BREAKING

ଶସ୍ତା ହେଲା ପାୱାର ଅଫ୍ ଆଟର୍ଣ୍ଣି


ଭୁବନେଶ୍ବର : ରାଜ୍ୟ ସରକାର ଶନିବାର ଦିନ ଜମି/ଘର କିଣାବିକା ପାଇଁ ହେଉଥିବା ପାୱାର ଅଫ୍ ଆଟର୍ଣ୍ଣିକୁ ଶସ୍ତା କରିଛନ୍ତି। ପାୱାର ଅଫ୍ ଆଟର୍ଣ୍ଣି ଦେବା ସମୟରେ ଲାଗୁଥିବା ୫% ଷ୍ଟାମ୍ପ୍‌ ଡ୍ୟୁଟିକୁ କମାଇ ୨% କରିଛନ୍ତି। ଏହା ପରେ ଗୃହ ନିର୍ମାଣ ତଥା ବା ସୋପଯୋଗୀ କରିବା ପାଇଁ ଚୁକ୍ତିପତ୍ର (କନଭେୟାନ୍ସ ଡିଡ୍‌) କଲେ ୫% ବଦଳରେ ଏହା ବାବଦକୁ ହଜାରେ ଟଙ୍କା ଦେବାକୁ ପଡ଼ିବ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ସରକାରଙ୍କ ଏହି ନିୟମ ଦ୍ବାରା ଜମି ଓ ଘର ଦାମ୍ ଟିକେ କମିବ। ଡେଭଲପର୍ସମାନଙ୍କ ଉପରୁ ଆର୍ଥିକ ଚାପ କମିଲେ ଏହାର ସୁଫଳ ଲୋକ ପାଇବେ ବୋଲି କୁହାଯାଇଛି। ଏହା ସହ ପାୱାର ଅଫ୍ ଆଟର୍ଣ୍ଣି ନିୟମରେ କୋହଳ କରାଯାଇଛି। ପୂର୍ବରୁ କେବଳ ସ୍ତ୍ରୀ, ପୁଅ, ବାପା, ମା’ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦେବାର ନିୟମ ଥିବା ବେଳେ ଏବେ ଏଥିରେ ବୋହୂ, ନାତି, ନାତୁଣୀ, ଜେଜେ ବାପା, ଜେଜେ ମା’ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ନାମରେ ପାୱାର ଅଫ୍ ଆଟର୍ଣ୍ଣି କଲେ ମାତ୍ର ହଜାରେ ଟଙ୍କା ଦେବାକୁ ପଡ଼ିବ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିର୍ମାଣକାରୀ ସଂସ୍ଥା ଓ ଜମି ମାଲିକଙ୍କ ମଧ୍ୟରେ ଆବଶ୍ୟକ ହେଉଥିବା ଦୁଇ ପ୍ରକାରର ଦଲିଲ୍‌ ଯଥା ଭୂ-ସମ୍ପତ୍ତି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତାପତ୍ର (ପାୱାର ଅଫ୍‌ ଆଟର୍ଣ୍ଣି) ଏବଂ ଗୃହ ନିର୍ମାଣ ତଥା ବାସୋପଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର (ଡେଭଲପମେଣ୍ଟ ଏଗ୍ରିମେଣ୍ଟ)କୁ ହସ୍ତାନ୍ତରଣ ପତ୍ର (କନଭେୟାନ୍ସ ଡିଡ୍‌) ରୂପେ ବିଚାର କରି ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯାଉଥିଲା। ଏହି ଦୁଇ ପ୍ରକାରର ଦଲିଲ୍ ନିବନ୍ଧନ କରିବା ବ୍ୟୟବହୁଳ ହେଉଥିବାରୁ ସ୍ବଳ୍ପ ସଂଖ୍ୟକ ଚୁକ୍ତି ପତ୍ର ଓ କ୍ଷମତା ପତ୍ର ନିବନ୍ଧନ ହେଉଥିଲା। ଏହାଦ୍ବାରା ଜମି ଓ ଗୃହ କିଣାବିକା ତଥା ନିର୍ମାଣ ସମୟରେ ଆଇନଗତ ଜଟିଳତା ଦେଖାଦେଉଥିଲା। ପ୍ରସ୍ତାବିତ ଷ୍ଟାମ୍ପ ଆଇନ ସଂଶୋଧନ, ନିବନ୍ଧିତ ଦଲିଲ୍ ସଂଖ୍ୟାକୁ ବୃଦ୍ଧି କରିବାରେ ଏହା ସହାୟକ ହେବା ସହ ଆଇନଗତ ସମସ୍ୟା ଦୂର ହେବ। ପ୍ରସ୍ତାବିତ ସଂଶୋଧନ ଦ୍ବାରା ଭୂ-ସମ୍ପତ୍ତି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତାପ୍ରାପ୍ତ ଏବଂ ଗୃହ ନିର୍ମାଣ ତଥା ବାସପୋଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର ପାଇଁ ଷ୍ଟାମ୍ପ ଦେୟ ୨% ଧାର୍ଯ୍ୟ କରାଯାଇଛି। ଏଥିରେ ପୂର୍ବରୁ ଥିବା ଆଉ ୨% ଫି’ ମିଶାଇ ପଞ୍ଜୀକରଣ ହେବ। ସେହିପରି ସମାନ ପକ୍ଷଙ୍କ ମଧ୍ୟରେ ଏବଂ ଏକା ସମ୍ପତ୍ତି ଉପରେ କ୍ଷମତା ପତ୍ର ଓ ଚୁକ୍ତି ପତ୍ର ଭଳି ଦୁଇ ପ୍ରକାରର ଦଲିଲ୍‌ ସମ୍ପାଦନ କଲେ, ଦ୍ବିତୀୟ ଦଲିଲ୍‌ରେ ‌ଷ୍ଟାମ୍ପ ଦେୟ ମାତ୍ର ହଜାରେ ଟଙ୍କା ପଡ଼ିବ। ଏହା ସହ ସମ୍ପତ୍ତିର ବିକ୍ରୟ ନିମିତ୍ତ ଚୁକ୍ତି କ୍ଷେତ୍ରରେ ପୂର୍ବରୁ ଦିଆଯାଇଥିବା ଷ୍ଟାମ୍ପ ଦେୟ ଚୁକ୍ତିନାମା ଅନୁସାରେ ସେହି ବ୍ୟକ୍ତି ବିକ୍ରୟ କବଲା ସମ୍ପାଦନ କରିବା ସମୟରେ ଦଲିଲ୍‌ରେ ଦେବାକୁ ପଡ଼ୁଥିବା ଷ୍ଟାମ୍ପ ଦେୟ ସହ ଆଡଜଷ୍ଟମେଣ୍ଟ କରାଯିବ। ଏହାଦ୍ବାରା ବହୁ ବିଲଡର୍ସ, ଡେଭଲପର୍ସ, ଜମି ବିକୁଥିବା ଲୋକ ଉପକୃତ ହେବେ। କିନ୍ତୁ ଜମି ‌ସେଲଡିଡ୍ ସମୟ‌ରେ ପୂର୍ବରୁ ଯେଉଁ ନିୟମ ଥିଲା ତାହା ଏବେ ବି ଲାଗୁ ହେବ। ସେହିପରି ରାଜସ୍ବ ବୃଦ୍ଧି ନିମନ୍ତେ ପୂର୍ବନିବନ୍ଧିତ ଦଲିଲ୍‌ର ପ୍ରମାଣିତ ନକଲ ପ୍ରାପ୍ତି ପାଇଁ ଷ୍ଟାମ୍ପ ଦେୟ ୧୦ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।

