BREAKING

ଭଡ଼ାଘରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ


ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇସମାଇଲପୁର ଗ୍ରାମର ଅଟଳ କୁଅଁର ମଙ୍ଗଳପୁର ବାଳିକା ବିଦ୍ୟାଳୟ ନିକଟରେ ଏକ ଭଡ଼ାଘରେ ପରିବାର ସହ ରହି ଆସୁଥିଲେ। ‌ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରି ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଅଟଳ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରୁଥିବା ବେଳେ ଭଡ଼ାରେ ପରିବାର ସହ ରହୁଥିଲା। ତେବେ ଗତକାଲି ରାତିରେ ହଠାତ ଅଟଳଙ୍କ ଶାଳୀ ଅଟଳଙ୍କ ବଡ଼ଭାଇ ରଂଜନ କୁଅଁରଙ୍କୁ ଫୋନ୍ କରି ଭାଇର ଦେହ ଭଲ ନାହିଁ ସେ ମେଡିକାଲରେ ଥିବା ଜଣାଇଥିଲେ। ଏହା ଶୁଣି ରାତି ଅଧରେ ତାଙ୍କ ଭାଇ ଓ ପରିବାର ଲୋକ ମଙ୍ଗଳପୁର ମେଡିକାଲରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କ ଭାଇ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ଅଟଳଙ୍କ ଶାଶୂ ,ଶାଳୀ ଓ ସଢ଼ୁ ‌ ସେଠାରେ ଉପସ୍ଥିତ ରହିଥିଲେ।

ତେବେ ତାଙ୍କଦେହରେ ରକ୍ତ ଛିଟା ଥିବାରୁ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ଅଟଳଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ଅଟଳଙ୍କ ଶ୍ବଶୁର ଘର ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। କାରଣ ଅଟଳ ନିଜର ପତ୍ନୀ ଓ ପୁଅକୁ ନେଇ ଭଡ଼ାରେ ରହୁଥିବା ବେଳେ କିପରି ତାଙ୍କର ସ୍ବାସ୍ଥ୍ୟ ଖରାପ କଥା ତାଙ୍କ ନିକଟରେ ରହୁଥିବା ପରିବାର ଲୋକ ଜାଣିବା ପୂର୍ବରୁ ଶଶୁର ଘର ଲୋକ ଜାଣି ପାରିଲେ, ତାହା ‌ସନ୍ଦେହ ସୃଷ୍ଟି କରିଛି। ପୁଲିସ ମୃତ ଦେହ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ବିଭିନ୍ନ ବର୍ଗର ଗାଡିର ବେଗ ନିୟନ୍ତ୍ରଣ ନେଇ ଜିଲ୍ଲାପାଳଙ୍କ ବିଜ୍ଞପ୍ତି

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନା ରହିଛି । ବେପାରୁଆ ଗାଡିଚାଳନା ଯୋଗୁ ବିଭିନ୍ନ ସମୟରେ ବହୁ ଧନଜୀବନ ନଷ୍ଟ ହେବା ବିଷୟ ବି ଆଲୋଚନା ହୋଇଥିଲା । ତେଣୁ ଜିଲ୍ଲାର ସାଧାରଣ ଲୋକଙ୍କ ଧନଜୀବନର ସ୍ୱାର୍ଥ ଓ ସୁରକ୍ଷାକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଡକ ସୁରକ୍ଷା କମିଟିର ଚେୟାରମ୍ୟାନ ମହମ୍ମଦ ଅବଦାଲ ଅଖତର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଭିନ୍ନ ବର୍ଗର ଗାଡି ଜାତୀୟ ରାଜପଥ,ରାଜ୍ୟ ରାଜ ପଥ,ବିଦ୍ୟାଳୟ ସନ୍ନିକଟ,ବଜାର ଓ ଘାଟି ରାସ୍ତାରେ ଭିନ୍ନ ଭିନ୍ନ ବେଗରେ ଗାଡିଚାଳନା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି । (ଦୁଇ ଚକିଆ ଜାନ) ଜାତୀୟ ରାଜପଥରେ କିମି ପିଛା ୫...

Prime Odisha July 30, 2021, 10:33 am     391 Views

ଆରମ୍ଭ ହେବ ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା ଗଣନା

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଂଚଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କିପରି ଭାବେ ୦ରୁ ୬ବର୍ଷ ଦିବ୍ୟାଙ୍ଗ ଶିଶୁଙ୍କୁ ଚିହ୍ନଟ କରାଯିବ ଏହି ପ୍ରକ୍ରିୟାକୁ ନେଇ ମାଷ୍ଟର ଟ୍ରେନର ମାନେ ତାଲିମ ଦେଇଥିଲେ । ଆସନ୍ତା ଅଗଷ୍ଟ ୧୧ ତାରିଖରୁ କୋରାପୁଟ ଜିଲ୍ଲାରେ ଜନ୍ମରୁ ୬ବର୍ଷ ବୟସ ମଧ୍ୟରେ ଥିବା ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା ଗଣନା କରାଯିବ । ଏହି ସର୍ଭେର ପ୍ରକ୍ରିୟା ଓ ଦିବ୍ୟାଙ୍ଗ ଚିହ୍ନଟ କରିବାର ଧାରା ସଂପର୍କରେ ଧାରଣା ଦିଆଯାଇଛି । ଏହି ମାଷ୍ଟର ଟ୍ରେନର ମାନେ ନିଜ ନିଜ ବ...

