BREAKING

ଉଠା ଦୋକାନୀଙ୍କୁ ଥାଇଥାନର ପ୍ରୟାସ

ଉଠା ଦୋକାନୀଙ୍କୁ ଥାଇଥାନର ପ୍ରୟାସ


କୋଟପାଡ଼ : ଉଠା ଦୋକାନୀ ମାନଙ୍କୁ ଥଇଥାନ ତଥା ସେମାନଙ୍କୁ ବ୍ୟାପାରରେ ଉଚିତ ସହଯୋଗ ପାଇଁ ସରକାରଙ୍କ ପ୍ରୟାସ ପରିପ୍ରେକ୍ଷୀରେ ଆଜି କୋଟପାଡ଼ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ଚରଣ ସେଠୀଙ୍କ ଅଧକ୍ଷତାରେ ସହରର ବୁଦ୍ଧିଜୀବୀ ମହଲର ଏକ ବୈଠକ ଡକାଯାଇ ମତାମତ ନେବାର ପ୍ରୟାସ କରାଯାଇଥିଲା.ପ୍ରସ୍ତାବିତ ଜାଗା ଭାବରେ ଦେବୋତ୍ତର କମିଟିର ଅଧୀନରେ ଥିବା ରାସ୍ତାକଡ଼ ଜବର ଦଖଲ ଦୋକାନକୁ ଉଠାଯାଇ ସରକାରୀ ନିୟମାବଳୀ ଅନୁଯାୟୀ ଦୋକାନ ଗୃହ ନିର୍ମାଣ କରି ସେମାନଙ୍କ ମଧ୍ୟରେ ବଣ୍ଟନ କାରିବା କଥା ଉଠିବା ମାତ୍ରେ କିଛି ବୁଦ୍ଧିଜୀବୀଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା.ଏହାର କାରଣ ଅସ୍ୱଷ୍ଟ ଥିବା ବେଳେ ସହର ବାସୀଙ୍କର ବି ସମର୍ଥନ ଆସିଥିବାର ଦେଖାଯାଇଛି.କିନ୍ତୁ ଦେବୋତ୍ତର କମିଟିର ସଭାପତି ସ୍ଥାନୀୟ ତହସିଲଦାର ମହୋଦୟଙ୍କ ଅନୁପସ୍ଥିତି ଓ ପ୍ରସ୍ତାବିତ ଜମି ଭାବରେ ଆଉ କେତେ ଗୁଡିଏ ଜାଗାକୁ ମଧ୍ୟ ନିଆଯାଉ ଓ ସର୍ବ ସମ୍ମତ୍ତି କ୍ରମେ ସେହି ଜମିକୁ ଚୟନ କରାଯାଉ ଏବଂ କୋଟପାଡ଼ରେ ପୁର୍ବ ନିର୍ମିତ ପ୍ରକଳ୍ପ ଗୁଡିକୁ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣର ପରିସର ଭୁକ୍ତ କରାଯାଉ ବୋଲି ବୁଦ୍ଧିଜୀବିଙ୍କ ମତ ପ୍ରକାଶ ପରେ ଆଗାମୀ ବୈଠକରେ ନିର୍ଣ୍ଣୟ ନିଆଯିବ ବୋଲି ନିଷ୍ପତ୍ତିକ୍ରମେ ବୈଠକ ଭଙ୍ଗ କରାଯାଇଥିଲା।
ଶ୍ରୀଯୁକ୍ତ ସେଠୀଙ୍କ ଦାଇତ୍ୱ ଗ୍ରହଣ ପରେ ସହରର ସୌନ୍ଦର୍ଯ୍ୟକରଣର ପ୍ରୟାସ ସଫଳ ହଉ ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଥିବାବେଳେ ଆଜିର ବୈଠକରେ ସହର ବହୁ ବିଶିଷ୍ଠ ବୁଦ୍ଧିଜୀବୀଙ୍କ ମଧ୍ୟରେ ଶ୍ରୀ ମଣି ପ୍ରସାଦ ପଟନାୟକ,ଶ୍ରୀ ପଙ୍କଜ ପାତ୍ର, ଶ୍ରୀ M.ଶଙ୍କର ରାଓ ଶ୍ରୀ ସୁଧୀର ମହାନ୍ତି, Dr.ଗଣେଶ ଚନ୍ଦ୍ର ପଣ୍ଡା,ଶ୍ରୀ ସୁଶାନ୍ତ ବକ୍ସି,ଶ୍ରୀ କିଶୋର ଚନ୍ଦ୍ର ମିଶ୍ର,ଶ୍ରୀ ମନୋହର ବିଶୋଇ, ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି,ଶ୍ରୀ ରାଜେନ୍ଦ୍ର ପ୍ରସାଦ ନାୟକ,ଶ୍ରୀ ରଞ୍ଜନ ମହୁରିୟା ପ୍ରମୁଖ ଉପସ୍ଥିତ ଥିଲେ ।
TAGS : Street vender, kotpad