ଅପରପକ୍ଷେ ଆଜି କ୍ୟାବିନେଟ୍‌ ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଯେଉଁମାନେ ପୂର୍ବର ମାନ୍ଦ୍ରାଜ ଇଷ୍ଟେଷ୍ଟ୍ ଅଞ୍ଚଳରେ ରହୁଥିଲେ ସେମାନଙ୍କ ପାଇଁ ଜମି ଦଖଲ ନିୟମ କୋହଳ ହୋଇଛି। ୨୦୧୮ ପୂର୍ବରୁ ଦଖଲରେ ଥିବା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମିକୁ ଦଖଲକାରୀଙ୍କ ନାମରେ ପଞ୍ଜୀକରଣ କରାଯିବ। ଏଥିପାଇଁ ସେମାନେ ଆବେଦନ କରିବେ। ଏହାଦ୍ବାରା ଗଞ୍ଜାମ, ଗଜପତି, କୋରାପୁଟ ଭଳି ଜିଲ୍ଲାର ବହୁ ଲୋକ ଉପକୃତ ହେବେ। ଓଡ଼ିଶା ଅଧିନିୟମ ୧, ୧୯୯୧‌ରେ ଥିବା ଅସଙ୍ଗତିକୁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ଆଇନ,୨୦୦୯ ଦ୍ବାରା ହଟାଇ ଦିଆଯାଇଛି। ୨୬.୦୨.୨୦୦୬ (ନିଯୁକ୍ତି ତାରିଖ) ପରେ, ଏହି କ୍ଷେତ୍ରରେ ଅନେକ ଜମି କାରବାର କିମ୍ବା ହସ୍ତାନ୍ତର ହେବା ସହ ବିକ୍ରି ହୋଇଥିବାରୁ ନିଯୁକ୍ତି ତାରିଖ ଅବଧି ଉପଯୁକ୍ତ ଭାବେ ବଢ଼ାଯାଇଛି। ଓଜିଏଲ୍‌ଏସ୍‌ ଅଧିନିୟମର ଧାରା ୩ର ଉପଧାରା (୪)ର ସଂଶୋଧନ ଦ୍ବାରା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମି ଦଖଲ କରୁଥିବା ବ୍ୟକ୍ତିଙ୍କୁ ଲିଜ୍ ଆଧାରରେ କିମ୍ବା ପ୍ରସ୍ତାବିତ ଆଇନ ଆରମ୍ଭ ହେବାର ତିନି ବର୍ଷ ପୂର୍ବରୁ ଦଖଲରେ ଥିବା ବ୍ୟକ୍ତି ବା ଉତ୍ତରାଧିକାରୀଙ୍କ ସପକ୍ଷରେ ସରକାରଙ୍କୁ ଧାର୍ଯ୍ୟ ଅନୁଯାୟୀ ଏହାର ଦେୟ ପ୍ରଦାନ କରି ସ୍ଥାନାନ୍ତର ଯୋଗ୍ୟ ଅଧିକାର ସହିତ ସ୍ଥାୟୀ ଭାବରେ ହସ୍ତାନ୍ତର ହୋଇପାରିବ। ଏହା ସହ ଉପରୋକ୍ତ ଜମିର ଦଖଲରେ ଥିବା ଯେକୌଣସି ବ୍ୟକ୍ତି ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଆଧାରରେ ଆବେଦନ କରିବେ ଏବଂ ଆବେଦନ କରିବାରେ ବିଫଳ କ୍ଷେତ୍ରରେ ଜମିକୁ ସରକାରୀ ଖାତାରେ ପୁନଃ ଫେରାଇ ଆଣିବେ।

