BREAKING

ଏଲିନ ଇଟେକ ସ୍ବେଛା ସେବୀ ସଂସ୍ଥାର ତୃତୀୟତମ ବାର୍ଷିକ ଉତ୍ସଵ ପାଳିତ, କୋରାପୁଟ

ଏଲିନ ଇଟେକ ସ୍ବେଛା ସେବୀ ସଂସ୍ଥାର ତୃତୀୟତମ ବାର୍ଷିକ ଉତ୍ସଵ ପାଳିତ..


କୋରାପୁଟ-(୧୧/୦୯) : ଆଜି କୋରାପୁଟ ଟାଉନ ହଲ ଠାରେ ଏଲିନ ଇଟେକ ସର୍ଭିସ ନାମକ ଏକ ସେବା ପ୍ରଦାନ କାରୀ ସଂସ୍ଥା ତାହାର ତୃତୀୟ ବାର୍ଷିକ ଉତ୍ସଵ କୁ କୋଭିଡ ନିୟମକୁ ମାନି ପାଳନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିବା ଦେଖା ଯାଇଥିଲା। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସହ ମୁଖ୍ୟ ଅତିଥି ଡକ୍ଟର ବିଷପ ରାଜେଶ ପାତ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନୀ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସୁମନ୍ତ ବେହେରା ପରିଚାଳନା କରିଥିବା ବେଳେ ଏଲିନ ଇଟେକ ସର୍ଭିସର ନିର୍ଦେଶକ ମହେନ୍ଦ୍ର ବାଗ ଓ ଅନୁଷ୍ଠାନର ମେନେଜିଙ୍ଗ ଡ଼ାଇରେକ୍ଟର ନରସିଙ୍ଘ ବାଗ କାର୍ଯ୍ୟକ୍ରମକୁ ଆୟଜନ କରିଥିଲେ। ଏହି ସେବା ପ୍ରଦାନ କାରୀ ସଂସ୍ଥାର ମୁଖ୍ୟ ଉଦ୍ୟେଶ ହେଲା ଗାଁ ଗହଳିରେ ବସବାସ କରୁଥିବା ଲୋକମାନଙ୍କ ନିକଟରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅନଲାଇନ ସେବା ଗୁଡିକ ପହଞ୍ଚାଇବା ଓ ଗ୍ରାମାଞ୍ଚଳରେ ରହୁଥିବା ଗରିବ ବେରୋଜଗାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଏହି ସେବା କାର୍ଯ୍ୟରେ ଯୋଡି ରୋଜଗାର ପ୍ରଦାନ କରିବା। ଏହି ସେବା ପ୍ରଦାନ କାରୀ ସଂସ୍ଥା କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକରେ ସେବା ପ୍ରଦାନ କରୁଥିବା ସହ ସଂସ୍ଥାର ୪ଟି ଶାଖା ରହିଥିବା ଜଣାପଡିଛ। ଏହି ସଂସ୍ଥାରେ ୧୦୦ ଜଣ ଯୁବକ ଯୁବତୀ କାର୍ଯ୍ୟ କରୁଥିବା ସଂସ୍ଥାର ନିର୍ଦେଶକ ପ୍ରକାଶ କରିଛନ୍ତି। ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ଏହି ସେବା ପ୍ରଦାନ କାରି ସଂସ୍ଥା ପଞ୍ଜିକୃତ ହୋଇ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟ କରୁଥିବା ମେନେଜିଙ୍ଗ ଡ଼ାଇରେକ୍ଟର ନରସିଙ୍ଘ ବାଗ ସୂଚନା ଦେଇଛନ୍ତି। ଏହି ସଂସ୍ଥା ଗାଁ ଗହଳିରେ ରହୁଥିବା ଲୋକଙ୍କୁ ଅନଲାଇନ ମାଧ୍ୟମରେ ପେନକାର୍ଡ, ଆଧାର କାର୍ଡରେ ରହୁଥିବା ତ୍ରୁଟି ସଂଶୋଧନ, ଫ୍ଲାଇଟ ବୁକିଙ୍ଗ, ହାଉସ ଲୋନ, ଗ୍ରୁପ ଲୋନ, ହାଉସିଙ୍ଗ ପ୍ରୋଜେକ୍ଟ, ସାନିଟାଇଜ ପ୍ରୋଗ୍ରାମ ଓ କିଷାନ ସେବା ଭଳି ଅନେକ ସେବା ଗାଁ ଗହଳିରେ ରହୁଥିବା ଲୋକଙ୍କ ନିକଟରେ ଉପଲବ୍ଧ କରାଉ ଥିବା ସଂସ୍ଥାର ମେନେଜିଙ୍ଗ ଡ଼ାଇରେକ୍ଟର ନରସିଂଘ ବାଗ ସୂଚନା ଦେଇଛନ୍ତି। ଏଥିପାଇଁ ଗାଁ ଗହଳିରେ ରହୁଥିବା ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଏସବୁ ସେଵା ପ୍ରଦାନ କାର୍ଯ୍ୟରେ ନିୟଜିତ କରି ସେମାନଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରାଇ ପାରୁଥିବା ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସଂସ୍ଥାରେ ବର୍ତ୍ତମାନ ସୁଦ୍ଧା ୧୦୦ ଯୁବକ ଯୁବତୀ ଯୋଡି ହୋଇ ସେବା ପ୍ରଦାନ କରୁଥିବା ସହ ଉତ୍ତମ ରୋଜଗାରର ପନ୍ଥା ଆପଣେଇ ପାରିଛନ୍ତି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ସେବା ପ୍ରଦାନ କାରୀ ସଂସ୍ଥାର ବିଭିନ୍ନ ବିଭାଗରେ ଉତ୍ତମ କାର୍ଯ୍ୟ କରୁଥିବା ଯୁବକ ଯୁବତୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସଵରେ ପୁରସ୍କୃତ କରାଯାଉଛି ଯାହା ଫଳରେ ସେମାନେ ଉତ୍ସାହିତ ହୋଇ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିପାରିବେ। ସଂସ୍ଥାର ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରୁଥିବା ଜଣା ପଡ଼ିଛି।