Prime Odisha July 30, 2021, 8:06 am     358 Views

16ଟି କେନ୍ଦ୍ରରେ 485ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବା ସକାଶେ ଆବେଦନ କରିଥିବାବେଳେ ମୋଟ 308ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେହିଭଲି ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ 220 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 177 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେହିଭଳି କୋରାପୁଟ ସରକାରୀ ଉଚ ବିଦ୍ୟାଳୟ ସମେତ ଜିଲ୍ଲାର ୧୩ଟି ବ୍ଲକରେ ୧୬ ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି । କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଧ୍ର ଗୁଡିକରେ କୋଭିଡ 19 ନିୟମକୁ ପାଳନ କରାଯାଇ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।...

Prime Odisha July 30, 2021, 8:04 am     103 Views

୩ ମଦ ବେପାରୀ ଗିରଫ

କୋରାପୁଟ: କୋରାପୁଟ ଅବକାରୀ ବିଭାଗ ନିରୀକ୍ଷକ ତେଜରାଜ ଜାନି ଙ୍କ ନେତୃତ୍ୱରେ କୋରାପୁଟ ସଦର ଥାନା ଅନ୍ତର୍ଗତ ପଣ୍ଡି ଗ୍ରାମ ଓ ତଳ ମଙ୍ଗରା ଗ୍ରାମରେ ଚଢାଉ କରି ୪୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ ସହ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।ଆଜି ବିଭାଗୀୟ କମର୍ଚାରୀ ମାନଙ୍କ ସହ କୋରାପୁଟ ଭାରପ୍ରାପ୍ତ ଅବକାରୀ ସଦର ଥାନା ଅଧିକାରୀ ଓ କମର୍ଚାରୀ ମାନେ ସଦର ଉପଖଣ୍ଡ ଅବକାରୀ ନୀରିକ୍ଷକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଉକ୍ତ ଗ୍ରାମ ଉପରେ ଚଢାଉ କରିଥିଲେ । ଏହି କେଶରେ ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅବକାରୀ ଡିଏଫଏସ ନୀରିକ୍ଷକ ପକ୍ଷରୁ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ଅଧିକାରୀ ସୁଚନା ଦେଇଛନ୍ତି।...

Prime Odisha July 30, 2021, 8:00 am     678 Views

ସିକିଲ ସେଲ ଓ ଥାଲାସେମିଆ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଶିବିର

କୋରାପୁଟ: କୋରାପୁଟର ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଥାଲାସେମିଆ ଏବଂ ସିକିଲସେଲ ରୋଗ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଏମସି ଭେଲୋର ଓ ଓଡିଶା ସରକାରଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା ।ଜିଲ୍ଲାରେ ବିଶେଷ କରି ଗ୍ରାମାଂଚଳରେ ବଂଶାନୁକ୍ରମିକ ଭାବେ ଏହି ଜଟିଳ ସିକିଲସେଲ ଏବଂ ଥାଲାସେମିଆ ରୋଗ ଦେଖିବାକୁ ମିଳୁଛି । ବିଗତ ଦିନରେ ସିକିଲସେଲ ରୋଗରେ ଅନେକ ରୋଗୀ ଥିବାର ଦୃଷ୍ଟିଗୋଚର ହୋଇଛି । ତେଣୁ ମୂଳରୁ କିପରି ଭାବେ ରୋଗର ଲକ୍ଷଣ ଏବଂ ରୋଗକୁ ନୀରାକରଣ କରାଯାଇ ପାରିବ ବିଶେଷ କରି ଭବିଷ୍ୟତ ସନ୍ତାନକୁ ସୁରକ୍ଷିତ ରଖିବା ପାଇଁ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇପାରିବ...

Prime Odisha July 30, 2021, 7:58 am     529 Views

୬୫ କେଜି ଗଞ୍ଜେଇ ସହ ବେପାରୀ ଗିରଫ : ବାଇକ ଜବତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ଈଶ୍ବର ତାଣ୍ଡି ଓ ଏସଆଇ ଅସିତ୍ କୁମାର ବଳବନ୍ତରାୟ ଓ ପୋଲିସ କର୍ମଚାରୀ ମାନେ ରାଞ୍ଚିବିଜୟଓ୍ବାର୍ଡା ଜାତୀୟ ରାଜ ପଥ ର ଗୌଡଗୁଡାଛକରେ ରାତ୍ରି ସମୟ ପାଟ୍ରୋଲିଂ କରୁଥିବା ବେଳେ ବୈପାରିଗୁଡା ପଟରୁ ଜୟପୁର ଆଡେ ଗୋଟିଏ ବାଇକ ଆସୁଥିବା ଦେଖି ବାଇକକୁ ଅଟକାଇଥିଲେ. ପରେ ବାଇକକୁ ଯାଞ୍ଚ କରିବା ବେଳେ ବାଇକ ପଛ ସିଟ୍ ରେ ୨ଟି ଜରି ବସ୍ତାରେ ଗଞ୍ଜେଇ ରହିଥିଲ ! ଗଞ୍ଜେଇଥିବା ଜାଣିବା ପରେ ପୋଲିସ ଥାନାକୁ ଆଣି ପଚରା ଉଚରା କରି ଘଟଣାକୁ ଗୁରୁତର ଭାବେ ନେଇ ଅଧିକ ତଦନ୍ତ ଆରମ୍ଭ କଲେ ଥାନା ଆଇଆଇସି ଆଇଆଇସି ଈଶ୍ବର ତାଣ୍ଡି ! ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତ...

Prime Odisha July 30, 2021, 7:52 am     754 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us