BREAKING

ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଲା ନ୍ୟୁଜିଲାଣ୍ଡ

ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ


ସାଉଥାମ୍ପଟନ : ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ପ୍ରଥମ ସେସନରେ ୪ ଉଇକେଟ ନେଇ ମ୍ୟାଚ୍‌କୁ ଫେରିଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ଲଞ୍ଚ ସୁଦ୍ଧା ଟିମ୍‌ ଇଣ୍ଡିଆ ୭ ଉଇକେଟ ହରାଇ ୨୧୧ ରନ୍‌ କରିଛି। ପୂର୍ବ ଦିନର ସ୍କୋର ୧୪୬/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ଅଧିନାୟକ ବିରାଟ କୋହଲି (୪୪)ଙ୍କ ରୂପେ ବଡ଼ ଝଟ୍‌କା ଲାଗିଥିଲା। ତାଙ୍କୁ ଆଉଟ୍‌ କରି ଭାରତୀୟ ଦଳ ଉପରେ ଚାପ ପକାଇଥିଲା ନ୍ୟୁଜିଲାଣ୍ଡ। ଯାହା ଫଳରେ ଫେଲ୍‌ ମାରିଥିଲେ ରିଷଭ ପନ୍ତ (୪)। କ୍ରିଜରେ ଜମି ସାରିଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୪୯)ଙ୍କୁ ଚତୁରତାର ସହ ଶର୍ଟ ପିଚ୍‌ ବଲରେ ଶିକାର କରିଥିଲେ ନେଲ ଓ୍ବାଗନର। ତା’ପରେ ଆଟାକିଂ ବ୍ୟାଟିଂ କରୁଥିବା ରବିଚନ୍ଦ୍ରନ ଅଶ୍ୱିନ (୨୨) ମଧ୍ୟ ପ୍ୟାଭିଲିଅନ ଫେରିଛନ୍ତି। ଏବେ ରବୀନ୍ଦ୍ର ଜାଡେଜା (୧୫) ଓ ଇଶାନ୍ତ ଶର୍ମା (୨) କ୍ରିଜରେ ଅଛନ୍ତି। ନ୍ୟୁଜିଲାଣ୍ଡ ପାଇଁ କାଇଲ ଜାମିଶନ ୩ ଉଇକେଟ ନେଇଥିବାବେଳେ ଓ୍ବାଗନର ୨ଟି ଉଇକେଟ ହାତେଇଛନ୍ତି।
TAGS : Cricket

ସେମିରେ ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା କ୍ବାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିପାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ ଭାରତ ମୁକାବିଲା ବେଲଜିୟମ ସହ ହେବ । ଆସନ୍ତା ବୁଧବାର ଏହି ମ୍ୟାଚ ଖେଳାଯିବ । ଆଜି ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ । ସେହିପରି ବ୍ରିଟେନ୍ ପକ୍ଷରୁ ସାମ୍ ୱାର୍ଡ ଗୋଟିଏ ଗୋଲ୍‌ ଦେଇଥିଲ । ଆଜିର ମ୍ୟାଚରେ ବିଜୟ ସହ ଭାରତ ଆଉ ଏକ ସଫଳତା ହାସଲ କରିଛି । ୪୦ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି । ଏହା ପୂର୍...

Prime Odisha August 1, 2021, 8:08 am     736 Views

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି ନେଇଛନ୍ତି । ଏହି ପରାଜୟ ସହ ପିଭି ସିନ୍ଧୁଙ୍କର ସ୍ବର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି । ସେମିଫାଇନାଲ ମ୍ୟାଚ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଆଉ ଏକ ମ୍ୟାଚ୍‌ ଖେଳିବେ ସିନ୍ଧୁ । ଆଜିର ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଆରମ୍ଭରୁ ଭ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟ୍‌ର ଫାଷ୍ଟ ହାଫକୁ ୧୧-୮ରେ ଆଗୁଆ ଥିଲେ । କିନ୍ତୁ ବ୍ରେକ ପରେ ତାଇ ଜୁ ଦେଖାଇଥିଲେ ଶ୍ରେଷ୍ଠ ପ୍ରଦର୍ଶ...

Prime Odisha July 31, 2021, 7:23 am     400 Views

ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତ ସ୍ବର୍ଣ୍ଣ ଜିଣିଲେ ଟିମ୍‌ରେ ଥିବା ପ୍ରତ୍ୟେକ ପଞ୍ଜାବୀ ହକି ଖେଳାଳି ୨.୨୫ କୋଟି ଲେଖାଏଁ ଟଙ୍କା ପାଇବେ: ପଞ୍ଜାବ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼: ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତୀୟ ହକି ଟିମ୍‌ ସ୍ବର୍ଣ୍ଣ ପଦକ ଜିଣିଲେ ସେଥିରେ ଥିବା ପଞ୍ଜାବ ରାଜ୍ୟର ପ୍ରତ୍ୟେକ ହକି ଖେଳାଳିଙ୍କୁ ୨.୨୫ କୋଟି ଲେଖାଏଁ ଟଙ୍କା ଦିଆଯିବ ବୋଲି ଶୁକ୍ରବାର ଦିନ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମୀତ ସୋଢ଼ି ଘୋଷଣା କରିଛନ୍ତି। ଅଲିମ୍ପିକ୍‌ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିଣିଲେ ସମୁଦାୟ ଦଳକୁ ୨.୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସୋଢ଼ି କହିଛନ୍ତି, ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତୀୟ ହକି ଟିମ୍‌ରେ ଥିବା ପଞ୍ଜାବ ରାଜ୍ୟର ୧୧ଜଣ ଖେଳାଳି ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି। ଆଠ ଥର ଚାମ୍ପିଅନ୍‌ ହୋଇଥିବା ଭାରତ ଟୋକିଓ ଅଲିମ୍ପିକ୍‌ସ୍‌ର ‘‌ଗ୍ରୁପ୍‌ ଏ’ ମ୍...

