BREAKING

୨ ବର୍ଷ ପରେ ବି ‘ଫନି’ କ୍ଷତିଗ୍ରସ୍ତ ବୁଣାକାରଙ୍କୁ ମିଳିଲାନି କ୍ଷତିପୂରଣ


ଭୁବନେଶ୍ବର : ୨ ବର୍ଷ ବିତିଲା ଫନି କ୍ଷତିଗ୍ରସ୍ତ ବୁଣାକାରଙ୍କୁ ମିଳିପାରିଲା ନାହିଁ କ୍ଷତିଗ୍ରସ୍ତ। କରୋନା ଯୋଗୁଁ ସେମାନଙ୍କ ଅବସ୍ଥା ଦୁର୍ବିଷହ ହୋଇଛି, ଏଣେ ପୁରୁଣା କ୍ଷତିର ଟଙ୍କା ବି ମିଳିଲା ନାହିଁ। ଏଥିଯୋଗୁଁ ବୁଣାକାରଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କେତେ ଦିନ ଲୁଗା ବୁଣି ପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଏଥିପାଇଁ ନିର୍ଦିଷ୍ଟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ସେମାନେ। ଅନ୍ୟଦିଗରେ ସର୍ଭେ ପରେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯାଇଥିବା କହିଛନ୍ତି ରାଜ୍ୟ ବୟନ ଶିଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାଶ। ହସ୍ତତନ୍ତ ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ; ୨୦୧୯ ମସିହା ଏପ୍ରିଲ ମାସ ୨୬ ତାରିଖରେ ରାଜ୍ୟରେ ହୋଇଥିବା ଫନି ବାତ୍ୟା ଉପକୂଳବର୍ତ୍ତୀ ଜିଲ୍ଲା ଖୋର୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ପ୍ରାୟ ୩୦ ହଜାର ବୁଣାକାର କ୍ଷତିଗ୍ରସ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଏ ଟସର କାର୍ଯ୍ୟ, କିଏ କଟନ୍‌ ତ ଆଉ କିଏ ଲୁଙ୍ଗି, ଗାମୁଛା ଆଦି ତିଆରି କରି ଥାଆନ୍ତି। କାର୍ଯ୍ୟ ଏବଂ ସ୍ଥିତି ଅନୁସାରେ ସେମାନଙ୍କ କ୍ଷତି ମଧ୍ୟ ଭିନ୍ନ ଥିଲା। ପ୍ରାୟ ୨୦ରୁ ୨୫ ହଜାର ଟଙ୍କା ଲେଖାଏଁ ମଧ୍ୟ ଜଣେଜଣେ ବୁଣାକାର କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ୮୨୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ୨୦୧୯ ମସିହା ଡିସେମ୍ବର ମାସ ୩୧ ତାରିଖରେ ଅର୍ଥ ଆସିଲା। କିନ୍ତୁ କେବଳ ୬ଟି ଜିଲ୍ଲାର ୮୩୮ ଜଣଙ୍କୁ ଟଙ୍କା ମିଳିଲା। ଏଥିରେ ପୁରୀର ୪୨୬, ଖୋର୍ଧାର ୧୭୧, କଟକରେ ୧୫୧, କେନ୍ଦ୍ରାପଡ଼ାର ୬୬, ଯାଜପୁର ୧୨ ଏବଂ ଜଗତସିଂହପୁରର ୧୨ ଜଣ ରହିଛି। ବାକିମାନେ ଏଥିରୁ ବଞ୍ଚିତ ହେଲେ।

ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ଥିଲେ, କ୍ଷତିପୂରଣ ଟଙ୍କା ନ ମିଳିବା କାହାକୁ ବିଶେଷ କଷ୍ଟ ଦେଇନଥାଆନ୍ତା। ଫନିରେ ସଳଖି ଛିଡ଼ା ହୋଇ ପାରିନଥିବା ବେଳେ ଲଗାତାର ୨ ବର୍ଷ କରୋନା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି କ୍ଷତିରୁ ବଞ୍ଚିତ କରିବା ନେଇ ଦୀର୍ଘ ଦିନ ଧରି ଅବସ୍ଥାପିତ ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗର ଜଣେ ଅଧିକାରୀ ରହିଛନ୍ତି। ଅବସର ପରେ ମଧ୍ୟ ବିଭାଗ ପକ୍ଷରୁ ତାଙ୍କୁ ଦୁଇ ଥର ପୁନଃନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ତୃତୀୟ ଥର ସେ ନିଯୁକ୍ତି ପାଇବେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ କିଛି ବୁଣାକାର କହିଛନ୍ତି।

ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା ପୂର୍ବରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ଖୁବ୍ ଭଲ ଫାଇଦା ହେବ ।...

