BREAKING

ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା

ଭୁବନେଶ୍ବର : ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି । ପବିତ୍ର ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀର ସମସ୍ୟା ସାରା ରାଜ୍ୟର ସମସ୍ୟା । ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି । ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗଷ୍ଟରେ କମ୍‌ ବର୍ଷା ହୋଇଛି । ହେଲେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି । ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଏହାସହ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି । କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କାଳିଆ କାର୍ଯ୍ୟକ୍ରମ ଚାଷୀ କୂଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।


ଭୁବନେଶ୍ବର : ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି । ପବିତ୍ର ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀର ସମସ୍ୟା ସାରା ରାଜ୍ୟର ସମସ୍ୟା । ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି । ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗଷ୍ଟରେ କମ୍‌ ବର୍ଷା ହୋଇଛି । ହେଲେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି । ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଏହାସହ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି । କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କାଳିଆ କାର୍ଯ୍ୟକ୍ରମ ଚାଷୀ କୂଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର ୬୩୦ ଫୁଟର ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର ତୁଳନାରେ ୬୨୮.୧୦ ଫୁଟ ଥିବାବେଳେ ବନ୍ୟା ଜଳର ପ୍ରବାହ ଯଥାକ୍ରମେ ୨,୬୮,୦୮୧ କ୍ୟୁସେକ୍ ଏବଂ ୧,୨୬ ୫୫୧ କ୍ୟୁସେକ୍ ଅଟେ। ବନ୍ୟା ଜଳ ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ଗେଟ୍‌ ଖୋଲାଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଇଓସି) ଅନୁଯାୟୀ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହାସହିତ ନିକଟରେ...

Prime Odisha September 15, 2021, 5:50 am     190 Views

ବର୍ଷା ବିତ୍ପାତ ମୁକାବିଲା: ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲଗାଣ ବର୍ଷା ଓଡ଼ିଶାରେ ବିଭୀଷିକା ରଚିଛି । ଆହୁରି ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରୁ ସତର୍ତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ । ଜନବସତି ପ୍ରଭାବିତ ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ କୋଡ୍ ଅନୁଯାୟୀ ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଯୋଗାଯୋଗ ସଡ଼କଗୁଡ଼ିକର ଯେପରି କୌଣସି କ୍ଷତି ନ ହୁଏ କିମ୍ବା ପ୍ରଭାବିତ ହେଲେ ତକ୍ଷଣାତ୍ ଯୋଗାଯୋଗକୁ ପୁନଃ ମରାମତି ତକରାଯିବାକୁ କୁହାଯା...

Prime Odisha September 14, 2021, 10:09 am     192 Views

ରାସ୍ତା ଉପରେ ଚାଲୁଛି ୪ ଫୁଟ୍ ପାଣି, ଯାତାୟତ ଠପ୍

କଟକ: ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ୍ । ଚାରିଆଡେ ଖାଲି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି। ଆଠଗଡ଼ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ-ଦହିସରା-ମାଧପୁରଠାରେ ରାସ୍ତା ଉପରେ ଲହଡି ମାରୁଛି ୪ ଫୁଟର ପାଣି । ଫଳରେ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପୀନାଥପୁରରେ ପଶିଛି । ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ତଳ ଅଞ୍ଚଳରେ ଥିବା କିଛି ଗାଁରେ ପଶିଛି ବର୍ଷା ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।...

Prime Odisha September 14, 2021, 10:08 am     676 Views

ସ୍ମାର୍ଟସିଟିର ସ୍ୱରେଜ ବ୍ୟବସ୍ଥା: ଆଗଉନି ୩୪୦ କୋଟିର ପ୍ରକଳ୍ପ, ବେହାଲ ସହରର ରାସ୍ତାଘାଟ

ଉପାନ୍ତ ଗାଁ ଗହଳି ରାସ୍ତାଠାରୁ ଆହୁରି ଦୟନୀୟ ହୋଇ ପଡିଛି ସ୍ମାର୍ଟସିଟି ରାସ୍ତା। କଲୋନି, ବସ୍ତିଠାରୁ ଆରମ୍ଭ କରି ସହରର ପ୍ରମୁଖ ରାସ୍ତା ସବୁଠି ସମାନସ୍ଥିତି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ସାଢ଼େ ୩ ବର୍ଷ ଧରି ଏଭଳି ଶୋଚନୀୟ ଅବସ୍ଥା। ସହର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପ୍‌ ହେଉ ଅବା ବାସନ୍ତି କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ପାନପୋଷ ବସ୍ତି, ପାନପୋଷ ଡାକ୍ତରଖାନା ରାସ୍ତା ସବୁଠି ରାସ୍ତା ବେହାଲ। ଅସରାଏ ବର୍ଷା ହେଲେ ଅବସ୍ଥା ଆହୁରି ସଙ୍ଗୀନ। କାରଣ ହେଉଛି ସହରର ବିପର୍ଯ୍ୟସ୍ତ ସ୍ବରେଜ ବ୍ୟବସ୍ଥା। କଚ୍ଛପ ଗତିରେ ଚାଲିଥିବା ୩୪୦ କୋଟିର ପ୍ରକଳ୍ପ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କିନ୍ତୁ ବିଭାଗୀୟ ଅଧିକ...

Prime Odisha September 14, 2021, 8:11 am     264 Views

ପାର୍ବଣ ପରବର୍ତ୍ତୀ ସମ୍ଭାବ୍ୟ କରୋନା ବୃଦ୍ଧି ମୁକାବିଲା: ଦେଶରେ ୨ ଲକ୍ଷ ଆଇସିୟୁ ଶଯ୍ୟା ରହିବ

ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ଏଥିରେ ଭେଣ୍ଟିଲେଟର ଥିବା ଆଇସିୟୁ ସଂଖ୍ୟାରେ ଅତିରିକ୍ତ ୪୦ ହଜାର ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଥିବା ମୁଖ୍ୟ ଡାକ୍ତ...

Prime Odisha September 14, 2021, 8:06 am     772 Views

ବର୍ଷା ନେଲା ତିନି ଜୀବନ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବିତ୍ପାତ ରଚିଛି। ଗତ ୨୪ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ରେକର୍ଡ ୫୩୦ମିମି ବର୍ଷା ହୋଇଥିବା ବେଳେ କାକଟପୁରରେ ୫୨୫ମିମି ବର୍ଷା ହୋଇଛି। ସେହିପରି ୨୮ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ ଦୁଇ ଜଣଙ୍କର କାନ୍ଥ ପଡ଼ି ଏବଂ ଖୋର୍ଦ୍ଧାରେ ଜଣଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏହିଭଳି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ୨୪ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ କଳାହାଣ୍ଡି, କନ୍ଧ...

Prime Odisha September 14, 2021, 8:05 am     371 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us