କୁନ୍ଦୁରା ବ୍ଲକ ବିଜେଡ଼ି ପର୍ଯ୍ୟ ବେକ୍ଷକ ରଘୁରାମ ମାଛ ଦଳରୁ ବିଜେଡି ଦଳରୁ ବହିସ୍କୃତ

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଶିକ୍ଷକତା ବୃତିରୁ ନିବୃତ ହୋଇ ବିଜେଡି ଦଳରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୨୦୧୪ ମସିହାରେ ବିଜୁ ଜନତା ଦଳର ଟିକେଟ ପାଇ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ଦଳରେ ତାଙ୍କୁ ରଖାଯାଇ ଦଳୀୟ କାର୍ଯ୍ୟରେ ନିୟଜିତ କରାଯାଉଥିଲା ଓ ତାଙ୍କୁ କୁନ୍ଦୁରା ବ୍ଲକର ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଥିଲା। କିଛିଦିନ ହେବ ରଘୁରାମ ମାଛଙ୍କ ନାମ...

Prime Odisha August 1, 2021, 10:55 am     688 Views

କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଲାବୋରେଟୋରି ଟେକ୍ନିସିଆନ ସଙ୍ଘର କଳା ବ୍ୟାଜ ପିନ୍ଧି ନିରବ ପ୍ରତିବାଦ

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନମାନେ ୫ ଦଫା ଦାବୀ ନେଇ କଳାବ୍ୟାଜ ପରିଧାନ ପୂର୍ବକ ନୀରବ ପ୍ରତିବାଦ କରିଥିବା ଦେଖାଯାଇଛି । ରାଜ୍ୟ ସରକାର ଦୀର୍ଘଦିନର ଦାବିଗୁଡାକ ପ୍ରତି ଅଣଦେଖା କରୁଥିବାରୁ ଓଡିଶା ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ଆସୋସିଏସନ ,କୋରାପୁଟ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ, ଏଥିନେଇ ଉଦବେଗ ପ୍ରକାଶ ପାଇଥିଲା ବୋଲି ସଙ୍ଘର ସଭାପତି ସୁନିଲ କୁମାର ସୂଚନା ଦେଇଛନ୍ତି। ରାଜ୍ୟ ସଂଘର ଡାକରାରେ ୦୧ ତାରିଖଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରାଯିବ ବୋଲି ସେ ସାମ୍ବାଦିକାମାନଙ୍କୁ ସୂଚନା ଦେଇଛନ୍ତି । କଳାବ୍ୟାଜ ପରିଧାନ ପୂର୍ବକ କା...

