BREAKING

ପଞ୍ଜାବ କଂଗ୍ରେସରେ ଫାଟ ମେଲୁଛି, ଏକଘରିଆ ହେଉଛନ୍ତି ଅମରିନ୍ଦର


ଅମୃତସର(ପଞ୍ଜାବ): ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭାବେ ନିଯୁକ୍ତି ପାଇବାର ତିନି ଦିନ ପରେ ସିଦ୍ଧୁ ଅମୃତସର ସ୍ଥିତ ନିଜ ବାସଭବନରେ ବୁଧବାର ୬୨ ଜଣ ଦଳୀୟ ବିଧାୟକଙ୍କୁ ଏକ ବୈଠକରେ ସମବେତ କରାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ନିଜ ସମର୍ଥରେ ଏହି ବିଧାୟକମାନେ ଅଛନ୍ତି ବୋଲି ଦର୍ଶାଇ ସିଦ୍ଧୁ ସେମାନଙ୍କୁ ସ୍ବର୍ଣ୍ଣମନ୍ଦିର ପରିକ୍ରମା କରାଇଛନ୍ତି। ରାଜ୍ୟ କଂଗ୍ରେସର ଦାୟିତ୍ବ ମୁଣ୍ଡାଇବା ଆଗରୁ ସିଦ୍ଧୁ ସମସ୍ତ ୭୭ ଜଣ ଦଳୀୟ ବିଧାୟକଙ୍କୁ ନିମନ୍ତ୍ରଣ କରିଥିବା ବେଳେ ତାଙ୍କ ଆହ୍ବାନକୁ ୧୨ ଜଣ ବିଧାୟକ ସମ୍ମାନ ଜଣାଇ ନାହାନ୍ତି। ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ଫାଟରୁ ବିରୋଧୀ ବିଜେପିକୁ ସମାଲୋଚନା କରିବାକୁ ବାଟ ମିଳିଯାଇଛି।

ଆସନ୍ତାକାଲି ସିଦ୍ଧୁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅମରିନ୍ଦର ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଆଜି ସିଦ୍ଧୁଙ୍କ ସଂଖ୍ୟାଖେଳକୁ ଉଲ୍ଲେଖ କରି ବିଜେପି ଜାତୀୟ ମୁଖପାତ୍ର ଆର୍ ପି ସିଂହ ଟ୍ବିଟ୍‌ କରି ରହିଛନ୍ତି,’ ଖେଳ ଚାଲୁ ରହିଛି। ଏବେ ସିଦ୍ଧୁଙ୍କ ପକ୍ଷରେ ୬୨, ଆଉ ଅମରିନ୍ଦରଙ୍କର ୧୫।’ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଏ ପ୍ରସଙ୍ଗରେ ନିରବ ରହିଥିବା ବେଳେ ସିଦ୍ଧୁ ତାଙ୍କ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପସନ୍ଦ କରିଛନ୍ତି। ଅପରପକ୍ଷେ, ଅତୀତରେ ଅମରିନ୍ଦରଙ୍କ ପ୍ରତି ସିଦ୍ଧୁ ଯେପରି ଅପମାନସୂଚକ ଟିପ୍ପଣୀ କରିଥିଲେ, ସେଥିପାଇଁ ସେ କ୍ଷମା ନମାଗିଲା ଯାଏ ଅମରିନ୍ଦର ତାଙ୍କୁ ସାକ୍ଷାତ କରିବେନି ବୋଲି ମଙ୍ଗଳବାର ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀଣ ଥୁକ୍ରାଲ କହିଛନ୍ତି। ସେହିପରି ଅମରିନ୍ଦର ଓ ସିଦ୍ଧୁଙ୍କ ଭିତରେ ଜାରି ରହିଥିବା ବିବାଦ ନ ତୁଟିଲା ଯାଏ ସିଦ୍ଧୁଙ୍କୁ ଭେଟିବାର ପ୍ରଶ୍ନ ଉଠୁନାହିଁ ବୋଲି ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ବ୍ରହ୍ମ ମହୀନ୍ଦ୍ର କହିଛନ୍ତି।

