BREAKING

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଡେଥ୍‌ ସାର୍ଟିଫିକେଟରେ ଦର୍ଶାଯିବ କରୋନା ମୃତ୍ୟୁ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଡେଥ୍‌ ସାର୍ଟିଫିକେଟରେ ଦର୍ଶାଯିବ କରୋନା ମୃତ୍ୟୁ


ନଆଦିଲ୍ଲୀ: ଏଣିକି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହେଲେ ଡେଥ ସାର୍ଟିଫିକେଟରେ ଲେଖାଯିବ 'କରୋନା ମୃତ୍ୟୁ’। ଦିଆଯିବ କରୋନା ମୃତ୍ୟୁର ଡେଥ୍‌ ସାର୍ଟିଫିକେଟ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍‌ କାଉଂସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ରାଜ୍ୟ ସରକାର ଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ରରେ ‘କରୋନାରେ ମୃତ୍ୟୁ’ ହୋଇଥିବା ନେଇ ଦର୍ଶାଇବାକୁ ପଡିବ। ପୂର୍ବରୁ ବହୁ ଲୋକ କରୋନାରେ ଆଖିବୁଜି ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟ କରୋନା ଜନିତ ମୃତ୍ୟୁ ସାର୍ଟିଫିକେଟ ପାଇନଥିବା ଅଭିଯୋଗ ଆଣିଥିଲେ। ନୂଆ ନିୟମ ପରେ ସେମାନଙ୍କ ପରିବାର ସହଦ୍ୟ ଏବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ।
ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ। ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କୋଭିଡ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କରୋନା ସାର୍ଟିଫିକେଟ୍‌ ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବ।କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଡେଥ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟରେ ରିପକ୍‌ କଂସଲ ଏବଂ ଗୌରବ ବଂଶଲ ନାମକ ୨ ଜଣ ବ୍ୟକ୍ତି ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ଜୁନ୍‌ ୩୦ରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖାଯିବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟଳୟ।
ଶୁଣାଣି ପରେ ମଧ୍ୟ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ। ଏବେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ମୃତ୍ୟୁ ପ୍ରମାଣପତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଡେଥ୍‌ ସାର୍ଟିଫିକେଟରେ କରୋନା ଯୋଗୁଁ ମୃତ ହୋଇଛି ବୋଲି ଲେଖାଯିବ। ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍‌ ସାର୍ଟିଫିକଟେରେ କରୋନା ମୃତ୍ୟୁ ବୋଲି ଲେଖାଯିବ। ଯଦି କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନୀତ ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଲେଖାଯିବ ନାହିଁ ।

ରିପୋର୍ଟ : ପ୍ରାଇମ ଓଡିଶା ନିୟୁଜ.

ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ବୈଠକ,ବୈପରିଗୁଡ଼ା

ବୈପରିଗୁଡ଼ା : ବ୍ଲକ କଂଗ୍ରେସ ଦଳ ପକ୍ଷରୁ ବୈପାରିଗୁଡା ସ୍ଥିତ କଂଗ୍ରେସ ଭବନ ଠାରେ ଦଳୀୟକର୍ମୀ ମାନଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ସହ ଅନ୍ୟାନ ବିଷୟବସ୍ତୁକୁ ନେଇ ଏକ ବୈଠକ ଆୟୋଜନ କରିଥିବା ର ଜଣାପଡିଛି !ବ୍ଲକ କଂଗ୍ରେସ ସଭାପତି ଗୌର ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଟକର୍ମୀ ପି.ରମେଶ ପାତ୍ର, ମହନ ଶ୍ରୀକଲିଆ, ମହେନ୍ଦ୍ର ଦଲେଇ ,ଜଗା ଶୁଣ୍ଡି, ରୁଦ୍ର ନାରାୟଣ ଦାସ, ପ୍ରଫୁଲ ପାତ୍ର, ବାସୁଦେବ ଗେଲରୀ, ଏମ.ଅଶୋକ, ବାଲାଜୀ ରାଓ, ସତ୍ୟ ନାରାୟଣ ମହାନ୍ତି ଧନେଶର ମାଝୀ, ରଘୁ ମାଳି ଙ୍କ ସହ ୨୦ ଗୋଟି ପଞ୍ଚାୟତର ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ!ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ...

