BREAKING

ଟୋକିଓ ଅଲିମ୍ପିକ୍ସ୍: ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ପରାସ୍ତ କରି କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ପି ଭି ସିନ୍ଧୁ


ଟୋକିଓ: ଗୁରୁବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ବିଶ୍ବର ୧୩ ନମ୍ବର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଡେନ୍‌ମାର୍କର ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ଅନାୟାସରେ ପରାସ୍ତ କରି କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସିନ୍ଧୁ ମିଆଁଙ୍କୁ ପ୍ରତ୍ୟକ୍ଷ ପ୍ରତିଯୋଗିତାରେ ୨୧-୧୫, ୨୧-୧୩ରେ ପରାସ୍ତ କରିଛନ୍ତି।
‘ବ୍ୟାଡ୍‌ମିଣ୍ଟନ୍‌ ଏଲିମିନେସନ୍ ରାଉଣ୍ଡ୍‌ସ୍‌’ରେ ପ୍ରବେଶ କରିବା ପୂର୍ବରୁ ବ୍ଲେଚ୍‌ଫେଲ୍‌ଟ୍‌ ‘ଗ୍ରୁପ୍‌ ୱାନ୍‌’ର ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇ ପ୍ରି-କ୍ବାର୍ଟର୍‌ସ୍‌ରେ ସିନ୍ଧୁଙ୍କୁ ମୁକାବିଲା କରିବା ଅଧିକାର ହାସଲ କରିଥିଲେ। ୨୦୨୧ରେ ନିଊନତମ ପରିମାଣର ଟୁର୍ଣ୍ଣାମେଣ୍ଟ୍‌ ଏବଂ ଅଲିମ୍ପିକ୍ସ୍‌ ପଏଣ୍ଟ୍‌ ଥିବା ସତ୍ତ୍ବେ ଏଥର ବ୍ଲେଚ୍‌ଫେଲ୍‌ଟ୍‌ ଦୁଇ ଥର ସିନ୍ଧୁଙ୍କୁ ମୁକାବିଲା କରିପାରିଛନ୍ତି।
ଏହାପରେ ସିନ୍ଧୁ ଜାପାନର ବିଶ୍ବର ୪ ନମ୍ବର ଖେଳାଳି ଅକାନି ୟାମାଗୁଚି ଏବଂ ୧୨ ନମ୍ବର ଖେଳାଳି କୋରିଆର କିମ୍ ଗାଏଉନ୍‌ଙ୍କୁ ମୁକାବିଲା କରିବେ। ବୁଧବାର ଦିନ ମାତ୍ର ୪୧ ମିନିଟ୍‌ରେ ସିନ୍ଧୁ ବିଶ୍ବର ୩୪ ନମ୍ବର ତଥା ଖୁବ୍‌ ପାରଦର୍ଶୀ ଖେଳାଳି ହଙ୍ଗ୍‌କଙ୍ଗ୍‌ର ଏନ୍‌ୱାଇ ଚେଉଙ୍ଗ୍‌ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରି ‘ଗ୍ରୁପ୍‌-ଜେ’ର ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଚତୁର୍ଥ ଖେଳାଳି ଭାବେ ଗୋଟିଏ ଓଭରରେ ୬ ଛକା ମାରିଲେ ଯସକରନ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ଯସକରନ ସିଂ ମାଲହୋତ୍ରା ଆଜି ୪ର୍ଥ ଖେଳାଳି ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ଓମାନରେ ପାପୁଆ ନିଉ ଗିନି ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ୩୧ ବର୍ଷୀୟ ମାଲହୋତ୍ରା ବିପକ୍ଷ ଦଳର ଗୌଦି ଟୋକାଙ୍କ ଓଭରରେ ୩୬ ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ହର୍ଶେଲ ଗିବ୍ସ, ଯୁବରାଜ ସିଂ ଓ କିରନ ପୋଲାର୍ଡ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି । ପାପୁଆ ନିଉ ଗିନି ବିପକ୍ଷ ମୁକାବିଲାରେ ସେ ବ୍ୟାଟିଂ କରିବାକୁ ଆସିଲା ବେଳେ ତାଙ୍କ ଦଳ ୩ ଉଇକେଟ ବିନିମୟରେ ୨୯ ରନ କରିଥିଲା । ଯସକରନ ୧୭୩ ରନ ସହାୟତାରେ ଆମେରିକା ୫୦ ଓଭରରେ ...

Prime Odisha September 10, 2021, 7:52 am     307 Views

ରବି ଶାସ୍ତ୍ରୀଙ୍କ ପରେ ଆଉ ଜଣେ ଷ୍ଟାଫଙ୍କୁ କରୋନା, ଟ୍ରେନିଂ ସେଶନ ବାତିଲ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ମ କ୍ରିକେଟ ଟେଷ୍ଟରେ କରୋନା ସଙ୍କଟ ଦେଖା ଦେଇଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ପରେ ଆଜି ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା ଟେଷ୍ଟକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ରବି ଶାସ୍ତ୍ରୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । କଟକଣା ସତ୍ୱେ ଏହି କାର୍ଯ୍ୟକ୍ରମରେ ବାହାର ଲୋକ ଯୋଗ ଦେଇଥିଲେ । ଶାସ୍ତ୍ରୀ ଏବଂ ଅନ୍ୟ ସହଯୋଗୀ କୋଚ ଏବେ କ୍ୱାରେଂଟାଇନରେ ଅଛନ୍ତି ।...

