BREAKING

ଅନୁମତି ସତ୍ତ୍ବେ ଗଡ଼ୁନି ଅଧା ବସ୍


କଟକ : କରୋନା ମହାମାରୀ ‌ପରିସ୍ଥିତିରୁ ମୁକୁଳି ଅଣ୍ଟା ସଳଖି ଛିଡ଼ାହେବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି ଘରୋଇ ବସ୍ ମାଲିକ। ୨୦୨୦ ରେ ୮ ମାସ ଏବଂ ୨୦୨୧ ଏପ୍ରିଲରୁ ଗଲା ସୋମବାର ଯାଏ ରାସ୍ତାରେ ଗାଡ଼ି ଛିଡ଼ା ହୋଇଛି। ଏବେ ବସ୍ ଚଳାଚଳ ପାଇଁ ସଂପୂର୍ଣ୍ଣ ଅନୁମତି ଦିଆଯାଇଥିଲେ ବି ଅଧା ବସ୍ କିନ୍ତୁ ରାସ୍ତାରେ ଚାଲି ପାରିନାହାନ୍ତି। ଅନେକ ବସ୍‌ ପଡ଼ି ରହି ରାସ୍ତାରେ ଗଡ଼ିବା ସ୍ଥିତିରେ ନାହାନ୍ତି। ସଜାଡ଼ିବାକୁ ବହୁ ମାଲିକଙ୍କ ପାଖରେ ଟଙ୍କା ନାହିଁ। ୧୪ ହଜାର ବସ୍‌ ମାଲିକ ଓ ଏହି ଶିଳ୍ପ ଉପ‌ରେ ପ୍ରତ୍ୟକ୍ଷ ତଥା ପରୋକ୍ଷ‌ରେ ନିର୍ଭର କରୁଥିବା ୫୭ ହଜାର କର୍ମଚାରୀଙ୍କ ପାଇଁ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଅନେକ ପ୍ରସ୍ତାବ ରଖିଛି।

