BREAKING

ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା

ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା


ଉତ୍ତରପ୍ରଦେଶ : ମହାମାରୀ କରୋନା କାରଣରୁ ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା । ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ଯାତ୍ରା ନିଷ୍ପତ୍ତିରୁ ଓହରିଛନ୍ତି ଆୟୋଜକ । କମିଟିକୁ ରାଜ୍ୟ ସରକାର ଯାତ୍ରା ବନ୍ଦ କରିବା ଲାଗି ଅନୁରୋଧ କରିବା ପରେ ଯାତ୍ରା ନିଷ୍ପତ୍ତିରୁ ଓହରିଛି କମିଟି । ତେବେ ସୋମବାର ସୁଦ୍ଧା ଯାତ୍ରା ବନ୍ଦ ନେଇ କୌଣସି ନିଷ୍ପତ୍ତି ନିଆ ନଗଲେ ନିଜ ଆଡୁ ହସ୍ତକ୍ଷେପ କରିବା ଲାଗି ସୁପ୍ରିମକୋର୍ଟ ଚରମବାଣୀ ଶୁଣାଇବା ପରେ ମୁଣ୍ଡ ନୂଆଇଁଛନ୍ତି ଆୟୋଜକ ।

କୋଭିଡ କାଳରେ ଯାତ୍ରା ବନ୍ଦ କରିବା ଦିଗରେ ଯୋଗୀ ଆଦିତ୍ୟନାଥ ସରକାର ପଦକ୍ଷେପ ନେଉ ନଥିବାରୁ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ହୋଇଥିଲେ । ସୂଚନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ନବନିତ ସେହଗଲ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହି ଯାତ୍ରା ବନ୍ଦ କରିବା ଲାଗି କନଓ୍ବର ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୫ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ପ୍ରତିବର୍ଷ ପ୍ରାୟ ୩ କୋଟି ଭକ୍ତ ଏହି ଯାତ୍ରାରେ ସାମିଲ ହେଉଥିଲେ । ହେଲେ ଚିଳିତ ବର୍ଷ କରୋନା କାରଣରୁ କନଓ୍ବର ଯାତ୍ରାକୁ ବନ୍ଦ କରାଯାଇଛି ।
TAGS : UP, KANWAR YATRA

ବିଦ୍ୟୁତ ଆଘାତରେ ୬ ଦାଦନଙ୍କର ମୃତ୍ୟୁ

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ରେପାଲରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ରେ ସର୍ଟ ସର୍କିଟ ଯୋଗୁଁ ୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁଣ୍ଟୁର ଜିଲ୍ଲା ଅଧୀକ୍ଷକ ପୋଲିସ ଏସ.ପି ବିଶାଳ ଗୁନି କହିଛନ୍ତି ଯେ ଏହି ଦୁର୍ଘଟଣା ବିଦ୍ୟୁତ୍ ସର୍ଟ ସର୍କିଟ ଦ୍ୱାରା ଘଟିଥିବା ଦୁର୍ଘଟଣା। ଗୁନି କହିଛନ୍ତି, "ଆମର କ୍ଲୁସ୍ ଟିମ୍ ଫୋରେନସିକ୍ ପ୍ରମାଣ ସଂଗ୍ରହ କରିବା ପାଇଁ ଘଟଣାସ୍ଥଳରେ ଅଛନ୍ତି। କିଛି ବ୍ଲିଚିଂ ପାଉଡର ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା। ବିଭିନ୍ନ ଦିଗରୁ ମାମଲାର ଅନୁସନ୍ଧାନ କରୁଛୁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର କାରଣ ଜାଣିବା ପାଇଁ ଆମେ ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ବିଭାଗର...

Prime Odisha July 30, 2021, 6:18 am     469 Views

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧି ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ମହନିର୍ଦ୍ଦେଶକ (ଡିଜିସିଏ) ପକ୍ଷରୁ ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା । ବର୍ତ୍ତମାନ ଏହି କଟକଣା ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ତେବେ କିଛି ଅନ୍ତର୍ଜାତୀୟ ବିମାନ ନିର୍ଦ୍ଧାରିତ ରୁଟରେ ଚଳାଚଳ କରିପାରିବ ବୋଲି ଡିଜିସିଏଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, କୋଭିଡ୍ କାରଣରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗତ ମାର୍ଚ୍ଚ ୨୩ରୁ କଟକଣା ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ଥର ଏହି କଟକଣା ଅବଧିକୁ ବୃଦ୍ଧି କରା...

Prime Odisha July 30, 2021, 5:00 am     376 Views

ନିର୍ମାଣ ହଉଚି ସ୍ମାର୍ଟ କ୍ଲାସ, ମୋ ସ୍କୁଲ କମିଟି ବୈଠକ

କୋଟପାଡ଼. : ସାରରକାରୀ ସ୍କୁଲର ଆଧୁନିକୀ କରଣ ତଥା ଅଧିକରୁ ଅଧିକ ପିଲାଙ୍କୁ ଏଥିପ୍ରତି ଅକୃଷ୍ଟକରି ମାଗଣା ଶିକ୍ଷା ଦେବାରେ ସରକାରଙ୍କ ପ୍ରୟାସ ରେ "ମୋ ସ୍କୁଲ ଅଭିଯାନ" ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ କଟପାଡ଼ର ସଭାଗୃହରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦିନି ବିଶ୍ୱାଳଙ୍କ ଆବାହନକ୍ରମେ ସଭାପତି dr.ଗଣେଶ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି.ସରକାରଙ୍କ ଅନୁଦାନ କ୍ରମେ ଆସିଥିବା 45ଲକ୍ଷ ଟଙ୍କା ରୁ 20 ଲକ୍ଷ ଟଙ୍କାର ଟେଣ୍ଡର କାମ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ମାଧ୍ୟମରେ ସରିଥିବା ବେଳେ ଏହି ପର୍ଯ୍ୟାୟରେ ସ୍କୁଲରେ ଏକ ସ୍ମାର୍ଟ ...