ସୂଚନା ଥାଉ କି, ଦୀର୍ଘ ମାସ ମାସ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତାନ୍ତର ଲାଗି ରହିବା ପରେ ଗତ ରବିବାର କଂଗ୍ରେସ ହାଇ କମାଣ୍ଡ ଉଭୟ ନବଜୋତ ସିଂହ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ ଗୋଷ୍ଠୀ ମଧ୍ୟରେ ଏକ ତାଳିପକା କାମ କରାଇଛନ୍ତି। ସିଦ୍ଧୁଙ୍କୁ ପିସିସି ମୁଖ୍ୟ କରିବା ସହ ରାଜ୍ୟ ପାଇଁ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ତେବେ ଏହି କାର୍ଯ୍ୟକାରୀ କମିଟିରେ ଅମରିନ୍ଦରଙ୍କର ମଧ୍ୟ କୌଣସି ପାଖଲୋକ ନଥିବାରୁ ସେ କ୍ଷୁବ୍‌ଧ ଅଛନ୍ତି। ଏପରି ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ବିରୋଧ କରୁଥିଲେ ହେଁ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସେ ଦଳୀୟ ନେତୃତ୍ବଙ୍କ ନିଷ୍ପତ୍ତିକୁ ବାଧ୍ୟ ହୋଇ ଗ୍ରହଣ କରିନେଇଛନ୍ତି। ଦଳୀୟ କର୍ମୀ ଓ ନେତାମାନଙ୍କ ଭିତରେ ନିଜର ଗ୍ରହଣୀୟତାକୁ ପ୍ରମାଣ କରିବା ପାଇଁ ସିଦ୍ଧୁ ଆଜି ଅମୃତସର ଠାରେ ବିଧାୟକମାନଙ୍କୁ ନିମନ୍ତ୍ରଣ କରି ଭିନ୍ନ ବାର୍ତ୍ତା ଦେଇଥିବା ବେଳେ ଅମରିନ୍ଦରଙ୍କ ସମର୍ଥକ ବିଧାୟକମାନେ ସେମାନଙ୍କ ରଣନୀତି ବଦଳାଇବେ ବୋଲି କୁହାଯାଉଛି।

ପେଗାସସ୍ ସ୍ପାଏୱେର୍ ମାମଲା; ଅଗଷ୍ଟ ୫ରେ ଆସିପାରେ ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରିର ବିବାଦ ଉପରେ କୋର୍ଟଙ୍କ ତଦାରଖ ପାଇଁ ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଏକ ପିଟିସନ୍ ଶୁଣାଣି କରିବେ। ଜୁଲାଇ ୩୦ରେ ହୋଇଥିବା ଏକ ଶୁଣାଣିରେ ପ୍ରଧାନ ବିଚାରପତି ଏନ ଭି ରାମଣାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାରେ ଆବେଦନକାରୀଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲଙ୍କ ଦାଖଲ ଉପରେ ଧ୍ୟାନ ଦେଇଥିଲେ। ସର୍ବୋଚ୍ଚ ଅଦାଲତ ଏକମତ ହୋଇଥିଲେ ଯେ ଏହା ଏକ ବଡ ପ୍ରସଙ୍ଗ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଶୁଣାଣି ହେବା ଆବଶ୍ୟକ। ଇସ୍ରାଏଲ୍ କମ୍ପାନୀ ଏନ୍‌ଏଓ ଦ୍ବାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱେର ବ୍ୟବହାର କରି ଅନେକ ଭାରତୀୟଙ୍କ ରାଜନେତା, ଆଇନଜୀବୀ, ସାମାଜିକ କର୍ମୀ ଏବଂ ସାମ୍ବାଦିକ ଫୋନ୍‌ ହ୍ୟାକ୍‌ କରି ଗୁଇ...

Prime Odisha August 1, 2021, 3:40 am     772 Views

ଦେଶରେ ତୃତୀୟ ତରଙ୍ଗର ଭୟବଢୁଛି

ନୂଆଦିଲ୍ଲୀ: ଭୟ ବଢାଇଲାଣି କରୋନା ତୃତୀୟ ତରଙ୍ଗ। ଦେଶରେ ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧିକୁ ଦେଖି ତୃତୀୟ ତରଙ୍ଗରକୁ ଆଶଙ୍କା ବଢିଯାଇଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହାର ଉଚ୍ଚ ରହୁଛି। ସରକାର ଏ ନେଇ ୧୦ଟି ରାଜ୍ୟକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଏତିକି ବେଳୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ସରକାର ସତର୍କ କରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ଆଉ ୪୧,୮୩୧ ନୂତନ କରୋନା ମାମଲା ବାହାରିଛି। ଦେଶର ସକ୍ରିୟ ଗଣନା ବର୍ତ୍ତମାନ ୪.୧୦ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସକ୍ରିୟ ମାମଲା ବର୍ତ୍ତମାନ ମୋଟ ମାମଲାର ୧.୩୦ ପ୍ରତିଶତ ର...

