BREAKING

ବାପା ହେଲେ ଶାହିର୍‌

ମୁମ୍ବାଇ: ବାପା ହେଲେ ଟିଭିର ଲୋକପ୍ରିୟ ଅଭିନେତା ଶାହିର ଶେଖ। କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଶାହିର୍‌ ଓ ପତ୍ନୀ ରୁଚିକା। ରୁଚିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ସାୱାରର ଫଟୋ ସେୟାର କରି କହିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ନୂଆ ଅତିଥୀ ଆସିବାକୁ ଯାଉଛି। ଯାହା ପରେ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଶାହିର ଏବଂ ରୁଚିକା ଶିଶୁର ଜନ୍ମ ବିଷୟରେ ଆନୁଷ୍ଠାନିକ ଭାବେ ସୂଚନା ଦେଇନାହାଁନ୍ତି। ଇଂରାଜୀ ୱେବସାଇଟ୍ ବଲିଉଡ୍ ଲାଇଫ୍ ଅନୁଯାୟୀ, ରୁଚିକା ୧୦ ସେପ୍ଟେମ୍ବରରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।



ମୁମ୍ବାଇ: ବାପା ହେଲେ ଟିଭିର ଲୋକପ୍ରିୟ ଅଭିନେତା ଶାହିର ଶେଖ। କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଶାହିର୍‌ ଓ ପତ୍ନୀ ରୁଚିକା। ରୁଚିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ସାୱାରର ଫଟୋ ସେୟାର କରି କହିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ନୂଆ ଅତିଥୀ ଆସିବାକୁ ଯାଉଛି। ଯାହା ପରେ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ।

ଏପର୍ଯ୍ୟନ୍ତ ଶାହିର ଏବଂ ରୁଚିକା ଶିଶୁର ଜନ୍ମ ବିଷୟରେ ଆନୁଷ୍ଠାନିକ ଭାବେ ସୂଚନା ଦେଇନାହାଁନ୍ତି। ଇଂରାଜୀ ୱେବସାଇଟ୍ ବଲିଉଡ୍ ଲାଇଫ୍ ଅନୁଯାୟୀ, ରୁଚିକା ୧୦ ସେପ୍ଟେମ୍ବରରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ସିଲଭର ସ୍କ୍ରିନକୁ ପୁନର୍ବାର ଫେରୁଛନ୍ତି ଫରଦୀନ

ମୁମ୍ବାଇ: ଫିରୋଜ ଖାଁଙ୍କ ପୁତ୍ର ଫରଦୀନ ଖାଁ ପୁନର୍ବାର ସିଲଭର ସ୍କ୍ରିନକୁ ଫେରୁଛନ୍ତି । ୨୦୧୦ରେ ଦୁହ୍ଲା ମିଲ ଗୟା ଫିଲ୍ମ ପରେ ସେ ବ୍ରେକ୍ ନେଇ ଯାଇଥିଲେ । ଏହା ପରେ ତାଙ୍କର ମୋଟା ଶରୀର ବିଭିନ୍ନ ସୋସିଆଲ ସାଇଟରେ ଶେୟାର ହେବା ପରେ ଭାଇରାଲ ହୋଇଥିଲା । ଏବେ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ ଫିଟ କରି ସାରିଛନ୍ତି । ରିପୋର୍ଟ ମୁତାବକ ସଞ୍ଜୟ ଗୁପ୍ତାଙ୍କ ପ୍ରଡକ୍ସନରେ ନିର୍ମିତ ହେବାକୁ ଯାଉଥିବା ବିସ୍ଫୋଟକ ଫିଲ୍ମରେ ସେ ରିତେଶ ଦେଶମୁଖଙ୍କ ସହ ଅଭିନୟ କରିବେ । ତେବେ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଫରଦୀନ ଏକ ସାକ୍ଷାତକାରରେ କହିଥିଲେ ସେ ଏବଂ ତାଙ୍କ ପତ୍ନୀ ନତାଶା ବ୍ୟକ୍ତିଗତ କାରଣ ଯୋଗୁ ଲଣ୍ଡନରେ ରହିଥିଲେ । ସେଠାରେ ଦୀର୍ଘ ୧୨ ବର୍ଷ...

