BREAKING

ଏହି ସବୁ କାରଣ ପାଇଁ ଆମ ଦେଶରେ ୪୬୯ଟି ପ୍ରଜାତିର ଗଛ ବିଲୁପ୍ତ ହୋଇପାରେ !


ଭାରତରେ ଥିବା ବୃକ୍ଷଲତାର ପାଖାପାଖି ୧୮ ପ୍ରତିଶତ ଅର୍ଥାତ ୪୬୯ଟି ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି। ଏହି ସୂଚନା ନିକଟରେ ବଟାନିକ୍ ଗାର୍ଡେନସ କନଜର୍ଭେସନ୍ ଇଣ୍ଟରନ୍ୟାସନାଲ୍ (ବିଜିସିଆଇ) ଦ୍ବାରା ପ୍ରକାଶିତ ରିପୋର୍ଟ ‘ଷ୍ଟେଟ ଅଫ ଦ ୱାଲର୍ଡସ ଟ୍ରିଜ’ରୁ ମିଳିଛି। ରିପୋର୍ଟ ଅନୁଯାୟୀ, ଦେଶରେ ୨,୬୦୩ଟି ପ୍ରଜାତିର ଗଛ ଅଛି ଏବଂ ଏହାର ୧୮ ପ୍ରତିଶତ ଅର୍ଥାତ ୪୬୯ ପ୍ରଜାତିର ଗଛ ବିଲୁପ୍ତ ହୋଇଯିବା ସ୍ଥିତି ଉତ୍ପନ୍ନ ହୋଇଛି । କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଭାରତରେ ଏପରି ୬୫୦ ପ୍ରଜାତିର ଗଛ ଦେଖିବାକୁ ମିଳେ, ଯାହାକି ପୃଥିବୀର ଅନ୍ୟ କୌଣସି ସ୍ଥାନରେ ନାହିଁ।

‘ଷ୍ଟେଟ ଅଫ ଦ ୱାଲର୍ଡସ ଟ୍ରିଜ’ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରାୟ ୫୮,୪୯୭ ପ୍ରଜାତିର ଗଛ ଅଛି । ସେଥିମଧ୍ୟରୁ କେବଳ ୪୧.୫% (୨୪,୨୫୫) ପ୍ରଜାତିର ଗଛ ସୁରକ୍ଷିତ । ଏଥିସହିତ, ପ୍ରାୟ ୨୯.୯ ପ୍ରତିଶତ (୧୫,୫୧୯) ପ୍ରଜାତିର ବୃକ୍ଷ ବିଲୁପ୍ତ ହେବାର ଆଶଙ୍କା ଥିବାବେଳେ ୭.୧ ପ୍ରତିଶତ (୪,୦୯୯) ଗଛ ଉପରେ ବିପଦ ରହିଥିବା ଆକଳନ କରାଯାଉଛି। ତେବେ ପ୍ରାୟ ୨୧.୬ ପ୍ରତିଶତ (୧୨,୪୯୦) ପ୍ରଜାତିର ଗଛ ସମ୍ପର୍କରେ ଏଯାବତ ସଂପୂର୍ଣ୍ଣ ସୂଚନା ଉପଲବ୍ଧ ନାହିଁ । ଅନୁମାନ କରାଯାଉଛି, ପାଖାପାଖି ୧୪୨ଟି ପ୍ରଜାତିର ଗଛ ଜଙ୍ଗଲରୁ ବିଲୁପ୍ତ ହୋଇଯାଇଛି।

