BREAKING

ଭୂମିହୀନଙ୍କୁ ମିଳିଥିବା ଜମି ଚିହ୍ନଟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପଟ୍ଟାଧାରୀ

ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ଦୁଧିଆଶୋଳ ଗ୍ରାମର ଭୂମିହୀନଙ୍କୁ ଜମିପଟ୍ଟା ମିଳିଥିବା ବେଳେ ସମ୍ପୃକ୍ତ ପଟ୍ଟର ଜମି ଚିହ୍ନଟ କରାଯାଉନଥିବାରୁ ପଟ୍ଟଧାରୀମାନେ ସମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦନ କରିଛନ୍ତି


ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ଦୁଧିଆଶୋଳ ଗ୍ରାମର ଭୂମିହୀନଙ୍କୁ ଜମିପଟ୍ଟା ମିଳିଥିବା ବେଳେ ସମ୍ପୃକ୍ତ ପଟ୍ଟର ଜମି ଚିହ୍ନଟ କରାଯାଉନଥିବାରୁ ପଟ୍ଟଧାରୀମାନେ ସମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦନ କରିଛନ୍ତି । ସୂଚନା ମୁତାବକ ଅଞ୍ଚଳର ଅନୁସୂଚୀତ ଜନଜାତି ବର୍ଗର ଭୂମିହୀନ ମାନଙ୍କୁ ୨୦୦୬ ମସିହାରେ ବସୁନ୍ଧରା ଯୋଜନାରେ ତହସିଲ ପକ୍ଷରୁ ଜମିପଟ୍ଟା ମିଳିଥିଲା । ମାତ୍ର ଜମିପଟ୍ଟା ପ୍ରଦାନପରେ ପ୍ରଶାସନ ଜମି ଚିହ୍ନଟ କରିନଥିଲା। ଜମି ଚିହ୍ନଟ ପାଇଁ ପଟ୍ଟାଧାରୀମାନେ ୧୪ବର୍ଷ ଧରି ବିଭିନ୍ନ ସରକାରୀ ଦପ୍ତରର ଚକ୍କର କାଟୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ । ସେମାନଙ୍କ ଅଭିଯୋଗକୁ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବାରୁ ଶେଷରେ ମୟୂରଭଞ୍ଜ ଜିଲାପାଳ ଙ୍କୁ ନିଜର ଦୁଃଖ ଜଣାଇଥିଲେ । ଏନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ବେଳେ କିଭଳି ଜମି ଚିହ୍ନଟ ନହେବାରୁ ସରକାରୀ ଆବସ ଯୋଜନାରୁ ବଞ୍ଚିତହୋଇ ପଟ୍ଟଧାରୀମାନେ ଚାଳଛପର ଘରେ ଦିନ କାଟୁଛନ୍ତି ସେନେଇ ମଧ୍ୟ ଗ୍ରାମ ବାସୀ ଜିଲାପାଳ ଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ତେବେ ଆଜିକାର ଏହି କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର କାଳନ୍ଦୀ, ପତି କାଳନ୍ଦୀଙ୍କ ସମେତ ଅନ୍ୟାନ୍ୟ ପଟ୍ଟାଧାରୀ ମାନେ ଉପସ୍ଥିତ ଥିଲେ ।
TAGS : mayurbhanj

କୁନ୍ଦୁରା ବ୍ଲକ ବିଜେଡ଼ି ପର୍ଯ୍ୟ ବେକ୍ଷକ ରଘୁରାମ ମାଛ ଦଳରୁ ବିଜେଡି ଦଳରୁ ବହିସ୍କୃତ

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଶିକ୍ଷକତା ବୃତିରୁ ନିବୃତ ହୋଇ ବିଜେଡି ଦଳରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୨୦୧୪ ମସିହାରେ ବିଜୁ ଜନତା ଦଳର ଟିକେଟ ପାଇ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ଦଳରେ ତାଙ୍କୁ ରଖାଯାଇ ଦଳୀୟ କାର୍ଯ୍ୟରେ ନିୟଜିତ କରାଯାଉଥିଲା ଓ ତାଙ୍କୁ କୁନ୍ଦୁରା ବ୍ଲକର ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଥିଲା। କିଛିଦିନ ହେବ ରଘୁରାମ ମାଛଙ୍କ ନାମ...

Prime Odisha August 1, 2021, 10:55 am     779 Views

କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଲାବୋରେଟୋରି ଟେକ୍ନିସିଆନ ସଙ୍ଘର କଳା ବ୍ୟାଜ ପିନ୍ଧି ନିରବ ପ୍ରତିବାଦ

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନମାନେ ୫ ଦଫା ଦାବୀ ନେଇ କଳାବ୍ୟାଜ ପରିଧାନ ପୂର୍ବକ ନୀରବ ପ୍ରତିବାଦ କରିଥିବା ଦେଖାଯାଇଛି । ରାଜ୍ୟ ସରକାର ଦୀର୍ଘଦିନର ଦାବିଗୁଡାକ ପ୍ରତି ଅଣଦେଖା କରୁଥିବାରୁ ଓଡିଶା ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ଆସୋସିଏସନ ,କୋରାପୁଟ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ, ଏଥିନେଇ ଉଦବେଗ ପ୍ରକାଶ ପାଇଥିଲା ବୋଲି ସଙ୍ଘର ସଭାପତି ସୁନିଲ କୁମାର ସୂଚନା ଦେଇଛନ୍ତି। ରାଜ୍ୟ ସଂଘର ଡାକରାରେ ୦୧ ତାରିଖଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରାଯିବ ବୋଲି ସେ ସାମ୍ବାଦିକାମାନଙ୍କୁ ସୂଚନା ଦେଇଛନ୍ତି । କଳାବ୍ୟାଜ ପରିଧାନ ପୂର୍ବକ କା...

