BREAKING

ପଛୁଆବର୍ଗଙ୍କୁ ନେଇ ରାଜନୀତି ତେଜିଲା: ଦିଲ୍ଲୀରେ ଶାହଙ୍କୁ ଭେଟିଲେ ବିଜେଡି ସାଂସଦ


ଭୁବନେଶ୍ବର/ନୂଆଦିଲ୍ଲୀ : ରାଜ୍ୟଗୁଡ଼ିକୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର କ୍ଷମତା ଦେବା ପାଇଁ ସମ୍ବିଧାନ ସଂଶୋଧନ କରାଯାଇଛି। ଏହି ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏହା ପରେ ଓବିସି ତାଲିକାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡି ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ୫୦% ସଂରକ୍ଷଣ ସୀମା ହଟାଇବା ପାଇଁ ନୂଆ ଆଇନ୍ ଆଣିବାକୁ ଦାବି କରିଛନ୍ତି। ଜନଗଣନା ସହ ଜାତିଭିତ୍ତିକ ଗଣନା ପାଇଁ ପୁରୁଣା ଦାବି ଦୋହରାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଏହାର ଜବାବ ବି ଦେଇଛନ୍ତି। କେନ୍ଦ୍ର କୋର୍ଟକୁ ବଲ୍ ନ ଫିଙ୍ଗି ରାଜ୍ୟ ସରକାର ନିଜ ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ବୁଧବାର ବିଜେଡି ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ସଂସଦ ଭବନସ୍ଥିତ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜଣାଇଥିଲେ ଯେ ଓଡ଼ିଶା ପରି ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣକୁ ମିଶାଇଲେ ୩୯ ପ୍ରତିଶତରୁ ଅଧିକ ହେଉଛି। ସୁପ୍ରିମକୋର୍ଟ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ଫଳରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କିପରି ଦିଆଯିବ? ଓଡ଼ିଶାରେ ମାତ୍ର ୧୧ ପ୍ରତିଶତ ଓବିସି ସଂରକ୍ଷଣର ଲାଭ ପାଇପାରିବେ। ବିଭିନ୍ନ ନ୍ୟାୟାଳୟ ଦ୍ବାରା ସମୟ ସମୟରେ ସଂରକ୍ଷଣ ସମ୍ପର୍କିତ ଦିଆଯାଇଥିବା ବିଭିନ୍ନ ରାୟକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରାଯିବାର ଆବଶ୍ୟକତା ରହିଛି ସାଂସଦମାନେ ଯୁକ୍ତି ଦର୍ଶାଇଥିଲେ। ଏ ଦିଗରେ ସମ୍ବିଧାନର ସଂଶୋଧନ କରାଯାଇ ତ୍ବରିତ କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯିବାକୁ ସେମାନେ ଦାବି କରିଥିଲେ। ଜନଗଣନା ଫର୍ମାଟରେ ଏକ ଅତିରିକ୍ତ ସ୍ତମ୍ଭ ସଂଯୁକ୍ତ କରି କିମ୍ବା ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ପଛୁଆ ଶ୍ରେଣୀ(ଏସ୍ଇବିସି) ଏବଂ ଅନ୍ୟ ପଛୁଆ ବର୍ଗ(ଓବିସି) ଚିହ୍ନଟ ଓ ତାଲିକା ପ୍ରସ୍ତୁତ ପାଇଁ ଏକ ସ୍ବତନ୍ତ୍ର ଫର୍ମାଟ ସଂଲଗ୍ନ କରି ୨୦୨୧ ଜନଗଣନା କରାଯିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ଗୃହ ମନ୍ତ୍ରୀଙ୍କ ସହ ଏହି ବୈଠକ ସକରାତ୍ମକ ଥିଲା ବୋଲି ସାଂସଦମାନେ ଗଣମାଧ୍ୟମକୁ କହିଥିଲେ।

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷର ସୀମା ହଟାଇବା ପାଇଁ ଯୁକ୍ତି ଦର୍ଶାଇଥିଲେ। ଜାତିଭିତ୍ତିକ ଗଣନା ହେଲେ ଯେଉଁ କାରଣ ଦର୍ଶାଇ କୋର୍ଟ ଓବିସି ସଂରକ୍ଷଣ ଆଇନକୁ ଅସିଦ୍ଧ ଘୋଷଣା କରୁଛନ୍ତି ସେଥିରୁ ମୁକ୍ତି ମିଳିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦଙ୍କୁ କାଉଣ୍ଟର୍‌ କରିବା ସହ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବି କରିବା ଅମୂଳକ। ଓଡ଼ିଶା ଏକମାତ୍ର ରାଜ୍ୟ ଯେ ସମ୍ଭବତଃ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେଣୁ ଓଡିଶା ସରକାର ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ। ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସ୍ଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଖୋଦ୍ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଏ କଥା କହିଛନ୍ତି। ପରବର୍ତୀ ପର୍ଯ୍ୟାୟରେ ହାଇକୋର୍ଟରେ ଏହା ବି‌ରୋଧରେ ଏକ ମାମଲା ଦାୟର ହୋଇଥିଲା ଏବଂ କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ। ତେବେ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟକୁ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା?