Prime Odisha August 1, 2021, 8:11 am     921 Views

ବିଜୁ ଜନତା ଦଳର ସମ୍ବର୍ଦ୍ଧନା ସଭା

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଥିବାର ସୂଚନା ମାନ୍ୟବର ସାଂସଦ ପ୍ରତିନଧି ଶ୍ରୀ ସୁଶାନ୍ତ ବକ୍ସିଙ୍କ ଦ୍ୱାରା ଗଣ ମାଧ୍ୟମକୁ ଦିଆ ଯାଇଚି.ମାନ୍ୟବର ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଶ୍ରୀ ସୁଧୀର ଚନ୍ଦ୍ର ମହାନ୍ତିଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ସଭାରେ ନୂତନ ଭାବେ ନିଯୁକ୍ତ ସମସ୍ତ ଆଠଗୋଟି ପଞ୍ଚାୟତର ସଭାପତିଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କାରିବା ପରେ ପ୍ରତେକ ଗ୍ରାମପଂଚାୟତ ପାଇଁ ୱର୍ଡ କମିଟି ଗଠନ କରିବାର ଦାଇତ୍ୱ ନ୍ୟସ୍ତ କରାଯାଇ ପରବର୍ତ୍ତୀ କାଳରେ ସେହି ୱର୍ଡ କମିଟିକୁ ଅନୁମୋଦନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା.ଏହି ଅବସରରେ ମ...

Prime Odisha August 1, 2021, 7:34 am     865 Views

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ । ଆଜି ପ୍ରତିପକ୍ଷ ଚୀ...

Prime Odisha August 1, 2021, 6:44 am     502 Views

ଆତ୍ମ ସମର୍ପଣ କରିଥିବା ଦୁଇ ମହିଳା ନକ୍ସଲଙ୍କୁ ସହାୟତା ରାଶି ପ୍ରଦାନ

କୋରାପୁଟ: ଓଡ଼ିଶା ପୁଲିସ ନିକଟରେ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ଏସିସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସା ହୁଇକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାମେ ମାଡକାମୀ ଓ ତୁଲସା ହୁଇକାଙ୍କୁ ଦୁଇ ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ୯୮ ହଜାର ଟଙ୍କା ଲେଖାଏଁ ଘର, ଶିକ୍ଷା ଓ ବୈବାହିକ ଜୀବନ ପାଇଁ ପ୍ରଦାନ କରାଯାଇଛି । ରାମେ ଗତବର୍ଷ ଡିସେମ୍ବର ମାସରେ କୋରାପୁଟ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ୭ବର୍ଷ ପରେ ଗତ ଫେବ୍ରୁଆରୀ ମାସରେ ନିଜ ପରିବାରବର୍ଗଙ୍କ ନିକଟକୁ ଫେରିଥିଲେ । ଗତବର୍ଷ ଆନ୍ଧ୍ର ପ୍ରଦେଶ ପେଦା ବାଇଲୁ ଅଧୀନରେ ରହିଥିବା ଲାଣ୍ଡୁଲ ଗାଁରେ ପୁଲିସ-ମାଓ...

Prime Odisha August 1, 2021, 5:01 am     834 Views

ପ୍ରକଳ୍ପ ନାଁରେ ଟଙ୍କା ହଡପ ଅଭିଯୋଗ

ହାଟଡିହି : ମରେଇଗାଁ ପଞ୍ଚାୟତର ଦୁର୍ନୀତି ପହଞ୍ଚିଛି ଚରମ ସୀମାରେ । ଅତିଷ୍ଠ ହୋଇପଡ଼ିଲେଣି ପଞ୍ଚାୟତବାସୀ । ଦିନକୁ ଦିନ ଦୁର୍ନୀତି ଭାର ଅସହ୍ୟ ହୋଇପଡିଥିବା ବେଳେ ଏଠି ବିଭିନ୍ନ ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରକାଶ ଥାଉ କି, ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୟଦେବ ଜେନା, ପୁର୍ବତନ ବିଧାୟକ ଭୁବନାନନ୍ଦ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା ପ୍ରମୁଖ ଏହି ପଞ୍ଚାୟତର ଜଣେ ଜଣେ ମହାରଥୀ ଥିଲେ । ଏହି ପଞ୍ଚାୟତରୁ ଅନେକ ବରିଷ୍ଠ ଅଧିକାରୀ, ନେତାମନ୍ତ୍ରୀ ଥାଇ ସୁଦ୍ଧା ଦୁଃଖର ବିଷୟ ଆଜିଯାଏଁ ଏହି ପଞ୍ଚାୟତରେ ସେମିତି ଆଖି ଦୃ...

Prime Odisha August 1, 2021, 4:57 am     236 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍...

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us