BREAKING

କୋଟପାଡ଼ର କୁନି ମୋଡେଲ : ସ୍ୱରାଜ

ସୋସିଆଲ ମିଡ଼ିଆର କୁନି କୃଷ୍ଣ ଏବେ ଚର୍ଚ୍ଚାରେ, ହସ୍ତେରୁଆ ଗ୍ରୁପ ଦ୍ୱାରା ସମ୍ମାନିତ..


କୋଟପାଡ଼-(12/09) : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଅବସରରରେ ସ୍ୱରାଜ ପାତ୍ରଙ୍କ ଏକ ଫୋଟ କୁନି କୃଷ୍ଣ ବେଶ ପ୍ରତିଯୋଗିତାରେ ସୋସିଆଲ ମିଡ଼ିଆର ଏକ ଗ୍ରୁପରେ ସର୍ବାଧିକ ପସନ୍ଦର ଅଧିକାରୀ ହୋଇ ବେଶ ପ୍ରଶଂସା ଲାଭ କରିଥିବାରୁ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି.ଗତ କିଛି ଦିନ ତଳେ ଜନ୍ମାଷ୍ଟମୀ ଉତ୍ସବ ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ ତଥା 43 ହଜାରରୁ ଅଧିକ ସଂଖ୍ୟା ବିଶିଷ୍ଟ ଗ୍ରୁପ ହସ୍ତେରୁଆରେ ସ୍ୱରାଜ ପାତ୍ରଙ୍କ ଶ୍ରୀକୃଷ୍ଣ ବେଶ ଫୋଟ ସବୁଠାରୁ ଅଧିକ ପସନ୍ଦର ଫୋଟ ବିବେଚିତ ହୋଇଥିବାରୁ ସେହି ଗ୍ରୁପ ପରିଚାଳକ ଓ ସହଯୋଗୀ ମାନେ ତାଙ୍କ ଗାଁକୁ ଅସି ପୁରସ୍କୃତ ତଥା ଉତ୍ସାହିତ କରିବାର ଦେଖାଦେଇଚି.ସ୍ୱରାଜ ପାତ୍ର ସାଗର ପାତ୍ର ଓ ପ୍ରିୟଙ୍କା ପାତ୍ରଙ୍କ 4ବର୍ଷୀୟ ସୁପୁତ୍ର ଅଟନ୍ତି ଏବଂ ସମାଜସେବୀ ଓ ବିଜୁ ଜନତା ଦଳର ଜଣେ କର୍ମଠ ନେତା ସ୍ବର୍ଗତ ସରୋଜ ପାତ୍ରଙ୍କ ନାତି ଅଟନ୍ତି.ସ୍ୱରାଜଙ୍କ ପିତାଙ୍କ କହିବା ଅନୁଯାୟୀ ସେ ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ବିଶେଷ ରୁଚି ରଖନ୍ତି ଏବଂ ଗତ କିଛି ଦିନ ତଳେ ସେ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମିକ ସ୍କୁଲରେ ନାମ ଲେଖାଇନ୍ତି.ହସ୍ତେରୁଆ ଗ୍ରୁପରେ ତାଙ୍କ ଫୋଟୋ ବେଶ ଜନାଦୃତ ହୋଇଥିବା ବେଳେ ଗତକାଲି ଗ୍ରୁପ ପରିଚାଳକଙ୍କ ଏକ ଦଳ କୋଟପାଡ଼ ସ୍ଥିତ ଷଣ୍ଢାଗାଁ ଯାଇ ସ୍ବରାଜଙ୍କୁ ଆଶୀର୍ବାଦ ଓ ଶୁଭକାମନା ଦେଇଥିବା ବେଳେ ପାତ୍ର ପରିବାର ତରଫରୁ ମଧ୍ୟ ସମସ୍ତ ଗ୍ରୁପ ସଦସ୍ୟ ଓ ଶୁଭାକାଂକ୍ଷୀଙ୍କୁ ଧନ୍ୟବାଦ ଦେବାର ଦେଖାଦେଇଚି.

ରିପୋର୍ଟ : ଦେବୀ ପ୍ରସାଦ ପଣ୍ଡା. (ପ୍ରାଇମ ଓଡିଶା ନିୟୁଜ)

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସିଡିଏମଓ ମାରିଲେ ମୁଣ୍ଡିଆ

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି ବିଦା କରିଦେଲେ । ମାନସିକ ନିର୍ଯାତନା ସହିନପାରି କାନ୍ଦି କାନ୍ଦି ଅନଶନରେ ବସିଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚ୍ଚିକାନ୍ତ ଲେଙ୍କା । ତଥାପି ପଦୁଟିଏ ହେଲେ ଆଶ୍ୱାସନା ମିଳିଲାନି । ଧାରଣା ଜାରି ରହିଲା ଦୀର୍ଘ ୩ ଘଣ୍ଟା ପରେ ମୁଣ୍ଡ ନୁଆଁଇଲେ ସିଡିଏମ୍‌ଓ । ଡାକ୍ତରଙ୍କ ଆଗରେ ହାତ ଯୋଡିଲେ, ମୁଣ୍ଡିଆ ମାରିଲେ । ପରିସ୍ଥିତି ଏମିତି ହେଲା ଯେ ଡାକ୍ତର ଜଣଙ୍କ ମଧ୍ୟ ଅନଶନରୁ ଉଠି ସିଡିଏଓଙ୍କୁ ମୁଣ୍ଡିଆ ମାରିଲେ । ଓଡ଼ିଶାରେ ପ୍ରଥମଥର ପାଇଁ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ...

