BREAKING

ବଦଳିଲେ ୪ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଲେ ୪ ରାଜ୍ୟର ରାଜ୍ୟପାଳ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୪ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରୀୟ ଭବନ ଦ୍ବାରା ଜାରି ପ୍ରେସ କମ୍ୟୁନିକେସନ ଅନୁଯାୟୀ ଚାରିଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ଏହି ପଦରୁ ଇସ୍ତଫା ଦେବା ପରେ ଅବସରପ୍ରାପ୍ତ ଲେଫ୍ଟ ଜେନେରାଲ ଗୁରୁମିତ ସିଂ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ଡେପୁଟି ଚିଫ୍ ଭାବରେ ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଗୁରୁମିତ ସିଂ ଗୁରୁବାର ଦିନ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହାବ୍ୟତୀତ ରାଷ୍ଟ୍ରପତି ତାମିଲନାଡୁରେ ମଧ୍ୟ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଜାବ ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀଙ୍କୁ ନାଗାଲାଣ୍ଡ ରାଜ୍ୟପାଳଙ୍କ କାର୍ଯ୍ୟ ତୁଲାଇବାକୁ ନିଯୁକ୍ତ କରାଯାଇଛି।


ନୂଆଦିଲ୍ଲୀ: ବଦଳିଲେ ୪ ରାଜ୍ୟର ରାଜ୍ୟପାଳ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୪ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରୀୟ ଭବନ ଦ୍ବାରା ଜାରି ପ୍ରେସ କମ୍ୟୁନିକେସନ ଅନୁଯାୟୀ ଚାରିଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି।

ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ଏହି ପଦରୁ ଇସ୍ତଫା ଦେବା ପରେ ଅବସରପ୍ରାପ୍ତ ଲେଫ୍ଟ ଜେନେରାଲ ଗୁରୁମିତ ସିଂ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ଡେପୁଟି ଚିଫ୍ ଭାବରେ ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଗୁରୁମିତ ସିଂ ଗୁରୁବାର ଦିନ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ଏହାବ୍ୟତୀତ ରାଷ୍ଟ୍ରପତି ତାମିଲନାଡୁରେ ମଧ୍ୟ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଜାବ ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀଙ୍କୁ ନାଗାଲାଣ୍ଡ ରାଜ୍ୟପାଳଙ୍କ କାର୍ଯ୍ୟ ତୁଲାଇବାକୁ ନିଯୁକ୍ତ କରାଯାଇଛି।

ଆଫଗାନିସ୍ତାନରେ ଅର୍ଥନୈତିକ ସଙ୍କଟ: ଅନାହାରରେ ମୃତ୍ୟୁବରଣ କରିପାରନ୍ତି ୧୪ ନିୟୁତରୁ ଅଧିକ ଲୋକ

କାବୁଲ: ତାଲିବାନର କାବୁଲ ବିଜୟ ପରେ ଏବେ ତାଲିବାନ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। କାବୁଲକୁ କବଜା କରିବାର ଏକ ମାସ ପରେ ତାଲିବାନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରି ଦଶନ୍ଧିର ଯୁଦ୍ଧ ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ସୁରକ୍ଷା ମୁଖ୍ୟତଃ ଉନ୍ନତ ହୋଇଛି, କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ଦେଶର ବିକାଶ ଦିଗରେ ଶହ ଶହ କୋଟି ଡଲାର ସତ୍ତ୍ବେ ଆଫଗାନିସ୍ତାନର ଅର୍ଥନୀତି ଭୁଶୁଡିଯାଇଛି। ଦେଶରେ ମରୁଡ଼ି ଏବଂ ଦୁର୍ଭିକ୍ଷ ଆଶଙ୍କା ବୃଦ୍ଧି ପାଇଚି। ୱାଲର୍ ଫୁଡ୍‌ ପ୍ରୋଗ୍ରାମ ଆଶଙ୍କା କରୁଛି ଯେ ମାସ ଶେଷ ସୁଦ୍ଧା ଖାଦ୍ୟ ସଙ୍କଟ ଦେଖାଦେଇପାରେ। ଯାହା ଦ୍ବାରା ୧୪ ନିୟୁତ ଲୋକ ଅନାହାରରେ ମୃତ୍ୟୁବରଣ କରିବେ। କାବୁଲ ବାସିନ୍ଦା ଅବଦୁଲ୍ଲା କହିଛନ...