ଦାବି ଅନୁଯାୟୀ ସରକାର ଅଫ୍‌ରୋଡ୍‌ (ରାସ୍ତାରେ ଗଡ଼ୁନଥିବା) ବସ୍‌ଗୁଡ଼ିକର ୪ ମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କରିଛନ୍ତି। କିନ୍ତୁ ଏହାକୁ ବସ୍‌ ମାଲିକମାନେ ସହାୟତା ବୋଲି ବିଚାର କରୁନାହାନ୍ତି। ବରଂ ଏହା ତାଙ୍କର ପ୍ରାପ୍ୟ ବୋଲି ସେମାନେ କହିଛନ୍ତି। ରାସ୍ତାରେ ବସ୍‌ ଗଡ଼ୁ ନଥିଲେ ଏବଂ ସେ ସଂପର୍କରେ ପରିବହନ ବିଭାଗକୁ ସୂଚନା ଦିଆଗଲେ ରୋଡ୍‌ଟ୍ୟାକ୍ସ୍‌ ଛାଡ଼ ‌ହେବାର ନିୟମ ରହିଛି। ତେଣୁ ସରକାର ଅଫ୍‌ରୋଡ୍‌ ବସ୍‌ଗୁଡିକର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରି ସାବାସି ନେବାର କୌଣସି ଅର୍ଥ ନାହିଁ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଉଛି। ବସ୍ ପରିବହନ ଶିଳ୍ପକୁ ପୁଣି ଥରେ ସକ୍ରିୟ କରିବା ପାଇଁ ବଡ଼ ପ୍ୟାକେଜ୍‌ର ଆବଶ୍ୟକତା ରହିଥିବା କହିଛନ୍ତି ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା। କିନ୍ତୁ ରାଜ୍ୟ ସରକାର ୪ ମାସର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରିବା ଘଟଣାରେ ରାଜକୋଷକୁ ପାଖାପାଖି ୮୪ କୋଟି ଟଙ୍କାର କ୍ଷତି ପହଞ୍ଚିଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଗୋଟିଏ ବସ୍‌ ପିଛା ମାସକୁ ୧୫ ରୁ ୧୮ ହଜାର ଟଙ୍କା ରୋଡ୍‌ ଟ୍ୟାକ୍ସ୍‌ ଦେବାକୁ ପଡ଼ିଥାଏ। ଏହାକୁ ଯଦି ହାରାହାରି ୧୫ ହଜାର ଟଙ୍କା ଧରାଯାଏ, ତେବେ ମାସକୁ ୨୧ କୋଟି ହିସାବ‌ରେ ସରକାର ୮୪ କୋଟି ଟଙ୍କାର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରିଛନ୍ତି। ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କରାଯାଇଛି। ଏପ୍ରିଲ ମାସର ଟ୍ୟାକ୍ସ ମାଲିକମାନେ ପୂର୍ବରୁ ଦେଇଥିବାରୁ ଏହାକୁ ପରେ ଆଡଜଷ୍ଟ୍‌ (ଭରଣା) କରାଯିବ ବୋଲି ମଧ୍ୟ କୁହାଯାଇଛି। ସରକାର ଅଗଷ୍ଟରୁ ଅକ୍ଟୋବର ଯା‌ଏ ତିନିମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କରିବାକୁ ବସ ମାଲିକସଂଘ ଦାବି ଜଣାଇଛି। ମାତ୍ର ସରକାର ଏ ଦିଗରେ ଏଯାବତ୍‌ କିଛି ପଦକ୍ଷେପ ନେଇ ନାହାନ୍ତି। ଅନ୍ୟ କେତେକ ରାଜ୍ୟରେ ବସ୍‌ ଦୀର୍ଘଦିନ ଧରି ଛିଡ଼ା ହୋଇଥିବାରୁ ତାହାର ମରାମତି କରିବାକୁ ସରକାର ବିନା ସୁଧ‌ରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି। ଏ ପ୍ରସଙ୍ଗରେ ବି ବସ ମାଲିକ ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶା ସରକାର ଏ ପ୍ରସ୍ତାବକୁ ଏ ଯାଏ ଗ୍ରହଣ କରି ନାହାନ୍ତି। ଅଧିକାଂଶ ବସ୍‌ ମାଲିକ ଆର୍ଥିକ ଅବସ୍ଥା ‌ଏବେ ଭଲ ନାହିଁ। ଏପରିକି ବସ୍‌ ସଜାଡ଼ିବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନଥିବାରୁ ଅଧାରୁ ଅଧିକ ବସ ଆସନ୍ତା ମା‌ସେ ଦୁଇ ମାସ ଭିତରେ ରାସ୍ତାରେ ଚାଲିପାରିବ ନାହିଁ। ସରକାର ବସ୍‌ ମାଲିକଙ୍କୁ କମ ସୁଧ‌ରେ ଋଣ ଯୋଗାଇଦେବା ସହିତ ଆସନ୍ତା ତିନିମାସର ରୋଡ୍‌ ଟିକସ ଛାଡ଼ କଲେ ବସ୍‌ ମାଲିକ ଉପକୃତ ହୋଇପାରିବେ ଶ୍ରୀ ସାହୁ କହିଛନ୍ତି।

କରୋନା ପାଇଁ ଅଗଷ୍ଟ ୨ରୁ ୮ ତାରିଖ ଯାଏଁ ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରେଳବାଇର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମହାମାରୀକୁ ରୋକିବାକୁ ପାଇଁ ଅଗଷ୍ଟ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାତ ଯୋଡା ଟ୍ରେନକୁ ବାତିଲ କରାଯାଇଛି । ତିନି ଯୋଡ଼ା ବିଶେଷ ଟ୍ରେନ ଶନିବାର ଓ ରବିବାର ଦିନ ବାତିଲ୍ ରହିବ । ସେହିପରି ଏକ ଯୋଡ଼ା ଟ୍ରେନ ଆଂଶିକ ବାତିଲ୍ ହେବ । ଅଗଷ୍ଟ ୨ ତାରିଖରୁ ୮ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ ହେଲା : ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୫୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୩୮...

