BREAKING

ସୁନାବେଶରେ ଝଟକିଲେ ଶ୍ରୀଜିଉ


ପୁରୀ : ରଥ ଉପରେ ସୁନା ବେଶରେ ଝଟକିଛନ୍ତି ଶ୍ରୀଜିଉ। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ମହଣ ମହଣ ସୁନାର ଅଳଙ୍କାର ପିନ୍ଧି ମହାପ୍ରଭୁ ଦର୍ଶନ ଦେଇଛନ୍ତି। ମଥାରେ ସୁନାର କିରୀଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନାର କମର ପଟି। ଗଳାରେ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି। ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ହା‌ତରେ ସୁବର୍ଣ୍ଣର ହଳ-ମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଳଗି(କର୍ଣ୍ଣାଳଙ୍କାର)। ସୁନାର ହାତ ଓ ଶ୍ରୀପୟର। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ବୁଧବାର ଏପରି ଅପରୂପ ବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। କିନ୍ତୁ ଭାବ ବିନୋଦିଆ କାଳିଆ ସାଆନ୍ତ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ବୁଧବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁରଙ୍କ ଏହି ଦୁର୍ଲ୍ଲଭ ଓ ଅପରୂପ ବେଶ ଅନୁଷ୍ଠିତ ହୋଇଛି। କିନ୍ତୁ ଯେଉଁ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେବ କଥା, ସେଠାରେ ଆଜି ନିରବତାର ରାଜୁତି। ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନ କରିଥାନ୍ତି। କିନ୍ତୁ କରୋନାଜନିତ କଟକଣା ପାଇଁ ଚଳିତ ବର୍ଷ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ସେପଟେ ନୀତିକାନ୍ତି ଆଜି କିଛିଟା ବିଳମ୍ବ ଦେଖିବାକୁ ମିଳିଛି। ନୀତି ନିର୍ଘଣ୍ଟର ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଶ୍ରୀଜିଉ ବେଶ ହୋଇ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି। ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ଆସନ୍ତା ୨୩ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ ପରେ ନୀଳାଦ୍ରି ବିଜେ ନୀତି ଶେଷ ହେବ। ପରେ ନୀଳାଚଳ ଅବଢ଼ା ପାଇବାର ଭାଗ୍ୟ ଅର୍ଜିବେ ଭକ୍ତବୃନ୍ଦ। ସୁନାବେଶ ନେଇ ବୁଧବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା। ଗତକାଲିର ପହୁଡ଼ ଭୋର ରାତି ସାଢ଼େ ୪ଟାରେ ଅନୁଷ୍ଠିତ ହେବା ପରେ ବୁଧବାର ସକାଳ ୭ଟା୧୦ରୁ ସାଢ଼େ ୭ଟା ୪୦ ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥିଲା। ପରେ ମଇଲମ, ତଡ଼ପଲାଗି, ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ବେଶ ଶେଷ ଓ ଗୋପାଳବଲ୍ଲଭ ନୀତି ପରେ ପୂର୍ବାହ୍ଣ ୧୧ଟା ୩୫ରେ ସକାଳ ଧୂପ ଶେଷ ହୋଇଥିଲା। ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ, ମଧ୍ୟାହ୍ନ ଧୂପ ହୋଇ ଅପରାହ୍ଣ ୪ଟା ୪୦ରେ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ସେବକମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସିଂହଦ୍ୱାର ଦେଇ ରଥ ଉପରକୁ ତିନି ଠାକୁରଙ୍କ ରତ୍ନଖଚିତ ସୁନା ଓ ରୁପାର ଅଳଙ୍କାର ଆଣିବା ପରେ ବେଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ୪୦ ସୁଦ୍ଧା ସୁନାବେଶ ଶେଷ ପରେ ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ପ୍ରଥମେ ମା’ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି ହୋଇଥିଲା। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଳଙ୍କାର ଲାଗି ହୋଇଥିଲା। ବୁଧବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିଲେ। ଭକ୍ତମାନେ ଏହି ଅପରୂପ ବେଶ କେବଳ ଟେଲିଭିଜନ୍‌ ପରଦାରେ ଦେଖିଥିଲେ। ବିଳମ୍ବିତ ରାତିରେ ବେଶ ଓଲାଗି ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ସିଂହାର ବେଶ, ଭୋଗ ଲାଗି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା।

ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା ପୂର୍ବରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ଖୁବ୍ ଭଲ ଫାଇଦା ହେବ ।...

