BREAKING

ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ


ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପା‌ଠପଢ଼ା ହେବାକୁ ଥିବାରୁ ସବୁ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟଗୁଡ଼ିକ କ୍ୟାମ୍ପସ୍‌ ସଫେଇ କରିବା ସହ ଆସବାବପତ୍ରଗୁଡ଼ିକର ବିଶୋଧନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ଇତିମଧ୍ୟରେ ଜିଲ୍ଲା ଗସ୍ତ କରିଛନ୍ତି। ସକାଳ ୧୦ଟାରୁ କ୍ଲାସ୍‌ ଆରମ୍ଭ ହେବାକୁ ଥିବାରୁ ପ୍ରଥମଦିନ ଏହାର ଏକ ଘଣ୍ଟା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ପିଲାମାନେ କ୍ୟାମ୍ପସ୍‌ରେ ପ୍ରବେଶ ସମୟରେ ଯେପରି ସାମାଜିକ ଦୂରତା ରକ୍ଷାକରିବେ, ପ୍ରଧାନଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି।

ସୂଚନା ଅନୁସାରେ, କ୍ୟାମ୍ପସ୍‌ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍‌ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ। ତେବେ ପାଗ ଅନୁକୂଳ ଥିବା ଦରକାର। କୋଭିଡ୍‌-୧୯ ପାଇଁ ଜାରି ହୋଇଥିବା ହେଲପ୍‌ ଲାଇନ୍‌ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ। ପ୍ରତି ସ୍କୁଲ୍‌ରେ ଆଇସୋଲେସନ୍‌ ରୁମ୍‌ ଖୋଲାଯିବ। କୋଭିଡ୍‌ ମନିଟରିଂ ଟିମ୍‌ ଗଠନ କରାଯିବ। ସ୍କୁଲ ଖୋଲିବାର ୩୦ ମିନିଟ୍‌ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍‌ ପର୍ଯ୍ୟନ୍ତ ଟିମ୍‌ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିବେ। ପ୍ରତିଦିନ ସ୍କୁଲ ସଫେଇ କରାଯିବ। ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଦ୍ବାରା ପ୍ରକାଶିତ କରୋନା କଟକଣା ସବୁ ଶିକ୍ଷାନୁଷ୍ଠାନ ପାଳନ କରିବେ। ପୂର୍ବପରି ଅନ୍‌ଲାଇନ୍‌ରେ ପାଠପଢା ଚାଲିବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍‌ କିମ୍ବା ଶ୍ରେଣୀଗୃହରେ ପାଠପଢି ପାରିବେ। ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି। ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶିକ୍ଷାନୁଷ୍ଠାନ ଆସିବେ। ବିଦ୍ୟାଳୟର ହଷ୍ଟେଲଗୁଡ଼ିକ ମଧ୍ୟ ସୋମବାରଠାରୁ ଖୋଲିବ। ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ସାମା‌ଜିକ ଦୂରତା, ନିୟମିତ ବ୍ୟବଧାନରେ ହଷ୍ଟେଲ ମେସ୍‌, ଶୌଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ବିଶୋଧନ କରିବାକୁ କୁହାଯାଇଛି। ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ। ହଷ୍ଟେଲରେ ରହିବା ପୂର୍ବରୁ ଅନ୍ତେବାସୀଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ। ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପର୍କରେ ରହି ନିୟମିତ ଭାବେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇବେ। ଅନ୍ତେବାସୀ ଯେପରି ଗୋଟିଏ ସ୍ଥାନରେ ସମବେତ ନ ହୁଅନ୍ତି ସେଥିପ୍ରତି ହଷ୍ଟେଲ କର୍ତ୍ତୃପକ୍ଷ ଦୃଷ୍ଟିଦେବେ। ‌ହଷ୍ଟେଲ କ୍ୟାମ୍ପସରେ ଏକ ଆଇସୋଲେସନ୍‌ ରୁମ୍‌ ରହିବ। ଯଦି କୌଣସି ଅନ୍ତେବାସୀ ଅସୁସ୍ଥ ହୁଅନ୍ତି ତାଙ୍କୁ ତୁରନ୍ତ ସେଠାରେ ରଖାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନୋଡାଲ ଅଫିସର ଜିଲ୍ଲା ଗସ୍ତରେ ଅଛନ୍ତି। ସ୍କୁଲଗୁଡ଼ିକ ବିଶୋଧନ ସରିଛି। ପ୍ରଧାନଶିକ୍ଷକମାନେ ଅଭିଭାବକଙ୍କ ସହ ଆଲୋଚନା କରି ଅନୁମତି ମାଗିଛନ୍ତି। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ସଙ୍କୋଚ କରୁଛନ୍ତି, ସେମାନଙ୍କ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ରହିଛି। ଆବଶ୍ୟକ ସ୍ଥଳେ ସ୍କୁଲଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯିବ। ଏସ୍‌ଓପି ଅନୁସାରେ ସ୍କୁଲ ଖୋଲିବ।

ହରିଶ୍ଚନ୍ଦ୍ର ଯୋଜନା ଶୁଭାରମ୍ଭ୍ କଲେ ସରପଞ୍ଚ

ନବରଙ୍ଗପ୍ନର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ, ବତୀ ଜାନୀ ସରପଞ୍ଚ ଦାଇତ୍ୱ ନେବା ପରେ ସେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।ସେ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ସଫଳତା କରିଚାଲିଛନ୍ତି। ପଞ୍ଚାୟତ ରେ କୌଣସି ବୃଦ୍ଧ, ବୃଦ୍ଧା ବିଧବା, ବିକଳାଙ୍ଗ ସରକାରଙ୍କ ଯୋଜନାରେ ମାସିକଭତ୍ତା ପାଇବାରେ ବଞ୍ଚିତ ନ ହେବେ।ପଞ୍ଚାୟତ ର ପ୍ରତ୍ୟେକ ଜନ ଗହଳି ସ୍ଥାନ ରେ ଆଲୋକ ବ୍ୟବସ୍ତା କରଛନ୍ତି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାର କାର୍ଯ୍ୟ କାରୀ କରିଥିବା ବେଳେ ଏହି ପଞ୍ଚାୟତ ରେ ହିତାଧିକାରୀ ବଞ୍ଚିତ ହେଉଥିଲେ।ଏହାକୁ ତୁରନ୍ତ କାର୍ଯ୍ୟ କାରୀ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ। ଗତ...

Prime Odisha May 25, 2022, 8:04 am     320 Views

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     645 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     619 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     811 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     856 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     284 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ବିଜେଡି ନେତାଙ୍କ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଚକମା ଦେଇ ଚାଲିଯାଉଥିବା ଭ...

ଭୁବନେଶ୍ବର(ପ୍ରାଇମ ଓଡିଶା ବ୍ୟୁରୋ):ଏକ ସୌଜନ୍ୟ ମୂଳକ ସାକ୍ଷାତ ଭାବରେ ଆଜି ବୋଲିଉଡ଼ ଅଭିନେତା ସୋନୁ ସୁଦ ମୁଖ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ କିଛି ଦିନ ହେବ ସଡ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us