Prime Odisha July 30, 2021, 7:09 am     441 Views

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁଣୁପୁର ସହର ସମେତ ଭୀମପୁର ଓ ଅନ୍ୟ ଗ୍ରାମରୁ କିଛି ଦାଦନ କାମ କରିବାକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ କାମରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ । ଏମାନେ ଶୋଇଥିବା ସମୟରେ ଆଜି ଭୋରରୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଫଳରେ ସମସ୍ତ ୬ ଜଣ ଦାଦନ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥଲା । ଖବରପାଇ ଗୁଣ୍ଟୁର ଦମକଳ ବାହୀନି ପହଞ୍ଚି ମୃତଦେହ ...

Prime Odisha July 30, 2021, 7:07 am     866 Views

ଅଗଷ୍ଟ ୧ରୁ ଅନଲକ୍ ହେବନି ସାରା ଓଡ଼ିଶା ! ପରୋକ୍ଷରେ ଇସାରା କଲେ ଡିଏମଇଟି

ଭୁବନେଶ୍ୱର: ଆସନ୍ତା ୧ ତାରିଖର ସକାଳ ୬ଟାରେ ଶେଷ ହେଉଛି ତୃତୀୟ ପର୍ୟ୍ୟାୟ ଆଂଶିକ ଲକଡାଉନ୍ । ୧ ତାରିଖରୁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଅନଲକ ହୋଇ ନପାରେ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏଭଳି ଇସାରା ମିଳିଛି । ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେଲା ଭଳି ପରିସ୍ଥିତି ଉପୁଜିନାହିଁ । ଜିଲ୍ଲା ଅନୁଯାୟୀ ସ୍ଥିତିକୁ ଅନୁଧ୍ୟାନ କରି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଘୋଷଣା କରିବେ ରାଜ୍ୟ ସରକାର । କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ପାଞ୍ଚ ଶହ ଉପରେ ରହୁଥିଲା ଦୈନିକ ପଜିଟିଭ ସଂଖ୍ୟା । ଏବେ ଚାରି ଶହ ଭିତରେ ରହିଛି । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ ବୋଲି ଡିଏମଇଟି କହ...

Prime Odisha July 30, 2021, 5:57 am     272 Views

ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼଼ା ବିଧାୟକ

ଭୁବନେଶ୍ୱର: ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ ପରିକ୍ଷା ଦେଇଛନ୍ତି ଭଞ୍ଜନଗରର ସୋରଡ଼଼ା ବିଧାୟକ । ୪୯ ବର୍ଷୀୟ ସୋରଡ଼଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ ୫୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ନିର୍ଦ୍ଦି...

Prime Odisha July 30, 2021, 4:57 am     321 Views

ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର: ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମଦ କୁଡ଼ିଆ ଯୋଜନାକୁ ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଭିନ୍ନ ସଂଗଠନ ଏବଂ ଦଳୀୟ କର୍ମୀ ମାନେ ଏନେଇ ଆପତ୍ତି କରିବାରୁ ଏହି ନିଷ୍ପତିକୁ ବଦଳାଇ ଦିଆଯାଇଛି । ଓଟିଡିସି ପକ୍ଷରୁ ହୋଇଥିବା ଏହି ଯୋଜନାକୁ ଜୋରଦାର ବିରୋଧ କରିଥିଲା ବିଜେପି । ଏନେଇ ଅନେକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ରଖିବା ପରେ ଐତିହ୍ୟର ସହର...

Prime Odisha July 30, 2021, 4:49 am     722 Views

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ, ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅଂଚଳ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ବିହାର ଓ ଦକ୍ଷିଣ ଉତ୍ତରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ରିପୋର୍ଟ ଅନୁସାରେ ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ଗତ କାଲିଠାରୁ ବର୍ଷା ଲାଗି ରହିଛି ଓ ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ ମୟୁରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼ ଓ କେନ୍ଦ...

Prime Odisha July 30, 2021, 4:45 am     576 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us