BREAKING

ରଂଗବତୀ ବିଲୁଙ୍ଗ’ ନାମକରଣକୁ ବ‌ର୍ଷେ ପୂରିଲା; ନାଁ ବଦଳିଲା, ଚିତ୍ର ଅପରିବର୍ତ୍ତିତ


ସମ୍ବଲପୁର/ବାମରା : ଗାଁ ଟିର ନୂଆ ନାଁ ଲେଖା ଯାଇଥିବା ଲୁହା ଫଳକରେ ଇତି ମଧ୍ୟରେ କଳଙ୍କି ଲାଗି ଗଲାଣି। ଝାପ୍‌ସା ଦେଖା ଯାଉଥିବା ସେହି ଫଳକ ଭିତରେ କେବଳ ମଳିନ ପଡ଼ି ଯାଇନି ‘ରଂଗବତୀ ବିଲୁଙ୍ଗ, ବରଂ ବର୍ଷେ ତଳେ ଏହି ନୂଆ ନାଁକୁ ନେଇ ସୃଷ୍ଟ ସମସ୍ତ ଆଶା ଓ ସ୍ବପ୍ନ ବି ଝାଁଉଳିବାକୁ ବସିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ, ବାମରା ବ୍ଲକ, ଜରାବଗା ପଞ୍ଚାୟତ ଅନ୍ତର୍ଗତ ‘ବିଲୁଙ୍ଗ ଗାଁକୁ ଗତ ବର୍ଷ ଜୁଲାଇ ୨୨ ତାରିଖରେ ‘ରଂଗବତୀ ବିଲୁଙ୍ଗ ଭାବେ ପୁନଃ ନାମକରଣ କରାଯାଇଥିଲା। ସରକାରୀ ଭାବେ କାଗଜପତ୍ରରେ ଏହି ରାଜସ୍ବ ଗ୍ରାମର ନାମ ରଖା ଯାଇଥିଲା ‘ରଂଗବତୀ ବିଲୁଙ୍ଗ।ବିଶ୍ବ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଂଗବତୀ ଓ ଏହାର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କୁ ସମ୍ମାନ ଦେବା ପାଇଁ ୨୦୦୪ ମସିହାରୁ ବିଲୁଙ୍ଗ ଗ୍ରାମବାସୀ ଗାଁ’ଟିର ନାମ ‘ରଂଗବତୀ ବିଲୁଙ୍ଗ ରଖିବାକୁ ଦାବି କରିଥିଲେ। ଗ୍ରାମବାସୀଙ୍କ ଦାବି ପଞ୍ଚାୟତରୁ ପଞ୍ଚାୟତ ସମିତିକୁ ଗଲା। ଏହାପରେ ଉକ୍ତ ପ୍ରସ୍ତାବ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ, ଆର୍‌ଡିସିଙ୍କ ଦେଇ ବୋର୍ଡ ଅଫ୍ ରେଭିନ୍ୟୁରେ ପହଞ୍ଚିଥିଲା। ବୋର୍ଡ ଅଫ୍‌ ରେଭିନ୍ୟୁ ପକ୍ଷରୁ ରାଜ୍ୟ ରାଜସ୍ବ ବିଭାଗକୁ ଏନେଇ ପ୍ରସ୍ତାବ ଦିଆ ଯାଇଥିଲା। ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ା ଯାଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବୀକୃତି ଦେଇଥିଲେ। ଏହାପରେ ବିଭାଗ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ। ସବୁ ସ୍ତରରେ ପ୍ରସ୍ତାବକୁ ସମର୍ଥନ ମିଳିବା କାରଣରୁ ଶେଷରେ ତାହା ପୂରଣ ହୋଇଥିଲା। ସେହି ଅବସରରେ ନିଜ ପ୍ରତିକ୍ରିୟା ରଖି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ କହିଥିଲେ ଗାଁର ନାମ ପରିବ‌ର୍ତ୍ତନ କରି ରାଜ୍ୟ ଓ କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ତେଣୁ ତାଙ୍କ ଗାଁ’ର ବିକାଶ ପାଇଁ ମଧ୍ୟ ସେହିଭଳି ପଦକ୍ଷେପ ନେବେ ବୋଲି ଆଶା ପୋଷଣ କରିଥିଲେ। ତାଙ୍କ ଗାଁ’ରେ ରଂଗବତୀ ଭବନ ନାମକ ଏକ ଭବନ ନିର୍ମାଣ କରି ଉକ୍ତ ଭବନରେ କଳା, ସଂସ୍କୃତି, କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ଶ୍ରୀ ଗୌନ୍ତିଆ ଆଶା ବ୍ୟକ୍ତ କରିଥିଲେ।