ରିପୋର୍ଟ : ମଦନ ମୋହନ ସାହୁ, କୋରାପୁଟ.

ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଝରୀଗାଁ ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସଂଘ ସଭାପତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ପରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଙ୍କ ଉପସ୍ଥିତ...

Prime Odisha September 26, 2021, 7:42 am     360 Views

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆମ୍ବ ଗଛରେ ଜଣେ ଯୁବକ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ରବିବାର ସକାଳୁ ଦେଖିବାକୁ ମିଳିଛି | ସୂଚନା ଯୋଗ୍ୟ ହାଟପଦା ଗ୍ରାମରେ ରହୁଥିବା ଅଶୋକ ମହାନ୍ତି (୪୦) ଗତକାଲି ରାତିରେ ଘରୁ ବାହାରକୁ ଯାଇଥିଲେ ।କିନ୍ତୁଆଜି ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ପରେ ଖବର ମିଳିଥିଲା ଯେ ଅଶୋକ ଗ୍ରାମ ନିକଟ ଜମି ହୁଡାରେ ଥିବା ଆମ୍ବ ଗଛରେ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକର ସ୍ତ୍ରୀ ରୁକ୍ମଣୀ ଜାନୀ ଆଜି ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଅରୁଣ କୁମାର ...

Prime Odisha September 26, 2021, 7:00 am     448 Views

ମାଁ ଦୂର୍ଗା ପୂଜା ପାଇଁ ପ୍ରଥମ ଦିନର ଶୁଭ କାର୍ଯ୍ୟ ଆରମ୍ଭ

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ମଣ୍ଡପରେ ଦଶହରା ପାଇଁ ପ୍ରଥମ ଦିନର ଶୁଭାରମ୍ଭ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ମଣ୍ଡପରେ କରୋନା କଟକଣା ଭିତରେ ସରକାରଙ୍କ ନିୟମ ଅନୁଯାୟୀ ଦଶହରା ପାଳନ କରାଯିବ। ଏହାକୁ ଉମରକୋଟ ସହରର ବରିଷ୍ଟ ପୂଜାୟତ ଶ୍ରୀ ତ୍ରିନାଥ ମିଶ୍ର ମାଙ୍କ ମଣ୍ଡପ ଶୁଭ ମୁହୂର୍ତ୍ତ ବାହାରକରି ଶୁଭ ପକାଇଥିଲେ , ଚଳିତ ବର୍ଷ କର୍ତ୍ତା ଭାବରେ ଶ୍ରୀ ରମେଶ ଦାସ ପୂଜା ମଣ୍ଡପରେ ଉପସ୍ଥିତ ରହିବେ ! ସନ୍ତୋଷୀ ନଗର ପୂଜା କମିଟି ପକ୍ଷରୁ ଉପସ୍ଥିତ ରହିଥିଲେ ।ଦିନବନ୍ଧୁ ଦାସ,ପେଣ୍ଡ୍ରା ରାଓ, ଲଳିତ ସେଠି, ଭି ଜଗଦୀଶ, ଶାନ୍ତୁନୁ ବାହିନୀପତି , ଭି. ବି...

Prime Odisha September 26, 2021, 4:18 am     949 Views

ଗଞ୍ଜାମ ଜିଲ୍ଲା ପାଳ ଭୂମିହୀନ ଓ ବାସହୀନଙ୍କ ପ୍ରତି ଦେଲେ ବିଶେଷ ଦୃଷ୍ଟି

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ ବୈଠକରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଗୁରୁତ୍ୱ ଦେବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରି ଆବାସହିନ ପରିବାରଙ୍କୁ ଘର ଏବଂ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଦିଗରେ ଉଭୟେ ବିଡିଓ ଓ ତହସିଲଦାର ମାନେ ମିଳିତ ଭାବେ ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ କରି ସେମା...

Prime Odisha September 26, 2021, 4:02 am     504 Views

ସମ୍ଭାବ୍ୟ ବାତ୍ୟା"ଗୁଲାବ"କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ

ନବରଙ୍ଗପୁର : ଆସୁଛି ବାତ୍ୟା 'ଗୁଲାବ'! ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁରକୁ ରେଡ୍ ଆର୍ଲ ଜାରି ପରେ ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସୁଛି ବାତ୍ୟା 'ଗୁଲାବ', ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ...

Prime Odisha September 26, 2021, 3:44 am     886 Views

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା

ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଠାରେ ଜଣେ ମହିଳା ଙ୍କୁ ଦୋକାନରେ ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଦାବୀ ହୋଇଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେ...

Prime Odisha September 26, 2021, 10:53 am     248 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us