BREAKING

ତଥାପି ରେକର୍ଡ ଭାଙ୍ଗି ପାରିଲେନି ପୂଜାରା

ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ


ସାଉଥାମ୍ପଟନ: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି ବଲ ଖେଳିବାକୁ ପଡ଼ିଥିଲା। ୩୬ତମ ବଲରେ ନିଲ ଓ୍ବାଗନରଙ୍କୁ ପଏଣ୍ଟ ଅଞ୍ଚଳରେ ଚୌକା ଲଗାଇ ଖାତା ଖୋଲିଥିଲେ। ଶେଷରେ ୫୪ତମ ବଲରେ ୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ ପୂଜାରା। ତେବେ ଖାତା ଖୋଲିବା ପୂର୍ବରୁ ଏତେ ସଂଖ୍ୟାରେ ବଲ ଖେଳିବା ପୂଜାରାଙ୍କ ପାଇଁ କିଛି ନୂଆ ନୁହେଁ। ସେ ୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟରେ ୫୪ତମ ବଲରେ ଖାତା ଖୋଲିଥିଲେ। ଭାରତୀୟଙ୍କ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ସର୍ବାଧିକ ସଂଖ୍ୟକ ବଲ ଖେଳିବାର ରେକର୍ଡ ରବି ଶାସ୍ତ୍ରୀଙ୍କ ନାମରେ ରହିଛି। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଶାସ୍ତ୍ରୀ ୧୯୯୨ରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଖାତା ଖୋଲିବା ଆଗରୁ ୬୮ଟି ଡଟ୍‌ ବଲ ଖେଳିଥିଲେ।
TAGS : Pujara, india

କ୍ରୁନାଲ୍ ପାଣ୍ୟାଙ୍କ ପରେ ଚହଲ ଓ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କ୍ରୁନାଲ୍ ପାଣ୍ୟାଙ୍କ ପରେ ଆଉ ଦୁଇ ଜଣ କ୍ରିକେଟରଙ୍କୁ କରୋନା । ସ୍ପିନର ଯୁଜବେନ୍ଦର ଚହଲ ଓ ଅଲରାଉଣ୍ଡର କୃଷ୍ଣପ୍ପା ଗୋତମ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କର ରିପୋର୍ଟ ଆସିଛି ପଜିଟିଭି । ଏମାନେ କ୍ରୁନାଲ୍ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ଚହଲ ଓ କୃଷ୍ଣପା ଗୋତମଙ୍କ ସମେତ ୮ ଜଣ ଖେଳାଳି କ୍ରୁନାଲ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କର କୋଭିଡ୍ rt-pcr ଟେଷ୍ଟ କରାଯାଇଥିଲା । ଅନ୍ୟମାନଙ୍କ ଭିତରେ ଅଛନ୍ତି ପୃଥ୍ୱୀ ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ ଓ ଇଶାନ କିଷାନ । ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବା ପୂର୍ବରୁ କ୍ରୁନାଲ୍ ପାଣ୍ଡ୍ୟା କୋଭିଡ୍ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍...

Prime Odisha July 30, 2021, 6:06 am     207 Views

ସିନ୍ଧୁ ସେମିରେ, ହକିରେ ଜାପାନକୁ ହରାଇଲା ଭାରତ

ଟୋକିଓ: ଭାରତର ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ବିଭାଗରେ ପ୍ରବେଶ କରିଛନ୍ତି । ସେ ପଦକ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୩ ଓ ୨୨-୨୦ରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ୫୬ ମିନିଟ ସମୟ ଲାଗିଥିଲା । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଏଥର ସ୍ୱର୍ଣ୍ଣ ଟାର୍ଗେଟରେ ରହିଛନ୍ତି । ହକି: ଜାପାନକୁ ହରାଇଲ ଭାରତ: ପୁରୁଷ ହକିରେ ମଧ୍ୟ ଆଜି ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତ ପୁଲ ଏର ଅନ୍ତିମ ମ୍ୟାଚରେ ଜାପାନକୁ ୫-୩ରେ ପରାସ୍ତ କରିଛି । ଏଥିସ...

