BREAKING

ଯୋଡା ଓ ଚମ୍ପୁଆ ଜଳପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଯୋଡା ବିଜେଡି କାର୍ଯ୍ୟାଳୟରେ ରବିବାର ପୂର୍ବାହ୍ନ ୧୧ ଘଟିକାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା


ଯୋଡା: ଯୋଡା ବିଜେଡି କାର୍ଯ୍ୟାଳୟରେ ରବିବାର ପୂର୍ବାହ୍ନ ୧୧ ଘଟିକାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସଭାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇ ୧୦୪ କୋଟି ଟଙ୍କା ବ୍ୟୟରେ ଯୋଡା ପୌରାଞ୍ଚଳ ଓ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳକୁ ନିରବିଚ୍ଛିନ୍ନ ଜଳଯୋଗାଣ ନିମନ୍ତେ ପ୍ରକଳ୍ପ ଘୋଷଣା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାସହିତ ସରକାରଙ୍କର ବିଭିନ୍ନ ଜନହିତକାର ଯୋଜନା କିପରି ପ୍ରତି ଜନସାଧାରଣଙ୍କ ପାଖରେ ପହଞ୍ଚô ପାରିବ ସେଥିପାଇଁ ଦଳୀୟ କର୍ମୀ ମାନେ ତୃଣମୂଳ ସ୍ତରରୁ କାର୍ଯ୍ୟ କରି ସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ସଭାରେ ବିଧାୟିକାଙ୍କ ସମେତ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର,ଜିଲ୍ଲା ଯୁବ ବିଜେଡି ଉପସଭାପତି ସଞ୍ଜୀବ ପଲେଇ,ଜିଲ୍ଲା ଉପସଭାପତି ତଥା ପୂର୍ବତନ ଯୋଡା ନଗରପାଳ ରବୀନ୍ଦ୍ର କୁମାର ଦାସ,ଯୋଡା ନଗର ସଭାପତି ଚତୁର୍ଭୁଜ ପଲେଇ,ଜିଲ୍ଲା ସହ ସମ୍ପାଦକ ବାବୁଲାଲ ସାହୁ,ବରିଷ୍ଠ ନାଗରିକ ନୀଳମଣୀ ମହାନ୍ତି,ବରିଷ୍ଠ ବିଜେଡି କର୍ମୀ ଶୈଳେନ୍ଦ୍ର ଜୋରାଙ୍କ ସମେତ ଯୋଡା ପୌରାଞ୍ଚଳର ୧୪ଟି ୱାର୍ଡରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

TAGS : Joda, Keonjhar

କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଲାବୋରେଟୋରି ଟେକ୍ନିସିଆନ ସଙ୍ଘର କଳା ବ୍ୟାଜ ପିନ୍ଧି ନିରବ ପ୍ରତିବାଦ

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନମାନେ ୫ ଦଫା ଦାବୀ ନେଇ କଳାବ୍ୟାଜ ପରିଧାନ ପୂର୍ବକ ନୀରବ ପ୍ରତିବାଦ କରିଥିବା ଦେଖାଯାଇଛି । ରାଜ୍ୟ ସରକାର ଦୀର୍ଘଦିନର ଦାବିଗୁଡାକ ପ୍ରତି ଅଣଦେଖା କରୁଥିବାରୁ ଓଡିଶା ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ଆସୋସିଏସନ ,କୋରାପୁଟ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ, ଏଥିନେଇ ଉଦବେଗ ପ୍ରକାଶ ପାଇଥିଲା ବୋଲି ସଙ୍ଘର ସଭାପତି ସୁନିଲ କୁମାର ସୂଚନା ଦେଇଛନ୍ତି। ରାଜ୍ୟ ସଂଘର ଡାକରାରେ ୦୧ ତାରିଖଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରାଯିବ ବୋଲି ସେ ସାମ୍ବାଦିକାମାନଙ୍କୁ ସୂଚନା ଦେଇଛନ୍ତି । କଳାବ୍ୟାଜ ପରିଧାନ ପୂର୍ବକ କା...

Prime Odisha August 1, 2021, 8:11 am     682 Views

ବିଜୁ ଜନତା ଦଳର ସମ୍ବର୍ଦ୍ଧନା ସଭା

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଥିବାର ସୂଚନା ମାନ୍ୟବର ସାଂସଦ ପ୍ରତିନଧି ଶ୍ରୀ ସୁଶାନ୍ତ ବକ୍ସିଙ୍କ ଦ୍ୱାରା ଗଣ ମାଧ୍ୟମକୁ ଦିଆ ଯାଇଚି.ମାନ୍ୟବର ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଶ୍ରୀ ସୁଧୀର ଚନ୍ଦ୍ର ମହାନ୍ତିଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ସଭାରେ ନୂତନ ଭାବେ ନିଯୁକ୍ତ ସମସ୍ତ ଆଠଗୋଟି ପଞ୍ଚାୟତର ସଭାପତିଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କାରିବା ପରେ ପ୍ରତେକ ଗ୍ରାମପଂଚାୟତ ପାଇଁ ୱର୍ଡ କମିଟି ଗଠନ କରିବାର ଦାଇତ୍ୱ ନ୍ୟସ୍ତ କରାଯାଇ ପରବର୍ତ୍ତୀ କାଳରେ ସେହି ୱର୍ଡ କମିଟିକୁ ଅନୁମୋଦନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା.ଏହି ଅବସରରେ ମ...

