BREAKING


କଂଗ୍ରେସ ର ଯୁବ ନେତୃମଣ୍ଡଳୀ ବ୍ରହ୍ମପୁର ବିଧାୟକଙ୍କ ବାର୍ଥ ଡେ ପାର୍ଟିରେ!


ବ୍ରହ୍ମପୁର : ଓଡ଼ିଶା କଂଗ୍ରେସକୁ ଏକ ପ୍ରକାର ଗ୍ରହ ଗୋଡେଇଛି କହିଲେ ଚଳେ।କିଛି ଦିନ ତଳେ ପିସିସି ର କାର୍ଯ୍ୟକର୍ତା ତାଲିକା ଘୋଷଣା ହେଲା ପରେ ବିରୋଧାଭାସ ଦେଖିବାକୁ ମିଳିଥିଲା।ସେ ନିଆଁ ନ ଲିଭୁଣୁ ଏବେ ବ୍ରହ୍ମପୁର କଂଗ୍ରେସ ରେ ନିଆଁ ଲାଗିଛି।ଦିନକ ତଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଜନ୍ମଦିନ ଥିଲା।ତାଙ୍କ ଜନ୍ମଦିନ ମନେଇବାକୁ ଯାଇ ଯୋଗ ଦେଇଥିଲେ କଂଗ୍ରେସର ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଯୁବସଭାପତି ଏବଂ ଅନ୍ୟ ଜଣେ ହେଲେ ରାଜ୍ୟ ଛାତ୍ର କଂଗ୍ରେସର ସମ୍ପାଦକ।ଏମାନେ କୋଉ ପରିସ୍ଥିତିରେ ସେଠାକୁ ଯାଇଥିଲେ ଏବଂ କଣ ତାଙ୍କର ଉଦେଶ୍ୟ ତାହା ସମୟ ହିଁ କହିବ।କିନ୍ତୁ ଏହା ଦେଖିଲା ପରେ କଂଗ୍ରେସ ପ୍ରେମୀ ମାନଙ୍କୁ ନିଶ୍ଚିତ ଭାବେ ଆଘାତ ଦେଇଛି।ଯାହାକି ଏକ ଲେଖା ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।ଏ ନେଇ ଆମେ ଗଂଜାମ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକଙ୍କୁ ଯୋଗାଯୋଗ କରିଥିଲୁ,ସେ କହିଲେ ଯେହେତୁ ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ ଏକ ଅଲଗା ଅଙ୍ଗ ଆମେ ତାଙ୍କ ଉପରେ କିଛି ଆକ୍ସନ ନେଇ ପାରିବୁ ନାହିଁ କିନ୍ତୁ ସେମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ସୁପାରିଶ କରିବୁ।ନିମ୍ନଲିଖିତ ଲେଖାଟି କଂଗ୍ରେସ ପ୍ରେମୀ ମାନେ ଲେଖି ଥିବା ଏବଂ ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପ ରେ ଘୁରି ବୁଲୁଥିବା ଆମ ନଜରକୁ ଆସିଛି।ଏହା ସାମାଜିକ ଗଣମାଧ୍ୟମ ରୁ ଉଧୃତ।କେମିତି ଚାଲିବ କଂଗ୍ରେସ ଓଡିଶାରେ?କଂଗ୍ରେସ ଦଳକୁ ଧୋକା ଦେଇ ବିଚିତ୍ର ଜନତା ଦଳ(ବିଜେଡି)ରେ ଯାଇ ବିଧାୟକ ହୋଇଥିବା ଲୋକଙ୍କ ସହ ସାଲିସ କରି ଓଡ଼ିଶାରେ କଂଗ୍ରେସ ଉଧେଇବ ତ?ଏହି ଫଟୋ ଗୁଡାକ ଏବେ ସାମାଜିକ ଗଣମାଧ୍ୟମ ବା ୱାଟସ ଆପ ଗ୍ରୁପରେ ଘୁରି ବୁଲୁଚି l ଏହାର ଜବାବ କିଏ ଦେବେ? ଭଲରେ ଦେଖନ୍ତୁ କଟକର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ମହମ୍ମଦ ମୋକିମ ବାବୁଙ୍କ ନିଜ ଲୋକବୋଲି ଦାବିକରୁଥିବା ଜଣେ ଭଦ୍ର ବ୍ୟକ୍ତି, ଗଂଜାମ ଜିଲ୍ଲା ଯୁବ କଂଗ୍ରେସ(ବ୍ରହ୍ମପୁର ଲୋକସଭା)ର ସଭାପତି ଓ ଓଡିଶା ରାଜ୍ୟ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଉପ ମୁଖପାତ୍ର ଯିଏ ଓଡିଶା ପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗର ଯୁଗ୍ମ ସଂଯୋଜକ ମଧ୍ୟ ଗତକାଲି(୧୧/୦୯/୨୦୨୧ ଶନିବାର ସମୟ-ଅସ୍ପଷ୍ଟ) ବ୍ରହ୍ମପୁର ଗଜପତି ନଗରସ୍ଥିତ ବିଜେଡିର ବ୍ରହ୍ମପୁର ବିଧାୟକଙ୍କ ବାସଭବନରେ ତାଙ୍କରି ଜନ୍ମଦିନ ପାଳନ କରୁଛନ୍ତି!ଏହା କି ପ୍ରକାର ରାଜନୀତି? କଣ ଭାବି, କଣ ଦେଖି, କାହା କଥାରେ ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ଅଭିଷେକ ମହାନନ୍ଦ ମହୋଦୟ ଏମାନଙ୍କୁ କଂଗ୍ରେସର ଗୁରୁ ଦାଇତ୍ୱ ଦେଇଛନ୍ତି?, ଶୁଣିବାକୁ ମିଳୁଛି ଯେ, କୁଆଡେ ଏ ସମସ୍ତେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ(୨୦୧୯) ଭି ଚନ୍ଦ୍ରଶେଖର ନାଇଡୁ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ତଥା ଗୁଜୁରାଟ ପ୍ରଦେଶ କଂଗ୍ରେସର ଉପ-ପ୍ରଭାରୀ ବିଶ୍ୱରଂଜନ ମହାନ୍ତିଙ୍କ ନିଜ ଲୋକ! ଏଥିରୁ କି ସନ୍ଦେଶ ମିଳୁଛି? ଆମେ ଆଶା କରୁଛୁ ତୁରନ୍ତ ଏ ପ୍ରସଙ୍ଗରେ ଡ଼ଃ ଏ ଚେଲାକୁମାର, ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ନରସିଂହ ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ ମାଝି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ପ୍ରମୁଖ ହସ୍ତକ୍ଷେପ କରି ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବେ ନଚେତ ଏଭଳି ଲୋକମାନଙ୍କ ପାଇଁ କଂଗ୍ରେସ ଓଡିଶାରୁ ନିଶ୍ଚିତଭାବେ ନିଶ୍ଚିନ୍ହ ହୋଇଯିବ।

