BREAKING

ବଢ଼ିଲା ଦୈନିକ ଟିକାକରଣ ଲକ୍ଷ୍ୟ, ଏବେ ଦୈନିକ ୪ଲକ୍ଷ ଲୋକଙ୍କୁ ଦିଆଯିବ ଟିକା


ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ଅଭିଯାନକୁ ଆହୁରି ଦ୍ରୁତ କରାଯିବ। ଏବେ ଦୈନିକ ସାଢ଼େ ୩ଲକ୍ଷ ବଦଳରେ ୪ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ। ରାଜ୍ୟ ସରକାର ଆଜି ଜିଲ୍ଲାମାନଙ୍କ ପାଇଁ ନୂତନ ଦୈନିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଯେତେଶୀଘ୍ର ସମ୍ଭବ ଟିକାକରଣ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି।

ଚଳିତମାସରୁ ରାଜ୍ୟ ସରକାର ଦୈନିକ ଟିକାକରଣ ଲକ୍ଷ୍ୟକୁ ସାଢ଼େ ୩ଲକ୍ଷକୁ ବୃଦ୍ଧି କରିଥିଲେ। ଏବେ ନିୟମିତ ଭାବେ ପ୍ରାୟ ସାଢ଼େ ୩ଲକ୍ଷ ପର୍ଯ୍ୟନ୍ତ ଟିକାକରଣ କରାଯାଉଛି। ହେଲେ ଟିକାର ବିନିଯୋଗ ଅନୁଯାୟୀ କେନ୍ଦ୍ର ସରକାର ଅଧିକ ମାତ୍ରାରେ ଟିକା ଦେବା ପାଇଁ ସୂଚନା ଦେବା ପରେ ରାଜ୍ୟ ସରକାର ଦୈନିକ ଲକ୍ଷ୍ୟକୁ ଆହୁରି ୫୦ହଜାର ବଢ଼ାଇ ଦେଇଛନ୍ତି। ଚଳିତମାସରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୬୦ଲକ୍ଷ ଡୋଜ୍ ଟିକା ଆବଣ୍ଟନ କରିଛନ୍ତି। ହେଲେ ପ୍ରତ୍ୟେକ ମାସରେ ଆବଣ୍ଟିତ ଟିକା ପରିମାଣଠାରୁ ଅଧିକ ସଂଖ୍ୟାରେ ଟିକା ଆସୁଥିବାରୁ ଚଳିତମାସ ମଧ୍ୟ ଆବଣ୍ଟିତ ଟିକା ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଆସନ୍ତା ସୋମବାରଠାରୁ ରାଜ୍ୟରେ ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ଦେଖି ଜିଲ୍ଲାମାନଙ୍କୁ ନୂତନ ଟିକାକରଣ ଲକ୍ଷ୍ୟ ଦିଆଯାଇଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଯଥାଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ ଲକ୍ଷ୍ୟରେ ନୂତନ ଟାର୍ଗେଟ୍ ଦିଆଯାଇଛି। ଯେହେତୁ ପ୍ରତି ମାସରେ କେନ୍ଦ୍ରରୁ ଆବଣ୍ଟିତ ଟିକା ପରିମାଣ ବଢ଼ି ଚାଲିଛି ଏହାକୁ ନଜରରେ ରଖି ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅପରପକ୍ଷରେ କରୋନା ଟିକା ନଷ୍ଟ ନ କରି ଅଧିକ ଲୋକଙ୍କୁ ଟିକା ପ୍ରଦାନ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ରାଜ୍ୟରେ ଏବେ ଟିକା ନଷ୍ଟ ବିଯୁକ୍ତ ୫.୫ ପ୍ରତିଶତ ରହିଛି। ଯାହାଫଳରେ ଅତିରିକ୍ତ ପ୍ରାୟ ୧୨ଲକ୍ଷ ଡୋଜ୍ ଦିଆଯିବା ସମ୍ଭବ ହୋଇଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି। ତେବେ ଟିକା ନଷ୍ଟ ପ୍ରତିଶତ ସବୁବେଳେ ଉପର-ତଳ ହୋଇଥାଏ। ଏହା ସ୍ଥିର ନୁହେଁ। କେନ୍ଦ୍ର ସରକାର ପୂର୍ବରୁ ଯେଉଁଭଳି ଭାବେ କେଉଁ ରାଜ୍ୟ କେତେ ପରିମାଣର ଟିକା ନଷ୍ଟ କରୁଛନ୍ତି, ତାହାର ସଂପର୍କିତ ତଥ୍ୟ ପ୍ରଦାନ କରୁଥିଲେ। ମାତ୍ର ଏବେ ସେଭଳି ତଥ୍ୟ ଆସୁ ନ ଥିବାରୁ ଓଡ଼ିଶା ଦେଶରେ ଟିକା ସଂଚୟ କରିବାରେ ଆଗ‌ରେ ରହିଛି ବୋଲି ସେ କହିଛନ୍ତି।