Prime Odisha August 1, 2021, 4:19 am     855 Views

ରାଜଧାନୀ ସମେତ ରାଜ୍ୟର ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି। ଏହି ଜିଲ୍ଲାଗୁଡିକ ହେଉଛି କଟକ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କ ରହିଛି। ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିରାପଦ ସ୍ଥାନକୁ ସୁରକ୍ଷିତ ସ୍ଥାନକୁ ଯିବାକୁ କେନ୍ଦ୍ର ଲୋକଙ୍କୁ ପରାମର୍ଶ ଦେଇଛି।...

Prime Odisha August 1, 2021, 3:42 am     423 Views

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ ଦେଖିଥିଲେ । ଜରୁରିକାଳୀନ ଓ୍ୱାର୍ଡର ଏହି ଚିତ୍ର ମେଡିକାଲର ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତକାଲି ଏହି ଘଟଣା ଘଟିଥିଲା କୁହାଯାଉଛି । ରାତି ପାଖାପାଖି 9ଟାରେ ଏସସିବିରେ 15 ମିନିଟ ବିଜୁଳି କାଟ ହୋଇଥିଲା । ଏତିକିବେଳେ ଜରୁରିକାଳୀନ ଓ୍ୱାର୍ଡକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ନଥିଲା ବିକଳ୍ପ ବ୍ୟବସ୍ଥା । ଫଳରେ ଡାକ୍ତର ଟର୍ଚ୍ଚ ଆଲୁଅରେ ଏମର୍ଜ...

Prime Odisha August 1, 2021, 3:29 am     493 Views

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୬୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୯୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୬ ଜ...

Prime Odisha August 1, 2021, 9:22 am     382 Views

୧୦ ରାଜ୍ୟରେ ସଂକ୍ରମଣ ବଢ଼ୁଛି: ସ୍ଥିତି ସମୀକ୍ଷା କଲା କେନ୍ଦ୍ର, ୪୬ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ସଂକ୍ରମଣ ବଢ଼ୁଥିବାରୁ ଏହି ୧୦ଟି ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ‌ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ୪୬ ଜିଲ୍ଲା‌ରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ସପ୍ତାହ ଧରି ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କୋଭିଡ୍ କଟକଣା ବୃଦ୍ଧି କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୂଷଣ କହିଛନ୍ତି, କୌଣସି ପ୍ରକାର ଅବହେଳା କଲେ ସ୍ଥିତି ଆଗକୁ ଆହୁରି ବିଗି...

Prime Odisha August 1, 2021, 7:55 am     469 Views

ଅଗଷ୍ଟରେ ଆସିବ ୩୩ଲକ୍ଷରୁ ଅଧିକ ଡୋଜ୍

ଭୁବନେଶ୍ବର : ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯିବ। ଏହାସହ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଅନୁପାତ ଅନୁଯାୟୀ ୯ଲକ୍ଷ ୭୬ହହଜାର ୨୯୦ ଡୋଜ୍ ଟିକା ଉପଲବ୍ଧ ହେବ। ତେଣୁ ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ସଂଖ୍ୟାକୁ ମିଶାଇଲେ ଏହା ୪୩.୪୮ଲକ୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିରେ ‘କୋଭିସିଲ୍‌ଡ’ର ୨୯.୫୬ଲକ୍ଷ ଥିବା ବେଳେ କୋଭାକ୍ସିନ୍ ୪.୧୫ଲକ୍ଷ ଡୋଜ୍ ରହିଛି। ଅପରପକ୍ଷରେ ଚଳିତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦାୟ ୫୪.୯୨ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ଯୋଗାଇ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର ୩୦.୫୧ଲକ୍ଷ ଡୋଜ୍ ଟିକା ଦେବେ ବ...

Prime Odisha August 1, 2021, 7:52 am     222 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us