Prime Odisha September 13, 2021, 7:09 am     177 Views

ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ ପ୍ରେକ୍ଷାଳୟ ବନ୍ଦ ଥିବାରୁ ସେମାନେ ଏହାକୁ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ନିର୍ମାତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ କରିବ। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ର ପ୍ରଶଂସକମାନେ ଫିଲ୍ମ ରିଜକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।ତେବେ ନିର୍ମାତାମାନେ ଫିଲ୍ମ ରିଲିଜକୁ ସ୍ଥଗି...

Prime Odisha September 11, 2021, 4:57 am     140 Views

୧ ରେ ରିଲିଜ କରିବ ଫିଲ୍ମ ‘ରାବଣ ଲୀଲା’

ନୂଆଦିଲ୍ଲୀ: ସ୍କାମ ୧୯୯୨ ତାରକା ପ୍ରତୀକ ଗାନ୍ଧୀ ହାର୍ଦ୍ଦିକ ରାମ ଲୀଲା ସହ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ ଗୁରୁବାର ଦିନ ମୁକ୍ତିଲାଭ କରିଥିଲା। ରାବଣ ଲୀଳା ଟ୍ରେଲରକୁ ବେଶ୍‌ ପସନ୍ଦ ମଧ୍ୟକ କରାଯାଉଛି। ପ୍ରତୀକ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ଗତ ବର୍ଷ ହନସାଲ ମେହେଟ୍ଟାଙ୍କ ସ୍କାମ୍ ୧୯୯୨ ରେ ନିଜର ଅପୂର୍ବ ଅଭିନୟ ପାଇଁ ପ୍ରଶଂସା ପାଇଥିବା ପ୍ରତୀକଙ୍କୁ ସ୍ଥାନୀୟ ରାବଣ ଲୀଲାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ଭୂମିକାରେ ନଜର ଆସିବେ। ଗୁରୁବାର ଦିନ ରାବଣ ଲୀଲାଙ୍କ ଟ୍ରେଲର ରିଲିଜ ହୋଇଛି। ରାବଣ ଲୀଲାରେ ମୁଖ୍ୟ ଭୂମିକାରେ ପ୍ରତୀକ ଗାନ୍ଧୀ ନଜର ଆସିବେ। ହାର୍ଦ୍ଦିକ ଗଜାରଙ୍କ ନିର୍ଦ୍ଦେଶିତ ଏହି ...

Prime Odisha September 10, 2021, 1:31 am     962 Views

ଚର୍ଚ୍ଚାରେ ଶିଳ୍ପାଙ୍କ ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ବଲିଉଡ୍ ବିୟୁଟି ଶିଳ୍ପା କିଣିଲେ ଗଣେଶ ମୂର୍ତ୍ତି । ଗଣେଶ ପୂଜା ପାଇଁ ମୁମ୍ବାଇ ଟାଉନ୍ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଶିଳ୍ପାସେଟ୍ଟୀ ମୁମ୍ବାଇ ମାର୍କେଟ ଯାଇ ଗଣେଶ ମୂର୍ତ୍ତି କିଣିଥିବା ଦେଖିବାକୁ ମିଳିଛି । ଶିଳ୍ପା ମୂର୍ତ୍ତି କିଣିବା ସମୟରେ ଶିଳ୍ପାଙ୍କୁ ଦେଖିବାପାଇଁ ମାର୍କେଟ ପରିସରରେ ଫ୍ୟାନ୍ ମାନଙ୍କ ଭିଡ ଜମିଥିଲା । ଏଥର ଗଣେଶ ପୂଜା ପାଇଁ ଶିଳ୍ପା ଇକୋ ଫ୍ରେଣ୍ଡଲି ଗଣେଶ କିଣିଛନ୍ତି । ଏହା ଆମ ପରିବେଶ ପାଇଁ ଭଲ ହେଉଥିବାରୁ ଶିଳ୍ପା ଏହି ମୂର୍ତ୍ତିକୁ ଚୟନ କରିଥିଲେ । ଶିଳ୍ପା ଏହି ମୂର୍ତ୍ତି ଘରକୁ ଆଣିବା ସମୟରେ ଗଣପତି ବାବା ମୋରିୟା କହୁଥିବା ଶୁଣିବାକୁ ମିଳିଥିଲା । ଶିଳ୍ପାଙ୍କ ଫ୍ୟାନ ମାନେ ମଧ୍ୟ ଶିଳ୍ପାଙ୍କ ସହ ମିଶିକି ପାଳି ଧିରି...