ଆଜି ରାଜ୍ୟରେ ୧୬୨୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୩ଲକ୍ଷ ୪୬ହଜାର ୮୩୮ଜଣଙ୍କୁ ଟିକା ଦିଆଯାଇଛି। ୧୮-୪୪ବର୍ଗର ୧ଲକ୍ଷ ୮୧ହଜାର ୫୦ ପ୍ରଥମ ଓ ୪୩୫୨୦ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୬୮,୧୩୭ ଡୋଜ୍ ପ୍ରଥମ ଓ ୫୨,୨୧୦ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୩୪୯୨ ଗର୍ଭବତୀ କରୋନା ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୨କୋଟି ୪୯ଲକ୍ଷ ୩୭ହଜାର ୧୭୬ ଡୋଜ୍ ଟିକା ଦିଆଗଲାଣି। ଏହାସହ ୧ଲକ୍ଷ ୩୧ହଜାର ୧୫ ଗର୍ଭବତୀ ମହିଳା ଟିକା ନେଇ ସାରିଲେଣି। ଆସନ୍ତାକାଲି ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଯାଜପୁର ଓ ପୁରୀ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ତେବେ ଅନ୍ୟ ଜିଲ୍ଲାରେ ସମୁଦାୟ ୬୭୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ହରିଶ୍ଚନ୍ଦ୍ର ଯୋଜନା ଶୁଭାରମ୍ଭ୍ କଲେ ସରପଞ୍ଚ

ନବରଙ୍ଗପ୍ନର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ, ବତୀ ଜାନୀ ସରପଞ୍ଚ ଦାଇତ୍ୱ ନେବା ପରେ ସେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।ସେ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି। ପଞ୍ଚାୟତ ରେ କୌଣସି ବୃଦ୍ଧ, ବୃଦ୍ଧା ବିଧବା, ବିକଳାଙ୍ଗ ସରକାରଙ୍କ ଯୋଜନାରେ ମାସିକଭତ୍ତା ପାଇବାରେ ବଞ୍ଚିତ ନ ହେବେ।ପଞ୍ଚାୟତ ର ପ୍ରତ୍ୟେକ ଜନ ଗହଳି ସ୍ଥାନ ରେ ଆଲୋକ ବ୍ୟବସ୍ତା କରଛନ୍ତି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାର କାର୍ଯ୍ୟ କାରୀ କରିଥିବା ବେଳେ ଏହି ପଞ୍ଚାୟତ ରେ ହିତାଧିକାରୀ ବଞ୍ଚିତ ହେଉଥିଲେ।ଏହାକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ। ଗତ...

Prime Odisha May 25, 2022, 8:04 am     155 Views

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     211 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     422 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     712 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     287 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     410 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ବିଜେଡି ନେତାଙ୍କ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଚକମା ଦେଇ ଚାଲିଯାଉଥିବା ଭ...

ଭୁବନେଶ୍ବର(ପ୍ରାଇମ ଓଡିଶା ବ୍ୟୁରୋ):ଏକ ସୌଜନ୍ୟ ମୂଳକ ସାକ୍ଷାତ ଭାବରେ ଆଜି ବୋଲିଉଡ଼ ଅଭିନେତା ସୋନୁ ସୁଦ ମୁଖ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ କିଛି ଦିନ ହେବ ସଡ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us