BREAKING

ଜିଲ୍ଲା କୋର୍ଟର ନୂତନ କୋଠାଘର ଉଦ୍ଘାଟିତ :ଜୟପୁର

ଭରଚୁଆଲ ମୋଡ଼ରେ ଉଦଘାଟନ ଉତ୍ସବ ସମାପନ...


ଜୟପୁର-(10/09) : କୋରାପୁଟ ଜିଲ୍ଲା କୋର୍ଟର ନୁତନ କୋଠା ଗୃହ ଆଜି ଅର୍ଥାତ ଶୁକ୍ରବାର ଦିନ ଜୟପୁର ପୁରାତନ କୋର୍ଟ ପରିସର ମଧ୍ୟରେ ଲୋକାର୍ପଣ ହୋଇଛି । ଭାରଚ୍ୟୁଆଲ ମାଧ୍ୟମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧୀରନ ଏହାକୁ ଲୋକାର୍ପଣ କରିଛନ୍ତି । ଏହି କାଯ୍ୟକ୍ରମରେ ଯୋଗଦେଇ କୋରାପୁଟ ଜିଲାରେ ୯୦ ପ୍ରତିଶତ ଆପରାଧିକ ମାମଲା ଆସୁଥିବା ବେଳେ ସେ ମାନେ ଗରିବ ଶ୍ରେଣିର ଓ ସଚେତନ ମଧ୍ୟ ନୁହଁନ୍ତି । ସମସ୍ତ ଙ୍କୁ ନ୍ୟାୟ କିପରି ମିଳିବ ନିଜ ଅଧିକାର କିପରି ପାଇବେ ସେ ଉପରେ ମତ ରଖିଥିଲେ । ୨୨ କୋଟି ଟଙ୍କାରେ ୪ ମହାଲା ବିଶିଷ୍ଟ ଆକର୍ଷଣିୟ କୋର୍ଟ ନିର୍ମାଣ ହୋଇଛି । ଦୀର୍ଘ ୬୮ ବର୍ଷ ପରେ ଏହି ନୁତନ କୋଠା ନିର୍ମାଣ ହୋଇଛି । ଏହାକୁ ଆଜି ଭାରଚ୍ୟୁଆଲ ମାଧ୍ୟମରେ ହାଇକୋର୍ଟର ମୁଖ୍ୟବିଚାରପଚି ଏସ ମୁରଲି ଧର ଉଦଘାଟନ କରିଛନ୍ତି । ଜିଲା ଜର୍ଜ ସୌମେନ୍ଦ୍ର ରାଜଗୁରୁ ସ୍ୱାଗତ ଭାଷଣ ଦେଇଥିଲେ । ଏହା ପରେ ଜିଲା ଓକିଲ ସଂଘର ସଭାପତି ସରୋଜ କୁମାର ଦାସ ଅଭିଭାଷଣ ରଖିବା ପରେ ଭାରଚ୍ୟୁଆଲ ମାଧ୍ୟମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲି ଧର ଲୋକାର୍ପଣ କରିଥିଲେ । ହାଇକୋର୍ଟ ଜଷ୍ଟିଜ ବିଲଡିଙ୍ଗ କମିଟିର ଚ୍ୟୋୟର ମ୍ୟାନ ସତ୍ରୁଘ୍ନ ପୁଜାରି. କୋରାପୁଟ ଜିଲ୍ଲା ପାଇଁ ନିଯୁକ୍ତ ପ୍ରଶାସନିକ ଜର୍ଜ ଜଷ୍ଟିଶ ଏସ. କେ ପାଣିଗ୍ରାହୀ ମଧ୍ୟ ନିଜ ଅବିଭାଷଣ ରଖିଥିଲେ । ଏସପି କୋରାପୁଟ ବରୁଣ ଗୁଣ୍ଟପାଲ୍ଲି ଓ ଜିଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଦେବନ ପ୍ରଧାନ ଉପସ୍ଥିତ ଥିଲେ l ଶେଷରେ ହାଇକୋର୍ଟ ରିଜିଷ୍ଟାର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା କୋର୍ଟ ନୁତନ କୋଠା ଜିଲା କୋର୍ଟ ପରିସରେ ହିଁ ନିର୍ମାଣ କରାଯାଇଛି । ୨୦୧୪ ଜୁଲାଇରେ ନୁତନ କୋଠା ପାଇ ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୁଜାହାରୀ ଭିତ୍ତି ପ୍ରସ୍ତର ଦେଇଥିଲେ । ୧ ଲକ୍ଷ ୯ ହଜାର ୬୪୪ ବର୍ଗ ଫୁଟରେ ଏହି କୋର୍ଟ ନିର୍ମାଣ ହୋଇଛି । ଜିଲା କୋର୍ଟ ର ଅଧିରେ ଥିବା ୧୭ଟି କୋର୍ଟ ପାଇ ସ୍ୱତନ୍ତ୍ର କକ୍ଷ ରହିଛି । ହଲ , ବିଚାରପତି ଙ୍କ ପାଇ ଚାମ୍ବର, ଲିପ୍ଟ, ସିଚି , ଗାଡି ପାର୍କି ରହିଛି । କୋର୍ଟ ସମ୍ମୁଖରେ ଉଦ୍ୟାନ ରହିଛି । ପ୍ରଥମେ ବତ୍ତମାନର ତହସିଲ କାଯ୍ୟାଳରେ କୋର୍ଟ ଚାଲୁଥିବା ବେଳେ ୧୯୫୩ ରେ ଖ୍ରୀଷ୍ଟିଆନପେଟା ନିକଟକୁ ସ୍ଥାନାନ୍ତର କରାଯାଇ ଆଜି ଯାଏ କୋର୍ଟ ଚାଲୁଥିଲା ସେହି ସମୟରେ ଅବିଭକ୍ତ କୋରାପୁଟ ଜିଲା ପାଇଁ ଜୟପୁର ଜିଲା କୋର୍ଟ ରହିଥିଲା । ବରବତ୍ତି ସମୟରେ ସମସ୍ତ ଜିଲାରେ ଜିଲା କୋର୍ଟ ସ୍ଥାପନ ହୋଇଥିଲା । ଏହି କାଯ୍ୟକ୍ରମରେ ସମସ୍ତ ଜଜ, ଜିଲା ଓକିଲ ସଂଘର ସଭାପତି ସରୋଜ ଦାସ ସମେତ ସଂଘ କର୍ମକତ୍ତା, ଆଇନଜିବି, କୋର୍ଟ କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଦେବଦତ୍ତ ପାଣି, ଜୟପୁର.

ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଝରୀଗାଁ ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସଂଘ ସଭାପତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ପରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଙ୍କ ଉପସ୍ଥିତ...

Prime Odisha September 26, 2021, 7:42 am     639 Views

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆମ୍ବ ଗଛରେ ଜଣେ ଯୁବକ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ରବିବାର ସକାଳୁ ଦେଖିବାକୁ ମିଳିଛି | ସୂଚନା ଯୋଗ୍ୟ ହାଟପଦା ଗ୍ରାମରେ ରହୁଥିବା ଅଶୋକ ମହାନ୍ତି (୪୦) ଗତକାଲି ରାତିରେ ଘରୁ ବାହାରକୁ ଯାଇଥିଲେ ।କିନ୍ତୁଆଜି ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ପରେ ଖବର ମିଳିଥିଲା ଯେ ଅଶୋକ ଗ୍ରାମ ନିକଟ ଜମି ହୁଡାରେ ଥିବା ଆମ୍ବ ଗଛରେ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକର ସ୍ତ୍ରୀ ରୁକ୍ମଣୀ ଜାନୀ ଆଜି ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଅରୁଣ କୁମାର ...

Prime Odisha September 26, 2021, 7:00 am     480 Views

ମାଁ ଦୂର୍ଗା ପୂଜା ପାଇଁ ପ୍ରଥମ ଦିନର ଶୁଭ କାର୍ଯ୍ୟ ଆରମ୍ଭ

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ମଣ୍ଡପରେ ଦଶହରା ପାଇଁ ପ୍ରଥମ ଦିନର ଶୁଭାରମ୍ଭ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ମଣ୍ଡପରେ କରୋନା କଟକଣା ଭିତରେ ସରକାରଙ୍କ ନିୟମ ଅନୁଯାୟୀ ଦଶହରା ପାଳନ କରାଯିବ। ଏହାକୁ ଉମରକୋଟ ସହରର ବରିଷ୍ଟ ପୂଜାୟତ ଶ୍ରୀ ତ୍ରିନାଥ ମିଶ୍ର ମାଙ୍କ ମଣ୍ଡପ ଶୁଭ ମୁହୂର୍ତ୍ତ ବାହାରକରି ଶୁଭ ପକାଇଥିଲେ , ଚଳିତ ବର୍ଷ କର୍ତ୍ତା ଭାବରେ ଶ୍ରୀ ରମେଶ ଦାସ ପୂଜା ମଣ୍ଡପରେ ଉପସ୍ଥିତ ରହିବେ ! ସନ୍ତୋଷୀ ନଗର ପୂଜା କମିଟି ପକ୍ଷରୁ ଉପସ୍ଥିତ ରହିଥିଲେ ।ଦିନବନ୍ଧୁ ଦାସ,ପେଣ୍ଡ୍ରା ରାଓ, ଲଳିତ ସେଠି, ଭି ଜଗଦୀଶ, ଶାନ୍ତୁନୁ ବାହିନୀପତି , ଭି. ବି...

Prime Odisha September 26, 2021, 4:18 am     626 Views

ଗଞ୍ଜାମ ଜିଲ୍ଲା ପାଳ ଭୂମିହୀନ ଓ ବାସହୀନଙ୍କ ପ୍ରତି ଦେଲେ ବିଶେଷ ଦୃଷ୍ଟି

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ ବୈଠକରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଗୁରୁତ୍ୱ ଦେବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରି ଆବାସହିନ ପରିବାରଙ୍କୁ ଘର ଏବଂ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଦିଗରେ ଉଭୟେ ବିଡିଓ ଓ ତହସିଲଦାର ମାନେ ମିଳିତ ଭାବେ ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ କରି ସେମା...

Prime Odisha September 26, 2021, 4:02 am     637 Views

ସମ୍ଭାବ୍ୟ ବାତ୍ୟା"ଗୁଲାବ"କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ

ନବରଙ୍ଗପୁର : ଆସୁଛି ବାତ୍ୟା 'ଗୁଲାବ'! ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁରକୁ ରେଡ୍ ଆର୍ଲ ଜାରି ପରେ ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସୁଛି ବାତ୍ୟା 'ଗୁଲାବ', ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ...

Prime Odisha September 26, 2021, 3:44 am     296 Views

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା

ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଠାରେ ଜଣେ ମହିଳା ଙ୍କୁ ଦୋକାନରେ ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଦାବୀ ହୋଇଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେ...

Prime Odisha September 26, 2021, 10:53 am     882 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us