ରିପୋର୍ଟ :ନୀକୁଞ୍ଜ ବିହାରୀ ପଟନାୟକ, ପ୍ରାଇମ ଓଡିଶା ନିୟୁଜ.

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସିଡିଏମଓ ମାରିଲେ ମୁଣ୍ଡିଆ

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି ବିଦା କରିଦେଲେ । ମାନସିକ ନିର୍ଯାତନା ସହିନପାରି କାନ୍ଦି କାନ୍ଦି ଅନଶନରେ ବସିଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚ୍ଚିକାନ୍ତ ଲେଙ୍କା । ତଥାପି ପଦୁଟିଏ ହେଲେ ଆଶ୍ୱାସନା ମିଳିଲାନି । ଧାରଣା ଜାରି ରହିଲା ଦୀର୍ଘ ୩ ଘଣ୍ଟା ପରେ ମୁଣ୍ଡ ନୁଆଁଇଲେ ସିଡିଏମ୍‌ଓ । ଡାକ୍ତରଙ୍କ ଆଗରେ ହାତ ଯୋଡିଲେ, ମୁଣ୍ଡିଆ ମାରିଲେ । ପରିସ୍ଥିତି ଏମିତି ହେଲା ଯେ ଡାକ୍ତର ଜଣଙ୍କ ମଧ୍ୟ ଅନଶନରୁ ଉଠି ସିଡିଏଓଙ୍କୁ ମୁଣ୍ଡିଆ ମାରିଲେ । ଓଡ଼ିଶାରେ ପ୍ରଥମଥର ପାଇଁ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ...

Prime Odisha September 21, 2021, 8:56 am     766 Views

ଅସାବଧନତାର ଶିକାର ହେଲେ ସାଥି ଶିକାରୀ, ଜଣେ ସାଥି ଗୁରୁତର

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ କୁଟୁଣୁକୁମ୍ପା ଗ୍ରାମରେ । ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଗୁରୁତର ଜଣକ ହେଉଛନ୍ତି ଶିବରାମ ନାୟକ । ଗୁରୁତର ଶିବରାମଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରିପୋର୍ଟ:ନିକୁଞ୍ଜ ବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିୟୁଜ. ...