Prime Odisha August 1, 2021, 8:11 am     576 Views

ବିଜୁ ଜନତା ଦଳର ସମ୍ବର୍ଦ୍ଧନା ସଭା

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଥିବାର ସୂଚନା ମାନ୍ୟବର ସାଂସଦ ପ୍ରତିନଧି ଶ୍ରୀ ସୁଶାନ୍ତ ବକ୍ସିଙ୍କ ଦ୍ୱାରା ଗଣ ମାଧ୍ୟମକୁ ଦିଆ ଯାଇଚି.ମାନ୍ୟବର ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଶ୍ରୀ ସୁଧୀର ଚନ୍ଦ୍ର ମହାନ୍ତିଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ସଭାରେ ନୂତନ ଭାବେ ନିଯୁକ୍ତ ସମସ୍ତ ଆଠଗୋଟି ପଞ୍ଚାୟତର ସଭାପତିଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କାରିବା ପରେ ପ୍ରତେକ ଗ୍ରାମପଂଚାୟତ ପାଇଁ ୱର୍ଡ କମିଟି ଗଠନ କରିବାର ଦାଇତ୍ୱ ନ୍ୟସ୍ତ କରାଯାଇ ପରବର୍ତ୍ତୀ କାଳରେ ସେହି ୱର୍ଡ କମିଟିକୁ ଅନୁମୋଦନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା.ଏହି ଅବସରରେ ମ...

Prime Odisha August 1, 2021, 7:34 am     675 Views

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ । ଆଜି ପ୍ରତିପକ୍ଷ ଚୀ...

Prime Odisha August 1, 2021, 6:44 am     412 Views

ଆତ୍ମ ସମର୍ପଣ କରିଥିବା ଦୁଇ ମହିଳା ନକ୍ସଲଙ୍କୁ ସହାୟତା ରାଶି ପ୍ରଦାନ

କୋରାପୁଟ: ଓଡ଼ିଶା ପୁଲିସ ନିକଟରେ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ଏସିସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସା ହୁଇକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାମେ ମାଡକାମୀ ଓ ତୁଲସା ହୁଇକାଙ୍କୁ ଦୁଇ ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ୯୮ ହଜାର ଟଙ୍କା ଲେଖାଏଁ ଘର, ଶିକ୍ଷା ଓ ବୈବାହିକ ଜୀବନ ପାଇଁ ପ୍ରଦାନ କରାଯାଇଛି । ରାମେ ଗତବର୍ଷ ଡିସେମ୍ବର ମାସରେ କୋରାପୁଟ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ୭ବର୍ଷ ପରେ ଗତ ଫେବ୍ରୁଆରୀ ମାସରେ ନିଜ ପରିବାରବର୍ଗଙ୍କ ନିକଟକୁ ଫେରିଥିଲେ । ଗତବର୍ଷ ଆନ୍ଧ୍ର ପ୍ରଦେଶ ପେଦା ବାଇଲୁ ଅଧୀନରେ ରହିଥିବା ଲାଣ୍ଡୁଲ ଗାଁରେ ପୁଲିସ-ମାଓ...

Prime Odisha August 1, 2021, 5:01 am     327 Views

ପ୍ରକଳ୍ପ ନାଁରେ ଟଙ୍କା ହଡପ ଅଭିଯୋଗ

ହାଟଡିହି : ମରେଇଗାଁ ପଞ୍ଚାୟତର ଦୁର୍ନୀତି ପହଞ୍ଚିଛି ଚରମ ସୀମାରେ । ଅତିଷ୍ଠ ହୋଇପଡ଼ିଲେଣି ପଞ୍ଚାୟତବାସୀ । ଦିନକୁ ଦିନ ଦୁର୍ନୀତି ଭାର ଅସହ୍ୟ ହୋଇପଡିଥିବା ବେଳେ ଏଠି ବିଭିନ୍ନ ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରକାଶ ଥାଉ କି, ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୟଦେବ ଜେନା, ପୁର୍ବତନ ବିଧାୟକ ଭୁବନାନନ୍ଦ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା ପ୍ରମୁଖ ଏହି ପଞ୍ଚାୟତର ଜଣେ ଜଣେ ମହାରଥୀ ଥିଲେ । ଏହି ପଞ୍ଚାୟତରୁ ଅନେକ ବରିଷ୍ଠ ଅଧିକାରୀ, ନେତାମନ୍ତ୍ରୀ ଥାଇ ସୁଦ୍ଧା ଦୁଃଖର ବିଷୟ ଆଜିଯାଏଁ ଏହି ପଞ୍ଚାୟତରେ ସେମିତି ଆଖି ଦୃ...

Prime Odisha August 1, 2021, 4:57 am     257 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍...

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us