Prime Odisha July 30, 2021, 4:34 am     259 Views

ନିରାଶ କଲେ ଦୂତୀ

ସାରା ଓଡିଶା ଦୂତୀ ଙ୍କ ଠାରୁ ପଦକ ପାଇବା ଆଶାରେ ଚାହିଁ ବସିଥିବା ବେଳେ *୧୦୦ ମିଟର ହିଟ୍‌ରେ ନିରାଶ କଲେ ଦୂତୀ ଚାନ୍ଦ, ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ.* ...

Prime Odisha July 30, 2021, 4:18 am     723 Views

ପରିଚୟ ଯାଞ୍ଚ କରିବା ପରେ ତାଲିବାନ୍‌ମାନେ ଭାରତୀୟ ଫଟୋସାମ୍ବାଦିକ ଡେନିସ୍ ସିଦ୍ଦିକ୍ବିଙ୍କୁ ହତ୍ୟା କରିଥିଲେ: ରିପୋର୍ଟ

ୱାସିଂଟନ୍: ଆଫଗାନିସ୍ତାନରେ କ‌ୌଣସି ଗୁଳିବିନିମୟ କିଂବା ଆକସ୍ମିକ ଭାବେ ଆହତ ହୋଇ ‘ପୁଲିଜର୍‌ ପୁରସ୍କାର ବିଜୟୀ ଭାରତୀୟ ଫଟୋ-ସାମ୍ବାଦିକ ଡେନିସ୍ ସିଦ୍ଦିକ୍ବିଙ୍କର ମୃତ୍ୟୁ ଘଟିନାହିଁ। ତାଙ୍କର ପରିଚୟ ଯାଞ୍ଚ କରିବା ପରେ ତାଲିବାନ୍‌ମାନେ ତାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା କଥା ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି। ମୃତ୍ୟୁ ସମୟରେ ୩୮ ବର୍ଷିୟ ସିଦ୍ଦିକ୍ବିଙ୍କୁ ଆଫଗାନିସ୍ତାନରେ କାମ ଦିଆଯାଇଥିଲା। କାନ୍ଦାହାର ସହରର ସ୍ପିନ୍‌ ବୋଲଦାକ୍ ଜିଲ୍ଲାରେ ଆଫଗାନ ସେନା ଓ ତାଲିବାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ବିବରଣୀ ସଂଗ୍ରହ କରୁଥିବା ବେଳେ ପୁରସ୍କାର ବିଜୟୀ ସାମ୍ବାଦ...

Prime Odisha July 30, 2021, 8:47 am     905 Views

ଡେଲ୍‌ଟା ଯୋଗୁଁ ବିଶ୍ବବ୍ୟାପୀ କ୍ଷିପ୍ର ସଂକ୍ରମଣ, ୫ ରାଷ୍ଟ୍ରରେ ଭୟଙ୍କର ସ୍ଥିତି

ନୂ୍ଆଦିଲ୍ଲୀ : କରୋନାଭୂତାଣୁର ଡେଲ୍‌ଟା ପ୍ରଜାତି ଯୋଗୁଁ ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ ବଢ଼ିବା ସହ କରୋନା ମୃତ୍ୟୁ କମିଥିବାରୁ ୟୁରୋପ୍‌ ଏବଂ ଦକ୍ଷିଣ ଆମେରିକାରେ ଅନେକ ରାଷ୍ଟ୍ର କୋଭିଡ୍‌ କଟକଣା କୋହଳ କରିଛନ୍ତି। କିନ୍ତୁ ଡେଲ୍‌ଟା ଯୋଗୁଁ କିଛି ରାଷ୍ଟ୍ରରେ ଭୟଙ୍କର ଭାବେ ସଂକ୍ରମଣ ବଢ଼ିଛି। ୫ଟି ରାଷ୍ଟ୍ରରେ ଡେଲ୍‌ଟା ସଂକ୍ରମଣ ବୃଦ୍ଧିର ପ୍ରମୁଖ କାରଣ ହୋଇଛି। ଆମେରିକାରେ ୫୭ ପ୍ରତିଶତ ଲୋକ ଗୋଟିଏ ଡୋଜ୍‌ ଟିକା ନେଇଥିଲେ ସୁଦ୍ଧା ଆମେରିକାରେ ଡେଲ୍‌ଟା ପାଇଁ ସଂକ୍ରମଣ ବୃଦ୍ଧି ହୋଇଛି। ଆାମେରିକା ଏବେ ଦୈନିକ ସଂକ୍ରମଣ ମାମଲାରେ ଭାରତକୁ ଟପିଯାଇଛି। ଗତ ୨ ସପ୍ତାହ ମଧ୍ୟରେ ଆମେରିକାରେ ଯେଉଁ ନମୁନା ସିକ୍ବେନ୍ସ କ...

Prime Odisha July 30, 2021, 8:45 am     420 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us