BREAKING

ଧ୍ୱଂସ ହୋଇଯିବ ସାବରମତୀ ଆଶ୍ରମ!


ଅହମଦାବାଦ : କେନ୍ଦ୍ର ଏବଂ ଗୁଜରାଟ ସରକାର ଅହମଦାବାଦରେ ଥିବା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ପୁନଃନିର୍ମାଣ ଲାଗି ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଏହି ଆଶ୍ରମକୁ ଧ୍ବଂସ କରିଦେବ। ଯେଉଁ ଆଶ୍ରମ ଶାନ୍ତିର ବାର୍ତା ଦେଉଥିଲା ଏବଂ ସ୍ବାଧୀନତା ପାଇଁ ଅହିଂସା ଆନ୍ଦୋଳନ ଲାଗି ମହାତ୍ମା ଗାନ୍ଧୀଙ୍କୁ ପ୍ରେରିତ କରିଥିଲା, ଆଜି ସେହି ଅାଶ୍ରମର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲାଣି। ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଗଲାଣି। କୁହାଯାଉଛି ଯେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ଆଶ୍ରମର ପବିତ୍ରତା ନଷ୍ଟ ହୋଇଯିବ। ନୂଆ ଯୋଜନା କାର୍ଯ୍ୟକାରୀ କରିବା ଅପେକ୍ଷା ଆଶ୍ରମକୁ ଏହାର ପୂର୍ବ ସ୍ଥିତିରେ ରଖିବା ଲାଗି ସେମାନେ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ‘ଗାନ୍ଧୀ ଆଶ୍ରମ ମେମୋରିଆଲ ଆଣ୍ଡ୍ ଡେଭ୍‌ଲପ୍‌ମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ପୁନଃନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକର ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ବିଭିନ୍ନ ମହଲରେ ଏହାର ଜୋରଦାର ବିରୋଧ କରାଯାଇଛି। ଦେଶର ପ୍ରାୟ ୧୩୦ ଜଣ ବିଶିଷ୍ଟ ବ୍ୟକ୍ତି ଏକ ମିଳିତ ବିବୃତି ଜାରି କରି ପ୍ରସ୍ତାବିତ ପ୍ରକଳ୍ପ ଆଶ୍ରମର ସରଳତା ଓ ପବିତ୍ରତାକୁ ନଷ୍ଟ କରିବ ବୋଲି କହିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅତି ବେଶିରେ ଏହାକୁ ‘ଗାନ୍ଧୀ ଥିମ୍ ପାର୍କ’ ବୋଲି କୁହାଯାଇପାରେ। କିନ୍ତୁ ଏହାକୁ ଏକ ପ୍ରକାର ‘ଦ୍ୱିତୀୟ ଗାନ୍ଧୀ ହତ୍ୟା’ ଭାବରେ ବିବେଚନା କରାଯାଇପାରେ ବୋଲି ସେମାନେ କହିଛନ୍ତି। ଏହି ବିବୃତିରେ ଦସ୍ତଖତକାରୀମାନେ ଗାନ୍ଧୀ ଅନୁଷ୍ଠାନଗୁଡିକର କୌଣସି ପ୍ରକାର ସରକାରୀ ଦଖଲକୁ ସାମୂହିକ ଭାବରେ ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି। ଭବିଷ୍ୟତର କାର୍ଯ୍ୟକଳାପ ସ୍ଥିର କରିବାକୁ ସେମାନେ ଖୁବ୍ ଶୀଘ୍ର ଏକ ବୈଠକ କରିବାକୁ ଯୋଜନା କରୁଛନ୍ତି। ଗୁଜରାଟ ସାହିତ୍ୟ ପରିଷଦର ସଭାପତି ତଥା ବିଶିଷ୍ଟ ଲେଖକ ପ୍ରକାଶ ଏନ୍‌ ଶାହାଙ୍କ ନେତୃତ୍ୱରେ ଚାଲିଥିବା ବିରୋଧ ଅଭିଯାନରେ ଏହି ଦସ୍ତଖତକାରୀଙ୍କ ତାଲିକାରେ ଅଛନ୍ତି: ଲେଖକ ତଥା ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଜି.ଏନ୍. ଦେବୀ, ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ପଟ୍ଟବର୍ଦ୍ଧନ, ଲେଖକ ରାମ ପୁନ୍ୟାନି, ଐତିହାସିକ ରାଜମୋହନ ଗାନ୍ଧୀ, ଲେଖକ ନୟନତାରା ସେହଗଲ, ଐତିହାସିକ ରାମଚନ୍ଦ୍ର ଗୁହା, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏ.ପି. ଶାହା, ପୂର୍ବତନ ଆଇଏଏସ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅରୁଣା ରାୟ, କଳାକାର ତଥା କବି ଗୁଲାମ ମହମ୍ମଦ ଶେଖ, ସାମ୍ବାଦିକ କୁମାର କେତକାର, ଲେଖକ ପି. ସାଇନାଥ, ସମାଜସେବୀ ଯୋଗେନ୍ଦ୍ର ଯାଦବ, ଓକିଲ ଆନନ୍ଦ ଗ୍ରୋଭର, ଶିକ୍ଷାବିତ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅପୂର୍ବାନନ୍ଦ ଏବଂ ବହୁ ବିଶିଷ୍ଟ ପୂର୍ବତନ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ଆଇଆର୍‌ଏସ୍ ଏବଂ ୱାଜାହତ ହବିବୁଲ୍ଲା, ଜୁଲିଓ ରିବିରୋଙ୍କ ପରି ପ୍ରତିରକ୍ଷା ଅଧିକାରୀ।

