BREAKING

ଧ୍ୱସ୍ତ ବିଧ୍ୱସ୍ତ ହଉଛି କଂଗ୍ରେସ ଗଡ଼,ନେତୃତ୍ୱକୁ ଖୋଲା ଚାଲେଞ୍ଜ

ଓଡିଶା ପିସିସି ର ଜୁମ୍ବୋ ଟିମ,ବହୁ ନେତା ଉପେକ୍ଷିତ! ନିରଞ୍ଜନଙ୍କ ନେତୃତ୍ବ କୁ ଖୋଲା ଚାଲେଞ୍ଜ ଦେଇ ପଦ ଛାଡିଲେ ବହୁପଦାଧିକାରୀ..


ବ୍ରହ୍ମପୁର : ବହୁ ବାଦ ବିବାଦ ଭିତରେ ଶେଷରେ ଗଠନ ହୋଇଛି ପିସିସି କମିଟି । ଯେଉଁଥିରେ ୧୨ ଜଣ ନେତାଙ୍କୁ ଉପସଭାପତି ପଦ ମିଳିଥିବାବେଳେ ୨୦ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଏହି କମିଟିରେ ୪୬ ଜଣଙ୍କୁ ସମ୍ପାଦକ ପଦ ମଧ୍ୟ ଦିଆଯାଇଛି । କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ, କଂଗ୍ରେସ ସଭାପତିଙ୍କ ଅନୁମତି କ୍ରମେ ପ୍ରେସରିଲିଜ୍ ଜାରି କରି ଏହି ସୂଚନା ଦେଇଛନ୍ତି ।ଏହି କମିଟିରେ ସ୍ଥାନ ପାଇଥିବା ୧୨ ଜଣ ଉପସଭାପତିଙ୍କ ଭିତରେ ରହିଛନ୍ତି ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ସରସ୍ୱତୀ ହେମ୍ବ୍ରମ୍, ଶିବାନନ୍ଦ ରାୟ, ସୁରେଶ ମହାପାତ୍ରଙ୍କ ଭଳି ଲୋକ । ସେହିପରି କିଶୋର ଚନ୍ଦ୍ର ପଟେଲ ଙ୍କୁ ମଧ୍ୟ ଟ୍ରେଜରର ଭାବେ ଦାୟିତ୍ୱ ଦିଆଯାଇଛି ।ଅନ୍ୟପଟେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ରବୀନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ଲଲାଟେନ୍ଦୁ ମହାପାତ୍ର, ଅଶୋକ ଦାସଙ୍କ ଭଳି ନେତାଙ୍କୁ ସାଧାରଣ ସମ୍ପାଦକ ଭାବେ କମିଟିରେ ରଖାଯାଇଛି । ସେହିପରି ଏହି କମିଟିରେ ୪୬ ଜଣ ସମ୍ପାଦକ,୩୨ ଜଣ ଏକ୍ସକୁଟିଭ୍ କମିଟି ମେମ୍ବରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି ।

