BREAKING

ସରକାରୀ ସହାୟତା ଧୂଆଁବାଣ,ଭାଲୁ ଆକ୍ରମଣରୁ ଆଘାତ ପ୍ରପ୍ତଙ୍କ କରୁଣ କାହାଣୀ

ଭାଲୁ ଆକ୍ରମଣର ଗୁରୁତର ଵୃଦ୍ଧଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ..


ଝରିଗାଁ-(୧୨/୯) :ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଲୋକାଭିମୁଖୀ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ହେଁ ତାହା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇ ରହୁଛି।ବିଶେଷ କରି ଅସହାୟ ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା ମାନ ରହିଛି,ତେବେ ଅନେକ ଅସହାୟ ଲୋକଙ୍କ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା କାରଣରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଅଛି ଏପରିକି ସରକାରୀ ଡାକ୍ତରଖାନାରେ ଟଙ୍କା ଜମା କରିନପାରି ରୋଗୀଙ୍କୁ ଗୁରୁତ୍ୱର ଅବସ୍ଥାରେ ନିଜ ଘରକୁ ଫେରି ଆସିବାକୁ ପଡୁଛି।ଏଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖୁ ବାକୁ
ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ମାନସାଏ ଜାନୀ(୫୫)ଙ୍କ କ୍ଷେତ୍ରରେ।ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ମାସ ୨୧ତାରିଖ ସକାଳୁ ଗବାଗୁଡା ଗ୍ରାମର ମାନସାଏ ଜାନୀବଏବଂ କନ୍ଦା ଯାନୀ ଉଭୟ କାଠ ସଂଗ୍ରହ ପାଇଁ ଗାଁରୁ ପ୍ରାୟ ତିନି କିଲୋମିଟର ଦୂର ଜଙ୍ଗଲକୁ ଯାଇଥିଲେ।ଜଙ୍ଗଲରେ କାଠ ସଂଗ୍ରହ ବେଳେ ହଠାତ ଏକ ଭାଲୁ ମାନସାଏ ଙ୍କୁ ଆକ୍ରମଣ କରିଥିଲା।ଫଳରେ ମାନସାଏଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା।ସାଥିରେ ଯାଇଥିବା କନ୍ଦା ଜାନୀ ମାନସାଏଙ୍କୁ ଭାଲୁ କବଳରୁ ଉଦ୍ଧାର କରି ବହୁ କଷ୍ଟରେ ଗବାଗୁଡା ଗ୍ରାମକୁ ଆଣିଥିଲେ।ଭାଲୁ ଆକ୍ରମଣ ଫଳରେ ମାନସାଏ ର ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ପରିବାର ଲୋକ କହିବା ପ୍ରକାରେ ଧାର ଉଧାର କରି କିଛି ଟଙ୍କା ଯୋଗାଡ଼ କରି ଘଟଣା ଦିନ ମାନସାଏଙ୍କୁ ପ୍ରଥମେ ଉମରକୋଟ ଡାକ୍ତର ଖାନାରେ ଚିକିତ୍ସା ପାଇଁ ନେଇଥିଲେ।ଉମରକୋଟ ଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତୁରନ୍ତ ନେବା ପାଇଁ ପରାମର୍ଶ ଦେଇଥିଲେ।ଅଭାବରେ ମଧ୍ୟ ପରିବାର ଲୋକ ମାନସାଏ ର ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ସେଠାରେ ୪ ଦିନ ଚିକିତ୍ସା ପରେ ମଧ୍ୟ ଉନ୍ନତ ଚିକିତ୍ସା ର ଆବଶ୍ୟକତା ନେଇ କୋରାପୁଟ ଡାକ୍ତର ଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।ପୁଣି ଧାର କରଜ କରି ପରିବାର ଲୋକ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାୟ ୪ ଦିନ ଚିକିତ୍ସା ପରେ ପୁଣି ଟଙ୍କାର ଆବଶ୍ୟକ ପଡିବାରୁ ୨୮ ତାରିଖ ଦିନ ମାନସାଏ କୁ ନେଇ ନିଜ ଘର ଗବାଗୁଡା ଗ୍ରାମ କୁ ଫେରିଆସିଥିଲେ।ଗାଁରେ ଧାର ଉଧାର କରି ପୁଣି ୧ ତାରିଖ ଦିନ ମାନସାଏ କୁ କୋରାପୁଟ ନେଇ ଯାଇଥିଲେ।ସେଠାରେ ପୁଣି ୪ଦିନ ରହିବା ପରେ ପୁଣି ଟଙ୍କାର ଆବଶ୍ୟକ ପଡିବାରୁ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।ଶେଷରେ କୌଣସି ଉପାୟ ନପାଇ ୫ ତାରିଖ ଦିନ ମାନସାଏଙ୍କୁ ଘରକୁ ନେଇ ଆସିଥିଲେ।ଵର୍ତମାନ ମାନସାଏର ଚିକିତ୍ସା ପାଇଁ ଟଙ୍କା ଅଭାବ ହେତୁ ଭାଗ୍ୟ କୁ ଆଦରି ଘରେ ପଡି ରହିଛନ୍ତି।ମନସାୟ ଙ୍କ ସହିତ କୋରାପୁଟ ଯାଇଥିବା ସହଯୋଗୀ ସନ୍ୟାସୀ ଜାନୀ ଏବଂ ପୁଅ ଜଗର ଜାନୀ ଙ୍କ ଅଭିଯୋଗ ପ୍ରକାରେ କୋରାପୁଟ ଡାକ୍ତରଖାନା ରେ ଅସ୍ତ୍ରୋପଚାର ପାଇଁ ଅତିକମରେ ଆଉ ୨୦ହଜାର ଟଙ୍କାର ବ୍ୟବସ୍ଥା କର ନଚେତ ଘରକୁ ଚାଲିଯାଅ ବୋଲି ଶୁଣାଇ ଦେଇଥିଲେ।ଅସହାୟ ପରିବାର ନିକଟରେ ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଇଥିବା ବେଳେ ସେମାନେ ଆଉ କୌଣସି ଉପାୟ ନପାଇ ମାନସାୟ ଙ୍କୁ ନେଇ ଗାଁକୁ ଫେରି ଆସିଛନ୍ତି ଏଣେ ମାନସାୟ ଙ୍କ ମୁଣ୍ଡ ରୁ ପୂଜ ବାହାରୁଥିବା ବେଳେ ଅଧିକ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳିଛି।ପ୍ରଶାସନ ତରଫରୁ ମାଗଣା ଚିକିତ୍ସା କରିବା ପାଇଁ ଗ୍ରାମବାସୀ ଦାବି କରି ଥିବାବେଳେ ସରକାରି ସହାୟତା ନେଇ ବନବିଭାଗ ସହିତ ଯୋଗାଯୋଗ କରିବାରୁ ଏଯାବତ ଆବଶ୍ୟକ କାଗଜପତ୍ର ଦାଖଲ ହୋଇନଥିବାରୁ ସହାୟତା ରାଶି ପ୍ରଦାନ ରେ ବିଳମ୍ବ ହେଉଥିବା ବନ ବିଭାଗ ପକ୍ଷରୁ ଜଣାଯାଇଛି।ତେବେ ଏହି ଅସହାୟ ପରିବାର ପ୍ରତି ନବରଙ୍ଗପୁର ଜିଲ୍ଲାପାଳ ସଦୟ ହୋଇ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ସାଧାରଣ ରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ପ୍ରାଇମ ଓଡିଶା ନିୟୁଜ, ଝରିଗାଁ.

