BREAKING

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୬୪୮ ଜଣ କରୋନା ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୩୩୫


ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୬୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୯ଜଣ, ବାଲେଶ୍ୱରରୁ ୮୩ ଜଣ, ବରଗଡ଼ରୁ ୧୭ ଜଣ, ଭଦ୍ରକରୁ ୭୭ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୫ ଜଣ, କଟକରୁ ୩୩୫ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୫୪ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୧୧ ଜଣ, ଜଗତସିଂହପୁରରୁ ୧୧୨ ଜଣ, ଯାଜପୁରରୁ ୧୧୩ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୫୦ ଜଣ, କେଉଁଝରରୁ ୨୧ ଜଣ, ଖୋର୍ଦ୍ଧାରୁ ୨୩୦ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରିରୁ ୩୫ ଜଣ, ମୟୁରଭଞ୍ଜରୁ ୭୭ ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ରୁ ୭୩ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୬୭ ଜଣ, ରାୟଗଡ଼ାରୁ ୨୧ ଜଣ, ସମ୍ୱଲପୁରରୁ ୨୪ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଓ ଷ୍ଟେଟ ପୁଲରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୫୫, ୯୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୩୦, ୪୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦, ୩୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

କରୋନା ପାଇଁ ଅଗଷ୍ଟ ୨ରୁ ୮ ତାରିଖ ଯାଏଁ ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରେଳବାଇର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମହାମାରୀକୁ ରୋକିବାକୁ ପାଇଁ ଅଗଷ୍ଟ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାତ ଯୋଡା ଟ୍ରେନକୁ ବାତିଲ କରାଯାଇଛି । ତିନି ଯୋଡ଼ା ବିଶେଷ ଟ୍ରେନ ଶନିବାର ଓ ରବିବାର ଦିନ ବାତିଲ୍ ରହିବ । ସେହିପରି ଏକ ଯୋଡ଼ା ଟ୍ରେନ ଆଂଶିକ ବାତିଲ୍ ହେବ । ଅଗଷ୍ଟ ୨ ତାରିଖରୁ ୮ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ ହେଲା : ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୫୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ ୦୮୪୩୮...

Prime Odisha July 30, 2021, 7:09 am     123 Views

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁଣୁପୁର ସହର ସମେତ ଭୀମପୁର ଓ ଅନ୍ୟ ଗ୍ରାମରୁ କିଛି ଦାଦନ କାମ କରିବାକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ କାମରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ । ଏମାନେ ଶୋଇଥିବା ସମୟରେ ଆଜି ଭୋରରୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଫଳରେ ସମସ୍ତ ୬ ଜଣ ଦାଦନ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥଲା । ଖବରପାଇ ଗୁଣ୍ଟୁର ଦମକଳ ବାହୀନି ପହଞ୍ଚି ମୃତଦେହ ...

Prime Odisha July 30, 2021, 7:07 am     656 Views

ଅଗଷ୍ଟ ୧ରୁ ଅନଲକ୍ ହେବନି ସାରା ଓଡ଼ିଶା ! ପରୋକ୍ଷରେ ଇସାରା କଲେ ଡିଏମଇଟି

ଭୁବନେଶ୍ୱର: ଆସନ୍ତା ୧ ତାରିଖର ସକାଳ ୬ଟାରେ ଶେଷ ହେଉଛି ତୃତୀୟ ପର୍ୟ୍ୟାୟ ଆଂଶିକ ଲକଡାଉନ୍ । ୧ ତାରିଖରୁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଅନଲକ ହୋଇ ନପାରେ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏଭଳି ଇସାରା ମିଳିଛି । ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେଲା ଭଳି ପରିସ୍ଥିତି ଉପୁଜିନାହିଁ । ଜିଲ୍ଲା ଅନୁଯାୟୀ ସ୍ଥିତିକୁ ଅନୁଧ୍ୟାନ କରି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଘୋଷଣା କରିବେ ରାଜ୍ୟ ସରକାର । କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ପାଞ୍ଚ ଶହ ଉପରେ ରହୁଥିଲା ଦୈନିକ ପଜିଟିଭ ସଂଖ୍ୟା । ଏବେ ଚାରି ଶହ ଭିତରେ ରହିଛି । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ ବୋଲି ଡିଏମଇଟି କହ...

Prime Odisha July 30, 2021, 5:57 am     449 Views

ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼଼ା ବିଧାୟକ

ଭୁବନେଶ୍ୱର: ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ ପରିକ୍ଷା ଦେଇଛନ୍ତି ଭଞ୍ଜନଗରର ସୋରଡ଼଼ା ବିଧାୟକ । ୪୯ ବର୍ଷୀୟ ସୋରଡ଼଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ ୫୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ନିର୍ଦ୍ଦି...

Prime Odisha July 30, 2021, 4:57 am     565 Views

ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର: ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମଦ କୁଡ଼ିଆ ଯୋଜନାକୁ ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଭିନ୍ନ ସଂଗଠନ ଏବଂ ଦଳୀୟ କର୍ମୀ ମାନେ ଏନେଇ ଆପତ୍ତି କରିବାରୁ ଏହି ନିଷ୍ପତିକୁ ବଦଳାଇ ଦିଆଯାଇଛି । ଓଟିଡିସି ପକ୍ଷରୁ ହୋଇଥିବା ଏହି ଯୋଜନାକୁ ଜୋରଦାର ବିରୋଧ କରିଥିଲା ବିଜେପି । ଏନେଇ ଅନେକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ରଖିବା ପରେ ଐତିହ୍ୟର ସହର...

Prime Odisha July 30, 2021, 4:49 am     253 Views

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ, ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅଂଚଳ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ବିହାର ଓ ଦକ୍ଷିଣ ଉତ୍ତରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ରିପୋର୍ଟ ଅନୁସାରେ ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ଗତ କାଲିଠାରୁ ବର୍ଷା ଲାଗି ରହିଛି ଓ ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ ମୟୁରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼ ଓ କେନ୍ଦ...

Prime Odisha July 30, 2021, 4:45 am     682 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us