Prime Odisha August 1, 2021, 7:34 am     632 Views

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ । ଆଜି ପ୍ରତିପକ୍ଷ ଚୀ...

Prime Odisha August 1, 2021, 6:44 am     552 Views

ଆତ୍ମ ସମର୍ପଣ କରିଥିବା ଦୁଇ ମହିଳା ନକ୍ସଲଙ୍କୁ ସହାୟତା ରାଶି ପ୍ରଦାନ

କୋରାପୁଟ: ଓଡ଼ିଶା ପୁଲିସ ନିକଟରେ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ଏସିସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସା ହୁଇକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାମେ ମାଡକାମୀ ଓ ତୁଲସା ହୁଇକାଙ୍କୁ ଦୁଇ ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ୯୮ ହଜାର ଟଙ୍କା ଲେଖାଏଁ ଘର, ଶିକ୍ଷା ଓ ବୈବାହିକ ଜୀବନ ପାଇଁ ପ୍ରଦାନ କରାଯାଇଛି । ରାମେ ଗତବର୍ଷ ଡିସେମ୍ବର ମାସରେ କୋରାପୁଟ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ୭ବର୍ଷ ପରେ ଗତ ଫେବ୍ରୁଆରୀ ମାସରେ ନିଜ ପରିବାରବର୍ଗଙ୍କ ନିକଟକୁ ଫେରିଥିଲେ । ଗତବର୍ଷ ଆନ୍ଧ୍ର ପ୍ରଦେଶ ପେଦା ବାଇଲୁ ଅଧୀନରେ ରହିଥିବା ଲାଣ୍ଡୁଲ ଗାଁରେ ପୁଲିସ-ମାଓ...

Prime Odisha August 1, 2021, 5:01 am     688 Views

ପ୍ରକଳ୍ପ ନାଁରେ ଟଙ୍କା ହଡପ ଅଭିଯୋଗ

ହାଟଡିହି : ମରେଇଗାଁ ପଞ୍ଚାୟତର ଦୁର୍ନୀତି ପହଞ୍ଚିଛି ଚରମ ସୀମାରେ । ଅତିଷ୍ଠ ହୋଇପଡ଼ିଲେଣି ପଞ୍ଚାୟତବାସୀ । ଦିନକୁ ଦିନ ଦୁର୍ନୀତି ଭାର ଅସହ୍ୟ ହୋଇପଡିଥିବା ବେଳେ ଏଠି ବିଭିନ୍ନ ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରକାଶ ଥାଉ କି, ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୟଦେବ ଜେନା, ପୁର୍ବତନ ବିଧାୟକ ଭୁବନାନନ୍ଦ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା ପ୍ରମୁଖ ଏହି ପଞ୍ଚାୟତର ଜଣେ ଜଣେ ମହାରଥୀ ଥିଲେ । ଏହି ପଞ୍ଚାୟତରୁ ଅନେକ ବରିଷ୍ଠ ଅଧିକାରୀ, ନେତାମନ୍ତ୍ରୀ ଥାଇ ସୁଦ୍ଧା ଦୁଃଖର ବିଷୟ ଆଜିଯାଏଁ ଏହି ପଞ୍ଚାୟତରେ ସେମିତି ଆଖି ଦୃ...

Prime Odisha August 1, 2021, 4:57 am     669 Views

ବାପା ରୋଷେୟା, ପୁଅ ପାଇଲେ ISS ଚାକିରି

ଢେଙ୍କାନାଳ: ଗରିବ ହୋଇଥିଲେ ବି ଉଚ୍ଚଶିକ୍ଷାରେ କୌଣସି ବାଧା ସୃଷ୍ଟି ହୋଇନଥିଲା । ବାପା ଜଣେ ରୋଷେୟା । କିନ୍ତୁ ପୁଅ ତାଙ୍କ ଟେକ ରଖିଛନ୍ତି । ରୋଷେୟାଙ୍କ ପୁଅ ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଅଞ୍ଚଳର ତଳବେରଣା ଗାଁର ପ୍ରଭାତ କୁମାର ଦାସ । ୨୦୦୫ ମସିହା ପରେ ଏହି ସଫଳତା ପାଇବାରେ ସେ ହେଉଛନ୍ତି ଏକମାତ୍ର ଓଡ଼ିଆ । ପ୍ରଭାତଙ୍କ ବାପା ପ୍ରଫୁଲ୍ଲ ଜଣେ ରୋଷେୟା । ଉପାର୍ଜିତ ଅର୍ଥରୁ ଯାହା ମିଳେ ସେଥିରେ ପରିବାର ଚଳାଇବା ସହ ପୁଅର ପଢ଼ା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼େ । ଅଭାବ ଭିତରେ ବି ସବୁବେଳେ ଦୃଢ଼ମନା ପ୍ରଭାବ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥିଲେ । ୨୦୦୬ ମସିହାରେ ସାଆନ୍ଦା ହାଇ...

Prime Odisha August 1, 2021, 3:38 am     596 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us