BREAKING

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ: ଖତିଆନରେ ପୂର୍ତ୍ତ ବିଭାଗର ବି ଜମି


ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାଜେନ୍ଦ୍ର କଲେଜ ଅକ୍ତିଆରେ ଥିବା ଜମି ଭିତରୁ କିଛି ଜମି ପୂର୍ତ୍ତ ବିଭାଗର ବି ରହିଛି। ଏଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ବି ଚିଠି ଲେଖି ଜମି ହସ୍ତାନ୍ତର କରିବାକୁ କହିଛନ୍ତି। କିନ୍ତୁ ଏଯାଏ ଛଅ ମାସରୁ ଅଧିକ ବିତିଯାଇଥିଲେ ବି ସେହି ପ୍ରକ୍ରିୟା ଆରମ୍ଭ ହୋଇନି। ଏପଟେ ବିଶ୍ୱବିଦ୍ୟାଳୟ ନାଁରେ ଜମି ନଥିଲେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଆସିଲେ ୟୁଜିସି ମାନ୍ୟତା ପାଇବାରେ ସମସ୍ୟା ଉପୁଜିପାରେ। ଏଣୁ ଆଗ୍ରାଧିକାର ଭିତ୍ତିରେ ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇଦେବା କଥା। କିନ୍ତୁ ଜମି ଯୋଗାଇବାରେ ପ୍ରଶାସନ ବିଳମ୍ବ କରୁଥିବାରୁ ବିଶ୍ୱବିଦ୍ୟାଳୟ ହେବାପରେ ବି ଜମିର ଖତିଆନରେ ନାଁଗନ୍ଧ କିଛି ବି ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୦ ମସିହା ଡିସେମ୍ବର ମାସରେ ରେଜିଷ୍ଟ୍ରାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପ୍ଲଟ ନଂ-୪୮୪ର ୦.୦୬୫ ଏକର(ରାସ୍ତା), ପ୍ଲଟ ନଂ-୪୮୫ର ୭.୬୬୫ ଏକର(ଘରବାରି) ଜମି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନାଁକୁ କରିବାକୁ ସେ ଅନୁରୋଧ କରିଥିଲେ। ଯେହେତୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଯାଞ୍ଚ କମିଟି ଆସିବେ ଏବଂ ଜମିର କାଗଜପତ୍ର ନିହାତି ଦାଖଲ କରିବାକୁ ପଡ଼ିବ, ଏହାକୁ ଜରୁରୀକାଳୀନ ଭାବରେ ହସ୍ତାନ୍ତର କରିବାକୁ ସେ ଚିଠିରେ ଉଲ୍ଲେଖ କରିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଚିଠି ପାଇବା ପରେ କେବଳ ନିଜ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ପଠାଇ ଦେଇ କାମ ସାରିଦେଇଛନ୍ତି। ଏଭଳି ଭାବରେ ପୂର୍ତ୍ତ ବିଭାଗ ନାଁରେ ଥିବା ଜମି ମଧ୍ୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଖକୁ ଆସି ନାହିଁ। ଏପଟେ ରାଜେନ୍ଦ୍ର କଲେଜ ଅକ୍ତିଆରରେ ଥିବା ସବୁ ଜମି ସରକାରୀ ଓ ପୂର୍ତ୍ତ ବିଭାଗ ଖାତାରେ ରହିଛି। ଏପଟେ ମାପଚୁପ କାମ ବି ଠିକ୍‌ରେ ଏଯାଏ ସରି ନାହିଁ। ୫୮.୪୯୫ଏକର ଜମି କଲେଜ ଅକ୍ତିଆରରେ ଥିବା କୁହାଯାଉଥିବାବେଳେ ତାହା ପ୍ରକୃତରେ ସେତିକି ଅଛି ନା ନାହିଁ ବି କାହାକୁ ଜଣାନାହିଁ। ଅନ୍ୟପଟେ ବିଶ୍ୱବିଦ୍ୟାଳୟ ସଂପ୍ରସାରଣ ତଥା ନୂଆ କ୍ୟାମ୍ପସ ପାଇଁ ୧୦୦ ଏକର ଜମିର ଆବଶ୍ୟକତା ଥିବାରୁ ତାହା ଯୋଗାଇଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେଣି। କିନ୍ତୁ ଏଯାଏ ତାହା ଚିହ୍ନଟ ହୋଇପାରି ନାହିଁ।

ତେବେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଖୁବ ଶୀଘ୍ର ଜମି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, କଲେଜ ଅକ୍ତିଆରରେ ଥିବା ଜମି ସହ ନିକଟରେ ଆଉ କିଛି ଜାଗା ବଛାଯାଇଛି। ନିକଟରେ ଜବରଦଖଲ ଉଚ୍ଛେଦ ବି କରାଯାଇଥିଲା। ସେଥିରୁ ୧୦ରୁ ୧୨ ଏକର ଜମି ବାହାରିବ। ଆଉ କିଛି ସ୍ଥାନ ବି ଚିହ୍ନଟ ହୋଇଛି। ଖୁବ୍‌ଶୀଘ୍ର ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇ ଦିଆଯିବ। ଏହାସହ ଦ୍ୱିତୀୟ କ୍ୟାମ୍ପସ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ ଉଭୟ କଥାବାର୍ତ୍ତା କରି ଯେଉଁଠି ଠିକ୍‌ ହୋଇପାରିବ ସ୍ଥାନ ଚିହ୍ନଟ କଲା ପରେ ସେହି ଜମି ବି ଯୋଗାଇ ଦିଆଯିବ। ମାସେ ଦୁଇ ମାସ ଭିତରେ ଜମି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା ପୂର୍ବରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ଖୁବ୍ ଭଲ ଫାଇଦା ହେବ ।...

Prime Odisha August 1, 2021, 4:19 am     527 Views

ରାଜଧାନୀ ସମେତ ରାଜ୍ୟର ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି। ଏହି ଜିଲ୍ଲାଗୁଡିକ ହେଉଛି କଟକ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କ ରହିଛି। ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିରାପଦ ସ୍ଥାନକୁ ସୁରକ୍ଷିତ ସ୍ଥାନକୁ ଯିବାକୁ କେନ୍ଦ୍ର ଲୋକଙ୍କୁ ପରାମର୍ଶ ଦେଇଛି।...

Prime Odisha August 1, 2021, 3:42 am     859 Views

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ ଦେଖିଥିଲେ । ଜରୁରିକାଳୀନ ଓ୍ୱାର୍ଡର ଏହି ଚିତ୍ର ମେଡିକାଲର ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତକାଲି ଏହି ଘଟଣା ଘଟିଥିଲା କୁହାଯାଉଛି । ରାତି ପାଖାପାଖି 9ଟାରେ ଏସସିବିରେ 15 ମିନିଟ ବିଜୁଳି କାଟ ହୋଇଥିଲା । ଏତିକିବେଳେ ଜରୁରିକାଳୀନ ଓ୍ୱାର୍ଡକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ନଥିଲା ବିକଳ୍ପ ବ୍ୟବସ୍ଥା । ଫଳରେ ଡାକ୍ତର ଟର୍ଚ୍ଚ ଆଲୁଅରେ ଏମର୍ଜ...

Prime Odisha August 1, 2021, 3:29 am     354 Views

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୬୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୯୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୬ ଜ...

Prime Odisha August 1, 2021, 9:22 am     209 Views

୧୦ ରାଜ୍ୟରେ ସଂକ୍ରମଣ ବଢ଼ୁଛି: ସ୍ଥିତି ସମୀକ୍ଷା କଲା କେନ୍ଦ୍ର, ୪୬ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ସଂକ୍ରମଣ ବଢ଼ୁଥିବାରୁ ଏହି ୧୦ଟି ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ‌ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ୪୬ ଜିଲ୍ଲା‌ରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ସପ୍ତାହ ଧରି ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କୋଭିଡ୍ କଟକଣା ବୃଦ୍ଧି କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୂଷଣ କହିଛନ୍ତି, କୌଣସି ପ୍ରକାର ଅବହେଳା କଲେ ସ୍ଥିତି ଆଗକୁ ଆହୁରି ବିଗି...

Prime Odisha August 1, 2021, 7:55 am     478 Views

ଅଗଷ୍ଟରେ ଆସିବ ୩୩ଲକ୍ଷରୁ ଅଧିକ ଡୋଜ୍

ଭୁବନେଶ୍ବର : ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯିବ। ଏହାସହ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଅନୁପାତ ଅନୁଯାୟୀ ୯ଲକ୍ଷ ୭୬ହହଜାର ୨୯୦ ଡୋଜ୍ ଟିକା ଉପଲବ୍ଧ ହେବ। ତେଣୁ ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ସଂଖ୍ୟାକୁ ମିଶାଇଲେ ଏହା ୪୩.୪୮ଲକ୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିରେ ‘କୋଭିସିଲ୍‌ଡ’ର ୨୯.୫୬ଲକ୍ଷ ଥିବା ବେଳେ କୋଭାକ୍ସିନ୍ ୪.୧୫ଲକ୍ଷ ଡୋଜ୍ ରହିଛି। ଅପରପକ୍ଷରେ ଚଳିତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦାୟ ୫୪.୯୨ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ଯୋଗାଇ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର ୩୦.୫୧ଲକ୍ଷ ଡୋଜ୍ ଟିକା ଦେବେ ବ...

Prime Odisha August 1, 2021, 7:52 am     168 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us