ବିଶ୍ବ ଦୃଶ୍ୟପଟ୍ଟକୁ ଯଦି ଦେଖିବା ତେବେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ବୃକ୍ଷର ସର୍ବାଧିକ ୨୩,୬୩୧ଟି ପ୍ରଜାତି ରହିଛି। ଏହାପରେ ଦକ୍ଷିଣ ପୂର୍ବ ଏସିଆରେ ୧୩,୭୩୯ ଏବଂ ଆଫ୍ରିକାର ଉଷ୍ଣ ଜଳବାୟୁ ଅଞ୍ଚଳରେ ୯,୨୩୭ ପ୍ରଜାତିର ଗଛ ଦେଖିବାକୁ ମିଳିଥାଏ।
ତେ‌ବେ ବିଲୁପ୍ତି ଦ୍ବାରଦେଶରେ ଥିବା ଗଛଗୁଡ଼ିକ ବିଷୟରେ କହିବାକୁ ଗଲେ ପ୍ରଥମେ ଚର୍ଚ୍ଚାକୁ ଆସେ ଭାରତ ମହାସାଗରରେ ଥିବା ସର୍ବବୃହତ ଲୋହିତ ଦ୍ବୀପ ମାଡାଗସ୍କର୍। ଏଠାରେ ୧,୮୪୨ (୫୯ପ୍ରତିଶତ) ପ୍ରଜାତିର ଗଛ ବିପଦରେ ଅଛି। ଏଥିସହିତ, ମରିସସରେ ପ୍ରାୟ ୫୭ ପ୍ରତିଶତ (୧୫୪) ପ୍ରଜାତିର ଗଛ ବି ବିପଦରେ । କେବଳ ଏତିକି ନୁହେଁ, ବ୍ରାଜିଲରେ ୧,୭୮୮ ପ୍ରଜାତିର ଗଛ, ଇଣ୍ଡୋନେସିଆରେ ୧,୩୦୬ ପ୍ରଜାତି, ମାଲେସିଆରେ ୧୨୯୫ ପ୍ରଜାତି, ମେକ୍ସିକୋରେ ୧୦୯୭, ଚାଇନାରେ ୮୯୦, ପେରୁରେ ୭୮୬ ଏବଂ ଭେନେଜୁଏଲାରେ ୬୧୪ ପ୍ରଜାତିର ଗଛ ବିପଦରେ ରହିଛି ଓ ଏହାର ବିଲୁପ୍ତି ଆଶଙ୍କା ସର୍ବାଧିକ।

ଯଦି ଆମେ ଗଛଗୁଡ଼ିକ ଉପରେ ଆସୁଥିବା ବିପଦର କାରଣ ସଂପର୍କରେ ଆଲୋଚନା କରିବା, ତା’ହେଲେ ପ୍ରଥମେ ସାମ୍ନାକୁ ଆସିବ ଜଙ୍ଗଲ କାଟିବା। ଜଙ୍ଗଲକୁ କୃଷି, ଖଣି ଖନନ, କାଠର ଅ‌ାବଶ୍ୟକତା, ସହରୀକରଣ ଲାଗି କଟା ଯାଇଥାଏ| ଏହା ବାଦ ଆକ୍ରମଣକାରୀ କୀଟ ଏବଂ ରୋଗ ହେତୁ ଅନେକ ପ୍ରଜାତିର ଗଛ ମଧ୍ୟ ଧଂସ ପାଇବାରେ ଲାଗୁଛି | ଏଥିପାଇଁ କିଛି ମାତ୍ରାରେ ଜଳବାୟୁ ପରିବର୍ତ୍ତନ ମଧ୍ୟ ଦାୟୀ।

ଯଦି ଆମେ ଗତ ୩୦୦ ବର୍ଷର ଇତିହାସକୁ ଦେଖିବା, ତେବେ ବିଶ୍ୱରେ ଜଙ୍ଗଲର ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥି ସହିତ ୨୯ଟି ଦେଶରେ ଜଙ୍ଗଲର ମୋଟ କ୍ଷେତ୍ରଫଳ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି। ଜମି ଉପଯୋଗରେ ପରିବର୍ତ୍ତନ ଏବଂ କୃଷି ମୁଖ୍ୟତଃ ଏଥିପାଇଁ ଦାୟୀ | ଦ୍ୱିତୀୟ ପ୍ରମୁଖ ବିପଦ ହେଉଛି ଗଛ ଉପରେ ପ୍ରତ୍ୟକ୍ଷ ଭାବେ କରାଯାଉଥିବା ଶୋଷଣ, ଯେଉଁଥିରେ କାଠ ପାଇଁ ଗଛ କାଟିବା ଅନ୍ତର୍ଭୁକ୍ତ। ଅନୁମାନ କରାଯାଉଛି ଯେ ଏହି କାରଣରୁ ୭୪୦୦ ପ୍ରଜାତି ଗଛ ବିପଦରେ ପଡ଼ିଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ସମଗ୍ର ବିଶ୍ୱରେ ବୃକ୍ଷକୁ ପ୍ରଭାବିତ କରୁଛି|
ବୃକ୍ଷ ପରିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା କେବଳ ଖାଦ୍ୟ, ଅତ୍ୟାବଶ୍ୟକ ଦ୍ରବ୍ୟ ଏବଂ ଉତ୍ସ ଯୋଗାଇ ଥାଏ ତାହା ନୁହେଁ, ଗଛ ଆମ ପାଇଁ ଜୀବନ ପ୍ରଦାନକାରୀ ନିର୍ମଳ ଅମ୍ଲଜାନ ମଧ୍ୟ ଦେଇଥାଏ। ଆଜି ବି, ଏହି ଗଛଗୁଡ଼ିକ ନିର୍ଗତ ହେଉଥିବା ଗ୍ରୀନ୍ ହାଉସ୍ ଗ୍ୟାସର ଏକ ବଡ଼ ଅଂଶକୁ ଅବଶୋଷିତ କରେ । କେବଳ ଏତିକି ନୁହେଁ, ସାଂସ୍କୃତିକ ଏବଂ ଆର୍ଥିକ ଦୃଷ୍ଟିରୁ ଗଛଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ୧୦ ପ୍ରତିଶତ (୬,୦୦୦ ପ୍ରଜାତି) ଗଛ ଔଷଧ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ କଳ୍ପନା କରିପାରୁଥିବେ ଗଛ ପ୍ରଜାତିଗୁଡ଼ିକୁ ବଞ୍ଚାଇ ରଖିବା କେତେ ଆବଶ୍ୟକ।