ଆଜି ଏହି ଗାଁ’ର ନୂଆ ନାମକରଣକୁ ଠିକ୍‌ ବର୍ଷେ ପୂରିଛି। ଗାଁର ନାଁ ବଦଳି ଯାଇଛି ସିନା ଏହାର ଚିତ୍ର ଅପରିବର୍ତ୍ତିତ ରହିଛି। ସେଦିନ ବିକାଶର ସ୍ବପ୍ନ ଦେଖିଥିବା ଶ୍ରୀ ଗୌନ୍ତିଆ ଓ ସେହି ଗ୍ରାମବାସୀ ଆଜି ତାଙ୍କ ଗାଁକୁ ସରକାର ଭୁଲି ଯାଇଥିବା ନେଇ ଅବସୋସ ବ୍ୟକ୍ତ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ରାସ୍ତାଘାଟ ଭଲ ନାହିଁ। ପଞ୍ଚାୟତ ମହାବନ୍ଧ କହା ଯାଉଥିବା ଗାଧୁଆ ପୋଖରୀ ରାସ୍ତାରେ ବର୍ଷା ଦିନେ ଚାଲି ହୁଏ ନାହିଁ। ରୋହିଦାସପଡ଼ାରୁ କିସାନ୍‌ପଡ଼ାକୁ ୨୦୦ ମିଟର୍‌ ଆଦୌ ରାସ୍ତା ନାହିଁ କହିଲେ ଚଳେ। ପାନୀୟ ଜଳ ପାଇଁ ଓଭର୍‌ ହେଡ୍‌ ଟ୍ୟାଙ୍କ ଅଛି, କିନ୍ତୁ ଜଳଯୋଗାଣ ହେଉ ନାହିଁ। ଗାଁ’ର କ୍ଲବ୍‌ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରଂଗବତୀ ଭବନ ନିର୍ମାଣ ଦାବି ଦାବିରେ ହିଁ ରହିଯାଇଛି। ଗାଁ’କୁ ବିଏସ୍‌ଏନ୍‌ଏସ୍‌ ମୋବାଇଲ୍‌ ସେବା ୩ ମାସ ହେଲା ଠପ୍‌ ହୋଇ ପଡ଼ିଛି। ପୋଲଟେ ଅଧା ତିଆରି ହୋଇ ପଡ଼ି ରହିଛି ଯେ ତା’କୁ ପୂରା କରିବାକୁ କେହି ଧ୍ୟାନ ଦେଉ ନାହାନ୍ତି। ଗାଁରେ ଏକ ଖେଳ ପଡ଼ିଆ ଥିଲେ ବି ଅସଜଡ଼ା ଅବସ୍ଥାରେ ପଡ଼ି ରହିଛି। ହକିର ଶକ୍ତି କେନ୍ଦ୍ର କହା ଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ସୀମାରେ ଅବସ୍ଥିତ ଏହି ଅଞ୍ଚଳରେ ହକି, ଫୁଟବଲ୍ ଆଦି ଖେଳର ବିକାଶ ଦିଗରେ ବି ପଦକ୍ଷେପ ନିଆଯାଇ ପାରନ୍ତା ବୋଲି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମତ ଦେଇଛନ୍ତି। ପଦ୍ମଶ୍ରୀ ଗୌନ୍ତିଆଙ୍କ ଉଦ୍ୟମରେ ଗାଁରେ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ୍‌ଟିଏ ସ୍ଥାପିତ ହୋଇ ଭଲ ପାଠପଢ଼ା ହେଉଛି। ଏହାଛଡ଼ା ସେବାଶ୍ରମ ସ୍କୁଲ, ନିକଟସ୍ଥ ଜରାବଗାରେ ସ୍କୁଲ୍, କଲେଜ୍, ସ୍ବାସ୍ଥ୍ୟ କେନ୍ଦ୍ର ଆଦି ପୂର୍ବରୁ ରହିଛି। ହେଲେ ସବୁ ଅନୁଷ୍ଠାନରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ, ଡାକ୍ତର ଆଦି ନାହାନ୍ତି। ଏସବୁ ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରନ୍ତି। ‘ରଂଗବତୀ ବିଲୁଙ୍ଗ’କୁ ନୂଆଁ ନାଁ ଦେଇ ଐତିହାସିକ ପଦକ୍ଷେପ ନେଇଥିବା ରାଜ୍ୟ ଓ କେନ୍ଦ୍ର ସରକାର ଏହି ଗାଁ’କୁ ଏକ ଆଦର୍ଶ ଓ ଦୃଷ୍ଟାନ୍ତମୂଳକ ଗାଁ ଭାବେ ଗଢ଼ି ତୋଳିବା ଦିଗରେ ନିଜ ପ୍ରତିବଦ୍ଧତା ଦେଖାନ୍ତୁ ବୋଲି ସବୁ ମହଲରେ ଦାବି ହେଉଛି।