Prime Odisha August 1, 2021, 4:19 am     310 Views

ରାଜଧାନୀ ସମେତ ରାଜ୍ୟର ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି। ଏହି ଜିଲ୍ଲାଗୁଡିକ ହେଉଛି କଟକ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କ ରହିଛି। ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିରାପଦ ସ୍ଥାନକୁ ସୁରକ୍ଷିତ ସ୍ଥାନକୁ ଯିବାକୁ କେନ୍ଦ୍ର ଲୋକଙ୍କୁ ପରାମର୍ଶ ଦେଇଛି।...

Prime Odisha August 1, 2021, 3:42 am     215 Views

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ ଦେଖିଥିଲେ । ଜରୁରିକାଳୀନ ଓ୍ୱାର୍ଡର ଏହି ଚିତ୍ର ମେଡିକାଲର ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତକାଲି ଏହି ଘଟଣା ଘଟିଥିଲା କୁହାଯାଉଛି । ରାତି ପାଖାପାଖି 9ଟାରେ ଏସସିବିରେ 15 ମିନିଟ ବିଜୁଳି କାଟ ହୋଇଥିଲା । ଏତିକିବେଳେ ଜରୁରିକାଳୀନ ଓ୍ୱାର୍ଡକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ନଥିଲା ବିକଳ୍ପ ବ୍ୟବସ୍ଥା । ଫଳରେ ଡାକ୍ତର ଟର୍ଚ୍ଚ ଆଲୁଅରେ ଏମର୍ଜ...

Prime Odisha August 1, 2021, 3:29 am     896 Views

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୬୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୯୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୬ ଜ...

Prime Odisha August 1, 2021, 9:22 am     711 Views

୧୦ ରାଜ୍ୟରେ ସଂକ୍ରମଣ ବଢ଼ୁଛି: ସ୍ଥିତି ସମୀକ୍ଷା କଲା କେନ୍ଦ୍ର, ୪୬ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ସଂକ୍ରମଣ ବଢ଼ୁଥିବାରୁ ଏହି ୧୦ଟି ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ‌ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ୪୬ ଜିଲ୍ଲା‌ରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ସପ୍ତାହ ଧରି ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କୋଭିଡ୍ କଟକଣା ବୃଦ୍ଧି କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୂଷଣ କହିଛନ୍ତି, କୌଣସି ପ୍ରକାର ଅବହେଳା କଲେ ସ୍ଥିତି ଆଗକୁ ଆହୁରି ବିଗି...

Prime Odisha August 1, 2021, 7:55 am     254 Views

ଅଗଷ୍ଟରେ ଆସିବ ୩୩ଲକ୍ଷରୁ ଅଧିକ ଡୋଜ୍

ଭୁବନେଶ୍ବର : ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯିବ। ଏହାସହ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଅନୁପାତ ଅନୁଯାୟୀ ୯ଲକ୍ଷ ୭୬ହହଜାର ୨୯୦ ଡୋଜ୍ ଟିକା ଉପଲବ୍ଧ ହେବ। ତେଣୁ ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ସଂଖ୍ୟାକୁ ମିଶାଇଲେ ଏହା ୪୩.୪୮ଲକ୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିରେ ‘କୋଭିସିଲ୍‌ଡ’ର ୨୯.୫୬ଲକ୍ଷ ଥିବା ବେଳେ କୋଭାକ୍ସିନ୍ ୪.୧୫ଲକ୍ଷ ଡୋଜ୍ ରହିଛି। ଅପରପକ୍ଷରେ ଚଳିତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦାୟ ୫୪.୯୨ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ଯୋଗାଇ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର ୩୦.୫୧ଲକ୍ଷ ଡୋଜ୍ ଟିକା ଦେବେ ବ...

Prime Odisha August 1, 2021, 7:52 am     106 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍...

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us