BREAKING

ହସ୍ପିଟାଲରୁ ଫେରି ସତ ଉଗାରିଲା ଜଗନ୍ନାଥ: ହଁ..ମୁଁ ରିଙ୍କିକୁ ମାରିଛି


ଭୁବନେଶ୍ବର : ରାଜଧାନୀର ଭୀମଟାଙ୍ଗିରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ଓରଫ୍‌ ରିଙ୍କିଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛି ଅଭିଯୁକ୍ତ ଜଗନ୍ନାଥ। କେବଳ ସେତିକି ନୁହେଁ, ‌କଲେଜ ବେଳରୁ ପ୍ରେମ କରୁଥିବା ରିଙ୍କିଙ୍କୁ ସେ କାହିଁକି ହତ୍ୟା କଲା ଏବଂ କେମିତି ହତ୍ୟାକାଣ୍ଡ ଭିଆଇଲା, ତାହା ଗୋଟିଗୋଟି କରି ପୁଲିସ ଆଗରେ ପ୍ରକାଶ କରିଛି। ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ଜଗନ୍ନାଥ ରିଙ୍କିକୁ ହତ୍ୟା କରିବା ପାଇଁ ସ୍ଥିର କରିସାରିଥିଲା। ଆଉ ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥିଲା। ଦୋକାନରୁ ଧାରୁଆ ଛୁରି, ବିଷ ବୋତଲ, ଥଣ୍ଡାପାନୀୟ, ସିନ୍ଦୂର, ଫରୁଆ ଏପରିକି ଛୁଆ ପାଇଁ ଚକୋଲେଟ୍ କିଣିଥିଲା। ଏହା ସହିତ ହତ୍ୟା ପରେ ନିଜ ମଧ୍ୟ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବାରୁ ଜଗନ୍ନାଥ ଏକ ଚିଠି ୪ଦିନ ପୂର୍ବରୁ ଲେଖି ରଖିଥିବା ପୁଲିସ ଆଗରେ ପ୍ରକ‌ାଶ କରିଛି। ଆଜି ଏମ୍ସରୁ ସୁସ୍ଥ ହୋ‌ଇ ଡିସ୍‌ଚାର୍ଜ ହେବା ପରେ ଜଗନ୍ନାଥର ଏଭଳି ଚାଞ୍ଚଲ୍ୟକର ସ୍ବୀକ‌ାରୋକ୍ତି ଯୋଗୁଁ ସବୁକିଛି ସ୍ପଷ୍ଟ ହୋଇଯିବାରୁ ପୁଲିସ ତା’କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାକୁ ତା’କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସର ଜେରାବେଳେ ଜଗନ୍ନାଥ ଜୁଲାଇ ୫ ତାରିଖ ଦିନ ହତ୍ୟାକାଣ୍ଡ ପୂର୍ବ ଓ ପରର ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ଜଗନ୍ନାଥ କହିଥିଲା; ସେଦିନ ସକାଳ ପ୍ରାୟ ୯ଟା ବେଳେ ରିଙ୍କିଙ୍କ ସ୍ବାମୀ ଅଫିସ୍ ବାହାରିଯିବା ପରେ ପରେ ସେ ଭୀମଟାଙ୍ଗି ଲେନ୍‌-୧ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା। ସେହି ସମୟରେ ରିଙ୍କି ଓ ତାଙ୍କ ପୁଅ ସାଙ୍ଗରେ ଥିଲେ। ଜଗନ୍ନାଥ ଉଭୟଙ୍କ ସହ ମୋବାଇଲ୍‌ରେ ଏକ ସେଲ୍‌ଫି ନେଇଥିଲା। ଏହା ପରେ ସେ ରିଙ୍କିଙ୍କୁ ଘର ଛାଡ଼ି ତା’ ସହ ଅନ୍ୟତ୍ର ପଳାଇଯିବାକୁ ବୁଝାଇଥିଲା। ମାତ୍ର ରିଙ୍କି ତା’ ସହ ଯିବାକୁ ଅରାଜି ହେବାରୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା। ଏତିକିବେଳେ ରିଙ୍କି ରହୁଥିବା ଭଡ଼ାଘରର ମାଲିକ ତାଙ୍କ ଘରକୁ ଆସିଥିଲେ। କବାଟ ଠକ୍ ଠକ୍ ଶବ୍ଦ ଶୁଣି ଜଗନ୍ନାଥ ରିଙ୍କିଙ୍କ ସ୍ବାମୀ ଫେରିଆସିଥିବା ଭୟରେ ଦୌଡ଼ି ଯାଇ ଘର ବାଥରୁମ୍‌କୁ ଯାଇ ଲୁଚିଯାଇଥିଲା। ଜଗନ୍ନାଥଙ୍କ ଉପସ୍ଥିତି ସଂପର୍କ‌‌ରେ କିଛି ଟେର୍ ପାଇ ନ ଥିବା ଘର ମାଲିକ ରିଙ୍କିଙ୍କ ପରିବାର ପାଇଁ ଆଣିଥିବା ଦହିବରା ଦେବା ସହ ତାଙ୍କ ୩ବର୍ଷର ପୁଅକୁ ଖେଳାଇବା ତାଙ୍କ ଘରକୁ ନେଇଯାଇଥିଲେ। ଘର ମାଲିକ ଚାଲିଯିବା ପରେ ଜଗନ୍ନାଥ ବାଥରୁମ୍‌ରୁ ବାହାରି ପୁଣି ରିଙ୍କିଙ୍କ ସହ ଝଗଡ଼ା କରିଥିଲା ଏବଂ ଆଉ କାଳବିଳମ୍ବ ନକରି ରିଙ୍କିଙ୍କୁ ହତ୍ୟା କରିବା ପାଇଁ ମନରେ ୪ ଦିନ ପୂର୍ବରୁ ରଚିଥିବା ଷଡ଼୍‌ଯନ୍ତ୍ରକୁ ବାସ୍ତବ ରୂପ ଦେଇଥିଲା। ପ୍ରଥମେ ସେ ସାଙ୍ଗରେ ଆଣିଥିବା ଛୁରିରେ ଦାଣ୍ଡଘରେ ରିଙ୍କିର ଗଳାକାଟି ହତ୍ୟା କରିବା ପରେ ତାଙ୍କୁ ଘୋଷାରି ଘୋଷାରି ଭିତର ଘରକୁ ନେଇଥିଲା। ସେଠାରେ ରିଙ୍କିଙ୍କ ମଥାରେ ସିନ୍ଦୂର ଦେବା ସହ ତାଙ୍କ ଶବ ଫଟୋ ଉଠାଇ ହ୍ବାଟ୍‌ସଆପ୍‌ରେ ତାଙ୍କ ସ୍ବାମୀ ପାଖକୁ ପଠାଇଥିଲା। ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଜଗନ୍ନାଥ ନିଜ ପାରିବାରିକ ହ୍ବାଟ୍‌ସଆପ୍ ଗ୍ରୁପ୍‌ରେ ରିଙ୍କିକୁ ନେଇ ତ‌ା’ ମନରେ ଥିବା ଆକ୍ରୋଶ ଏବଂ ରିଙ୍କିର ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ମେସେଜ୍ ପଠାଇଥିଲା। ଏହାପରେ ସେ ସାଙ୍ଗରେ ଆଣିଥିବା ଥଣ୍ଡାପାନୀୟରେ ବିଷ ମିଶାଇ ପିଇବା ସହ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା।

ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା ପୂର୍ବରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ଖୁବ୍ ଭଲ ଫାଇଦା ହେବ ।...

Prime Odisha August 1, 2021, 4:19 am     515 Views

ରାଜଧାନୀ ସମେତ ରାଜ୍ୟର ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି। ଏହି ଜିଲ୍ଲାଗୁଡିକ ହେଉଛି କଟକ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କ ରହିଛି। ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିରାପଦ ସ୍ଥାନକୁ ସୁରକ୍ଷିତ ସ୍ଥାନକୁ ଯିବାକୁ କେନ୍ଦ୍ର ଲୋକଙ୍କୁ ପରାମର୍ଶ ଦେଇଛି।...

Prime Odisha August 1, 2021, 3:42 am     948 Views

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ ଦେଖିଥିଲେ । ଜରୁରିକାଳୀନ ଓ୍ୱାର୍ଡର ଏହି ଚିତ୍ର ମେଡିକାଲର ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତକାଲି ଏହି ଘଟଣା ଘଟିଥିଲା କୁହାଯାଉଛି । ରାତି ପାଖାପାଖି 9ଟାରେ ଏସସିବିରେ 15 ମିନିଟ ବିଜୁଳି କାଟ ହୋଇଥିଲା । ଏତିକିବେଳେ ଜରୁରିକାଳୀନ ଓ୍ୱାର୍ଡକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ନଥିଲା ବିକଳ୍ପ ବ୍ୟବସ୍ଥା । ଫଳରେ ଡାକ୍ତର ଟର୍ଚ୍ଚ ଆଲୁଅରେ ଏମର୍ଜ...

Prime Odisha August 1, 2021, 3:29 am     884 Views

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୬୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୯୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୬ ଜ...

Prime Odisha August 1, 2021, 9:22 am     506 Views

୧୦ ରାଜ୍ୟରେ ସଂକ୍ରମଣ ବଢ଼ୁଛି: ସ୍ଥିତି ସମୀକ୍ଷା କଲା କେନ୍ଦ୍ର, ୪୬ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ସଂକ୍ରମଣ ବଢ଼ୁଥିବାରୁ ଏହି ୧୦ଟି ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ‌ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ୪୬ ଜିଲ୍ଲା‌ରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ସପ୍ତାହ ଧରି ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କୋଭିଡ୍ କଟକଣା ବୃଦ୍ଧି କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୂଷଣ କହିଛନ୍ତି, କୌଣସି ପ୍ରକାର ଅବହେଳା କଲେ ସ୍ଥିତି ଆଗକୁ ଆହୁରି ବିଗି...

Prime Odisha August 1, 2021, 7:55 am     245 Views

ଅଗଷ୍ଟରେ ଆସିବ ୩୩ଲକ୍ଷରୁ ଅଧିକ ଡୋଜ୍

ଭୁବନେଶ୍ବର : ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯିବ। ଏହାସହ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଅନୁପାତ ଅନୁଯାୟୀ ୯ଲକ୍ଷ ୭୬ହହଜାର ୨୯୦ ଡୋଜ୍ ଟିକା ଉପଲବ୍ଧ ହେବ। ତେଣୁ ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ସଂଖ୍ୟାକୁ ମିଶାଇଲେ ଏହା ୪୩.୪୮ଲକ୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିରେ ‘କୋଭିସିଲ୍‌ଡ’ର ୨୯.୫୬ଲକ୍ଷ ଥିବା ବେଳେ କୋଭାକ୍ସିନ୍ ୪.୧୫ଲକ୍ଷ ଡୋଜ୍ ରହିଛି। ଅପରପକ୍ଷରେ ଚଳିତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦାୟ ୫୪.୯୨ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ଯୋଗାଇ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର ୩୦.୫୧ଲକ୍ଷ ଡୋଜ୍ ଟିକା ଦେବେ ବ...

Prime Odisha August 1, 2021, 7:52 am     977 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍...

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us