Prime Odisha September 21, 2021, 8:56 am     683 Views

ଅସାବଧନତାର ଶିକାର ହେଲେ ସାଥି ଶିକାରୀ, ଜଣେ ସାଥି ଗୁରୁତର

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ କୁଟୁଣୁକୁମ୍ପା ଗ୍ରାମରେ । ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଗୁରୁତର ଜଣକ ହେଉଛନ୍ତି ଶିବରାମ ନାୟକ । ଗୁରୁତର ଶିବରାମଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରିପୋର୍ଟ:ନିକୁଞ୍ଜ ବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିୟୁଜ. ...

Prime Odisha September 21, 2021, 8:21 am     868 Views

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁକୂଲ୍ୟ ରେ ଅଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପି.ଚିରଞ୍ଜୀବ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଥିବା ବେକେ ଅନେକ ମହାପୁରୁଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଏଣୁ ସ୍ୱାଧୀନତା କୁ ଉପଭୋଗ କରିବା ପରିବର୍ତ୍ତେ ଅନୁଭବ କରିବା ନେଇ ପରାମର୍ଶ ଦେଇଥିଲେ।ଅନ୍ୟ ମା...

Prime Odisha September 21, 2021, 8:10 am     541 Views

ବେଲଗାଁ ପଞ୍ଚାୟତ ରେ ଦିଗହରା ହୋଇଛି ଆବାସ ଯୋଜନା

ଝରିଗାଁ : ଜନସାଧାରଣ ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଚାଲିଅଛନ୍ତି। ପ୍ରତ୍ୟେକ ଅସହାୟ ଏବଂ ଗରିବ ପରିବାରଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠୁଛି।ଆର୍ଥିକ ସ୍ବଚ୍ଛଳନଥିବା ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଆବାସ ଯୋଜନାରେ ଘରଖଣ୍ଡିଏ ର ସାହାଯ୍ୟ ଦେଉଛନ୍ତି ସରକାର।ତେବେ ଅନେକ ଅସହାୟ ଙ୍କ ନାମ ତାଲିକାରେ ସାମିଲ ହୋଇନଥିବାରୁ ଏଯାବତ ମୁଣ୍ଡ ଗୁଞ୍ଜିବାପାଇଁ ଅନେକଙ୍କୁ ଭଙ୍ଗା ଝାଟିମାଟି ଘର ଛିଣ୍ଡା ପଲିଥିନ ହିଁ ଭରଷା ତେବେ ଦୀର୍ଘ ବର୍ଷ ପରେ ଏବେ ପୁଣି ଆବାସଗୃହ ପାଇଁ ନ...

Prime Odisha September 21, 2021, 6:27 am     747 Views

ମୌଳିକ ସୁବିଧାରୁ ବଞ୍ଚିତ କୁସୁମବାହାଲ ଗ୍ରାମ:ପ୍ରଶାସନ ର ଦୃଷ୍ଟି ପଡୁ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଏଯାବତ ଅନେକ ଉପାନ୍ତ ଗ୍ରାମ ଅଛି ଯେଉଁଠି ପ୍ରଶାସନ ତରଫରୁ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ଫଳରେ ଏଠାକାର ଲୋକ ଏକ ପ୍ରକାର ଜଙ୍ଗଲୀ ଜୀବନ କାଟିବାକୁ ବାଧ୍ୟହେଉଛନ୍ତି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ଦେଖିବାକୁ ମିଳିବ।ଗ୍ରାମବାସୀଙ୍କ କହିବା ପ୍ରକାରେ କୁସୁମବାହାଲ ଗ୍ରାମ ସ୍ଥାପନ ହୋଇ ଦୀର୍ଘ ୪୦ ବର୍ଷ ହେବ।ଏଠାରେ ଗୌଡ଼,ଜାନି,ଭତ୍ରା ଭଳି ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ଏଠାକାର ଅଧିବାସୀ କୃଷି ଉପରେ ନିର୍ଭର କରୁଛନ୍ତି।ଧାନ,ମକା,ବିରି,କାନ୍ଦୁଲ ଓ କୋଳଥ ଇତ୍ୟାଦି ଏଠାକାର ଲୋକଙ୍କ ପ୍ରଧାନ ଚାଷ ଆଉ ଏଥିରୁ ପେଟକୁ ଦାନା ଯୋଗାଡ଼ କ...

Prime Odisha September 21, 2021, 6:19 am     288 Views

ଝରିଗାଁ ରେ ବିଜେଡ଼ିର ମିଶ୍ରଣ ପର୍ବ ଦଳରେ ସାମିଲ ହେଲେ ୩୦୦ ନୂତନ କର୍ମୀ।

ଝରିଗାଁ :ଆଗକୁ ପଞ୍ଚାୟତ ନିର୍ବାଚନ ଆଉ ଏଥିପାଇଁ ଶାସକ ବିଜେଡ଼ି ଦଳ ଆରମ୍ଭ କରିଦେଲେଣି ଅଙ୍କକଷା।ବିଜେଡି ନେତୃବୃନ୍ଦ ମାନେ ତୃଣମୂଳରୁ ବ୍ଲକସ୍ତରରେ କର୍ମୀମାନଙ୍କୁ ନେଇ କଷରତ ଆରମ୍ଭ କରିଦେଲାଣି।ଝରିଗାଁ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ଗୁଡିକରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଖୋଦ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଆଉ ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଞ୍ଚାୟତ ର ବରାଗୁଡା ଗ୍ରାମଠାରେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୩୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।ବ...

Prime Odisha September 21, 2021, 6:10 am     459 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us