‘ଗାନ୍ଧୀ ଅନୁଷ୍ଠାନଗୁଡିକର ସରକାରୀ ଦଖଲକୁ ରୋକ’ ଶୀର୍ଷକ ବିବୃତିରେ କୁହାଯାଇଛି ଯେ ବର୍ତ୍ତମାନର ସରକାର ୧୯୪୯ ମସିହାର ଶାନ୍ତ ସୁନ୍ଦର ମନୋରମ ବାତାବରଣ ବିଶିଷ୍ଟ ଆଶ୍ରମର ୫୪ ଏକରରୁ ଅଧିକ ଜାଗାକୁ ଦଖଲ କରି ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବାକୁ ବସିଛନ୍ତି। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ। ଦେଶର ସମସ୍ତ ଗାନ୍ଧୀ ଅନୁଷ୍ଠାନକୁ ବ୍ୟବସାୟିକ କରିବା ବର୍ତ୍ତମାନ ସରକାରଙ୍କ ରଣନୀତି। ସେବାଗ୍ରାମରେ ଏହାର ସବୁଠାରୁ ଖରାପ ଉଦାହରଣ ଦେଖିବାକୁ ମିଳେ। କିନ୍ତୁ ସବୁଠାରୁ ଭୟାନକ ଦିଗ ହେଉଛି ସମସ୍ତ ଗାନ୍ଧୀ ଅଭିଲେଖାଗାର ଉପରେ ସରକାରୀ ନିୟନ୍ତ୍ରଣ।

ହୃଦୟ କୁଞ୍ଜ (ଯେଉଁଠାରେ ଗାନ୍ଧୀ ୧୯୧୭ରୁ ୧୯୩୦ ମଧ୍ୟରେ କସ୍ତୁରବାଙ୍କ ସହ ରହୁଥିଲେ) ଏବଂ ସ୍ମୃତି ସଂଗ୍ରହାଳୟ ବିଷୟରେ ବିବୃତିରେ ଲେଖାଯାଇଛି, ‘ହୃଦୟ କୁଞ୍ଜ ଏବଂ ସ୍ମୃତି ସଂଗ୍ରହାଳୟ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ହଜାର ହଜାର ପରିଦର୍ଶକଙ୍କୁ ପ୍ରକୃତ ଗାନ୍ଧୀ ଢଙ୍ଗରେ ଅଭିବାଦନ ଜଣାଉଛି। ସୁରକ୍ଷା ଯାଞ୍ଚ କିମ୍ବା ସଶସ୍ତ୍ର ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳେ ନାହିଁ। ପରିଦର୍ଶକମାନେ ସେହି ସ୍ଥାନର ସୌନ୍ଦର୍ଯ୍ୟ, ଖୋଲାସ୍ଥାନ ଏବଂ ପବିତ୍ରତା ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। ୧୯୬୦ ଦଶକ ପ୍ରାରମ୍ଭରେ ଚାର୍ଲସ କୋରିଆଙ୍କ ଦ୍ୱାରା ପରିକଳ୍ପିତ ମ୍ୟୁଜିୟମ୍‌ ବିଲ୍ଡିଂ ଉପରୋକ୍ତ ସମସ୍ତ ମୂଲ୍ୟବୋଧକୁ ପ୍ରତିଫଳିତ କରେ ।’ ଏଥିରେ କୁହାଯାଇଛି ଯେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ସ୍ଥାନଟିକୁ ବିଶ୍ୱସ୍ତରୀୟ ପୁନର୍ଗଠନର ଆବଶ୍ୟକତା ନାହିଁ କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ, ବିଶେଷ ଭାବରେ ସ୍କୁଲ ପିଲା ତଥା ବିଦେଶୀ ପରିଦର୍ଶକ ସାବରମତୀ ଆଶ୍ରମକୁ ଆସନ୍ତି।

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     614 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     491 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     126 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     690 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     966 Views

ବୋଡିଗାଁରେ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ

ଜୟପୁର:ଅଭିବକ୍ତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ।ଏହି ଚାଷ କରି ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କ ପେଟକୁ ଦାନା ଯୋଗାଇଥାନ୍ତି।ଚାଷ ପାଇଁ ପାଣିପାଗ ଅନୁକୂଳ ହେବା ଅପରିହାର୍ଯ୍ୟ।ଭବିଷ୍ୟତର ପାଣିପାଗକୁ ଜାଣିବା ପାଇଁ ଅଞ୍ଚଳ ଅନୁସାରେ ବାଲିଯାତ୍ରା ଅନୁଷ୍ଠିତ ହେଇଥାଏ ।ଏହି ପର୍ବ ରେ ଏକ ନିର୍ଦ୍ଧିଷ୍ଟ ଜାଗାରୁ ବାଲି ସଂଗ୍ରହ କରି ହୁଣ୍ଡି ବା ବାଲି ଘରେ ଶତାଧିକ ଚାଙ୍ଗୁଡ଼ି ରେ ବିହନ ବୁଣିଥାନ୍ତି ଆଦିବାସୀ ସଂପ୍ରଦାୟ। କିଛି ଦିନ ପରେ ସେଥିରୁ ଗଜା ହୁଏ। ଏପରିକି ଆଶ୍ଚର୍ଯ୍ୟ ଜନକ ଭାବେ ଉଷୁନା ଚାଉଳ ବି ଗଜା ହୁଏ ଆଦିବାସୀ ଶିରା ବା ପୂଜକଙ୍କ ତତ୍ତ୍ବାବଧାନରେ ।ଏହି ଆଧାରରେ ଶିରା ବା ଗାଁ ହୁଣ୍ଡି ପୂଜକ ତଥା ତାଙ...

Prime Odisha April 18, 2022, 11:13 am     325 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପ...

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us