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଇଙ୍ଗିତ କରି ଶ୍ରୀ ପ୍ରଧାନ କହିଥିଲେ, ୯୦ ଦଶକରେ ମଣ୍ଡଳ କମିସନ ଲାଗୁ ହେବା ସମୟରେ ବିଜେଡି ସାଂସଦ ସେତେବେଳେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେହି ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା ଯିଏକି ମଣ୍ଡଳ କମିସନ ଲାଗୁ ନ କରିବା ପାଇଁ ସୁପ୍ରିମକୋର୍ଟ ଆସିଥିଲା। ତେବେ ଆଜି ସେହି ଦଳର ପ୍ରତିନିଧି କହୁଛନ୍ତି ଆମେ ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରସ୍ତୁତ। ମାତ୍ର କେନ୍ଦ୍ର ଆମର ହାତ ବାନ୍ଧିଥିବା କଥା କହୁଛନ୍ତି। କେନ୍ଦ୍ର କୋର୍ଟରେ ବଲ୍ ଫିଙ୍ଗି ଓଡିଶା ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ରାଜ୍ୟରେ ଓବିସି ତାଲିକା ନ ଥିବାରୁ ସଂରକ୍ଷଣ ଦେଇ ନ ପାରିବା ତଥ୍ୟ ଆଧାରିତ ନୁହେଁ। ଅନେକ ରାଜ୍ୟ ୫୦ ପ୍ରତିଶତରୁ ସଂରକ୍ଷଣ ସୀମା ପାର୍‌ କରିସାରିଛନ୍ତି। ଓଡ଼ିଶାରେ ୫୨ ପ୍ରତିଶତ ପଛୁଆ ଜାତି ଥିବା ବେଳେ ତାଲିକା କାହିଁକି ନାହିଁ? ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଛନ୍ତି। ତେଣୁ କେନ୍ଦ୍ର ଉପରେ ରାଜ୍ୟ ସରକାର ଯେଉଁ ସଂରକ୍ଷଣ ପ୍ରସଙ୍ଗରେ ଦୋଷ ଲଦୁଛନ୍ତି ତାହା ତଥ୍ୟ ଆଧାରରେ ଅମୂଳକ।

ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାର ୨୦୨୧ ଜନଗଣନା ସମୟରେ ଜାତିଭିତ୍ତିକ ଗଣନା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ‌ଦେଇଥିଲେ। କିନ୍ତୁ କେନ୍ଦ୍ର ତାହାକୁ ଗ୍ରହଣ କରି ନ ଥିଲା। ଜାତିଭିତ୍ତିକ ଗଣନା ହେବ ନାହିଁ ବୋଲି ‌ସ୍ପଷ୍ଟ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ପଛୁଆ ବର୍ଗ କମିସନ୍ ଗଠନ କରିଥିଲେ। ଚଳିତ ବର୍ଷ ରାଜ୍ୟରେ ପଛୁଆ ବର୍ଗଙ୍କ ସ‌ର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା। ମେ’ ୧ରୁ ସର୍ଭେ କରିବା ପାଇଁ ତାରିଖ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ କରୋନାର ଦ୍ବିତୀୟ ଲହର ପାଇଁ ସର୍ଭେ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏବେ ପଛୁଆ ବର୍ଗଙ୍କୁ ନେଇ ରାଜନୀତି ସରଗରମ ହୋଇଥିଲା ବେଳେ ‌ସର୍ଭେ କାର୍ଯ୍ୟ କେବେ ଆରମ୍ଭ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ହରିଶ୍ଚନ୍ଦ୍ର ଯୋଜନା ଶୁଭାରମ୍ଭ୍ କଲେ ସରପଞ୍ଚ

ନବରଙ୍ଗପ୍ନର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ, ବତୀ ଜାନୀ ସରପଞ୍ଚ ଦାଇତ୍ୱ ନେବା ପରେ ସେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।ସେ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି। ପଞ୍ଚାୟତ ରେ କୌଣସି ବୃଦ୍ଧ, ବୃଦ୍ଧା ବିଧବା, ବିକଳାଙ୍ଗ ସରକାରଙ୍କ ଯୋଜନାରେ ମାସିକଭତ୍ତା ପାଇବାରେ ବଞ୍ଚିତ ନ ହେବେ।ପଞ୍ଚାୟତ ର ପ୍ରତ୍ୟେକ ଜନ ଗହଳି ସ୍ଥାନ ରେ ଆଲୋକ ବ୍ୟବସ୍ତା କରଛନ୍ତି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାର କାର୍ଯ୍ୟ କାରୀ କରିଥିବା ବେଳେ ଏହି ପଞ୍ଚାୟତ ରେ ହିତାଧିକାରୀ ବଞ୍ଚିତ ହେଉଥିଲେ।ଏହାକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ। ଗତ...

Prime Odisha May 25, 2022, 8:04 am     930 Views

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     139 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     954 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     682 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     816 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     799 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ବିଜେଡି ନେତାଙ୍କ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଚକମା ଦେଇ ଚାଲିଯାଉଥିବା ଭ...

ଭୁବନେଶ୍ବର(ପ୍ରାଇମ ଓଡିଶା ବ୍ୟୁରୋ):ଏକ ସୌଜନ୍ୟ ମୂଳକ ସାକ୍ଷାତ ଭାବରେ ଆଜି ବୋଲିଉଡ଼ ଅଭିନେତା ସୋନୁ ସୁଦ ମୁଖ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ କିଛି ଦିନ ହେବ ସଡ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us