Prime Odisha September 9, 2021, 4:14 am     927 Views

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି ଯୋଜନା କରିଛନ୍ତି । ଗତ ମଙ୍ଗଳବାର ଅଜୟ ଦେବଗନ ପନୋରମା ଷ୍ଟୁଡିଓସ୍‌କୁ ଲଂଚ କରିଥିଲେ । ଅଜୟଙ୍କ ଏହି ପ୍ରଡକ୍ସନ୍ ହାଉସ୍ ଖାସ କରି ଆଂଚଳିକ କଣ୍ଟେଣ୍ଟ ଉପରେ ଫୋକସ୍ କରିବ । ଯେଉଁଥିରେ ନବାଗତଙ୍କୁ ନେଇ ହିନ୍ଦୀ ଭଜନ, ସୁଫି ମ୍ୟୁଜିକ ଓ ଗଜଲ ପ୍ରସ୍ତୁତ ହେବ । ସଙ୍ଗୀତ ପ୍ରତି ଖାସ୍ ରୁଚି ରଖୁଥିବା ଅଜୟ ସଙ୍ଗୀତ ପରମ୍ପରାକୁ ବଜାୟ ରଖିବା ପାଇଁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି...

Prime Odisha September 8, 2021, 4:30 am     891 Views

ଟଲିଉଡ ଅଭିନେତା ରାଣାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଟଲିଉଡ ଅଭିନେତା ରାଣା ଡଗୁବତି ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହୋଇଛନ୍ତି। ୨୦୧୭ ଡ୍ରଗ୍ ମାମଲା ସହ ଜଡିତ ଟଙ୍କା ହେରଫେର ମାମଲାରେ ଇଡି ତାଙ୍କୁ ସମନ କରିଥିଲା। ‘ବାହୁବଳୀ’ ଫେମ୍‌ ଆକ୍ଟର ଅଭିନେତା ରାଣା ପ୍ରାୟ ୧୦ଟା ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହ କିଛି ସେଲିବ୍ରିଟିଙ୍କ ସନ୍ଦେହଜନକ ଲିଙ୍କ୍ ଥିବା ଏବଂ ଆର୍ଥିକ କାରବାର ବିଷୟରେ ଇଡି ତାଙ୍କୁ ପଚରାଉଚରା କରିବେ। ଇଡି ଆଗରେ ହାଜର ହୋଇଥିବା ରାଣା ହେଉଛନ୍ତି ପଞ୍ଚମ ଟଲିଉଡ ବ୍ୟକ୍ତିତ୍ୱ। ଅଗଷ୍ଟ ୩୧ ରେ ନିର୍ଦ୍ଦେଶକ ପୁରୀ ଜଗନାଦ ଏବଂ ଅଭିନେତା ଚାର୍ମି କୌର, ରାକୁଲ ପ୍ରୀତ ସିଂ ଏବଂ ନନ୍ଦୁଙ୍କୁ ପଚରାଉଚର...

Prime Odisha September 8, 2021, 3:18 am     132 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us