Prime Odisha September 26, 2021, 3:25 am     450 Views

MKCG ମେଡିକାଲ ରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ

ବ୍ରହ୍ମପୁର : ବ୍ରହ୍ମପୁର ବଡ ମେଡିକାଲ ରୁ ଓଏଏସ ଅଧିକାରୀ ନିଖୋଜ ହେବା ପରେ ଖୋଜୁଛନ୍ତି ପରିବାର ଲୋକେ। ଏମ୍.କେ.ସି.ଜିରୁ ନିଖୋଜ ହୋଇଛନ୍ତି ଅବସରପ୍ରାପ୍ତ ଓ.ଏ.ଏସ୍ ଅଧିକାରୀ, ଥାନାରେ ଏତଲା ଦେଇ ବାପାଙ୍କୁ ଖୋଜୁଛନ୍ତି ପରିବାର ବର୍ଗ l ବ୍ରହ୍ମପୁର mkcg ମେଡିକାଲରୁ ନିଖୋଜ ହୋଇଯାଇଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଓ.ଏ.ଏସ୍ ଅଧିକାରୀ ବୃନ୍ଦାବନ ମଲ୍ଲିକ । ଗତ ୧୮ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ରାହ୍ମଣଛାଇ ଅଞ୍ଚଳରେ ରହି ଆସୁଥିବା ୭୫ ବର୍ଷୀୟ ବୃନ୍ଦାବନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ବଡ ପୁଅ ଏମ୍.କେ.ସି.ଜିକୁ ଚିକିତ୍ସା ପାଇଁ ଆଣିଥିଲେ ।ସେଠାରେ ଡାକ୍ତର ବୃନ୍ଦାବନଙ୍କ ମାନସିକ ଅସ୍ଥିରତା ଦେଖି ନିଦ ଆସିବା ପାଇଁ ଏକ ଇଞ୍ଜେକସନ୍ ଦେଇଥିଲେ । ଏ...

Prime Odisha September 24, 2021, 11:03 am     928 Views

ଗଳ୍ପ ସଂକଳନ"ଅଳ୍ପରେ ଗଳ୍ପ"ଉନ୍ମୋଚିତ

ବ୍ରହ୍ମପୁର:ଅଧିବକ୍ତା ତଥା କଂଗ୍ରେସ ନେତା ପୀତବାସ ପଣ୍ଡାଙ୍କ ଦ୍ୱାରା ଲିଖିତ ଏକ ଗଳ୍ପ ସଂକଳନ "ଅଳ୍ପ ରେ ଗଳ୍ପ " ର ଉନ୍ମୋଚନ ଉତ୍ସବ ବ୍ରହ୍ମପୁର ହୋଟେଲ ତନ୍ଦୁରୀ-ଇନ, ଷ୍ଟେସନ ରୋଡ ଠାରେ ଆୟୋଜନ ହୋଇଯାଇଛି, ଏହି ଉଛବରେ ପ୍ରକାଶକ କୂରେସୁ ପଣ୍ଡା, ଆଇନଜୀବି ଭଗବାନ ସାହୁ, ଶିଶିର ପାଢି, ସୁଧାଂଶୁ ପଣ୍ଡା, ସାମ୍ବାଦିକ ନରସିଂହ ସାହୁ, ଅମ୍ବିକା ପ୍ରସାଦ ଦାସ,ଜଗନମୋହନ ମହାପାତ୍ର, ଜିତେନ୍ଦ୍ର ମହାପାତ୍ର, ସୁଦର୍ଶନ ନାୟକ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଶିକ୍ଷାବିତ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଆଲୋଚନା ଚକ୍ରରେ ରେ ବରିଷ୍ଠ ଆଇନଜୀବି ରବି ପାଣିଗ୍ରାହୀ, ନିରଞ୍ଜନ ନାୟକ, ଅଜିତ ସାହୁ. ପି. ନରସିଂହ ପତ୍ର, ରାମ କୁମାର, ପ୍ରଫୁଲ୍ଲ ଜ...