Prime Odisha September 9, 2021, 4:35 am     277 Views

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ମୋହାଲୀରେ ସେପ୍ଟମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଂଟରେ ୨୨ ଜଣିଆ ଓଡିଶା ଦଳର ନେତୃତ୍ୱ ସୂର୍ଯ୍ୟ ମହାପାତ୍ର ନେବେ । ସେପ୍ଟେମ୍ବର ୨୮ରେ ଉତରପ୍ରଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୨୯ରେ ବିହାର, ଅକ୍ଟୋବର ୧ରେ ଦିଲ୍ଲୀ, ଅକ୍ଟୋବର ୨ରେ ଛତିଶଗଡ ଓ ୪ରେ ଆନ୍ଧ୍ରପ୍ରଦେଶକୁ ଭେଟିବ । ସେପ୍ଟମ୍ବର ୧୨, ୧୪ ଓ ୧୬ରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ଅଭ୍ୟାସ ମ୍ୟାଚ ଖେଳିବ । ଘୋଷିତ ଦଳ: ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ଆଶୀର୍ବାଦ ସ୍ୱାଇଁ (ଉପ ଅଧିନାୟକ), ସାଇଦୀପ ମହାପାତ୍ର, ଓମ୍ ଟି ମୁଣ୍ଡେ, ସାଇ ଶୁଭମ, ଶ୍ରେଷ୍ଠ ସିଂ, ରିତେଶ ପ୍ରିୟରଂଜନ, ରାକେଶ ସାହୁ, ର...

Prime Odisha September 7, 2021, 11:57 am     162 Views

ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇଲା ଭାରତ, ୫୦ ବର୍ଷ ପରେ ଓଭାଲ ଦଖଲ

ନାଟକୀୟ ଓଭାଲ ଟେଷ୍ଟ୍‌ରେ ୧୫୭ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ମହାବିଜୟ ହାସଲ କରିଛି ଭାରତ। ପ୍ରଥମ ପାଳିରେ ୯୯ ରନ୍‌ରେ ପଛୁଆ ରହିବା ପରେ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ତଥା ସଫଳତମ ପ୍ରତ୍ୟାବର୍ତ୍ତନର ଅନନ୍ୟ ପରାକାଷ୍ଠା ଦେଖାଇ ଶେଷ ଦିନରେ ହିଁ ବିଜୟ ମୁଣ୍ଡି ମାରିଛି ଟିମ୍ ଇଣ୍ଡିଆ। ଶୃଙ୍ଖଳିତ ଓ ଶାଣିତ କ୍ରିକେଟ୍ ଖେଳି ଘରୋଇ ଇଂଲଣ୍ଡର ସମସ୍ତ ୧୦ଟି ଯାକ ୱିକେଟ୍ ଶେଷ ଦିନରେ ନେବା ଭାରତ ବିଜୟର ପ୍ରମୁଖ ଆକର୍ଷଣ ଥିଲା। ଏହାସହିତ ୫୦ ବର୍ଷ ପରେ ଭାରତ ଓଭାଲରେ ମ୍ୟାଚ୍ ଜିତିଛି। ଏହାସହିତ ୫ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି କୋହଲି ବାହିନୀ। ଦୀର୍ଘ ୧୪ ବର୍ଷ ପରେ ଇଂଲଣ୍ଡ ମାଟିରେ ଶୃଙ୍ଖଳା ଜିତିବାର ସୁଯୋଗ ଭାରତ ହାତପାହାନ୍ତାରେ ପହଞ୍...

Prime Odisha September 7, 2021, 7:33 am     635 Views

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଶାସ୍ତ୍ରୀ କରୋନା ପଜିଟିଭ

ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଅବସରରେ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍‌କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ହୋଇଛନ୍ତି । ସେ ଏବେ ଆଇସୋଲେସନରେ ରହିଛନ୍ତି । ଶାସ୍ତ୍ରୀଙ୍କ ସମେତ ୪ଜଣଙ୍କୁ ମଧ୍ୟ ଆଇସୋଲେଶସନରେ ରହିବା ପାଇଁ କୁହାଯାଇଛି । ସେମାନ ହେଲେ ବୋଲିଂ କୋଚ ଭରତ ଅରୁଣ, ଆର.ଶ୍ରୀଧର ଏବଂ ନିତିନ ପଟେଲ ରହିଛନ୍ତି । ଶାସ୍ତ୍ରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ କରୋନା ଟେଷ୍ଟ କରାଇଥିଲେ, ଯାହା କି ପଜିଟିଭ ଆସିଛି । ତେବେ ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଏହାର ପ୍ରଭାବ ପଡିବ ନାହିଁ ଆୟୋଜକ ପକ୍ଷରୁ ସ୍ପଷ୍ଟ କରାଯାଇଛି ।...

Prime Odisha September 5, 2021, 4:08 am     203 Views

ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ କଲେ ରୋହିତ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଇନିଂସ ଆଧାରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି । ସଚିନ ୨୪୧ ଇନିଂସରେ ଏହି କୀର୍ତିମାନ କରିଥିବା ବେଳେ ରୋହିତ ୨୪୬ ଇନିଂସ ଖେଳିଛନ୍ତି । ଏମାନଙ୍କ ପଛକୁ ମାଥ୍ୟୁ ହେଡେନ (୨୫୧), ସୁନୀଲ ଗାଭାସ୍କର (୨୫୮), ଗର୍ଡନ ଗ୍ରୀନିଜ (୨୬୧) ଓ ଗ୍ରାହାମ ଗୁଚ ୨୬୨ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ରୋହିତ ଶର୍ମା ଏଥିସହ ଆନ୍ତର୍ଜାତୀୟ କ୍ରିକେଟରେ ୮ମ ଭାରତୀୟ ଭାବେ ସେ ୧୫୦୦୦ ରନ ପୂର୍ଣ୍ଣ କରିଛନ୍ତି । ୨୦୨୧ରେ ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ୧୦୦୦ ରନ କରିଛନ୍ତି ।...

Prime Odisha September 5, 2021, 3:44 am     446 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us