Prime Odisha August 1, 2021, 3:02 am     458 Views

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତମାସ ୧୯ ତାରିଖରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ଦୁଇ ସପ୍ତାହ ବିତିଗଲାଣି। କିନ୍ତୁ ସଂସଦର କୌଣସି ଗୃହ ସ୍ବାଭାବିକ ହୋଇପାରୁନାହିଁ। ବିରୋଧୀ ଦଳଗୁଡ଼ିକ ପେଗାସସ୍ ଗୁଇନ୍ଦାଗିରି ଓ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ଗୃହକୁ ଅଚଳ କରି ରଖିଥିବାରୁ ୧୩୩ କୋଟିରୁ ଅଧିକ ଟଙ୍କା ବରବାଦ ହୋଇସାରିଲାଣି। ଦେଶର ଟିକସ ଦାତାଙ୍କ ଅର୍ଥକୁ ଏଭଳି ବରବାଦ କରାଯିବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଲୋକସଭାରେ ସମ୍ଭାବ୍ୟ ୫୪ ଘଣ୍ଟାରୁ କେବଳ ୭ ଘଣ୍ଟା କାମ ହୋଇଛି। ରାଜ୍ୟସଭାରେ ଗତ ଦୁଇ ସପ୍ତାହ ମଧ୍ୟରେ ୫୦ ଘଣ୍ଟାର କାର୍ଯ୍ୟ ଅବଧି ମଧ୍ୟରୁ ପ୍ରାୟ ୪୦ ଘଣ୍ଟା (୩୯ ଘଣ୍ଟା ୫୨ ମିନିଟ୍‌) ବରବାଦ୍ ହୋଇଛି। ଚଳିତ ଅଧିବେଶନର ପ୍ର...

Prime Odisha August 1, 2021, 9:22 am     515 Views

ଡେଲ୍‌ଟା ପାଇଁ ଆମେରିକାରେ ଭୟଙ୍କର ସ୍ଥିତି, ଦୈନିକ ସଂକ୍ରମଣ ମାମଲା ଲ‌କ୍ଷେରୁ ଅଧିକ

ୱାସିଂଟନ୍‌: ସର୍ବା‌ଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ‌ଏବେ ୧ ଲକ୍ଷରୁ ଅଧିକ ରହୁଛି। ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା। ଆଜି ୧ ଲକ୍ଷ ୪୪ ହଜାର ମାମଲା ସାମ୍ନାକୁ ଆସିବା ପରେ କଟକଣା ବଢ଼ାଯାଇଛି। ତେଣୁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ମାସ୍କ ପିନ୍ଧିବାପାଇଁ କୁହାଯାଇଛି। ଆମେରିକାରେ ପ୍ରାୟ ୯୭ ପ୍ରତିଶତ ହସ୍ପିଟାଲ୍‌ରେ ଥିବା ରୋଗି ଟିକା ନେଇନାହାନ୍ତି। ଡେଲ୍‌ଟା ପାଇଁ, ଆମେରିକାର ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ହୋଇଛି। ବିଭନ୍ନ ସ୍ଥାନରେ ନୂଆ ମାମଲା ବଢ଼ିଛି। ଜୁନ୍‌ ତୁଳନାରେ ଦୈନିକ ସଂକ୍ରମଣ ମାମଲା‌ରେ ୧୦ ଗୁ...

Prime Odisha August 1, 2021, 7:47 am     316 Views

ଭାରତ ହାତରେ ଜାତିସଂଘ ନିରାପତ୍ତା ପରିଷଦର ନିୟନ୍ତ୍ରଣ, ଫୋକସ୍‌ରେ ଆତଙ୍କବାଦ ବିରୋଧୀ ଲଢ଼େଇ

ଜାତିସଂଘ: ଭାରତ ଆସନ୍ତାକାଲିଠାରୁ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ବ ନେବାକୁ ଯାଉଛି। ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ବ ଭାରତ ତୁଲାଇବ। ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ। ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିବା ଆଦି ଫୋକସ୍‌ରେ ରହିବ। ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି ଜାତିସଂଘ ମୁଖ୍ୟଙ୍କୁ ଭାରତର ରଣନୀତି ସଂପର୍କରେ ଅବଗତ କରାଇଛନ୍ତି। ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି। ଯେଉ...

Prime Odisha August 1, 2021, 7:45 am     745 Views

କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ

ଲକ୍ଷ୍ନୌ: କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ଏଣିକି ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ ଘୋଷଣା କରାଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦ରେ ରାଜ୍ୟରେ ୧୪ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୨୧ରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ଏହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ମଧ୍ୟରେ ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ ସମୟରେ ଗଣମାଧ୍ୟମ ପ୍ରତିନିଧି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ। ଏଭଳି ଗଣମାଧ୍ୟମ ପ୍ରତିନ...

Prime Odisha July 31, 2021, 5:51 am     129 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍...

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us