ଏଭଳି ପରିସ୍ଥିତିରେ ବିଲୁପ୍ତପ୍ରାୟ ପ୍ରଜାତିର ଗଛଗୁଡିକୁ ବଞ୍ଚାଇବା ପାଇଁ ସଂରକ୍ଷିତ ଅଞ୍ଚଳର ସମ୍ପ୍ରସାରଣ ପାଇଁ ବିଜିସିଆଇ ସୁପାରିଶ କରିଛି। ବିଲୁପ୍ତପ୍ରାୟ ପ୍ରଜାତି ଗଛଗୁଡ଼ିକୁ ବଞ୍ଚାଇବା ସହିତ ଏଥିପାଇଁ ବିଶ୍ବସ୍ତରୀୟ ସହଯୋଗ, ସଂରକ୍ଷଣ ପ୍ରୟାସ ପାଇଁ ଅର୍ଥ ବ୍ୟବସ୍ଥା କରିବା | ଉଦ୍ଭିଦ ବଗିଚା ଏବଂ ବିହନ ବ୍ୟାଙ୍କ ଜରିଆରେ ଏହି ବିପଦପୂର୍ଣ୍ଣ ପ୍ରଜାତିଗୁଡିକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯାଉଛି, ଯାହା ଦ୍ବାରା ସେଗୁଡିକ ବଞ୍ଚାଇ ରଖାଯାଇପାରିବ।

ହରିଶ୍ଚନ୍ଦ୍ର ଯୋଜନା ଶୁଭାରମ୍ଭ୍ କଲେ ସରପଞ୍ଚ

ନବରଙ୍ଗପ୍ନର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ, ବତୀ ଜାନୀ ସରପଞ୍ଚ ଦାଇତ୍ୱ ନେବା ପରେ ସେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।ସେ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି। ପଞ୍ଚାୟତ ରେ କୌଣସି ବୃଦ୍ଧ, ବୃଦ୍ଧା ବିଧବା, ବିକଳାଙ୍ଗ ସରକାରଙ୍କ ଯୋଜନାରେ ମାସିକଭତ୍ତା ପାଇବାରେ ବଞ୍ଚିତ ନ ହେବେ।ପଞ୍ଚାୟତ ର ପ୍ରତ୍ୟେକ ଜନ ଗହଳି ସ୍ଥାନ ରେ ଆଲୋକ ବ୍ୟବସ୍ତା କରଛନ୍ତି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାର କାର୍ଯ୍ୟ କାରୀ କରିଥିବା ବେଳେ ଏହି ପଞ୍ଚାୟତ ରେ ହିତାଧିକାରୀ ବଞ୍ଚିତ ହେଉଥିଲେ।ଏହାକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ। ଗତ...

Prime Odisha May 25, 2022, 8:04 am     237 Views

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     563 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     306 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     629 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     879 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     306 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ବିଜେଡି ନେତାଙ୍କ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଚକମା ଦେଇ ଚାଲିଯାଉଥିବା ଭ...

ଭୁବନେଶ୍ବର(ପ୍ରାଇମ ଓଡିଶା ବ୍ୟୁରୋ):ଏକ ସୌଜନ୍ୟ ମୂଳକ ସାକ୍ଷାତ ଭାବରେ ଆଜି ବୋଲିଉଡ଼ ଅଭିନେତା ସୋନୁ ସୁଦ ମୁଖ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ କିଛି ଦିନ ହେବ ସଡ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us