BREAKING

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ


ନୂଆଦିଲ୍ଲୀ:୩୦ ବର୍ଷ ପରେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ୟନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ଜ୍ୟୋତିରାଦିତ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାର ବେଳେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଥିଲେ । ଏବେ ସେ ଏହି ବିଭାଗ ଦାୟିତ୍ୱ କିଭଳି ତୁଲାଇବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପି ଯୋଗ ଦେଇଥିଲେ । ତାଙ୍କ ଯୋଗୁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଥିଲା ।
TAGS : Newdehli, jyotiraditya, cabinet, politics

ବିନା ଚନ୍ଦ୍ରରେ କୋଟପାଡ଼ କଂଗ୍ରେସ

କୋଟପାଡ଼ :ନିଜ ନିର୍ବାଚନ ମଣ୍ଡଳୀର ହଜାର ହଜାର ଭୋଟର ମାନଙ୍କ ନଜରରେ ଥିବା ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝୀ ଗତ ଚଉଦ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେବା ଏବଂ କେବଳ ଗୋଟିଏ ଦିନ ପରେ ବିଜୁ ଜନତା ଦଳରେ ସାମିଲ ହେବା ନେଇ ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କୋଟପାଡ଼ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଖାତାରେ ଅଞ୍ଚଳକୁ ବିରୋଧୀ ଶୂନ୍ୟ କରିବାର ଶ୍ରେୟ ଯୋଡି଼ ହେବାର ଦେଖା ଦେଇଛି.ଏହି ପରିସ୍ଥିତିରେ ଚନ୍ଦ୍ରଙ୍କ ଉଦରବାଦୀ ନୀତି ଅନେକ ପ୍ରଶଂସକ ଓ ସମର୍ଥକଙ୍କ ଭିଡ ଆଗରୁ ଜମାଇଥିବା ବେଳେ ବିଜୁ ଜନତା ଦଳର କୋଟପାଡ଼ ଛାଉଣୀ ବେଶ ଖୁସିରେ ଥିବାର ଦେଖା ଦେଇଛି. ସର୍ବ ଭାରତୀୟ ସ୍ତର...

Prime Odisha September 23, 2021, 7:16 am     278 Views

ଗୃହ ବାହାରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ଗୃହ ବାହାରେ ଗଣମାଧ୍ୟମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। କିନ୍ତୁ କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି। ଖଣି ଦୁର୍ନୀତି ଆଲୋଚନାରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକବାଜି କରୁଛି। ଯେଉଁଠି ସ୍ୱର ଉତ୍ତୋଳନ କରିବା କଥା ସେଠି ବିଜେଡିକୁ ଖୋଜିଲେ ମିଳୁନାହିଁ। ମରୁଡ଼ି ଆଲୋଚନା ବେଳେ ରାଜ୍ୟରେ ସରକାର ମରୁଡି ଘୋଷଣା କରିବାକୁ କଂଗ୍ରେସ ଦାବି କରିଥିଲା। କିନ୍ତୁ ସେହି ସମୟରେ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମରୁଡ଼ି ହୋଇ ନାହିଁ, ବର୍ଷା ସମ୍ଭାବନା ରହିଛି...

Prime Odisha September 10, 2021, 7:17 am     989 Views

କାଲି ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ସପ୍ତାହ ପରେ ଆସନ୍ତାକାଲି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ‌ାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ତାଲିବାନ ସରକାର ଗଠନ କରିବ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧୫ ରେ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା। ଏହି ସପ୍ତାହରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଦେଶକୁ ନିୟନ୍ତ୍ରଣକୁ ନେଇଥିବା ଇସଲାମୀୟ ମିଲିଟାଣ୍ଟ ଗ୍ରୁପ୍‌ ନୂତନ ସରକାର ଗଠନକୁ ସମ୍ପୂର୍ଣ୍ଣ ସାମ୍ରାଜ୍ୟରେ ଶାସନ କରିବାକୁ ଅପେକ୍ଷା କରିଛି। ଆମେରିକାର ଆଫଗାନିସ୍ତାନରୁ ପ୍ରତ୍ୟାହାର ପରେ ତାଲିବାନ ସେମାନଙ୍କ ବିଜୟରେ ଆନନ୍ଦିତ ହୋଇ ଦଶନ୍ଧି ଧରି ଯୁଦ୍ଧ ପରେ ଦେଶରେ ଶ...

