BREAKING

ଆସନ୍ତା ୪ ଦିନ ରାଜ୍ୟରେ ବର୍ଷା, ୨୨ରେ ଲଘୁଚାପ


ଭୁବନେଶ୍ୱର : ଆସନ୍ତା ୨୧ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ୨୨ ତାରିଖ ରାତି କିମ୍ବା ୨୩ ତାରିଖ ସକାଳ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ। ଫଳରେ ରାଜ୍ୟରେ ଆସନ୍ତାକାଲି (ମଙ୍ଗଳବାର)ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ର କହିଛି ଯେ ୨୩ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ଏବେଠାରୁ ବର୍ଷାର ପରିମାଣ ଓ ବିସ୍ତୃତି ଧୀରେଧୀରେ ବଢ଼ିବ। ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୩ ତାରିଖ ଦିନ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥା‌ନରେ ହାଲକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି। କେନ୍ଦ୍ରର ସୂଚନା ମୁତାବକ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ରାଜ୍ୟର ବାକି ଜିଲ୍ଲାରେ ମଧ୍ୟ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ତାରିଖ ଦିନ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୨ ତାରିଖ ଦିନ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୩ ତାରିଖ ଦିନ ମଧ୍ୟ ‌ରାଜ୍ୟରେ ବର୍ଷା ଜାରି ରହିବ। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ୨୦ରୁ ୨୩ ତାରିଖ ୪ ଦିନ ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହେ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଚାଷ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପ୍ରଥମ ଲଘୁଚାପ କ୍ଷେତ୍ର ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ୨୧ରେ ସୃଷ୍ଟି ହେବ। ୨ଦିନ ସମୁଦ୍ରରେ ଅଧିକ ଘନୀଭୂତ ହେବା ପରେ ଅବପାତର ପରିଣତ ହୋଇପାରେ। ୨୩ ତାରିଖରେ ସମ୍ଭବତଃ ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ଯିବ। ୨୦ରେ ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା, ୨୧ ତାରିଖରେ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ସମଗ୍ର ଉପକୂଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୨୨ ଓ ୨୩ତାରିଖରେ ସେହିପରି ବର୍ଷା ହେବ।

ଦ୍ବିତୀୟ ଲଘୁଚାପଟି ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ସୃଷ୍ଟି ହେବାର ଅନୁମାନ କରାଯାଉଛି। ଏହା ଫଳରେ ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଉଭୟ ଲଘୁଚାପ ଯୋଗୁଁ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ସମୁଦାୟ ୧୫୦ମିମିରୁ ଅଧିକ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି।

କରୋନା ପାଇଁ ଅଗଷ୍ଟ ୨ରୁ ୮ ତାରିଖ ଯାଏଁ ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରେଳବାଇର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମହାମାରୀକୁ ରୋକିବାକୁ ପାଇଁ ଅଗଷ୍ଟ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାତ ଯୋଡା ଟ୍ରେନକୁ ବାତିଲ କରାଯାଇଛି । ତିନି ଯୋଡ଼ା ବିଶେଷ ଟ୍ରେନ ଶନିବାର ଓ ରବିବାର ଦିନ ବାତିଲ୍ ରହିବ । ସେହିପରି ଏକ ଯୋଡ଼ା ଟ୍ରେନ ଆଂଶିକ ବାତିଲ୍ ହେବ । ଅଗଷ୍ଟ ୨ ତାରିଖରୁ ୮ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ ହେଲା : ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୫୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୩୮...

Prime Odisha July 30, 2021, 7:09 am     716 Views

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁଣୁପୁର ସହର ସମେତ ଭୀମପୁର ଓ ଅନ୍ୟ ଗ୍ରାମରୁ କିଛି ଦାଦନ କାମ କରିବାକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ କାମରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ । ଏମାନେ ଶୋଇଥିବା ସମୟରେ ଆଜି ଭୋରରୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଫଳରେ ସମସ୍ତ ୬ ଜଣ ଦାଦନ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥଲା । ଖବରପାଇ ଗୁଣ୍ଟୁର ଦମକଳ ବାହୀନି ପହଞ୍ଚି ମୃତଦେହ ...

Prime Odisha July 30, 2021, 7:07 am     853 Views

ଅଗଷ୍ଟ ୧ରୁ ଅନଲକ୍ ହେବନି ସାରା ଓଡ଼ିଶା ! ପରୋକ୍ଷରେ ଇସାରା କଲେ ଡିଏମଇଟି

ଭୁବନେଶ୍ୱର: ଆସନ୍ତା ୧ ତାରିଖର ସକାଳ ୬ଟାରେ ଶେଷ ହେଉଛି ତୃତୀୟ ପର୍ୟ୍ୟାୟ ଆଂଶିକ ଲକଡାଉନ୍ । ୧ ତାରିଖରୁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଅନଲକ ହୋଇ ନପାରେ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏଭଳି ଇସାରା ମିଳିଛି । ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେଲା ଭଳି ପରିସ୍ଥିତି ଉପୁଜିନାହିଁ । ଜିଲ୍ଲା ଅନୁଯାୟୀ ସ୍ଥିତିକୁ ଅନୁଧ୍ୟାନ କରି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଘୋଷଣା କରିବେ ରାଜ୍ୟ ସରକାର । କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ପାଞ୍ଚ ଶହ ଉପରେ ରହୁଥିଲା ଦୈନିକ ପଜିଟିଭ ସଂଖ୍ୟା । ଏବେ ଚାରି ଶହ ଭିତରେ ରହିଛି । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ ବୋଲି ଡିଏମଇଟି କହ...

Prime Odisha July 30, 2021, 5:57 am     448 Views

ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼଼ା ବିଧାୟକ

ଭୁବନେଶ୍ୱର: ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ ପରିକ୍ଷା ଦେଇଛନ୍ତି ଭଞ୍ଜନଗରର ସୋରଡ଼଼ା ବିଧାୟକ । ୪୯ ବର୍ଷୀୟ ସୋରଡ଼଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ ୫୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ନିର୍ଦ୍ଦି...

Prime Odisha July 30, 2021, 4:57 am     249 Views

ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର: ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମଦ କୁଡ଼ିଆ ଯୋଜନାକୁ ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଭିନ୍ନ ସଂଗଠନ ଏବଂ ଦଳୀୟ କର୍ମୀ ମାନେ ଏନେଇ ଆପତ୍ତି କରିବାରୁ ଏହି ନିଷ୍ପତିକୁ ବଦଳାଇ ଦିଆଯାଇଛି । ଓଟିଡିସି ପକ୍ଷରୁ ହୋଇଥିବା ଏହି ଯୋଜନାକୁ ଜୋରଦାର ବିରୋଧ କରିଥିଲା ବିଜେପି । ଏନେଇ ଅନେକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ରଖିବା ପରେ ଐତିହ୍ୟର ସହର...

Prime Odisha July 30, 2021, 4:49 am     931 Views

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ, ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅଂଚଳ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ବିହାର ଓ ଦକ୍ଷିଣ ଉତ୍ତରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ରିପୋର୍ଟ ଅନୁସାରେ ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ଗତ କାଲିଠାରୁ ବର୍ଷା ଲାଗି ରହିଛି ଓ ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ ମୟୁରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼ ଓ କେନ୍ଦ...

Prime Odisha July 30, 2021, 4:45 am     940 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us