କରୋନା ପାଇଁ ଅଗଷ୍ଟ ୨ରୁ ୮ ତାରିଖ ଯାଏଁ ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରେଳବାଇର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମହାମାରୀକୁ ରୋକିବାକୁ ପାଇଁ ଅଗଷ୍ଟ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାତ ଯୋଡା ଟ୍ରେନକୁ ବାତିଲ କରାଯାଇଛି । ତିନି ଯୋଡ଼ା ବିଶେଷ ଟ୍ରେନ ଶନିବାର ଓ ରବିବାର ଦିନ ବାତିଲ୍ ରହିବ । ସେହିପରି ଏକ ଯୋଡ଼ା ଟ୍ରେନ ଆଂଶିକ ବାତିଲ୍ ହେବ । ଅଗଷ୍ଟ ୨ ତାରିଖରୁ ୮ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ ହେଲା : ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୫୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୩୮...

Prime Odisha July 30, 2021, 7:09 am     301 Views

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁଣୁପୁର ସହର ସମେତ ଭୀମପୁର ଓ ଅନ୍ୟ ଗ୍ରାମରୁ କିଛି ଦାଦନ କାମ କରିବାକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ କାମରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ । ଏମାନେ ଶୋଇଥିବା ସମୟରେ ଆଜି ଭୋରରୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଫଳରେ ସମସ୍ତ ୬ ଜଣ ଦାଦନ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥଲା । ଖବରପାଇ ଗୁଣ୍ଟୁର ଦମକଳ ବାହୀନି ପହଞ୍ଚି ମୃତଦେହ ...

Prime Odisha July 30, 2021, 7:07 am     137 Views

ଅଗଷ୍ଟ ୧ରୁ ଅନଲକ୍ ହେବନି ସାରା ଓଡ଼ିଶା ! ପରୋକ୍ଷରେ ଇସାରା କଲେ ଡିଏମଇଟି

ଭୁବନେଶ୍ୱର: ଆସନ୍ତା ୧ ତାରିଖର ସକାଳ ୬ଟାରେ ଶେଷ ହେଉଛି ତୃତୀୟ ପର୍ୟ୍ୟାୟ ଆଂଶିକ ଲକଡାଉନ୍ । ୧ ତାରିଖରୁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଅନଲକ ହୋଇ ନପାରେ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏଭଳି ଇସାରା ମିଳିଛି । ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେଲା ଭଳି ପରିସ୍ଥିତି ଉପୁଜିନାହିଁ । ଜିଲ୍ଲା ଅନୁଯାୟୀ ସ୍ଥିତିକୁ ଅନୁଧ୍ୟାନ କରି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଘୋଷଣା କରିବେ ରାଜ୍ୟ ସରକାର । କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ପାଞ୍ଚ ଶହ ଉପରେ ରହୁଥିଲା ଦୈନିକ ପଜିଟିଭ ସଂଖ୍ୟା । ଏବେ ଚାରି ଶହ ଭିତରେ ରହିଛି । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ ବୋଲି ଡିଏମଇଟି କହ...

Prime Odisha July 30, 2021, 5:57 am     665 Views

ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼଼ା ବିଧାୟକ

ଭୁବନେଶ୍ୱର: ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ ପରିକ୍ଷା ଦେଇଛନ୍ତି ଭଞ୍ଜନଗରର ସୋରଡ଼଼ା ବିଧାୟକ । ୪୯ ବର୍ଷୀୟ ସୋରଡ଼଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ ୫୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ନିର୍ଦ୍ଦି...

Prime Odisha July 30, 2021, 4:57 am     135 Views

ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର: ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମଦ କୁଡ଼ିଆ ଯୋଜନାକୁ ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଭିନ୍ନ ସଂଗଠନ ଏବଂ ଦଳୀୟ କର୍ମୀ ମାନେ ଏନେଇ ଆପତ୍ତି କରିବାରୁ ଏହି ନିଷ୍ପତିକୁ ବଦଳାଇ ଦିଆଯାଇଛି । ଓଟିଡିସି ପକ୍ଷରୁ ହୋଇଥିବା ଏହି ଯୋଜନାକୁ ଜୋରଦାର ବିରୋଧ କରିଥିଲା ବିଜେପି । ଏନେଇ ଅନେକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ରଖିବା ପରେ ଐତିହ୍ୟର ସହର...

Prime Odisha July 30, 2021, 4:49 am     802 Views

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ, ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅଂଚଳ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ବିହାର ଓ ଦକ୍ଷିଣ ଉତ୍ତରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ରିପୋର୍ଟ ଅନୁସାରେ ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ଗତ କାଲିଠାରୁ ବର୍ଷା ଲାଗି ରହିଛି ଓ ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ ମୟୁରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼ ଓ କେନ୍ଦ...

Prime Odisha July 30, 2021, 4:45 am     783 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us