ନୂଆ ପିସିସି ଘୋଷଣା ହେବାର ୨୪ ଘଣ୍ଟା ନ ପୁରୁଣୁ ପଦରୁ ଇସ୍ଥଫା ଦେଲେଣି ୩ ପଦାଧୀକାରୀ,ତାଲିକା ଲମ୍ବା ହେବାର ଆଶଂକା କରାଯାଉଛି।
ରାଜ୍ଯ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକକଂ ସୁପାରିସ କ୍ରମେ ଘୋଷଣା ହୋଇଥିବା ପିସିସିର ଜୁମ୍ବୋ ଟିମ ଘୋଷଣା ହେବାର ୨୪ ଘଣ୍ଟା ନପୁରୁଣୁ ଦଳରେ ବିଦ୍ରୋହ ଦେଖାଦେଇଛି।ନୂଆ କମିଟିରେ ସ୍ଥାନ ପାଇଥିବା ସାଧାରଣ ସଂପାଦକ ତଥା ପଶ୍ଚିମ ଓଡିଶାର ବରିଷ୍ଠ ନେତା ଆସଫ ଅଲ୍ଲୀ ଖାନ,ପିପିଲିର କଂଗ୍ରେସ ନେତା ମାନସ ଆଚାର୍ଯ୍ଯ ଓ ଭୁବନେଶ୍ବର ର ବରିଷ୍ଠ ନେତା ଲିଂଗରାଜ ସାହୁ ସଂପାଦକ ପଦରୁ ଇସ୍ଥଫା ଦେଇଛନ୍ତି।ଏପରିକି ତାଲିକାରେ ଅନେକ ଅସଂଗତି ରହିଥିବା ମଧ୍ଯ ଅନେକ ବରିଷ୍ଠ ନେତା ଅଭିଯୋଗ କରିଛନ୍ତି।ଗତ ୨୦୧୯ ସାଧାରଣ ନିର୍ବାଚନରେ ବରଗଡ ଲୋକସଭା ଆସନ ପାଇଁ ଆଶାୟୀ ଥିବା ବରିଷ୍ଠ ନେତା କିଶୋର ପଟେଲକୁଂ ସ୍ବାସ୍ଥ୍ଯଗତ କାରଣ ଦର୍ଶାଇ ବାଦଦେଇଥିବା ବେଳେ ଏବେ ବ୍ଯକ୍ତିଗତ ସ୍ବାର୍ଥ ପାଇଁ ତାଂକୁ କୋଷାଧ୍ଯକ୍ଷ ନିଯୁକ୍ତ କରିଛନ୍ତି।ସେହିଭଳି ୩୨ ଜଣିଆ କାର୍ଯ୍ଯକାରୀ କମିଟି ତାଲିକାରେ କେବଳ ଦୁଇ ବିଧାୟକ ନରସିଂହ ମିଶ୍ର ଓ ସୁରେଶ ରାଉତରାୟକୁଂ ସାମିଲ କରିଥିବା ବେଳେ ଅନ୍ଯ ୭ଜଣ ବିଧାୟକକଂ ନାମ ଦେଖିବାକୁ ମିଳିନାହିଁ।ସେପଟେ ପଦ ବଳରେ(ଏକ୍ସଅଫିସିଓ)ସବୁ ବିଧାୟକ ଏଥିରେ ସାମିଲ ବୋଲି କୁହାଯାଇଛି।ଏଠି ପ୍ରଶ୍ନ ଉଠୁଛି ଯଦି ସବୁ ବିଧାୟକ ଏଥିରେ ସାମିଲ ତେବେ କେବଳ ଶ୍ରୀ ମିଶ୍ର ଓ ଶ୍ରୀ ରାଉତରାୟକଂ ନାମ କାହିଁକି ସ୍ବତନ୍ତ୍ର ଭାବେ ଉଲ୍ଲେଖ କରାଯାଇଛି ?ନିରଞ୍ଜନଙ୍କ ପଦ ପାଇଁ ବିପଦ ଥିବା କଟକ ବିଧାୟକ ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହୀନିପତିଙ୍କୁ ଚେକ ଦେବା ପାଇଁ ସ୍ବତନ୍ତ୍ର ରଣନୀତି ଆପଣେଇ ସେମାନଙ୍କୁ କଣ୍ଠେସା କରାଯାଇଥିବା ଜଳ ଜଳ ହୋଇ ଦେଖାଯାଉଛି।