Prime Odisha September 2, 2021, 6:02 am     471 Views

ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ କାଶ୍ମୀରରୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ମାଲି କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦରେ ରହିଛି ଏବଂ ଏଥିପାଇଁ କ୍ୟାପଟେନ ଅମରିନ୍ଦରଙ୍କ ସମେତ ଅନେକ ଲୋକଙ୍କୁ ସେ ଦାୟୀ କରିଛନ୍ତି। ସିଦ୍ଧୁଙ୍କୁ ଲେଖାଯାଇଥିବା ଚିଠିରେ ମାଲବିନ୍ଦର ସିଂ ମାଲି କହିଛନ୍ତି ଯେ ମୁଁ ପରାମର୍ଶ ଦେବା ପାଇଁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଦେଇଥିବା ସମ୍ମତି ପ୍ରତ୍ୟାହାର କରିନେଉଛି। ମାଲି ତାଙ୍କ ବିବୃତ୍...

Prime Odisha August 27, 2021, 4:21 am     152 Views

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ନାଁରେ ମାମଲା ରୁଜୁ; ହୋଇପାରନ୍ତି ଗିରଫ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ପୁଣେର ଚତୁରାଶ୍ରୀଙ୍ଗୀ ପୋଲିସ ଷ୍ଟେସନରେ ଯୁବ ସେନାଙ୍କ ଦ୍ୱାରା ଏକ ଏଫଆଇଆର ଦାଖଲ କରାଯାଇଛି। ଆଇପିସିର ଧାରା ଅନୁଯାୟୀ ୧୫୩ ଏବଂ ୫୦୫ ଅନୁଯାୟୀ ରାଣେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୋମବାର ଏକ ଅଭିଭାଷଣରେ ରାଣେ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ। ବାସ୍ତବରେ, ଜନ ଆଶୀର୍ବାଦ ଯାତ୍ରା ସମୟରେ ରାଣେ କହିଥିଲେ, ‘ସ୍ୱାଧୀନତା ବର୍ଷ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣି ନ ଥିବାରୁ ଏହା ଲଜ୍ଜାଜନକ ବିଷୟ। ତାଙ୍କ ...

Prime Odisha August 24, 2021, 10:36 am     629 Views

ରେଳ ମନ୍ତ୍ରୀଙ୍କ ଗସ୍ତ ମାଟି ପାଇଁ ନୁହଁ, ପାର୍ଟି ପାଇଁ : ସପ୍ତଗିରି

କୋରାପୁଟ: ୧୮/୮/୨୧ ଆସନ୍ତା ୨୦ ତାରିଖରେ କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗ୍ରସ୍ତରେ ଆସୁଥିବା ବେଳେ ସାଧାରଣ ପ୍ରୋଟକଲ ଦୃଷ୍ଟିରୁ ଉକ୍ତ ଜିଲ୍ଲାର ସାଂସଦଙ୍କୁ ଜଣାଇବା କଥା, ମାତ୍ର ଏପର୍ଯ୍ୟନ୍ତ ମୋ ପାଖରେ କୌଣସି ଖବର ନଥିବା କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା । ଆଜି କୋରାପୁଟର ଆଲିସାନ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ୟେଶରେ ବିଷଦ୍ଗାର କରିଛନ୍ତି । ରେଳମନ୍ତ୍ରୀଙ୍କ ଗ୍ରସ୍ତ ମାଟି ପାଇଁ ନୁହେଁ ବରଂ ପାର୍ଟି ପାଇଁ ଏବଂ ସେ ନିଜର ଦଳୀୟ କର୍ମକର୍ତାଙ୍କ ସହ ମିଶିବା ପାଇଁ ଆସୁଛନ୍ତି ବୋଲି ସେ କହିଛନ୍ତି । ଏହା ତାଙ୍କର ଦଳୀୟ କାର୍ଯ୍ୟକ୍ରମ ପଛୁଆ ଆଦିବାସୀ ଅଂଚଳର ବ...

Prime Odisha August 18, 2021, 10:49 am     566 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us