Prime Odisha September 15, 2021, 5:53 am     321 Views

ରାଜପଥରେ ୧୨୦ କି.ମି ବେଗରେ ଚାଲିପାରିବନି ଗାଡି; କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କଲେ କୋର୍ଟ

ରାଜପଥରେ ୧୨୦ କି.ମି ବେଗରେ ଚାଲିପାରିବନି ଗାଡି; କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କଲେ କୋର୍ଟ by ଓଡ଼ିଶା ସମ୍ବାଦ ବ୍ୟୁରୋ -september 15, 2021 ନୂଆଦିଲ୍ଲୀ: ରାଜପଥରେ ଅଧିକ ଦ୍ରୁତ ଗତିରେ ଯାତାୟାତ କରୁଥିବା ଯାନବାହନକୁ ଦୃଷ୍ଟିରେ ରଖି ମାଡ୍ରାସ ହାଇକୋର୍ଟ ରାଜପଥରେ ସର୍ବୋଚ୍ଚ ବେଗକୁ ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କରି ଦେଇଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଏକ୍ସପ୍ରେସୱେରେ ଗାଡି ଚଳାଇବା ବେଗକୁ ୧୨୦ କୁ ବୃଦ୍ଧି କରାଯାଇଛି। ଜଷ୍ଟିସ୍ ଏନ କିରୁବାକରନ୍ (ସୁପରନୁଏଟେଡ୍ ପରଠାରୁ) ଏବଂ ଜଷ୍ଟିସ୍ ଟିଭି ଥାମିଲସେଲଭିଙ୍କ ଏକ ଡିଭିଜନ୍ ବେଞ୍ଚ ନିକଟରେ ଏପ୍ରିଲ୍ ୬, ୨୦୧୮ ତାରିଖର ବିଜ୍ଞପ୍ତିକୁ ରଦ୍ଦ କରିଦେଇଛ...

Prime Odisha September 15, 2021, 5:52 am     470 Views

କାବୁଲ ବିମାନ ବନ୍ଦରକୁ ଫେରିଲେ ମହିଳା କର୍ମଚାରୀ: ପ୍ରାଣ ଭୟରେ ସଂଗୀତଜ୍ଞ କାବୁଲ ଛାଡ଼ୁଛନ୍ତି

କାବୁଲ୍‌: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ୍‌କୁ ଦଖଲ କରିବାର ମାସେ ପାଖାପାଖି ହେଲାଣି। କାବୁଲ୍‌ ବିମାନ ବନ୍ଦରରେ କାର୍ଯ୍ୟରତ ୮୦ରୁ ଅଧିକ ମହିଳା କର୍ମଚାରୀମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ କାର୍ଯ୍ୟସ୍ଥଳୀକୁ ଫେରିଛନ୍ତି। ରାଜଧାନୀର ବହୁତ କମ୍‌ ମହିଳାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ମିଳିଛି। ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଅନ୍ୟ କୌଣସି ମହିଳା କାର୍ଯ୍ୟ କ୍ଷେତ୍ରକୁ ଫେରି ପାରିବେ ନାହିଁ ବୋଲି ତାଲିବାନ କହିଛି। ଶନିବାର ୬ ଜଣ ମହିଳା କର୍ମଚାରୀ ବିମାନ ବନ୍ଦରର ମୁଖ୍ୟଦ୍ବାରରେ ଡିଉଟି କରିଥିଲେ। ଘରୋଇ ବିମାନରେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କୁ ସ୍କାନିଂ କରିବା ସହ ଅପେକ୍ଷାରତ ଯାତ୍ରୀମାନଙ୍କ ସହ କଥାବାର୍...