Prime Odisha September 21, 2021, 8:21 am     800 Views

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁକୂଲ୍ୟ ରେ ଅଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପି.ଚିରଞ୍ଜୀବ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଥିବା ବେକେ ଅନେକ ମହାପୁରୁଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଏଣୁ ସ୍ୱାଧୀନତା କୁ ଉପଭୋଗ କରିବା ପରିବର୍ତ୍ତେ ଅନୁଭବ କରିବା ନେଇ ପରାମର୍ଶ ଦେଇଥିଲେ।ଅନ୍ୟ ମା...

Prime Odisha September 21, 2021, 8:10 am     333 Views

ବେଲଗାଁ ପଞ୍ଚାୟତ ରେ ଦିଗହରା ହୋଇଛି ଆବାସ ଯୋଜନା

ଝରିଗାଁ : ଜନସାଧାରଣ ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଚାଲିଅଛନ୍ତି। ପ୍ରତ୍ୟେକ ଅସହାୟ ଏବଂ ଗରିବ ପରିବାରଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠୁଛି।ଆର୍ଥିକ ସ୍ବଚ୍ଛଳନଥିବା ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଆବାସ ଯୋଜନାରେ ଘରଖଣ୍ଡିଏ ର ସାହାଯ୍ୟ ଦେଉଛନ୍ତି ସରକାର।ତେବେ ଅନେକ ଅସହାୟ ଙ୍କ ନାମ ତାଲିକାରେ ସାମିଲ ହୋଇନଥିବାରୁ ଏଯାବତ ମୁଣ୍ଡ ଗୁଞ୍ଜିବାପାଇଁ ଅନେକଙ୍କୁ ଭଙ୍ଗା ଝାଟିମାଟି ଘର ଛିଣ୍ଡା ପଲିଥିନ ହିଁ ଭରଷା ତେବେ ଦୀର୍ଘ ବର୍ଷ ପରେ ଏବେ ପୁଣି ଆବାସଗୃହ ପାଇଁ ନ...

Prime Odisha September 21, 2021, 6:27 am     566 Views

ମୌଳିକ ସୁବିଧାରୁ ବଞ୍ଚିତ କୁସୁମବାହାଲ ଗ୍ରାମ:ପ୍ରଶାସନ ର ଦୃଷ୍ଟି ପଡୁ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଏଯାବତ ଅନେକ ଉପାନ୍ତ ଗ୍ରାମ ଅଛି ଯେଉଁଠି ପ୍ରଶାସନ ତରଫରୁ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ଫଳରେ ଏଠାକାର ଲୋକ ଏକ ପ୍ରକାର ଜଙ୍ଗଲୀ ଜୀବନ କାଟିବାକୁ ବାଧ୍ୟହେଉଛନ୍ତି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ଦେଖିବାକୁ ମିଳିବ।ଗ୍ରାମବାସୀଙ୍କ କହିବା ପ୍ରକାରେ କୁସୁମବାହାଲ ଗ୍ରାମ ସ୍ଥାପନ ହୋଇ ଦୀର୍ଘ ୪୦ ବର୍ଷ ହେବ।ଏଠାରେ ଗୌଡ଼,ଜାନି,ଭତ୍ରା ଭଳି ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ଏଠାକାର ଅଧିବାସୀ କୃଷି ଉପରେ ନିର୍ଭର କରୁଛନ୍ତି।ଧାନ,ମକା,ବିରି,କାନ୍ଦୁଲ ଓ କୋଳଥ ଇତ୍ୟାଦି ଏଠାକାର ଲୋକଙ୍କ ପ୍ରଧାନ ଚାଷ ଆଉ ଏଥିରୁ ପେଟକୁ ଦାନା ଯୋଗାଡ଼ କ...

Prime Odisha September 21, 2021, 6:19 am     608 Views

ଝରିଗାଁ ରେ ବିଜେଡ଼ିର ମିଶ୍ରଣ ପର୍ବ ଦଳରେ ସାମିଲ ହେଲେ ୩୦୦ ନୂତନ କର୍ମୀ।

ଝରିଗାଁ :ଆଗକୁ ପଞ୍ଚାୟତ ନିର୍ବାଚନ ଆଉ ଏଥିପାଇଁ ଶାସକ ବିଜେଡ଼ି ଦଳ ଆରମ୍ଭ କରିଦେଲେଣି ଅଙ୍କକଷା।ବିଜେଡି ନେତୃବୃନ୍ଦ ମାନେ ତୃଣମୂଳରୁ ବ୍ଲକସ୍ତରରେ କର୍ମୀମାନଙ୍କୁ ନେଇ କଷରତ ଆରମ୍ଭ କରିଦେଲାଣି।ଝରିଗାଁ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ଗୁଡିକରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଖୋଦ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଆଉ ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଞ୍ଚାୟତ ର ବରାଗୁଡା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।ବ...

Prime Odisha September 21, 2021, 6:10 am     657 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us