ଓଡିଶା କଂଗ୍ରେସରେ ନିଜର ସ୍ବତନ୍ତ୍ରସ୍ଥାନ ବଜାୟ ରଖିଥିବା “ବିଶ୍ବାଳ ବ୍ରଦର”କୁଂ ଏଥିରେ ସଂପୂଣ୍ନ କୋଣଠେସା କରିରଖାଯାଇଥିବା ଦେଖିବାକୁ ମିଳିଛି।ଚିରଂଜୀବ ବିଶ୍ବାଳ ଏବେ ପିସିସିର କାର୍ଯ୍ଯକାରୀ ସଭାପତି ଥିବା ବେଳେ ତାଂକୁ କାର୍ଯ୍ଯକାରୀ କମିଟିରେ ସ୍ଥାନ ମିଳିନି ଅଥଚ ଅନ୍ଯତମ କାଯ୍ଯକାରୀ ସଭାପତି ପ୍ରଦୀପ ମାଝୀ କୁଂ ତିନି ନମ୍ବର ସ୍ଥାନ ଦିଆଯାଇଛି।ପୂର୍ବତନ ସାଂସଦ ତଥା ଓଡିଆ ଯୁବକ ମାଂନକୁ କ୍ରିକେଟ ମାଧ୍ଯମରେ ପ୍ରଭାବିତ କରିପାରୁଥିବା ରଂଜୀବ ବିଶ୍ବାଳକୁଂ ମଧ୍ଯ ସଂପୂଣ୍ନ କୋଣ ଠେସା କରାଯାଇଛି।ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅମରନାଥ ପ୍ରଧାନକୁଂ ଆଶ୍ଚର୍ଯ୍ଯଜନକ ଭାବେ ଏଥର କାର୍ଯ୍ଯକାରୀ କମିଟିରେ ଦ୍ବିତୀୟ ସ୍ଥାନରେ ରଖାଯାଇଛି।୨୦୧୯ ସାଧାରଣ ନିର୍ବାଚନ ପରେ ଶ୍ରୀ ପ୍ରଧାନ ପ୍ରଥମେ ନିରଂଜନ ପଟ୍ଟନାୟକ ଙ୍କ ନେତୃତ୍ବରେ ରାଜ୍ଯ କଂଗ୍ରେସ ଠିକ ଚାଲିନାହିଁ ବୋଲି ବିଶୋଦଗାର କରିଥିଲେ।ଏକଦା ନିରଂଜନକଂ ଅତ୍ଯନ୍ତ ଘନିଷ୍ଠ ଥିବା ଅନନ୍ତ ସେଠୀକୁଂ ମଧ୍ଯ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି।ଏହା ପଛରେ ଖୋଦ ନିରଂଜନ ତାଂକ ପୁଅ ନବଯ୍ଯୋତି ପଟ୍ଟନାୟକ କଂ ଭବିଷ୍ଯତ ପାଇଁ କଣ୍ଟା ହୋଇପାରନ୍ତି ବୋଲି ଆଶଂକା କରୁଥିବା ଆଲୋଚନା ହେଉଛି।ନିରଂଜନକଂ ବର୍ତ୍ତମାନର କଟ୍ଟୋର ବିରୋଧି ଥିବା ତାରା ବାହୀନିପତିକଂ ସମସ୍ତ ସମର୍ଥକକୁଂ କମିଟିରେ ସାମିଲ କରି ତାଂକୁ ଦୁର୍ବଳ କରୁବାକୁ ଚେଷ୍ଟା କରାଯାଇଛି।ସେହିଭଳି ବ୍ରହ୍ମପୁର ଗଂଜାମ ଜିଲ୍ଲାର ରାଜନୈତିକ ପେଣ୍ଠସ୍ଥଳୀ ହୋଇଥିଲେହେଁ ଗଂଜାମ ତଥା ବ୍ରହ୍ମପୁର କୁ ପୁରା ଉପେକ୍ଷା କରାଯାଇଛି।ବ୍ରହ୍ମପୁର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା କ୍ଷେତ୍ର,ଏଠାରୁ ଏକଦା ନରସିଂହ ରାଓ ଲୋକସଭା ପ୍ରାର୍ଥି ହୋଇ ପ୍ରଧାନମନ୍ତ୍ରୀ ହୋଇଥିଲେ।