Prime Odisha July 31, 2021, 10:44 am     794 Views

ଟୋକିଓ ଅଲିମ୍ପିକ୍ସ୍‌: ମହିଳା ‘ଡିସ୍‌କସ୍‌’ର ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେଲେ କମଲ୍‌ପ୍ରୀତ୍ କୌର୍‌

ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ‘ଅଲିମ୍ପିକ୍ସ୍‌ ୨୦୨୦’ର ଅଷ୍ଟମ ଦିବସରେ ଆଜି ମହିଳା ଡିସ୍‌କସ୍‌ ଥ୍ରୋ’ରେ ଭାରତର କମଲପ୍ରୀତ୍‌ କ‌ୌର୍ ଫାଇନାଲ୍‌କୁ ଯିବା ଲାଗି ଯୋଗ୍ୟ ବିବେଚିତା ହୋଇଛନ୍ତି। ଦୁଇ ଥର ଅଲିମ୍ପିକ୍ ଚାମ୍ପିଅନ୍‌ ହୋଇଥିବା ସାଣ୍ଡ୍ରା ପେରକୋଭିକ୍‌ଙ୍କୁ ଅତିକ୍ରମ କରି ସେ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘କ୍ବାଲିଫିକେସନ୍‌ ଗ୍ରୁପ୍‌ ବି’ରେ କମଲପ୍ରୀତ୍ ଆପଣା ଉଦ୍ୟମରେ ୬୩.୯୭ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିବା ବେଳେ ପେରକୋଭିକ୍‌ ୬୩.୯୭ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ପ୍ରାରମ୍ଭରେ କମଲପ୍ରୀତ୍ ୬୦.୨୯ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ଅଗଷ୍ଟ ୨ ତାରିଖର...

Prime Odisha July 31, 2021, 8:50 am     907 Views

କ୍ରୁନାଲ୍ ପାଣ୍ୟାଙ୍କ ପରେ ଚହଲ ଓ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କ୍ରୁନାଲ୍ ପାଣ୍ୟାଙ୍କ ପରେ ଆଉ ଦୁଇ ଜଣ କ୍ରିକେଟରଙ୍କୁ କରୋନା । ସ୍ପିନର ଯୁଜବେନ୍ଦର ଚହଲ ଓ ଅଲରାଉଣ୍ଡର କୃଷ୍ଣପ୍ପା ଗୋତମ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କର ରିପୋର୍ଟ ଆସିଛି ପଜିଟିଭି । ଏମାନେ କ୍ରୁନାଲ୍ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ଚହଲ ଓ କୃଷ୍ଣପା ଗୋତମଙ୍କ ସମେତ ୮ ଜଣ ଖେଳାଳି କ୍ରୁନାଲ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କର କୋଭିଡ୍ rt-pcr ଟେଷ୍ଟ କରାଯାଇଥିଲା । ଅନ୍ୟମାନଙ୍କ ଭିତରେ ଅଛନ୍ତି ପୃଥ୍ୱୀ ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ ଓ ଇଶାନ କିଷାନ । ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବା ପୂର୍ବରୁ କ୍ରୁନାଲ୍ ପାଣ୍ଡ୍ୟା କୋଭିଡ୍ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍...

Prime Odisha July 30, 2021, 6:06 am     207 Views

ସିନ୍ଧୁ ସେମିରେ, ହକିରେ ଜାପାନକୁ ହରାଇଲା ଭାରତ

ଟୋକିଓ: ଭାରତର ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ବିଭାଗରେ ପ୍ରବେଶ କରିଛନ୍ତି । ସେ ପଦକ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୩ ଓ ୨୨-୨୦ରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ୫୬ ମିନିଟ ସମୟ ଲାଗିଥିଲା । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଏଥର ସ୍ୱର୍ଣ୍ଣ ଟାର୍ଗେଟରେ ରହିଛନ୍ତି । ହକି: ଜାପାନକୁ ହରାଇଲ ଭାରତ: ପୁରୁଷ ହକିରେ ମଧ୍ୟ ଆଜି ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତ ପୁଲ ଏର ଅନ୍ତିମ ମ୍ୟାଚରେ ଜାପାନକୁ ୫-୩ରେ ପରାସ୍ତ କରିଛି । ଏଥିସ...

Prime Odisha July 30, 2021, 5:56 am     728 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ଲମତପୁଟ ଅଞ୍ଚଳର ରଘୁରାମ ମାଛ ପ୍ରଥମେ ଶିକ୍ଷକତା କରିଆସୁଥିଲେ। ସେ ମାନ୍ୟବର ମୁଖ୍...

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us