Prime Odisha September 22, 2021, 1:51 am     830 Views

ଆଫଗାନିସ୍ତାନରେ ଅର୍ଥନୈତିକ ସଙ୍କଟ: ଅନାହାରରେ ମୃତ୍ୟୁବରଣ କରିପାରନ୍ତି ୧୪ ନିୟୁତରୁ ଅଧିକ ଲୋକ

କାବୁଲ: ତାଲିବାନର କାବୁଲ ବିଜୟ ପରେ ଏବେ ତାଲିବାନ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। କାବୁଲକୁ କବଜା କରିବାର ଏକ ମାସ ପରେ ତାଲିବାନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରି ଦଶନ୍ଧିର ଯୁଦ୍ଧ ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ସୁରକ୍ଷା ମୁଖ୍ୟତଃ ଉନ୍ନତ ହୋଇଛି, କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ଦେଶର ବିକାଶ ଦିଗରେ ଶହ ଶହ କୋଟି ଡଲାର ସତ୍ତ୍ବେ ଆଫଗାନିସ୍ତାନର ଅର୍ଥନୀତି ଭୁଶୁଡିଯାଇଛି। ଦେଶରେ ମରୁଡ଼ି ଏବଂ ଦୁର୍ଭିକ୍ଷ ଆଶଙ୍କା ବୃଦ୍ଧି ପାଇଚି। ୱାଲର୍ ଫୁଡ୍‌ ପ୍ରୋଗ୍ରାମ ଆଶଙ୍କା କରୁଛି ଯେ ମାସ ଶେଷ ସୁଦ୍ଧା ଖାଦ୍ୟ ସଙ୍କଟ ଦେଖାଦେଇପାରେ। ଯାହା ଦ୍ବାରା ୧୪ ନିୟୁତ ଲୋକ ଅନାହାରରେ ମୃତ୍ୟୁବରଣ କରିବେ। କାବୁଲ ବାସିନ୍ଦା ଅବଦୁଲ୍ଲା କହିଛନ...

Prime Odisha September 15, 2021, 5:53 am     534 Views

ରାଜପଥରେ ୧୨୦ କି.ମି ବେଗରେ ଚାଲିପାରିବନି ଗାଡି; କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କଲେ କୋର୍ଟ

ରାଜପଥରେ ୧୨୦ କି.ମି ବେଗରେ ଚାଲିପାରିବନି ଗାଡି; କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କଲେ କୋର୍ଟ by ଓଡ଼ିଶା ସମ୍ବାଦ ବ୍ୟୁରୋ -september 15, 2021 ନୂଆଦିଲ୍ଲୀ: ରାଜପଥରେ ଅଧିକ ଦ୍ରୁତ ଗତିରେ ଯାତାୟାତ କରୁଥିବା ଯାନବାହନକୁ ଦୃଷ୍ଟିରେ ରଖି ମାଡ୍ରାସ ହାଇକୋର୍ଟ ରାଜପଥରେ ସର୍ବୋଚ୍ଚ ବେଗକୁ ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କରି ଦେଇଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଏକ୍ସପ୍ରେସୱେରେ ଗାଡି ଚଳାଇବା ବେଗକୁ ୧୨୦ କୁ ବୃଦ୍ଧି କରାଯାଇଛି। ଜଷ୍ଟିସ୍ ଏନ କିରୁବାକରନ୍ (ସୁପରନୁଏଟେଡ୍ ପରଠାରୁ) ଏବଂ ଜଷ୍ଟିସ୍ ଟିଭି ଥାମିଲସେଲଭିଙ୍କ ଏକ ଡିଭିଜନ୍ ବେଞ୍ଚ ନିକଟରେ ଏପ୍ରିଲ୍ ୬, ୨୦୧୮ ତାରିଖର ବିଜ୍ଞପ୍ତିକୁ ରଦ୍ଦ କରିଦେଇଛ...

Prime Odisha September 15, 2021, 5:52 am     538 Views

କାବୁଲ ବିମାନ ବନ୍ଦରକୁ ଫେରିଲେ ମହିଳା କର୍ମଚାରୀ: ପ୍ରାଣ ଭୟରେ ସଂଗୀତଜ୍ଞ କାବୁଲ ଛାଡ଼ୁଛନ୍ତି

କାବୁଲ୍‌: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ୍‌କୁ ଦଖଲ କରିବାର ମାସେ ପାଖାପାଖି ହେଲାଣି। କାବୁଲ୍‌ ବିମାନ ବନ୍ଦରରେ କାର୍ଯ୍ୟରତ ୮୦ରୁ ଅଧିକ ମହିଳା କର୍ମଚାରୀମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ କାର୍ଯ୍ୟସ୍ଥଳୀକୁ ଫେରିଛନ୍ତି। ରାଜଧାନୀର ବହୁତ କମ୍‌ ମହିଳାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ମିଳିଛି। ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଅନ୍ୟ କୌଣସି ମହିଳା କାର୍ଯ୍ୟ କ୍ଷେତ୍ରକୁ ଫେରି ପାରିବେ ନାହିଁ ବୋଲି ତାଲିବାନ କହିଛି। ଶନିବାର ୬ ଜଣ ମହିଳା କର୍ମଚାରୀ ବିମାନ ବନ୍ଦରର ମୁଖ୍ୟଦ୍ବାରରେ ଡିଉଟି କରିଥିଲେ। ଘରୋଇ ବିମାନରେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କୁ ସ୍କାନିଂ କରିବା ସହ ଅପେକ୍ଷାରତ ଯାତ୍ରୀମାନଙ୍କ ସହ କଥାବାର୍...

Prime Odisha September 14, 2021, 8:09 am     446 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us