BREAKING

ବଢ଼ିବନି ମୂର୍ତ୍ତି ଉଚ୍ଚତା, ନିଷ୍ପତ୍ତି ବଦଳାଇବାକୁ ମନାକଲେ ସରକାର


ଦଶହରାରେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ବଢ଼ିବ ନାହିଁ। ପରଦା ହଟିବ ନାହିଁ କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ରାଜ୍ୟ ସରକାର ପୂର୍ବରୁ ନେଇଥିବା ଏହି ନିଷ୍ପତ୍ତି ବଳବତ୍ତର ରହିବ। କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କଲା ପରେ ନିଷ୍ପତ୍ତି ନେବାକୁ ସରକାର ଦୁଇ ଦିନ ସମୟ ନେଇଥିଲେ। ସେହି ଅନୁଯାୟୀ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ‌ଶୁଣାଇଛନ୍ତି। କିନ୍ତୁ ପୂର୍ବ ନିଷ୍ପତ୍ତି ଠିକ୍ ବୋଲି ଯୁକ୍ତି ବାଢ଼ିଛନ୍ତି।

ସ୍ବତନ୍ତ୍ର ରିଲିଫ୍‌ କମିସନର୍ ପ୍ରଦୀପ କୁମାର ଜେନା ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ବି ଅଛି। ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା। ସେହି ଗାଇଡ୍‌ଲାଇନ ବଳବତ୍ତର ରହିବ। ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏସ୍‌ଆର୍‌ସି ଆହୁରି କହିଛନ୍ତି ଯେ ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛୁ। ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ। ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଛୁ। କିନ୍ତୁ ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୁଖ୍ୟ କାରଣ। ଅବହେଳା ଯୋଗୁ ଓନମ ଓ କୁମ୍ଭମେଳା ପରେ ସେଠାରେ ପୁଣି ସଂକ୍ରମଣ ବୃଦ୍ଧି ପାଇଲା। ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି। ଲୋକଙ୍କ ସ୍ବାର୍ଥରେ ଗାଇଡ୍‌ଲାଇନ ଜାରି କରାଯାଇଛି ଓ ଆମ ସମସ୍ତଙ୍କୁ ତାହା ମାନି ନିରାଡ଼ମ୍ବର ଭାବେ ପୂଜା ପାଳନ କରିବାକୁ ପଡ଼ିବ। ମୁମ୍ବାଇ ଓ ନୂଆଦିଲ୍ଲୀରେ ମଧ୍ୟ କୋଭିଡ୍‌ ପାଇଁ ପାର୍ବଣରେ ମୂର୍ତ୍ତିର ଉଚ୍ଚତା କମ୍ ରଖିବାକୁ କୁହାଯାଇଛି।

ଶ୍ରୀ ଜେନା କହିଛନ୍ତି ଯେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅଛି। ଏଥିପାଇଁ ସମସ୍ତେ କୋଭିଡ୍ ସତର୍କତା ମାନି ପରିବାର ସହ ନୂଆଁଖାଇ ପାଳନ କରନ୍ତୁ। ମନ୍ଦିର ପରିସର ଭିତରେ ଭିଡ଼ କରନ୍ତୁ ନାହିଁ। ଏହା ସହ ନିଜ ପରିବାର, ଗାଁ, ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାସ ୯ ତାରିଖରେ ରାଜ୍ୟ ସରକାର ପାର୍ବଣ ପାଇଁ ଗାଇଡ୍‌ଲାଇନ୍ ଜାରି କରିଥିଲେ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣେଶ ପୂଜା, ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଥିଲା। ମଣ୍ଡପରେ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତିରେ କରିବାକୁ ଅନୁମତି ମିଳିଛି। କିନ୍ତୁ ମଣ୍ଡରେ ସର୍ବସାଧାରଣ ଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ। ପୂଜା ମଣ୍ଡପରେ ଏକା ସମୟରେ ସର୍ବାଧିକ ୭ ଜଣ ଉପସ୍ଥିତ ରହିବେ ଓ ସମସ୍ତେ କୋଭିଡ୍‌ କଟକଣା ମାନିବେ। ମଣ୍ଡପର ତିନି ପାର୍ଶ୍ବରେ ପରଦା ପଡ଼ିବ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ କୌଣସି ପ୍ରକାର ଶୋଭାଯାତ୍ରା ହେବନି କି ବାଦ୍ୟଯନ୍ତ୍ର ବାଜିବନି।

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର ୬୩୦ ଫୁଟର ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର ତୁଳନାରେ ୬୨୮.୧୦ ଫୁଟ ଥିବାବେଳେ ବନ୍ୟା ଜଳର ପ୍ରବାହ ଯଥାକ୍ରମେ ୨,୬୮,୦୮୧ କ୍ୟୁସେକ୍ ଏବଂ ୧,୨୬ ୫୫୧ କ୍ୟୁସେକ୍ ଅଟେ। ବନ୍ୟା ଜଳ ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ଗେଟ୍‌ ଖୋଲାଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଇଓସି) ଅନୁଯାୟୀ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହାସହିତ ନିକଟରେ...