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସିଡିଏମଓ ମାରିଲେ ମୁଣ୍ଡିଆ

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି ବିଦା କରିଦେଲେ । ମାନସିକ ନିର୍ଯାତନା ସହିନପାରି କାନ୍ଦି କାନ୍ଦି ଅନଶନରେ ବସିଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚ୍ଚିକାନ୍ତ ଲେଙ୍କା । ତଥାପି ପଦୁଟିଏ ହେଲେ ଆଶ୍ୱାସନା ମିଳିଲାନି । ଧାରଣା ଜାରି ରହିଲା ଦୀର୍ଘ ୩ ଘଣ୍ଟା ପରେ ମୁଣ୍ଡ ନୁଆଁଇଲେ ସିଡିଏମ୍‌ଓ । ଡାକ୍ତରଙ୍କ ଆଗରେ ହାତ ଯୋଡିଲେ, ମୁଣ୍ଡିଆ ମାରିଲେ । ପରିସ୍ଥିତି ଏମିତି ହେଲା ଯେ ଡାକ୍ତର ଜଣଙ୍କ ମଧ୍ୟ ଅନଶନରୁ ଉଠି ସିଡିଏଓଙ୍କୁ ମୁଣ୍ଡିଆ ମାରିଲେ । ଓଡ଼ିଶାରେ ପ୍ରଥମଥର ପାଇଁ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ...

Prime Odisha September 21, 2021, 8:56 am     598 Views

ଅସାବଧନତାର ଶିକାର ହେଲେ ସାଥି ଶିକାରୀ, ଜଣେ ସାଥି ଗୁରୁତର

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ କୁଟୁଣୁକୁମ୍ପା ଗ୍ରାମରେ । ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଗୁରୁତର ଜଣକ ହେଉଛନ୍ତି ଶିବରାମ ନାୟକ । ଗୁରୁତର ଶିବରାମଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରିପୋର୍ଟ:ନିକୁଞ୍ଜ ବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିୟୁଜ. ...