Prime Odisha July 30, 2021, 5:56 am     180 Views

କୁଲ୍ ହେୟାର ଷ୍ଟାଇଲ ନେଇ ପୁଣି ଚର୍ଚ୍ଚାରେ ଧୋନୀ

ରାଂଚି: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ହେୟାରଷ୍ଟାଇଲ ସୋସିଆଲ ସାଇଟରେ ଭାଇରାଲ ହୋଇଛି । କ୍ରିକେଟ ପଡିଆରୁ ଦୂରରେ ଥିଲେ ମଧ୍ୟ ଧୋନୀ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି । ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଶୁକ୍ରବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲେରେ ଧୋନୀଙ୍କ କେତେଗୁଡିଏ ଫଟୋ ଶେୟାର କରିଥିଲେ । ପ୍ରଶଂସକମାନେ ତାଙ୍କର ଏହି ନୂତନ ଲୁକ ଦେଖି ଚକିତ ହୋଇ ଯାଇଛନ୍ତି । ଏପରିକି ଧୋନୀ ୨୫ ବର୍ଷ ଯୁବକଙ୍କ ପରି ଦେଖାଯାଉଛନ୍ତି ବୋଲି ପ୍ରଶଂସକମାନେ ଲେଖିଛନ୍ତି । ୟୁଏଇରେ ଖୁବ୍ ଶୀଘ୍ର ଆଇପିଏଲର ବଳକା ମ୍ୟାଚରେ ଧୋନୀଙ୍କୁ ଦେଖିବାକୁ ମିଳିବ ।...

Prime Odisha July 30, 2021, 5:55 am     637 Views

ସିରିଜ ନିର୍ଣ୍ଣାୟକରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ପୁଣି ଜଣେ ଖେଳାଳି କଲେ ଡେବ୍ୟୁ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଟି-୨୦ରେ ଟସ୍‌ ଜିତିଛି ଟିମ୍‌ ଇଣ୍ଡିଆ। ଦଳର ଅଧିନାୟକ ଶିଖର ଧୱନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାମାରୀ କରୋନାରେ କୃନାଲ ପାଣ୍ଡ୍ୟା ଆକ୍ରାନ୍ତ ହେବା ପରେ ଦଳର ପ୍ରମୁଖ ୮ ଜଣ ଖେଳାଳି ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି କାରଣରୁ ୬ ଜଣ ବୋଲର ଓ ୫ ଜଣ ବ୍ୟାଟସମ୍ୟାନଙ୍କୁ ନେଇ ଦଳ କାଲି ଭଳି ଆଜି ମଧ୍ୟ ମୈଦାନକୁ ଓହ୍ଲାଇଛି। ଦ୍ୱିତୀୟ ଟି-୨୦ରେ ଭାରତ ପକ୍ଷରୁ ୪ ଜଣ ଡେବ୍ୟୁ କରିଥିଲେ। ଆଜି ସନ୍ଦୀପ ୱାରିୟର ଭାରତ ପାଇଁ ପଦାର୍ପଣ କରୁଛନ୍ତି। ତାଙ୍କୁ ନବଦୀପ ସୈନିଙ୍କ ସ୍ଥାନରେ ସୁଯୋଗ ମିଳିଛି। ଗତକାଲି ସୈନି ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ ହେଁ ଗୋଟିଏ ହେଲେ ଓଭର ବୋଲିଂ ...

