BREAKING

ସ୍ୱାମୀଙ୍କୁ ହତ୍ୟା, ବିଜେପି ନେତ୍ରୀ ଗିରଫ


ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ଇସ୍ମାଇଲ୍‌ପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର ଓରଫ ଅଟଳ(୪୨)ଙ୍କୁ ହତ୍ୟା କରାଯାଇଛି। ଦାମ୍ପତ୍ୟ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଏହି ଘଟଣାରେ ଅଟଳଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ମମତା କୁଅଁରଙ୍କୁ ଗିରଫ କରିଛି। ଯାଜପୁର ଏସ୍‌ପି ରାହୁଲ ପିଆର୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଆଜି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି।

ଆଜି ବ୍ଲକ୍‌ ବିଜେପି ପକ୍ଷରୁ ବିଦ୍ୟୁତ୍‌ ଶୁଳ୍‌କ ବୃଦ୍ଧି ପ୍ରତିବାଦରେ ଦଶରଥପୁରସ୍ଥ ଏସ୍‌ଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସୋମବାର ଥାଲକୁଡିସ୍ଥ ଅସ୍ଥାୟୀ ବିଜେପି କାର୍ଯ୍ୟାଳୟରେ ରାତ୍ର ପ୍ରାୟ ୯.୩୦ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା। ସେଠାରେ
ସ୍ଥାନୀୟ ନେତୃମଣ୍ଡଳୀଙ୍କ ସମେତ ଅଟଳ ଉପସ୍ଥିତ ଥିଲେ । ପ୍ରସ୍ତୁତ ବ୍ୟାନରକୁ ନେଇ ବିକ୍ଷୋଭସ୍ଥଳରେ ପହଞ୍ଚିବାକୁ ଅଟଳଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏହାପରେ ସେ ମଂଗଳପୁର ବଜାର ସଂଲଗ୍ନ ବାଳିକା ବିଦ୍ୟାଳୟ ନିକଟ ଭଡ଼ାଘରକୁ ଆସିଥିଲେ। ସେଠାରେ ରାତ୍ରଭୋଜନ ସାରି ଶୋଇବାକୁ ଯାଇଥିଲେ। ଅଟଳ ଏବଂ ସ୍ତ୍ରୀ ମମତା ଗୋଟିଏ ରୁମ୍‌ରେ ଏବଂ ଶାଳୀ ସଂଯୁକ୍ତା ବିଶ୍ବାଳ, ଶାଶୂ ଅରୁଣି ରାଉତ ଅନ୍ୟଏକ ରୁମ୍‌ରେ ଶୋଇଥିଲେ । ରାତ୍ର ପ୍ରାୟ ୧୧.୨୦ବେଳେ ଚିତ୍କାର ଶୁଣି ଶାଳୀ ସଂଯୁକ୍ତା ଉଠି ଭଉଣୀ, ଭିଣୋଇକୁ ଡାକିଥିଲେ। ହେଲେ ନଶୁଣିବାରୁ ଉପର ମହଲାକୁ ଯାଇ ଘରମାଲିକ ଏବଂ ଅନ୍ୟ ଭଡାଟିଆମାନଙ୍କୁ ଡାକିଥିଲେ। ଏମାନେ ଆସି ଡାକିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ଗୁରୁତର ଅବସ୍ଥାରେ ଅଟଳଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମଂଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଅଟଳଙ୍କୁ ମୃତ ଘୋଷଣା କରିଥିଲେ ।

ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା ପୂର୍ବରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ଖୁବ୍ ଭଲ ଫାଇଦା ହେବ ।...

Prime Odisha August 1, 2021, 4:19 am     594 Views

ରାଜଧାନୀ ସମେତ ରାଜ୍ୟର ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି। ଏହି ଜିଲ୍ଲାଗୁଡିକ ହେଉଛି କଟକ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କ ରହିଛି। ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିରାପଦ ସ୍ଥାନକୁ ସୁରକ୍ଷିତ ସ୍ଥାନକୁ ଯିବାକୁ କେନ୍ଦ୍ର ଲୋକଙ୍କୁ ପରାମର୍ଶ ଦେଇଛି।...

Prime Odisha August 1, 2021, 3:42 am     242 Views

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ ଦେଖିଥିଲେ । ଜରୁରିକାଳୀନ ଓ୍ୱାର୍ଡର ଏହି ଚିତ୍ର ମେଡିକାଲର ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତକାଲି ଏହି ଘଟଣା ଘଟିଥିଲା କୁହାଯାଉଛି । ରାତି ପାଖାପାଖି 9ଟାରେ ଏସସିବିରେ 15 ମିନିଟ ବିଜୁଳି କାଟ ହୋଇଥିଲା । ଏତିକିବେଳେ ଜରୁରିକାଳୀନ ଓ୍ୱାର୍ଡକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ନଥିଲା ବିକଳ୍ପ ବ୍ୟବସ୍ଥା । ଫଳରେ ଡାକ୍ତର ଟର୍ଚ୍ଚ ଆଲୁଅରେ ଏମର୍ଜ...

Prime Odisha August 1, 2021, 3:29 am     655 Views

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୬୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୯୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୬ ଜ...

Prime Odisha August 1, 2021, 9:22 am     813 Views

୧୦ ରାଜ୍ୟରେ ସଂକ୍ରମଣ ବଢ଼ୁଛି: ସ୍ଥିତି ସମୀକ୍ଷା କଲା କେନ୍ଦ୍ର, ୪୬ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ସଂକ୍ରମଣ ବଢ଼ୁଥିବାରୁ ଏହି ୧୦ଟି ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ‌ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ୪୬ ଜିଲ୍ଲା‌ରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ସପ୍ତାହ ଧରି ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କୋଭିଡ୍ କଟକଣା ବୃଦ୍ଧି କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୂଷଣ କହିଛନ୍ତି, କୌଣସି ପ୍ରକାର ଅବହେଳା କଲେ ସ୍ଥିତି ଆଗକୁ ଆହୁରି ବିଗି...

Prime Odisha August 1, 2021, 7:55 am     564 Views

ଅଗଷ୍ଟରେ ଆସିବ ୩୩ଲକ୍ଷରୁ ଅଧିକ ଡୋଜ୍

ଭୁବନେଶ୍ବର : ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯିବ। ଏହାସହ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଅନୁପାତ ଅନୁଯାୟୀ ୯ଲକ୍ଷ ୭୬ହହଜାର ୨୯୦ ଡୋଜ୍ ଟିକା ଉପଲବ୍ଧ ହେବ। ତେଣୁ ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ସଂଖ୍ୟାକୁ ମିଶାଇଲେ ଏହା ୪୩.୪୮ଲକ୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିରେ ‘କୋଭିସିଲ୍‌ଡ’ର ୨୯.୫୬ଲକ୍ଷ ଥିବା ବେଳେ କୋଭାକ୍ସିନ୍ ୪.୧୫ଲକ୍ଷ ଡୋଜ୍ ରହିଛି। ଅପରପକ୍ଷରେ ଚଳିତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦାୟ ୫୪.୯୨ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ଯୋଗାଇ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର ୩୦.୫୧ଲକ୍ଷ ଡୋଜ୍ ଟିକା ଦେବେ ବ...

Prime Odisha August 1, 2021, 7:52 am     881 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us