Prime Odisha September 21, 2021, 8:21 am     193 Views

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁକୂଲ୍ୟ ରେ ଅଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପି.ଚିରଞ୍ଜୀବ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଥିବା ବେକେ ଅନେକ ମହାପୁରୁଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଏଣୁ ସ୍ୱାଧୀନତା କୁ ଉପଭୋଗ କରିବା ପରିବର୍ତ୍ତେ ଅନୁଭବ କରିବା ନେଇ ପରାମର୍ଶ ଦେଇଥିଲେ।ଅନ୍ୟ ମା...

Prime Odisha September 21, 2021, 8:10 am     810 Views

ବେଲଗାଁ ପଞ୍ଚାୟତ ରେ ଦିଗହରା ହୋଇଛି ଆବାସ ଯୋଜନା

ଝରିଗାଁ : ଜନସାଧାରଣ ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଚାଲିଅଛନ୍ତି। ପ୍ରତ୍ୟେକ ଅସହାୟ ଏବଂ ଗରିବ ପରିବାରଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠୁଛି।ଆର୍ଥିକ ସ୍ବଚ୍ଛଳନଥିବା ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଆବାସ ଯୋଜନାରେ ଘରଖଣ୍ଡିଏ ର ସାହାଯ୍ୟ ଦେଉଛନ୍ତି ସରକାର।ତେବେ ଅନେକ ଅସହାୟ ଙ୍କ ନାମ ତାଲିକାରେ ସାମିଲ ହୋଇନଥିବାରୁ ଏଯାବତ ମୁଣ୍ଡ ଗୁଞ୍ଜିବାପାଇଁ ଅନେକଙ୍କୁ ଭଙ୍ଗା ଝାଟିମାଟି ଘର ଛିଣ୍ଡା ପଲିଥିନ ହିଁ ଭରଷା ତେବେ ଦୀର୍ଘ ବର୍ଷ ପରେ ଏବେ ପୁଣି ଆବାସଗୃହ ପାଇଁ ନ...

Prime Odisha September 21, 2021, 6:27 am     136 Views

ମୌଳିକ ସୁବିଧାରୁ ବଞ୍ଚିତ କୁସୁମବାହାଲ ଗ୍ରାମ:ପ୍ରଶାସନ ର ଦୃଷ୍ଟି ପଡୁ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଏଯାବତ ଅନେକ ଉପାନ୍ତ ଗ୍ରାମ ଅଛି ଯେଉଁଠି ପ୍ରଶାସନ ତରଫରୁ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ଫଳରେ ଏଠାକାର ଲୋକ ଏକ ପ୍ରକାର ଜଙ୍ଗଲୀ ଜୀବନ କାଟିବାକୁ ବାଧ୍ୟହେଉଛନ୍ତି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ଦେଖିବାକୁ ମିଳିବ।ଗ୍ରାମବାସୀଙ୍କ କହିବା ପ୍ରକାରେ କୁସୁମବାହାଲ ଗ୍ରାମ ସ୍ଥାପନ ହୋଇ ଦୀର୍ଘ ୪୦ ବର୍ଷ ହେବ।ଏଠାରେ ଗୌଡ଼,ଜାନି,ଭତ୍ରା ଭଳି ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ଏଠାକାର ଅଧିବାସୀ କୃଷି ଉପରେ ନିର୍ଭର କରୁଛନ୍ତି।ଧାନ,ମକା,ବିରି,କାନ୍ଦୁଲ ଓ କୋଳଥ ଇତ୍ୟାଦି ଏଠାକାର ଲୋକଙ୍କ ପ୍ରଧାନ ଚାଷ ଆଉ ଏଥିରୁ ପେଟକୁ ଦାନା ଯୋଗାଡ଼ କ...

Prime Odisha September 21, 2021, 6:19 am     786 Views

ଝରିଗାଁ ରେ ବିଜେଡ଼ିର ମିଶ୍ରଣ ପର୍ବ ଦଳରେ ସାମିଲ ହେଲେ ୩୦୦ ନୂତନ କର୍ମୀ।

ଝରିଗାଁ :ଆଗକୁ ପଞ୍ଚାୟତ ନିର୍ବାଚନ ଆଉ ଏଥିପାଇଁ ଶାସକ ବିଜେଡ଼ି ଦଳ ଆରମ୍ଭ କରିଦେଲେଣି ଅଙ୍କକଷା।ବିଜେଡି ନେତୃବୃନ୍ଦ ମାନେ ତୃଣମୂଳରୁ ବ୍ଲକସ୍ତରରେ କର୍ମୀମାନଙ୍କୁ ନେଇ କଷରତ ଆରମ୍ଭ କରିଦେଲାଣି।ଝରିଗାଁ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ଗୁଡିକରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଖୋଦ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଆଉ ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଞ୍ଚାୟତ ର ବରାଗୁଡା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।ବ...

Prime Odisha September 21, 2021, 6:10 am     503 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us