Prime Odisha September 15, 2021, 5:50 am     409 Views

ବର୍ଷା ବିତ୍ପାତ ମୁକାବିଲା: ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲଗାଣ ବର୍ଷା ଓଡ଼ିଶାରେ ବିଭୀଷିକା ରଚିଛି । ଆହୁରି ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରୁ ସତର୍ତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ । ଜନବସତି ପ୍ରଭାବିତ ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ କୋଡ୍ ଅନୁଯାୟୀ ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଯୋଗାଯୋଗ ସଡ଼କଗୁଡ଼ିକର ଯେପରି କୌଣସି କ୍ଷତି ନ ହୁଏ କିମ୍ବା ପ୍ରଭାବିତ ହେଲେ ତକ୍ଷଣାତ୍ ଯୋଗାଯୋଗକୁ ପୁନଃ ମରାମତି ତକରାଯିବାକୁ କୁହାଯା...

Prime Odisha September 14, 2021, 10:09 am     270 Views

ରାସ୍ତା ଉପରେ ଚାଲୁଛି ୪ ଫୁଟ୍ ପାଣି, ଯାତାୟତ ଠପ୍

କଟକ: ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ୍ । ଚାରିଆଡେ ଖାଲି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି। ଆଠଗଡ଼ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ-ଦହିସରା-ମାଧପୁରଠାରେ ରାସ୍ତା ଉପରେ ଲହଡି ମାରୁଛି ୪ ଫୁଟର ପାଣି । ଫଳରେ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପୀନାଥପୁରରେ ପଶିଛି । ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ତଳ ଅଞ୍ଚଳରେ ଥିବା କିଛି ଗାଁରେ ପଶିଛି ବର୍ଷା ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।...

Prime Odisha September 14, 2021, 10:08 am     130 Views

ସ୍ମାର୍ଟସିଟିର ସ୍ୱରେଜ ବ୍ୟବସ୍ଥା: ଆଗଉନି ୩୪୦ କୋଟିର ପ୍ରକଳ୍ପ, ବେହାଲ ସହରର ରାସ୍ତାଘାଟ

ଉପାନ୍ତ ଗାଁ ଗହଳି ରାସ୍ତାଠାରୁ ଆହୁରି ଦୟନୀୟ ହୋଇ ପଡିଛି ସ୍ମାର୍ଟସିଟି ରାସ୍ତା। କଲୋନି, ବସ୍ତିଠାରୁ ଆରମ୍ଭ କରି ସହରର ପ୍ରମୁଖ ରାସ୍ତା ସବୁଠି ସମାନସ୍ଥିତି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ସାଢ଼େ ୩ ବର୍ଷ ଧରି ଏଭଳି ଶୋଚନୀୟ ଅବସ୍ଥା। ସହର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପ୍‌ ହେଉ ଅବା ବାସନ୍ତି କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ପାନପୋଷ ବସ୍ତି, ପାନପୋଷ ଡାକ୍ତରଖାନା ରାସ୍ତା ସବୁଠି ରାସ୍ତା ବେହାଲ। ଅସରାଏ ବର୍ଷା ହେଲେ ଅବସ୍ଥା ଆହୁରି ସଙ୍ଗୀନ। କାରଣ ହେଉଛି ସହରର ବିପର୍ଯ୍ୟସ୍ତ ସ୍ବରେଜ ବ୍ୟବସ୍ଥା। କଚ୍ଛପ ଗତିରେ ଚାଲିଥିବା ୩୪୦ କୋଟିର ପ୍ରକଳ୍ପ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କିନ୍ତୁ ବିଭାଗୀୟ ଅଧିକ...

Prime Odisha September 14, 2021, 8:11 am     862 Views

ପାର୍ବଣ ପରବର୍ତ୍ତୀ ସମ୍ଭାବ୍ୟ କରୋନା ବୃଦ୍ଧି ମୁକାବିଲା: ଦେଶରେ ୨ ଲକ୍ଷ ଆଇସିୟୁ ଶଯ୍ୟା ରହିବ

ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ଏଥିରେ ଭେଣ୍ଟିଲେଟର ଥିବା ଆଇସିୟୁ ସଂଖ୍ୟାରେ ଅତିରିକ୍ତ ୪୦ ହଜାର ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଥିବା ମୁଖ୍ୟ ଡାକ୍ତ...

Prime Odisha September 14, 2021, 8:06 am     391 Views

ବର୍ଷା ନେଲା ତିନି ଜୀବନ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବିତ୍ପାତ ରଚିଛି। ଗତ ୨୪ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ରେକର୍ଡ ୫୩୦ମିମି ବର୍ଷା ହୋଇଥିବା ବେଳେ କାକଟପୁରରେ ୫୨୫ମିମି ବର୍ଷା ହୋଇଛି। ସେହିପରି ୨୮ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ ଦୁଇ ଜଣଙ୍କର କାନ୍ଥ ପଡ଼ି ଏବଂ ଖୋର୍ଦ୍ଧାରେ ଜଣଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏହିଭଳି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ୨୪ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ କଳାହାଣ୍ଡି, କନ୍ଧ...

Prime Odisha September 14, 2021, 8:05 am     730 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us