BREAKING

ସେପ୍ଟେମ୍ବରରେ ପହଞ୍ଚିବ ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ପ୍ରଥମ ରାଫେଲ ବିମାନ ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ଫ୍ରାନ୍ସରେ ହିଁ ଏହି ବିମାନର ଡେଲିଭରୀ ନିଆଯିବ ଓ ଏହାପରେ ତାହାକୁ ଭାରତ ଅଣାଯିବ । ପରବର୍ତ୍ତି ସମୟରେ ଅଧିକ ସଂଖ୍ୟକ ରାଫେଲ ବିମାନ ଆସିଲେ ଏଗୁଡ଼ିକୁ ହରିୟାନାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମପୁରାଠାରେ ମୃତୟନ କରାଯିବାର ସମ୍ଭାବନା ରହିଛି । ଗତ ଡିସେମ୍ବର ମାସରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ଏ ସଂପର୍କରେ ନ୍ୟୁଜ ଏଜେନ୍ସି ଏଏନଆଇ ଏକ ରିପୋର୍ଟ ପ୍ରକାଶ କରିଛି । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]


More News

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us