ଗତ ଥର (୨୦୧୯ )ରେଚନ୍ଦ୍ରଶେଖର ନାଇଡୁ ଲୋକସଭା ପ୍ରାର୍ଥୀ ହୋଇଥିଲେ ଏବଂ ରଶ୍ମିରଞ୍ଜନ ପଟ୍ଟନାୟକ(ଅଖିଳ ଭାରତ କୃଷକ ସେଲ ର ଯୁଗ୍ମ ସଂଯୋଜକ)ଆଶାୟୀ ଥିଲେ।ଏହି ଲୋକସଭା କ୍ଷେତ୍ରକୁ ଦୁର୍ବଳ କରିବା ପାଇଁ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଂଜାମ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ବ ମଧ୍ଯ ନାହିଁ।ଏପରିକି ଗଜପତି ଜିଲ୍ଲାକୁ ମଧ୍ୟ ସମ୍ପୁର୍ଣ୍ଣ ଅଣଦେଖା କରାଯାଇ ସେହି ଜିଲ୍ଲାରୁ ପ୍ରତିନିଧିତ୍ବ ଦିଆଯାଇ ନାହିଁ। ନିଜେ ସଭାପତି ନିରଂଜନ ପଟ୍ଟନାୟକ,ତାଂକ ପୁଅ ନବଜ୍ଯୋତି ପଟ୍ଟନାୟକ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଗ୍ଯାଂଗ ଅଫ ଥ୍ରୀ ମିଳିତ ଭାବେ କଂଗ୍ରେସର ତୃଣମୂଳ ସ୍ତରର କର୍ମିକୁଂ ବିଭ୍ରାନ୍ତି କରୁଛନ୍ତି।ଯାହା ଏହି କମିଟି ବେଳେ ପ୍ରମାଣିତ ହୋଇଯାଇଛି।ଏସବୁ ସମେତ ସବୁଠାରୁ ଗୁରୁତ୍ବପୂଣ୍ନ ପ୍ରସଂଗ ହେଲା ପିସିସି ସମେତ ଅନ୍ଯାନ୍ଯ ଗୁରୁତ୍ବପୂଣ୍ନ କମିଟି ଘୋଷଣା କରାଯାଇନାହିଁ।ଏସବୁକୁ ଲକ୍ଷ୍ଯ କଲେ ନିରଂଜନ କେବଳ ନିଜର ତଥା ନିଜ ପୁଅର ଭବିଷ୍ଯତ ପାଇଁ କଂଗ୍ରେସ ଦଳକୁ ବ୍ଯବହାର କରିଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ପ୍ରାଭାରୀ ଚେଲ୍ଲାକୁମାର ତାଂକୁ ଏଥିରେ ସହଯୋଗ କରୁଛନ୍ତି।ଯେହେତୁ ଚେଲ୍ଲା କୁମାର ତାମିଲନାଡୁ ର ଏବଂ ଭି କେ ପଣ୍ଡିଆନ ବି ତାମିଲନାଡୁ ର ତେଣୁ ସମସ୍ତଙ୍କ ସନ୍ଦେହ ଯେ ବିଜେଡି ସାଙ୍ଗରେ ବି କିଛି ସାଣ୍ଟଗାଣ୍ଠ ନାହିଁତ କଂଗ୍ରେସର ?ଏହା ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଯଦି ଏମିତି ହିଁ କଂଗ୍ରେସ ଚାଲେ ତାହାହେଲେ ରାଜ୍ୟରୁ କଂଗ୍ରେସ ନିଶ୍ଚିର୍ଣ ହୋଇଯିବ!