Prime Odisha September 14, 2021, 8:09 am     637 Views

ଉତ୍ତରପ୍ରଦେଶରେ ଡେଙ୍ଗୁ ଆତଙ୍କ: ୧୨ହଜାର ଶିଶୁ ଅସୁସ୍ଥ, ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି

ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଆତଙ୍କ ଖେଳାଇ ଦେଇଛି। ସେଠା‌ରେ ୧୨ ହଜାରରୁ ଅଧିକ ଶିଶୁ ଡେଙ୍ଗୁ ଏବଂ ଭାଇରାଲ୍‌ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ପୁଣି ୪ ଜଣଙ୍କ ମୃତ୍ୟୁ ହୋଇଛି। ଡେଙ୍ଗୁ ଏବଂ ଭାଇରାଲ୍‌ ଜ୍ବର ଯୋଗୁଁ ଫିରୋଜାବାଦରେ ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୮୮ ଜଣ ଶିଶୁ ଅଛନ୍ତି। ୧୨ ହଜାରରୁ ଅଧିକ ଶିଶୁ ଘରେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ସରକାରୀ ହସ୍ପିଟାଲ୍‌ରେ ଅବ୍ୟବସ୍ଥା ଲାଗି ରହିଛି। ଠିକ୍ ସମୟରେ ଗୁରୁତର ରୋ‌ଗୀଙ୍କୁ ବେଡ୍‌ ମିଳିପ‌ାରୁନି। ଅନ୍ୟପ‌କ୍ଷେ ଘରୋଇ ହସ୍ପିଟ...

Prime Odisha September 14, 2021, 8:08 am     485 Views

ଆଇଏସଏଲର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ: ବାଙ୍ଗାଲୋର ବିପକ୍ଷରେ ଓଡିଶା ଏଫସି ଆରମ୍ଭ କରିବ ଅଭିଯାନ

ଗୋଆ: ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ସୋମବାର ହିରୋ ଇଣ୍ଡିଆ ସୁପର ଲିଗ୍‌ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ କରିଛି । ୧୯ ନଭେମ୍ବରରେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ଗୋଆର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ । ଏହି ପର୍ଯ୍ୟାୟ ସମାପ୍ତ ହେବା ପରେ ଡିସେମ୍ବରରେ ବାକି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯିବ । ଓଡିଶା ଏଫସି ୨୪ ନଭେମ୍ବରରେ ବେଙ୍ଗାଲୁର ଏଫସି ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଓଡିଶା ଏଫସି କାର୍ଯ୍ୟସୂଚୀ: ୨୪ ନଭେମ୍ବର:ବନାମ ବେଙ୍ଗାଲୁର ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୩୦ ନଭେମ୍ବର: ବନାମ ଇଷ୍ଟବେଙ୍ଗଲ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୫ ଡିସେମ୍ବର: ବନାମ କେରଳ ବ୍ଲାଷ୍...

Prime Odisha September 13, 2021, 6:17 am     179 Views

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଡେଥ୍‌ ସାର୍ଟିଫିକେଟରେ ଦର୍ଶାଯିବ କରୋନା ମୃତ୍ୟୁ

ନଆଦିଲ୍ଲୀ: ଏଣିକି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହେଲେ ଡେଥ ସାର୍ଟିଫିକେଟରେ ଲେଖାଯିବ 'କରୋନା ମୃତ୍ୟୁ’। ଦିଆଯିବ କରୋନା ମୃତ୍ୟୁର ଡେଥ୍‌ ସାର୍ଟିଫିକେଟ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍‌ କାଉଂସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ରାଜ୍ୟ ସରକାର ଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ରରେ ‘କରୋନାରେ ମୃତ୍ୟୁ’ ହୋଇଥିବା ନେଇ ଦର୍ଶାଇବାକୁ ପଡିବ। ପୂର୍ବରୁ ବହୁ ଲୋକ କରୋନାରେ ଆଖିବୁଜି ଥିବା ବେଳେ ସେମାନଙ୍କ ପରିବାର ସ...

Prime Odisha September 12, 2021, 11:11 am     823 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର : ଡାକ୍ତରଙ୍କ ଗୁହାରି ଶୁଣିଲେନି ସିଡିଏମ୍‌ଓ ଡାକ୍ତର ଶୋଭାରାଣୀ ମିଶ୍ର । ଓଲଟା ଦୁର୍ବ୍ୟବହାର କରି...

ବ୍ରହ୍ମପୁର :ବାରହା ଶିକାର ବେଳେ ଶିକାରୀ ଗୁଳିରେ ସହଯୋଗୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜି...

ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us