BREAKING

ସରକାରଙ୍କୁ ଚେତାବନୀ, ଲୋଲିପୋପ ଦେଖାଇବା ବନ୍ଦ କର..

ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଜନସଚେନତା ଓ ପଥପ୍ରାନ୍ତ ସଭା।


ବ୍ରହ୍ମପୁର-(12/09) : ବ୍ରହ୍ମପୁର ଗ୍ରୀନ ଫିଲଡ ସିଭିଲିଆନ ଆଣ୍ଡ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା କୁ ଜୋରଦାର କରିବା ପାଇଁ
ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତାଙ୍କ ଛଡା ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଓଡ଼ିଶା ମୁଖ୍ୟ ଶାସନ ସଚିବ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଥାଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ମିଡ଼ିଆ କୁ ସୂଚନା ଦେଇଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କିଛି ନ କହିବା ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ଓ ଫୋରମ୍ ର ସଦସ୍ୟ ମାନେ ତାହାର ଦୃଢ଼ ନିନ୍ଦା କରିଥିଲେ।

ଅତିଶିଘ୍ର ବ୍ରହ୍ମପୁର ପାଖରେ ୧୫୦୦ ଏକର ଜମି ନେଇ ବ୍ରହ୍ମପୁର ଗ୍ରୀନ ଫିଲଡ ସିଭିଲିଆନ ଆଣ୍ଡ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କହିଥିଲେ।
ଉଲ୍ଲେଖନୀୟ, ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଡେଭଲପମେଣ୍ଟ ଫୋରମ୍ ଓ ଶତାଧିକ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୂକୁଲ୍ୟ ରେ ବ୍ରହ୍ମପୁର ଠାରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରି ଚାଲିଛି ଓ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ପ୍ରସାଶନ ନିକଟ ରେ ଦାବିପତ୍ର ଦେଇ ଆମ ନ୍ୟାର୍ୟ୍ଯ ଦାବି ପୂରଣ କରିବାକୁ ବାରମ୍ବାର ଦାବି କରାଆସିଛି।

କିନ୍ତୁ କିଛି ଦିନ ତଳେ ରାଜ୍ୟ ପରିବହନ ମନ୍ତ୍ରୀଙ୍କ "ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କାମ ସରିଯାଇଥିବା ଓ ୧୦ ସିଟ୍ ର ବିମାନ ବିଶାଖାପାଟଣା ଓ ଭୁବନେଶ୍ୱର କୁ ଉଡ଼ିବା" ମନ୍ତବ୍ଯ ସମଗ୍ର ଜିଲ୍ଲା କୁ ଆଚମ୍ବିତ ଓ ନିରାଶ କରିଛି। ରାଜ୍ୟ ସରକାର ବ୍ରହ୍ମପୁର ଠାରେ 'ଖେଳନା' ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବାରମ୍ବାର କହି ଲଲିପପ କାହିଁକି ଦେଉଛନ୍ତି ତାହା ଜଣା ପଡୁ ନାହିଁ।

ସୂଚନାଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀ ମହୋଦୟ, ୨୦୧୬ ରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପାଇଁ ଭୂମିପୂଜନ କରି ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ମୁଠା ବାଲି ସେଇଠି ପଡିନି।

୨୦୦୮ ରେ ବିଶାଖାପାଟଣା ଓ ଭୁବନେଶ୍ୱରକୁ ସଂଯୋଗର ଚେଷ୍ଟା ହୋଇ ସାରିଛି ଓ କିଛି ଦିନ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ଚାଲିଥିଲା ଓ ତାହା ସୁପର ଫ୍ଲପ ରହିଲା।