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     699 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     213 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     609 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     357 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     105 Views

ବୋଡିଗାଁରେ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ

ଜୟପୁର:ଅଭିବକ୍ତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ।ଏହି ଚାଷ କରି ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କ ପେଟକୁ ଦାନା ଯୋଗାଇଥାନ୍ତି।ଚାଷ ପାଇଁ ପାଣିପାଗ ଅନୁକୂଳ ହେବା ଅପରିହାର୍ଯ୍ୟ।ଭବିଷ୍ୟତର ପାଣିପାଗକୁ ଜାଣିବା ପାଇଁ ଅଞ୍ଚଳ ଅନୁସାରେ ବାଲିଯାତ୍ରା ଅନୁଷ୍ଠିତ ହେଇଥାଏ ।ଏହି ପର୍ବ ରେ ଏକ ନିର୍ଦ୍ଧିଷ୍ଟ ଜାଗାରୁ ବାଲି ସଂଗ୍ରହ କରି ହୁଣ୍ଡି ବା ବାଲି ଘରେ ଶତାଧିକ ଚାଙ୍ଗୁଡ଼ି ରେ ବିହନ ବୁଣିଥାନ୍ତି ଆଦିବାସୀ ସଂପ୍ରଦାୟ। କିଛି ଦିନ ପରେ ସେଥିରୁ ଗଜା ହୁଏ। ଏପରିକି ଆଶ୍ଚର୍ଯ୍ୟ ଜନକ ଭାବେ ଉଷୁନା ଚାଉଳ ବି ଗଜା ହୁଏ ଆଦିବାସୀ ଶିରା ବା ପୂଜକଙ୍କ ତତ୍ତ୍ବାବଧାନରେ ।ଏହି ଆଧାରରେ ଶିରା ବା ଗାଁ ହୁଣ୍ଡି ପୂଜକ ତଥା ତାଙ...

Prime Odisha April 18, 2022, 11:13 am     227 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପ...

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us