୁଲାବ', ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ...

Prime Odisha September 26, 2021, 3:44 am     806 Views

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା

ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଠାରେ ଜଣେ ମହିଳା ଙ୍କୁ ଦୋକାନରେ ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଦାବୀ ହୋଇଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେ...

Prime Odisha September 26, 2021, 10:53 am     394 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us