କାରଣ, ଯେଉଁ ସହରରେ ଏହି ଅଞ୍ଚଳ ର ଲକ୍ଷ ଲକ୍ଷ ପ୍ରବାସୀ ରହୁଛନ୍ତି ( ଯେମିତି ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, କଲିକତା, ପୁଣେ ,ସୁରତ,ଦିଲ୍ଲୀ ପ୍ରଭୂତି ବଡ ସହର ) ସେହି ସହର ସହ ବ୍ରହ୍ମପୁରରୁ ପ୍ରତିଦିନିଆ ବିମାନ ସେବା ଦରକାର।ଭୁବନେଶ୍ଵର ଓ ବିଶାଖାପାଟଣା କୁ ନୁହଁ ।ଏହା ଓଡିଶା ସରକାର ହୃଦୟଙ୍ଗମ କାହିଁକି କରିପାରୁ ନାହାନ୍ତି ତାହା ଜଣା ପଡୁ ନାହିଁ।ତେଣୁ ଆଜିର ଜନ ସଚେତନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସହରରୁ ଅନ୍ୟ ବଡ ସହର ସହ ବିମାନ ସେବା ଆରମ୍ଭ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଚେତାବନୀ ଦେଇଛି ଓ ଗଂଜାମ ଜିଲ୍ଲା ବାସୀଙ୍କ ଭାବନା ସହ ନ ଖେଳିବାକୁ ଫୋରମ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛି।
ଫୋରମ୍ ର ଅନେକ ସଂଘର୍ଷ ପରେ ସରକାର ବ୍ରହ୍ମପୁରରେ ରିଙ୍ଗରୋଡ କାମ ଆରମ୍ଭ କରିବା ଓ ଶିତଳାପଲ୍ଲି ରେଳଡବା କାରଖାନା କୁ ସବୁଜ ସଙ୍କେତ ଦେବା ଆମର ଓ ଜନ ସାଧାରଣଙ୍କ ସଫଳତା ବୋଲି ବକ୍ତା ମାନେ ମତବ୍ୟକ୍ତ କରିବା ସହ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁର ବିମାନବନ୍ଦର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ପୁଣି ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଫୋରମ ର ଉପସଭାପତି ଶ୍ରୀମତି ବବିତା ପାତ୍ର, ସେକ୍ରେଟାରୀ ସ୍ଵରାଜ୍ୟ ସାହୁ, ବରିଷ୍ଟ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ମାନସ ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ବନମାଳୀ ଅଜୟ, ସନ୍ତୋଷ ସାହୁ, ସ୍ବପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ମଧୁସୂଦନ ସାହୁ, ଦିଲିପ୍, ଶ୍ରିନୁ, ମନ୍ତୁ ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ :ନିକୁଞ୍ଜ ବିହାରୀ ପଟନାୟକ, ପ୍ରାଇମ ଓଡିଶା ନିୟୁଜ.

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସିଡିଏମଓ ମାରିଲେ ମୁଣ୍ଡିଆ

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି ବିଦା କରିଦେଲେ । ମାନସିକ ନିର୍ଯାତନା ସହିନପାରି କାନ୍ଦି କାନ୍ଦି ଅନଶନରେ ବସିଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚ୍ଚିକାନ୍ତ ଲେଙ୍କା । ତଥାପି ପଦୁଟିଏ ହେଲେ ଆଶ୍ୱାସନା ମିଳିଲାନି । ଧାରଣା ଜାରି ରହିଲା ଦୀର୍ଘ ୩ ଘଣ୍ଟା ପରେ ମୁଣ୍ଡ ନୁଆଁଇଲେ ସିଡିଏମ୍‌ଓ । ଡାକ୍ତରଙ୍କ ଆଗରେ ହାତ ଯୋଡିଲେ, ମୁଣ୍ଡିଆ ମାରିଲେ । ପରିସ୍ଥିତି ଏମିତି ହେଲା ଯେ ଡାକ୍ତର ଜଣଙ୍କ ମଧ୍ୟ ଅନଶନରୁ ଉଠି ସିଡିଏଓଙ୍କୁ ମୁଣ୍ଡିଆ ମାରିଲେ । ଓଡ଼ିଶାରେ ପ୍ରଥମଥର ପାଇଁ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ...

Prime Odisha September 21, 2021, 8:56 am     784 Views

ଅସାବଧନତାର ଶିକାର ହେଲେ ସାଥି ଶିକାରୀ, ଜଣେ ସାଥି ଗୁରୁତର

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ କୁଟୁଣୁକୁମ୍ପା ଗ୍ରାମରେ । ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଗୁରୁତର ଜଣକ ହେଉଛନ୍ତି ଶିବରାମ ନାୟକ । ଗୁରୁତର ଶିବରାମଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରିପୋର୍ଟ:ନିକୁଞ୍ଜ ବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିୟୁଜ. ...

Prime Odisha September 21, 2021, 8:21 am     545 Views

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁକୂଲ୍ୟ ରେ ଅଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପି.ଚିରଞ୍ଜୀବ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଥିବା ବେକେ ଅନେକ ମହାପୁରୁଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଏଣୁ ସ୍ୱାଧୀନତା କୁ ଉପଭୋଗ କରିବା ପରିବର୍ତ୍ତେ ଅନୁଭବ କରିବା ନେଇ ପରାମର୍ଶ ଦେଇଥିଲେ।ଅନ୍ୟ ମା...