Prime Odisha July 29, 2021, 8:06 am     402 Views

ଆର୍ଜେଣ୍ଟିନାକୁ ୩-୧ରେ ପରାସ୍ତ କରି ପୁରୁଷ ହକିର କ୍ବାର୍ଟର୍‌-ଫାଇନାଲ୍‌ରେ ପହଞ୍ଚିଲା ଭାରତ

ଟୋକିଓ: ରିଓ ଅଲିମ୍ପିକ୍ସ୍‌ରେ ସ୍ବର୍ଣ୍ଣପଦକପ୍ରାପ୍ତ ଆର୍ଜେଣ୍ଟିନାକୁ ପରାସ୍ତ କରି ଗୁରୁବାର ଦିନ ଭାରତ ପୁରୁଷ ହକି ପ୍ରତିଯୋଗିତାର କ୍ବାର୍ଟର୍‌-ଫାଇନାଲ୍‌ସ୍‌ରେ ପହଞ୍ଚିଛି। ବରୁଣ କୁମାର, ବିବେକ ପ୍ରସାଦ ଏବଂ ହମରନ୍‌ପ୍ରୀତ୍‌ ଦେଇଥିବା ଗୋଲ୍‌ ଯୋଗୁଁ ଭାରତ ଆର୍ଜେଣ୍ଟିନା ଉପରେ ୩-୧ରେ ଆଧିପତ୍ୟ ବଜାୟ ରଖିବାରେ ସମର୍ଥ ହୋଇଥିଲା। ଖେଳର ଚତୁର୍ଥ ଭାଗ ବେଳେକୁ ଆର୍ଜେଣ୍ଟିନା ଯାଇ ଭାରତର ସମକକ୍ଷ ହେବାରେ ସମର୍ଥ ହୋଇଥିଲା। ଭାରତ କିନ୍ତୁ, ଧୀରସ୍ଥିର ରହି ପ୍ରତିଦ୍ବନ୍ଦ୍ବୀ ଆର୍ଜେଣ୍ଟିନାକୁ ଆଉ ଦୁଇଟି ଗୋଲ୍‌ ଦେଇଥିଲା। ଏବେ ଏହାକୁ ମିଶାଇ ତିନୋଟି ମ୍ୟାଚ୍‌ରେ ଭାରତ ୯ ପଏଣ୍ଟ୍‌ ହାସଲ କରିପାରିଛି। ସମ୍ପ୍ରତି ଆର୍ଜେଣ୍ଟିନା ତୃତୀୟ ସ୍ଥାନର...

Prime Odisha July 29, 2021, 8:44 am     935 Views

ଟୋକିଓ ଅଲିମ୍ପିକ୍ସ୍: ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ପରାସ୍ତ କରି କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ପି ଭି ସିନ୍ଧୁ

ଟୋକିଓ: ଗୁରୁବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ବିଶ୍ବର ୧୩ ନମ୍ବର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଡେନ୍‌ମାର୍କର ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ଅନାୟାସରେ ପରାସ୍ତ କରି କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସିନ୍ଧୁ ମିଆଁଙ୍କୁ ପ୍ରତ୍ୟକ୍ଷ ପ୍ରତିଯୋଗିତାରେ ୨୧-୧୫, ୨୧-୧୩ରେ ପରାସ୍ତ କରିଛନ୍ତି। ‘ବ୍ୟାଡ୍‌ମିଣ୍ଟନ୍‌ ଏଲିମିନେସନ୍ ରାଉଣ୍ଡ୍‌ସ୍‌’ରେ ପ୍ରବେଶ କରିବା ପୂର୍ବରୁ ବ୍ଲେଚ୍‌ଫେଲ୍‌ଟ୍‌ ‘ଗ୍ରୁପ୍‌ ୱାନ୍‌’ର ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇ ପ୍ରି-କ୍ବାର୍ଟର୍‌ସ୍‌ରେ ସିନ୍ଧୁଙ୍କୁ ମୁକାବିଲା କରିବା ଅଧିକାର ହାସଲ କରିଥିଲେ। ୨୦୨୧ରେ ନିଊନତମ ପରିମାଣର ଟୁର୍ଣ୍ଣାମେଣ୍ଟ୍‌ ଏବଂ ଅଲିମ୍ପିକ୍ସ୍‌ ପଏଣ୍ଟ୍‌ ଥିବା ସତ୍ତ୍ବେ ଏଥର ବ୍ଲେଚ...

Prime Odisha July 29, 2021, 8:38 am     473 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us