ରିପୋର୍ଟ : ନିକୁଞ୍ଜ ବିହାରୀ ପଟନାୟକ, ପ୍ରାଇମ ଓଡିଶା ନିୟୁଜ

ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଝରୀଗାଁ ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସଂଘ ସଭାପତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ପରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଙ୍କ ଉପସ୍ଥିତ...

Prime Odisha September 26, 2021, 7:42 am     363 Views

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆମ୍ବ ଗଛରେ ଜଣେ ଯୁବକ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ରବିବାର ସକାଳୁ ଦେଖିବାକୁ ମିଳିଛି | ସୂଚନା ଯୋଗ୍ୟ ହାଟପଦା ଗ୍ରାମରେ ରହୁଥିବା ଅଶୋକ ମହାନ୍ତି (୪୦) ଗତକାଲି ରାତିରେ ଘରୁ ବାହାରକୁ ଯାଇଥିଲେ ।କିନ୍ତୁଆଜି ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ପରେ ଖବର ମିଳିଥିଲା ଯେ ଅଶୋକ ଗ୍ରାମ ନିକଟ ଜମି ହୁଡାରେ ଥିବା ଆମ୍ବ ଗଛରେ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକର ସ୍ତ୍ରୀ ରୁକ୍ମଣୀ ଜାନୀ ଆଜି ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଅରୁଣ କୁମାର ...

Prime Odisha September 26, 2021, 7:00 am     571 Views

ମାଁ ଦୂର୍ଗା ପୂଜା ପାଇଁ ପ୍ରଥମ ଦିନର ଶୁଭ କାର୍ଯ୍ୟ ଆରମ୍ଭ

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ମଣ୍ଡପରେ ଦଶହରା ପାଇଁ ପ୍ରଥମ ଦିନର ଶୁଭାରମ୍ଭ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ମଣ୍ଡପରେ କରୋନା କଟକଣା ଭିତରେ ସରକାରଙ୍କ ନିୟମ ଅନୁଯାୟୀ ଦଶହରା ପାଳନ କରାଯିବ। ଏହାକୁ ଉମରକୋଟ ସହରର ବରିଷ୍ଟ ପୂଜାୟତ ଶ୍ରୀ ତ୍ରିନାଥ ମିଶ୍ର ମାଙ୍କ ମଣ୍ଡପ ଶୁଭ ମୁହୂର୍ତ୍ତ ବାହାରକରି ଶୁଭ ପକାଇଥିଲେ , ଚଳିତ ବର୍ଷ କର୍ତ୍ତା ଭାବରେ ଶ୍ରୀ ରମେଶ ଦାସ ପୂଜା ମଣ୍ଡପରେ ଉପସ୍ଥିତ ରହିବେ ! ସନ୍ତୋଷୀ ନଗର ପୂଜା କମିଟି ପକ୍ଷରୁ ଉପସ୍ଥିତ ରହିଥିଲେ ।ଦିନବନ୍ଧୁ ଦାସ,ପେଣ୍ଡ୍ରା ରାଓ, ଲଳିତ ସେଠି, ଭି ଜଗଦୀଶ, ଶାନ୍ତୁନୁ ବାହିନୀପତି , ଭି. ବି...

Prime Odisha September 26, 2021, 4:18 am     681 Views

ଗଞ୍ଜାମ ଜିଲ୍ଲା ପାଳ ଭୂମିହୀନ ଓ ବାସହୀନଙ୍କ ପ୍ରତି ଦେଲେ ବିଶେଷ ଦୃଷ୍ଟି

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ ବୈଠକରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଗୁରୁତ୍ୱ ଦେବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରି ଆବାସହିନ ପରିବାରଙ୍କୁ ଘର ଏବଂ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଦିଗରେ ଉଭୟେ ବିଡିଓ ଓ ତହସିଲଦାର ମାନେ ମିଳିତ ଭାବେ ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ କରି ସେମା...

Prime Odisha September 26, 2021, 4:02 am     778 Views

ସମ୍ଭାବ୍ୟ ବାତ୍ୟା"ଗୁଲାବ"କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ

ନବରଙ୍ଗପୁର : ଆସୁଛି ବାତ୍ୟା 'ଗୁଲାବ'! ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁରକୁ ରେଡ୍ ଆର୍ଲ ଜାରି ପରେ ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସୁଛି ବାତ୍ୟା 'ଗୁଲାବ', ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ...

Prime Odisha September 26, 2021, 3:44 am     796 Views

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା

ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଠାରେ ଜଣେ ମହିଳା ଙ୍କୁ ଦୋକାନରେ ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଦାବୀ ହୋଇଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେ...

Prime Odisha September 26, 2021, 10:53 am     201 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us