Prime Odisha September 21, 2021, 8:10 am     622 Views

ବେଲଗାଁ ପଞ୍ଚାୟତ ରେ ଦିଗହରା ହୋଇଛି ଆବାସ ଯୋଜନା

ଝରିଗାଁ : ଜନସାଧାରଣ ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଚାଲିଅଛନ୍ତି। ପ୍ରତ୍ୟେକ ଅସହାୟ ଏବଂ ଗରିବ ପରିବାରଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠୁଛି।ଆର୍ଥିକ ସ୍ବଚ୍ଛଳନଥିବା ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଆବାସ ଯୋଜନାରେ ଘରଖଣ୍ଡିଏ ର ସାହାଯ୍ୟ ଦେଉଛନ୍ତି ସରକାର।ତେବେ ଅନେକ ଅସହାୟ ଙ୍କ ନାମ ତାଲିକାରେ ସାମିଲ ହୋଇନଥିବାରୁ ଏଯାବତ ମୁଣ୍ଡ ଗୁଞ୍ଜିବାପାଇଁ ଅନେକଙ୍କୁ ଭଙ୍ଗା ଝାଟିମାଟି ଘର ଛିଣ୍ଡା ପଲିଥିନ ହିଁ ଭରଷା ତେବେ ଦୀର୍ଘ ବର୍ଷ ପରେ ଏବେ ପୁଣି ଆବାସଗୃହ ପାଇଁ ନ...

Prime Odisha September 21, 2021, 6:27 am     481 Views

ମୌଳିକ ସୁବିଧାରୁ ବଞ୍ଚିତ କୁସୁମବାହାଲ ଗ୍ରାମ:ପ୍ରଶାସନ ର ଦୃଷ୍ଟି ପଡୁ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଏଯାବତ ଅନେକ ଉପାନ୍ତ ଗ୍ରାମ ଅଛି ଯେଉଁଠି ପ୍ରଶାସନ ତରଫରୁ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ଫଳରେ ଏଠାକାର ଲୋକ ଏକ ପ୍ରକାର ଜଙ୍ଗଲୀ ଜୀବନ କାଟିବାକୁ ବାଧ୍ୟହେଉଛନ୍ତି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ଦେଖିବାକୁ ମିଳିବ।ଗ୍ରାମବାସୀଙ୍କ କହିବା ପ୍ରକାରେ କୁସୁମବାହାଲ ଗ୍ରାମ ସ୍ଥାପନ ହୋଇ ଦୀର୍ଘ ୪୦ ବର୍ଷ ହେବ।ଏଠାରେ ଗୌଡ଼,ଜାନି,ଭତ୍ରା ଭଳି ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ଏଠାକାର ଅଧିବାସୀ କୃଷି ଉପରେ ନିର୍ଭର କରୁଛନ୍ତି।ଧାନ,ମକା,ବିରି,କାନ୍ଦୁଲ ଓ କୋଳଥ ଇତ୍ୟାଦି ଏଠାକାର ଲୋକଙ୍କ ପ୍ରଧାନ ଚାଷ ଆଉ ଏଥିରୁ ପେଟକୁ ଦାନା ଯୋଗାଡ଼ କ...

Prime Odisha September 21, 2021, 6:19 am     507 Views

ଝରିଗାଁ ରେ ବିଜେଡ଼ିର ମିଶ୍ରଣ ପର୍ବ ଦଳରେ ସାମିଲ ହେଲେ ୩୦୦ ନୂତନ କର୍ମୀ।

ଝରିଗାଁ :ଆଗକୁ ପଞ୍ଚାୟତ ନିର୍ବାଚନ ଆଉ ଏଥିପାଇଁ ଶାସକ ବିଜେଡ଼ି ଦଳ ଆରମ୍ଭ କରିଦେଲେଣି ଅଙ୍କକଷା।ବିଜେଡି ନେତୃବୃନ୍ଦ ମାନେ ତୃଣମୂଳରୁ ବ୍ଲକସ୍ତରରେ କର୍ମୀମାନଙ୍କୁ ନେଇ କଷରତ ଆରମ୍ଭ କରିଦେଲାଣି।ଝରିଗାଁ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ଗୁଡିକରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଖୋଦ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଆଉ ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଞ୍ଚାୟତ ର ବରାଗୁଡା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।ବ...

Prime Odisha September 21, 2021, 6:10 am     361 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : info@primeodisha.news

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us